1 ଜିଉଦା ରାୟ୍ଜାର୍ ରଃଜା ଜିହୟାକିମାର୍ ସାସନ୍ କାଳାର୍ ତିନି ବଃର୍ସେ ବାବିଲାର୍ ରଃଜା ନବୁକଦ୍ନିତ୍ସର୍ ସଃୟିନ୍ଦଃଳ୍ ସଃଙ୍ଗ୍ ଆସି ଜିରୁସାଲମ୍କେ ଚାରିବେଳ୍ତ୍ ବେଳ୍ଲା। 2 ଆରେକ୍, ମାପୁର୍ ଜିହୁଦାର୍ ରଃଜା ଜିହୟାକିମ୍କେ ଆର୍ ଇସ୍ୱରାର୍ ଗଃରାର୍ କଃତେକ୍ କପାଗିନା ତାର୍ ଆତେ ସଃହ୍ରିଦିଲା; ତଃବେ ସେ ସିନିୟର୍ ଦେସେ ରେତା ନିଜାର୍ ଦେଉତା ଦେଉଳ୍ ସେରିମଃନ୍ ସଃବୁ ନିଲା ଆର୍ ସଃବୁ କପାମଃନ୍କେ ସେ ନିଜାର୍ ଦେଉତାର୍ ବଃଣ୍ଡାର୍ ଗଃରେ ସଃଙ୍ଗାୟ୍ଲା। 3 ଆରେକ୍, ରଃଜା ଇସ୍ରାଏଲାର୍ ଲକ୍ମଃନ୍କାର୍ ତଃୟ୍ହୁଣି, ବଃଲେକ୍, ରଃଜାକୁଳ୍ ଆର୍ ହାଣ୍ରେତା କୁଳ୍ ବଃଉଁସାର୍ 4 ନିର୍ଦସି, ସୁନ୍ଦୁର୍ ଆର୍ ସଃବୁ ସିକ୍ଯା ବଃଲ୍ବାବେ ବୁଜୁହାର୍ତା ବିଦ୍ୟାୟ୍ ଚଃଲାକି, ବୁଦିବାନ୍ ଆର୍ ରଃଜାର୍ ମେଳେ ଟିଆ ଅଃଉଁକ୍ ଜୟ୍ଗ୍ କଃତେକ୍ ବେଣ୍ଡିଆ ଲକେ ଆଣୁକ୍ ଆର୍ କଲଦିୟମଃନାର୍ ଗିଆନ୍ ଆର୍ ବାସା ସିକାଉଁକେ ନିଜାର୍ ବେଜୁମଃନ୍କାର୍ ମୁଳିକା ଅସ୍ପନସ୍କେ କୟ୍ଲା। 5 ଆରେକ୍, ସେମଃନ୍ ଜଃନ୍କଃରି ତିନି ବଃର୍ସାର୍ ସେସ୍ବଃଳ୍ ରଃଜାର୍ ଚଃମେ ଟିଆ ଅଃଉତି, ଇତାର୍ଗିନେ ରଃଜା ସେମଃନକାର୍ ଗିନେ ରଃଜା କାତା କାଦିକ୍ ଆର୍ ସୁର୍ତା ଅଙ୍ଗୁର୍ରଃସ୍ ନଃୟ୍ ସଃବୁଦିନ୍ ସେତିର୍ ବାଗ୍ ଦେଉଁକ୍ ଆର୍ ତିନି ବଃର୍ସ୍ ହଃତେକ୍ ସେମଃନ୍କେ ହସ୍-ହାଳ୍ କଃରୁକେ ଟିକ୍ କଃଲା 6 ଏମଃନ୍କାର୍ ବିତ୍ରେ ଜିହୁଦା ବଃଉଁସାର୍, ଦାନିୟେଲ୍, ହନାନିୟ, ମିସାୟେଲ୍ ଆର୍ ଅସରିୟ ରିଲାୟ୍। 7 ଆରେକ୍, ସେ ବେଜୁମଃନ୍କାର୍ ମୁଳିକା ସେ ମଃନ୍କାର୍ ନାଉ ଦିଲା; ସେ ଦାନିୟେଲ୍କେ ବେଲଟସ୍ଚର୍, ହନାନିୟକେ ସଦ୍ରକ୍, ମିସାୟେଲ୍କେ ମେସକ୍ ଆର୍ ଅସରିୟକ୍ ଅବେଦ୍ନଗ ବାବିଲନିୟ ଦେସାର୍ ନାଉ ଦିଲା।
