1 ଆରେକ୍, ମାଦିୟ ଦାରିଆବସାର୍ ଅଃଦିକାର୍ ହଃର୍ତୁମ୍ ବଃର୍ସେ ମୁଁୟ୍ ତାକେ ସୁସ୍ତିର୍ ଆର୍ ବଃଳ୍ ଦେଉଁକ୍ ଟିଆ ଅୟ୍ଲେ। 2 ଅଃବେ, ମୁଁୟ୍ ତକ୍ ସଃତ୍ କଃତା ଜାଣାଉଁଲେ। ପାର୍ସ୍ୟର୍ ଆରେକ୍ ତିନି ଗଟ୍ ରଃଜା ଜଃଲମ୍ ନେତି ଆର୍ ଚାରି ଲଃମ୍ବର୍ ରଃଜା ସେ ସଃବୁର୍ ତଃୟ୍ହୁଣି ଅଃଦିକ୍ ଦଃନି ଅୟ୍ଦ୍; ଆରେକ୍; ସେ ନିଜାର୍ ଦଃନେ ବଃଳ୍ବାନ୍ ଅୟି ଗ୍ରିସ୍ ରାୟ୍ଜାର୍ ବିରୁଦେ ସଃବୁ ଲକେ ଉସ୍କାୟ୍ଦ୍।
3 ତଃବେ ଗଟେକ୍ ସଃକ୍ତିକାରି ରଃଜା ଉଟେଦ୍, ସେ ସଃବକେ ତଃଳେ ହଃକାୟ୍ ତାର୍ ଇଚାୟ୍ ସାସନ୍ କଃରେଦ୍। 4 ଆର୍, ସେ ରଃଜା ଆୟ୍ଲେକ୍ ତାର୍ ଗଃର୍ବାର୍ ଗିନେ ତାର୍ ରାୟ୍ଜ୍ ବାଙ୍ଗି ଚାରିବାଗେ ବାଗ୍ ଅୟ୍ଦ୍; ମଃତର୍ ତାର୍ ବଃଉଁସାର୍ ଗିନେ କି ତାର୍ ଇଚା ହଃର୍କାରେ କି ସାସନାର୍ ଗିନେ ନଃୟ୍, ମଃତର୍ ବିନ୍ ଲକାର୍ ଗିନେ ତାର୍ ରାଇଜ୍ ବାଗ୍ ଅୟ୍ଦ୍, ସେ ବଃଳ୍ମାଡ୍ କଃରି ସାସନ୍ କଃରେଦ୍ ଆର୍ ଇଚା ହଃର୍କାରେ କାମ୍ କଃରେଦ୍।
5 ଆରେକ୍, ଉତୁର୍ ଦେସ୍ ବଃଲେକ୍ ମିସରାର୍ ରଃଜା ସଃକ୍ତିର୍ ରଃଜା ଅୟ୍ଦ୍ ମଃତର୍ ତାର୍ ମୁଳିକାମଃନ୍କାର୍ ବିତ୍ରେ ଗଟ୍ ଲକ୍ ଅଃଦିକ୍ ବଃଳ୍କାରି ଅୟି ସାସନ୍ କଃରେଦ୍; ତାର୍ ରାୟ୍ଜ୍ ଗଟେକ୍ ବଃଡ୍ ରାୟ୍ଜ୍ ଅୟ୍ଦ୍। 6 ମଃତର୍ କଃତି ବଃର୍ସାର୍ ହଃଚେ ସେମଃନ୍ ବେଟ୍ଗାଟ୍ ଅଃଉତି ଆର୍ ଉତୁର୍ ଦେସାର୍ ରଃଜାର୍ କଃନ୍ୟା ଦିଆନିଆଁ ନିୟମ୍ ତାହୁନ୍ କଃରୁକେ ଉତୁର୍ ଦିଗାର୍ ରଃଜା ହାକ୍ ଆସେଦ୍; ମଃତର୍ ସେ ରଃଜାର୍ ଜିସି ଆର୍ ସୁସ୍ତାୟ୍ ରେଉଁ ନଃହାରେ ତାର୍ ଡଃକ୍ରାସି ଦୁର୍ବଳ୍ ଅୟିଦ୍; ସେ ଆର୍ ତାର୍ ଡଃକ୍ରାସି, ସେମଃନାର୍ ହିଲାମଃନ୍କେ ଆର୍ ତାକାର୍ ସେବାକାରି ମଃନ୍ ବିନ୍ ଲକାର୍ ଆତେ ସଃହ୍ରି ଅଃଉତି। 