1 ପାରସ୍ୟର୍ ରଃଜା କରସର୍ ଅଃଦିକାରାର୍ ତିନି ବଃର୍ସେ ବେଲ୍ଟସର୍ ନାଉଁଆର୍ ଦାନିୟେଲ୍କେ ଗଟେକ୍ ବିସୟ୍ ଜାଣାଗଃଲି ଆର୍ ସେରି ସଃତ୍, ସେରି ବୁଜୁକ୍ ବେସି କଃସ୍ଟ ବିସୟ୍; ସେ ସେରି ବୁଜ୍ଲା ଆର୍ ସେ ଦଃର୍ସନ୍ ବିସୟେ ତାକ୍ ଜାଣାୟି ଦିଆଅୟ୍ଲି। 2 ସଃଡେବଃଳ୍ ମୁୟ୍ଁ ଦାନିୟେଲ୍, ବଃର୍ତି ତିନି ସଃପ୍ତା ହଃତେକ୍ ଦୁକେ ରଃଦନ୍ କଃର୍ତି ରିଲେ। 3 ବଃର୍ତି ତିନି ସଃପ୍ତା ସଃର୍ତା ହଃତେକ୍ ମୁୟ୍ଁ କାୟିରି ହେଁ ସୁଆଦ୍ କାଦି ନଃକାୟ୍ଲେ, କି ମାସ୍ କି ଅଙ୍ଗୁର୍ରଃସ୍ ମର୍ ଟଣ୍ଡ୍ ବିତ୍ରେ ନଃଗେଲି, କି ମୁୟ୍ଁ କାୟିହେଁ ଚିକଣ୍ ହାଦାୟ୍ ନଃକେଲେ।
4 ଆରେକ୍ ହଃର୍ତୁମ୍ ମାସାର୍ ୨୪ ଦିନେ ମୁୟ୍ଁ ହିଦେକଲ୍ ନାଉଁଆର୍ ବଃଡ୍ଗାଡାର୍ କଃଣ୍ଡିଏ ରିଲାବଃଳ୍, 5 ମୁୟ୍ଁ ଆକି ଉଗାଳି ଦଃକ୍ଲେ, ହାତୁଳ୍ ଦଃବ୍ଳା ବଃସ୍ତର୍ ହିନ୍ଦ୍ଲା ଗଟେ ମାନାୟ୍, ତାର୍ ଅଃଟାୟି ସନାର୍ ଗଟେକ୍ ବାନ୍ଦୁଣେ ବାନ୍ଦା ଅୟ୍ରିଲି; 6 ତାର୍ ଗଃଗାଳ୍ ମଣି ହର୍ ଜିକ୍ଜିକ୍ତି ରିଲି, ତାର୍ ମୁଉଁ ବିଜ୍ଲି ଉଜାଳ୍ ହର୍, ଆକି କଃଚ୍ତା ଜୟ୍ଅଳା ହର୍ ଆର୍ ତାର୍ ଆତ୍ ଆର୍ ହାଦ୍ ବଃଟିର୍ ହିତୁଳ୍ ହର୍ ଆର୍ ତାର୍ କଃତାର୍ ଡାକ୍ ଲକ୍ମଃନ୍ଦାର୍ ଡାକ୍ ହର୍। 7 ଆରେକ୍, ମୁୟ୍ଁ ଦାନିୟେଲ୍ ଏକ୍ଲାସେ ଦଃର୍ସନ୍ ଦଃକ୍ଲେ: କାୟତାକ୍ବଃଲେକ୍ ମର୍ ସଃଙ୍ଗେ ରିଲା ଲକମଃନ୍ ସେ ଦଃର୍ସନ୍ ଦଃକୁ ନଃହାର୍ଲାୟ୍; ମଃତର୍ ସେମଃନ୍ ଅଃଦିକ୍ ତଃର୍ତଃରି ଗଃଲାୟି ଆର୍ ନିଜ୍ ନିଜ୍କେ ଲୁକାଉଁକ୍ ହଃଳାୟ୍ ଗଃଲାୟି। 