8 ମଃତର୍ ଦାନିୟେଲ୍ ସେ ରଃଜା କାତା କାଦି କାୟି ଆର୍ ଅଙ୍ଗୁର୍ ରଃସ୍ ସୁରିକଃରି ନିଜ୍କେ ବିଟାଲ୍ କଃରୁକ୍ମଃନ୍ ନଃକେଲା। ଇତାର୍ଗିନେ ସେ ବେଜୁମଃନ୍କାର୍ ମୁଳିକାକେ ଗଃଉଆରି କଃଲା ଆର୍ ବିନ୍ବିନ୍ କାଦିକାଉଁକ୍ ହାରିକି ବଃଲି ହଃଚାର୍ଲା, ଜୁଣ୍ତାର୍ ଗିନେ କି ସେ ବିଟାଳ୍ ଅୟ୍ନଃକେରେ। 9 ସଃଡେବଃଳ୍ ଇସ୍ୱର୍ ସେ ବେଜୁମଃନ୍କାର୍ ମୁଳିକାର୍ ଆକିୟେ ଦାନିୟେଲ୍କେ କେମାର୍ ଆର୍ ଦଃୟାର୍ ମାନାୟ୍ କଃଲା 10 ମଃତର୍ ସେ ବେଜୁମଃନ୍କାର୍ ମୁଳିକା ଦାନିୟେଲ୍କେ କୟ୍ଲା, ଜେ ତୁମିମଃନ୍କାର୍ କାଦି ଆର୍ ସୁର୍ତା ଜିନିସ୍ ବଃନାୟ୍ ଆଚେ, ମୁୟ୍ଁ ନିଜାର୍ ମାପୁର୍ ସେ ରଃଜାକେ ଡିରିନ୍ଦ୍; କାୟିତାକ୍ବଃଲେକ୍ ସେ ତୁମିମଃନାର୍ ସଃଙ୍ଗାର୍ ବେଣ୍ଡିଆ ମଃନାର୍ ମୁଉଁ ତଃୟ୍ହୁଣି ତୁମିମଃନାର୍ ମୁଉଁ କାୟିତାକ୍ ସୁକ୍ଲାର୍ ଦଃକେଦ୍? ତଃନ୍ଅୟ୍ଲେକ୍, ତୁମିମଃନ୍ ରଃଜାର୍ ଚଃମେ ମର୍ ମୁଣ୍ଡ୍ କାଟାଉଆସ୍। 11 ସେତାକ୍ ବେଜୁମଃନ୍କାର୍ ମୁଳିକା ଦାନିୟେଲ୍, ହନାନିୟ, ମିସାୟେଲ୍ ଆର୍ ଅସରିୟର୍ ଉହ୍ରେ ଜୁୟି ଗଃର୍ ଜାଗୁଆଳ୍ମଃନ୍କେ ବାଚିରିଲା, ତାକେ ଦାନିୟେଲ୍ କୟ୍ଲା; 12 "ଦଃର୍ମ୍କଃରି ନିଜାର୍ ଦାସ୍ମଃନ୍କେ ଦଃସ୍ ଦିନ୍ ପରିକ୍ୟାକଃରି ଅଃମିମଃନ୍କେ କାଉଁକ୍ ସାଗ୍ଡାଳ୍ ଆର୍ ସୁରୁକ୍ ହାଣି ଦିଆଜଃଉଅ। 13 ଆରେକ୍ ଦଃସ୍ ଦିନ୍ ହଃଚେ ଅଃମିମଃନ୍କେ ସେ ରଃଜା କାତା କାଦି କାତାର୍ ଆର୍ ରଃଜା ସୁର୍ତା ହାଣିସୁର୍ତା ଲକ୍ ମଃନ୍କାର୍ ସଃଙ୍ଗ୍ ଅଃମିକେ ତୁଳ୍ନାକଃରା ଜଃଉଅ; ଆରେକ୍ କେଏ ଅଃଦିକ୍ ସୁସ୍ତ୍ ଦଃକାଜାତି। ତାର୍ହଃଚେ ତୁୟ୍ ବାୟ୍ଦ୍ରେ ଇ ଦାସ୍ ମଃନ୍କାର୍ ଉହ୍ରେ ବେବାର୍ କଃର୍" 14 ସେତାକ୍ ସେ ଇ ବିସୟେ ସେମଃନ୍କାର୍ କଃତା ସୁଣିକଃରି ଦଃସ୍ଦିନ୍ ହଃତେକ୍ ସେମଃନକାର୍ ପରିକ୍ୟା କଃଲା। 