7 ମଃତର୍ କଃନ୍ୟାର୍ ମୁଳେହୁଣି ଗଟ୍ ଲକ୍ ନିଜାର୍ ଟାଣେ ଜାତ୍ ଅୟ୍ଦ୍, ସେ ଉତୁର୍ ଦେସାର୍ ସଃୟ୍ନ୍ ଦଃଳ୍ ସଃଙ୍ଗ୍ ଜୁଜ୍ କଃରେଦ୍ ଆର୍ ଜୁଜେ ସେ ଜିଣି ରଃଜା ଅୟ୍ଦ୍; 8 ଆରେକ୍, ସେ ମଃନାର୍ ଚଃଚେ ହାଜ୍ଲା ମୁର୍ତି ସଃଙ୍ଗ୍ ସେମଃନ୍କାର୍ ଦେବ୍ତାମଃନ୍କେ ଆର୍ ସନା ରୁହାର୍ ସୁନ୍ଦୁର୍ ଜିନିସ୍ ସଃବୁକେ ମିସର୍ ଦେସ୍କେ ନଃୟ୍ଦ୍ ଆର୍ ସେ କଃତି ବଃର୍ସ୍ ହଃତେକ୍ ଉତୁର୍ ଦେସାର୍ ରଃଜାର୍ ତଃୟ୍ ହୁଣି ସୁସ୍ତିର୍ ବାବେ ରଃୟ୍ଦ୍ 9 ଆରେକ୍, ସେ ଉତୁର୍ ଦେସାର୍ ରଃଜା ଉତୁର୍ ଦେସାର୍ ରଃଜା ସଃଙ୍ଗ୍ ଜୁଜେ ଆରି ସେ ନିଜାର୍ ଦେସ୍କେ ବାଉଳି ଜାୟ୍ଦ୍।
10 ଆରେକ୍, ତାର୍ ହଃୟ୍ସିମଃନ୍ ଜୁଜ୍ କଃର୍ତି ଆର୍ ସେମଃନ୍ ଗଟେକ୍ ବଃଡ୍ ସଃୟ୍ନ୍ ଦଃଳ୍ ଗଃଣ୍ତି, ସେମଃନ୍ ଆସି ହୁର୍ ହାଣି ହର୍ ଉଚ୍ଳି କଃରି ମାଡି ଜାତି; ଆରେକ୍, ସେମଃନ୍ ଦଃକିଣ୍ ଦେସାର୍ ରଃଜାର୍ ସଃୟ୍ନ୍ମଃନ୍ ରେତା ବାସା ହଃତେକ୍ ଜୁଜ୍ କଃର୍ତି। 11 ସେଡେବଃଳ୍ ମିସର୍ ଦେସାର୍ ରଃଜା ରିସା ଅୟି ଉତୁର୍ ଦେସ୍ ସିରିଆର୍ ରଃଜା ସଃଙ୍ଗ୍ ଜୁଜ୍ କଃରୁକ୍ ବାରାୟ୍ଦ୍। ମଃତର୍ ଉତୁର୍ ଦେସାର୍ ରଃଜାର୍ ବଃଡ୍ ସଃୟ୍ନ୍ ଦଃଳ୍ ରଃୟ୍ଦ୍, ଅୟିଲେକ୍ ହେଁ ସେ ଜୁଜେ ଆରେଦ୍। 12 ଆରେକ୍, ସେ ଅଲେକାର୍ ଲକାର୍ ଗିନେ ସେ ଗଃର୍ବ୍ କଃରେଦ୍ ଅଲେକାର୍ ସଃୟ୍ନ୍ମଃନ୍କେ ଅଃତ୍ୟା କଃଲେକ୍ ହେଁ ସେ ଜିତୁ ନଃହାରେ। 13 ଆରେକ୍, ଉତୁର୍ ଦେସାର୍ ରଃଜା ବାଉଳିଆସି ହୁର୍ବ୍ ତଃୟ୍ହୁଣି ଗଟେକ୍ ଅଃଦିକ୍ ବଃଡ୍ ସଃୟ୍ନ୍ ଦଃଳ୍ ଗଃଳେଦ୍; ଆରେକ୍, ସେ ବେସି ବଃର୍ସାର୍ ତଃଳେ ହୁର୍ବାର୍ ତଃୟ୍ହୁଣି ଅଃଦିକ୍ ସଃୟ୍ନ୍ ନଃୟ୍ ଦଃକିଣ୍ ଦେସ୍ ସଃଙ୍ଗ୍ ଜୁଜ୍ କଃରେଦ୍, ଆରେକ୍ ଆତେ ଅଃଦିକ୍ ଅଃତ୍ୟାର୍ ଦଃରି ସେ ଜୁଜ୍ କଃରୁକ୍ ଆସେଦ୍। 