21 ଇତାର୍ ଗିନେ ହଃକା ତୁମିମଃନ୍ ଆସି ଆଚାସ୍, କାୟିତାକ୍ ବଃଲେକ୍ ତୁମିମଃନ୍ ଜଃନ୍କଃରି କ୍ରିସ୍ଟର୍ ହାଦ୍ ଚିନ୍କେ ଅୟି ଜଃହାସ୍, ସେତାର୍ ଗିନେ ସେ ହେଁ ତୁମାର୍ ଗିନେ ଦୁକ୍ ବୟ୍ଗ୍ କଃରି ତୁମିମଃନ୍କେ ସେହର୍ କଃରୁକେ ଦଃକାୟ୍ ଜାୟ୍ ଆଚେ; 22 ସେ କାୟି ହାହ୍ ହେଁ ନଃକେଲା, କି ତାର୍ ମୁଏଁ କାୟି ମିଚ୍ କଃତା ନଃରିଲି । 23 ତାକେ ଲିନ୍ଦା କଃଲା ବଃଳ୍ ସେ ଲେଉଟି ଲିନ୍ଦା ନଃକେଲା; ଦୁକ୍ ବୟ୍ଗ୍ କଃଲା ବଃଳ୍ ସେମଃନ୍କେ ବିରଦ୍ କଃରୁକେ ନଃଡିରାୟ୍ଲା, ମଃତର୍ ନ୍ୟାୟ୍ ବିଚାର୍ କାରିର୍ ଆତେ ସଃବୁ ସଃହ୍ରି ଦିଲା ।
Publicidade