15 ଆରେକ୍, ଦଃସ୍ ଦିନାର୍ ହଃଚେ ରଃଜା କାତା କାଦି କାତାଲକାର୍ ତଃୟ୍ହୁଣି ସେମଃନ୍କାର୍ ମୁଉଁ ଅଃଦିକ୍ ସୁନ୍ଦୁର୍ ଆର୍ ଦୁମା ଦଃକାଗଃଲାୟ୍। 16 ଇତାର୍ହଃଚ ଗଃର୍ଗୁମୁସ୍ତା ସେମଃନ୍କେ ରଃଜା କାତା କାଦି ଆର୍ ଅଙ୍ଗୁର୍ ରଃସ୍ ନଃଦେୟ୍କଃରି ସେମଃନ୍କେ ସାଗ୍ ଦିଲା। 17 ଆରେକ୍, ମାପୁର୍ ସେ ଚାରି ଲକେ ସଃବୁ ବିଦ୍ୟା ଆର୍ ଗିଆନେ, ବୁଦି ଆର୍ ବଃଲ୍ ସିକ୍ୟା ଦିଲା, ଆରେକ୍, ଦାନିୟେଲ୍ ସଃବୁ ଦଃର୍ସନ୍ ଆର୍ ଚହୁନ୍ ବିସୟେ ଅଃର୍ତ୍ କଃଉଁକେ ବୁଜୁହାର୍ତା ଲକ୍ ଅୟ୍ଲା। 18 ଆରେକ୍, ରଃଜା ସେମଃନ୍କେ ତାର୍ ଚଃମେ ଆଣୁକେ ଜୁଣ୍ ତିନି ବଃର୍ସ୍ ବେଳ୍କାଳ୍ ଟିକ୍ କଃରିରିଲା ସେରି ସେସ୍ ଅୟ୍ଲା ହଃଚେ ବେଜୁମଃନ୍କାର୍ ମୁଳିକା ସେମଃନ୍କେ ନକୁଦ୍ନିତ୍ସରାର୍ ଚଃମେ ଆଣ୍ଲା। 19 ଆରେକ୍, ରଃଜା ସେମଃନକାର୍ ସଃଙ୍ଗ୍ କଃତାକଃଲା; ଆର୍, ସେ ସଃବୁ ଲକାର୍ ବିତ୍ରେ ଦାନିୟେଲ୍, ହନାନିୟ ମିସାୟେଲ୍ ଆର୍ ଅସରିୟ ସଃମାନ୍ କେହେଁ ଦଃକାନଃଗେଲାୟ୍; ଇତାର୍ଗିନେ ସେମଃନ୍ ରଃଜାର୍ କାମ୍ ହାୟ୍ଲାୟ୍। 20 ଆରେକ୍, ଗିଆନ୍ ଆର୍ ବୁଦି ବିସୟେ ଜୁୟ୍ହେଁ କଃତା ରଃଜା ସେ ମଃନ୍କେ ହଃଚାର୍ଲା, ସେମଃନ୍ ଗିଆନାର୍ ଉତୁର୍ ଦିଲାୟ୍। ରଃଜା ସଃବୁ ରାୟ୍ଜାର୍ ସଃବୁ ଗିଆନି ଆର୍ ହଃଣ୍ଡିତ୍ମଃନ୍କେ ଜିଣି ସେମଃନ୍ ଦଃସ୍ ଗୁଣ୍ ଗିଆନେ ଅଃଦିକ୍ ଗିଆନି ବଃଲି ଜାଣ୍ଲା। 21 ଆରେକ୍, ଦାନିୟେଲ୍ କରସ୍ ରଃଜାର୍ ହଃର୍ତୁମ୍ ବଃର୍ସ୍ ହଃତେକ୍ ରିଲା।