8 ସେତାକ୍ ମୁୟ୍ଁ ଏକ୍ଲା ରଃୟ୍ ଇ ବଃଡ୍ ଦଃର୍ସନ୍ ଦଃକ୍ଲେ। ମୁୟ୍ଁ ଅଃଦିକ୍ ଡିରି କଃରି ମର୍ ସଃବୁ ସଃକ୍ତି ଆରାୟିଲେ; କାୟିତାକ୍ବଃଲେକ୍ ମର୍ ତେଜୁ ସଃରି ଗଃଲି ଆର୍ ମଃର୍ ବଃଳ୍ ନଃରିଲି। 9 ତଃବେ ହେଁ ମୁୟ୍ଁ ତାର୍ ବଃଚନାର୍ ଡାକ୍ ସୁଣ୍ଲେ; ଆରେକ୍, ଜଃଡେବଃଳ୍ ମୁୟ୍ଁ ତାର୍ ଡାକ୍ ସୁଣୁଲେ, ସଃଡେବଃଳ୍ ମୁୟ୍ଁ ମୁଉଁ ତଃଳେ କଃରି ଜଃବର୍ ନିଦେ ସୟ୍ଲେ। 10 ତାର୍ହଃଚେ, ଗଟେକ୍ ଆତ୍ ଚୁୟ୍ କଃରି ମକେ ମାଣ୍ଡାୟ୍ ଆର୍ ଆତେ ସଃକ୍ତି ଦିଲା।
11 ଆରେକ୍, ସେ ମକେ କଃୟ୍ଲା, ହେଁ ମର୍ ଅଃଦିକ୍ ଲାଡାର୍ ଦାନିୟେଲ୍, ମୁୟ୍ଁ ତକେ ଜୁଣ୍ ଜୁଣ୍ ବଃଚନ୍ କୟ୍ନ୍ଦ୍, ସେରି ବୁଜ୍ ଆର୍ ସଃଳ୍କ୍ ଅୟି ଟିଆ ଅଃଉ; କାୟିତାକ୍ବଃଲେକ୍ ଅଃବେ ମୁୟ୍ଁ ତର୍ଚଃମେ ଆସୁକ୍ ମାପୁର୍ ହଃଟାୟ୍ ଆଚେ; ସେ ମକେ ଇ କଃତା କୟିଲାକ୍ ମୁୟ୍ଁ ଡିରି କଃରି ଟିଆ ଅୟ୍ଲେ। 12 ଇତାର୍ଗିନେ ସେ ମକେ କୟ୍ଲା, ଏ ଦାନିୟେଲ୍, ଡିର୍ ନାୟ୍; କାୟିତାକ୍ବଃଲେକ୍ ତୁୟ୍ ଜୁୟି ହଃର୍ତୁମ୍ ଦିନେହୁଣି ବୁଜୁକ୍ ଆର୍ ତର୍ ମାପୁରାର୍ ଜାଣ୍ତିୟେ ନିଜ୍କେ ସାନ୍ କଃରି ମାପୁରାର୍ ଟାଣେ ମଃନ୍ ଦିଲିସ୍, ସେଦିନ୍ ହୁଣି ତର୍ କଃତା ସୁଣା ଗଃଲି; ଆର୍, ତାର୍ ବଃଚନ୍ ନଃୟ୍ ଆସିଆଚି। 13 ମଃତର୍ ପାରସ୍ୟ ରାୟ୍ଜାର୍ ମୁଳିକା ୨୧ ଦିନ୍ ହଃତେକ୍ ଅଃମାର୍ ଉହ୍ରେ ବାଦା ଦିଲା; ମଃତର୍ ଦଃକା, ସଃଡେବଃଳ୍ ମୁଳିକାମଃନ୍କାର୍ ବିତ୍ରେ ମିକାୟେଲ୍ ନାଉଁଆର୍ ଗଟେକ୍ ଦୁତ୍ ଅଃମାର୍ ଉହ୍କାର୍ କଃରୁକ୍ ଆୟ୍ଲା; ଆରେକ୍, ଅଃମି ସେ ଟାଣେ ପାରସ୍ୟର୍ ରଃଜାମଃନାର୍ ସଃଙ୍ଗେ ରିଲୁ। 