2 ୫:୨ ଜହ ୨୧:୧୫-୧୭.ତୁମିମଃନାର୍ ଦାୟ୍ତେ ରିଲା ଇସ୍ୱରାର୍ ମଃନ୍ଦାକେ ହସ୍ହାଳ୍ କଃରା । ବାଦ୍ୟ ଅୟ୍କଃରି ନାୟ୍, ମଃତର୍ ଇସ୍ୱରାର୍ ଇଚା ହଃର୍କାରେ ସଃର୍ଦାମଃନେ, ଦଃନ୍ ଲାବାର୍ ଗିନେ ନାୟ୍, ମଃତର୍ ସଃର୍ଦାୟ୍ ସେରି କଃରା । 3 ଆରେକ୍ ଜୁୟ୍ମଃନାର୍ ଦାୟିତ୍ ତୁମାର୍ ଆତେ ସଃର୍ହି ଦିଆ ଅୟ୍ଲି ଆଚେ, ସେମଃନାର୍ ଉହ୍ରେ ଅଃଦିକାର୍ ନଃଦେକାୟ୍ ମଃନ୍ଦାର୍ ବାଟ୍ ଦଃକାୟ୍ଲା ହର୍ ସେରି କଃରା । 4 ଜଃଡେବଃଳ୍ ମୁଳ୍ ମେଣ୍ଡା ଗଃଉଳିଆ ଆୟ୍ଲା ବଃଳ୍ ତୁମିମଃନ୍ ଜଃଜ୍ମାନାର୍ ନଃସ୍ଟ୍ ନଃଉତା ମୁକୁଟ୍ ହାଉଁଲାସ୍ ଜୁୟ୍ରି ତାର୍ ଜିକ୍ ଜିକା ଅଃଉତାର୍ କଃବେ ଆରାୟ୍ ନଃକେରେ ।
5 ସେରଃକମ୍ ଏ ଦଃଙ୍ଗ୍ଳାମଃନ୍, ତୁମିମଃନ୍ ପାରାଚିନ୍ ମଃନାର୍ ତଃଳେ ରିଆ । ସଃବୁଲକ୍ ଅଃହ୍ଣା ଅଃହ୍ଣାକ୍ ଦିର୍ ହର୍ ବଃସ୍ତର୍ ହିନ୍ଦା, କାୟିତାକ୍ ବଃଲେକ୍ ସାସ୍ତର୍ କଃଉଁଲି, "ଇସ୍ୱର୍ ଆକାରିମଃନ୍କେ ସାନ୍ କଃରି ଦିର୍ସୁସ୍ତାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।"