2 ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାପ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା । 3 ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାପ୍ କାମ୍, କଃରାପ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ । 4 ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟି ତୁମିମଃନାର୍ ବେସି ଲିନ୍ଦା କଃର୍ତି । 5 ମଃତର୍ ଜୁୟି ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ । 6 ବଃଲେକ୍ ଇତାର୍ ଗିନେ ହଃକା ମଃଲା ଲକାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ ଅୟ୍ଲି, ଜଃନ୍କଃରି ସେମଃନ୍ ମାନାୟ୍ମଃନାର୍ ହର୍ ଗଃଗାଳେ ବିଚାର୍ କଃରା ଅୟିଲେକ୍ ହେଁ, ଇସ୍ୱରାର୍ ହର୍ ଆତ୍ମାୟ୍ ଜିବନ୍ ଅଃଉତି ।
7 ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।