ଇସ୍ୱରାର୍ ହିଲାମଃନ୍
1 ୩:୧ ଜହ ୧:୧୨. ଦଃକା ଉବା ଅଃମିମଃନ୍କେ କଃଡେକ୍ ଲାଡ୍ କଃରି ଆଚେ ଜେ, ଅଃମିମଃନ୍ ଇସ୍ୱରାର୍ ହିଲା ବଃଲି ଡାକେହୁଟୁନ୍ଦ୍, ଆର୍ ସଃତ୍କଃରି ଅଃମିମଃନ୍ ତାର୍ ହିଲାମଃନ୍, ଇତାର୍ ଗିନେ ଜଃଗତ୍ ଅଃମିମଃନ୍କେ ନଃଚିନୁଲି ବଃଲେକ୍ ସେରି ତାକ୍ ଚିନି ନଃରିଲି । 2 ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