12 ତୁମିମଃନ୍ ଅଜିଉଦିମଃନାର୍ ତଃୟ୍ ବଲ୍ ଜିବନ୍ କାଟା, ଜଃନ୍କଃରି ସେମଃନ୍ ଜୁୟ୍ତାର୍ ଗିନେ ତୁମିମଃନ୍କେ ଦୁସ୍ଟ୍କାମ୍ କଃରୁମଃନ୍ ବଃଲି ଲିନ୍ଦା କଃର୍ତି, ତୁମିମଃନାର୍ ନିକ କାମ୍ ଦଃକି ସେ ବିସୟେ କ୍ରିସ୍ଟ ଆସ୍ତା ଦିନ୍ ଇସ୍ୱରାର୍ ଗୁଣ୍ ଗାଉତି ।
13 ମାପୁରାର୍ ଗିନେ ଗଃଉଆରି କଃରୁଲେ ସଃବୁଲକ୍ ରଃଜାମଃନାର୍ କଃତା ମାନା । 14 ସଃବ୍କେ ବଃଡ୍ ରଃଜା ଅଃଉଅ କି ଦୁସ୍ଟ୍ କାମ୍ କଃରୁ ମଃନ୍କେ ଟିକ୍ ଡଃଣ୍ଡ୍ ଦେଉଁକେ ଆର୍ ସଃତ୍ କାମ୍ କଃରୁମଃନ୍କେ ଦନ୍ୟବାଦ୍ ଦେତା ଗିନେ ସେମଃନାର୍ ତଃୟ୍ ହୁଣି ଆୟ୍ଲାର୍ ଚାଲାଉତା ଲକ୍ ଅଃଉଅତ୍, ସେମଃନାର୍ ତଃଳେ ଚାଲା ।