14 ଅଃବେ, ସେସ୍ ବଃଳ୍ ତର୍ ଲକ୍ମଃନ୍କାର୍ ଉହ୍ରେ ଜୁୟ୍ରି ଗଃଟେଦ୍, ସେରି ବୁଜାୟ୍ ଦେଉଁକ୍ ମୁୟ୍ଁ ଆସିଆଚି; କାୟତାକ୍ବଃଲେକ୍ ଇ ଦଃର୍ସନ୍ ଆସୁଲା କାଳାର୍ ଗିନେ। 15 ସେ ମକେ ଇହର୍ କୟ୍ଲା ହଃଚେ ମୁୟ୍ଁ ବୁୟେଁ ମୁଁଉ କଃରି କାବା ଅୟ୍ଲେ। 16 ସଃଡେବଃଳ୍ ମାନାୟ୍ ଗଃଗାଳାର୍ ଗଟେ ଲକ୍ ମର୍ ଟଣ୍ଡେ ଚୁୟ୍ଲା; ତଃବେ ମୁୟ୍ଁ ନିଜାର୍ ମୁଉଁ ଉଗାଳି ମର୍ ଆଗେ ଟିଆ ଅୟ୍ରେତା ଲକେ କୟିଲେ, ଏ ମର୍ ମାପୁର୍, ଇ ଦଃର୍ସନ୍ ମର୍ ମଃନ୍ ମକେ କଃସ୍ଟ ଦେଉଁଲି ଆର୍ ମୁୟ୍ଁ କାୟିରି ହେଁ ବଃଳ୍ ହାଉଁ ନଃହାଁରୁଲେ। 17 କାୟତାକ୍ବଃଲେକ୍ ମର୍ ଇ ମାଲିକାର୍ ଦାସ୍ କଃନ୍କଃରି ଇ ମର୍ ମାଲିକ୍ ସଃଙ୍ଗ୍ କଃତା ବାର୍ତା ଅଃଉଁହାରେ? ସେଦାହ୍ରେ ମର୍ ଟାଣେ କାୟି ବଃଳ୍ କି ହୁଣ୍ଡାଣ୍ ନଃରିଲି।
18 ସଃଡେବଃଳ୍ ମାନାୟ୍ର୍ ରୁହାର୍ ଗଟେଲକ୍ ମକେ ଚୁୟ୍ କଃରି ଆରେକ୍ ଗଃଟ୍ତର୍ ବଃଳ୍ ଦିଲା। 19 ଆରେକ୍, ସେ କୟ୍ଲା, ହେଁ ଅଃଦିକ୍ ଲାଡାର୍ ଦାନିୟେଲ୍, ଡିର୍ନାୟ୍; ସୁସ୍ତା ଅଃଉ , ବଃଳ୍ ହାଉ ସେ ମକେ ଇରି କୟ୍ଲା ଦାହ୍ରେ ମୁୟ୍ଁ ବଃଳ୍ ହାୟ୍ଲେ।
20 ତଃବେ ସେ କୟ୍ଲା, ଏ ଦାନିୟେଲ୍, ମୁୟ୍ଁ ତର୍ ଚଃମେ କାୟିତାକ୍ ଆସିଆଚି? ଅଃବେ ମୁୟ୍ଁ ପାର୍ସ୍ୟର୍ ଅଃଦିକାରି ସଃଙ୍ଗ୍ ଜୁଜ୍ କଃରୁକ୍ ବାଉଳି ଜାୟ୍ନ୍ଦ୍; ଆର୍ ମୁୟ୍ଁ ଗଃଲା ହଃଚେ ଗ୍ରିସ୍ ଅଃଦିକାରି ଆସେଦ୍। 21 ମଃତର୍ ପବିତ୍ର ପୁସ୍ତକେ ଜୁୟ୍ରି ଲେକା ଆଚେ, ମୁୟ୍ଁ ସେରି ଜାଣାୟ୍ନ୍ଦ୍; ଏମଃନ୍କାର୍ ବିରୁଦେ ଉହ୍କାର୍ କଃରୁକ୍ ତୁମିମଃନାର୍ ଅଃଦିକାରି ମିକାୟେଲ୍କେ ଚାଡି ଆର୍ କେଏ ହେଁ ନାୟ୍ଁ।