14 ଆରେକ୍, ସଃଡେବଃଳ୍ ଅଃନେକ୍ ଲକ୍ ଉତୁର୍ ଦେସାର୍ ରଃଜାର୍ ବିରୁଦେ ଉଟ୍ତି; ତୁମାର୍ ଲକମଃନାର୍ ବିତ୍ରେ ଅଃତ୍ୟାଚାରିର୍ ହିଲାମଃନ୍ ଇ ଦର୍ସନାର୍ ସଃତ୍ ଅଃଉଁକ୍ ନିଜ୍କେ ଜୁଜ୍ କଃରୁକ୍ ଜୟ୍ଗ୍ କଃର୍ତି; ମଃତର୍ ସେମଃନ୍ ନାସ୍ ଅଃଉତି। 15 ଇହର୍ ଉତୁର୍ ଦେସାର୍ ରଃଜା ଆସେଦ୍ ଆର୍ ଗଃଳ୍କେ ବନ୍ଦି କଃରି ଅଃଟୁଆ ରାୟ୍ଜ୍କେ ନିଜାର୍ ଅଃତେକ୍ ଆଣେଦ୍; ସେତାର୍ ଗିନେ ଦଃକିଣ୍ ଦେସାର୍ ସଃୟ୍ନ୍ମଃନ୍ ଆର୍ ବାଚ୍ଲା ଲଃକ୍ମଃନ୍ ବିରଦ୍ କଃରୁ ନଃହାର୍ତି; କି ତେବାଉଁକେ ସଃୟ୍ନ୍ମଃନ୍ ହେଁ ତାକ୍ ବାଦା ଦେଉଁ ନଃହାର୍ତି। 16 ମଃତର୍ ଉତୁର୍ ଦେସାର୍ ରଃଜା ନିଜାର୍ ଇଚା ହଃର୍କାରେ ସେମଃନ୍କାର୍ ବିରୁଦେ କାମ୍ କଃରେଦ୍ ଆର୍ ତାର୍ ବିରୁଦେ କେଏ ଜଃଉଁକ୍ ନଃହାର୍ତି; ଆରେକ୍, ସେ ଇସ୍ରାଏଲ୍ ଦେସ୍ ବିତ୍ରେ ଟିଆ ଅୟ୍ଦ୍ ଆର୍ ତାର୍ ଆତେ ବିନାସାର୍ ସଃକ୍ତି ରଃୟ୍ଦ୍। 17 ଆରେକ୍, ଉତୁର୍ ଦେସାର୍ ରଃଜା ତାର୍ ସଃବୁ ସଃକ୍ତି ଦଃକିଣ୍ ଦେସ୍ ବିରୁଦେ ଲାଗାୟ୍ଦ୍, ସେ ଦଃକିଣ୍ ଦେସାର୍ ରଃଜା ସଃଙ୍ଗ୍ ଗଟେକ୍ ସାନ୍ତି ବୁଜାମାନା ଲେକ୍ତି। ସେ ନଃସ୍ଟ୍ କଃରୁକ୍, ନିଜାର୍ ଜିସିମଃନ୍କାର୍ ବିତ୍ରେ ଗଟେକ୍ ଜିସିକେ ଦଃକିଣାର୍ ରଃଜାକ୍ ଦଃୟ୍ଦ୍; ମଃତର୍ କଃନ୍ୟା ତିର୍ ଅୟି ରେଉଁ ନଃହାରେ, କି ତାର୍ ହାଇଁ ନୟ୍। 18 ଇତାର୍ ହଃଚେ ସେ ସଃମ୍ନ୍ଦ୍ କଃଣ୍ଡାୟ୍ମଃନ୍ ରେତା ଦେସ୍କେ ଜାୟ୍ ଗାଦେକ୍ ଲକ୍ମଃନ୍କେ ନିଜାର୍ ଆୟ୍ତେ ଆଣେଦ୍; ମଃତର୍ ଗଟେକ୍ ବିଦେସି ନେତା ତାକେ ଆରାୟ୍ଦ୍ ଆର୍ ତାର୍ ଟେପର୍ ବାଙ୍ଗେଦ୍; ଆରେକ୍, ସେ ତାର୍ ନାମର୍ତା ସେ ନିଜେ ଆରାୟ୍ଦ୍। 19 ତଃବେ ସେ ନିଜାର୍ ଦେସାର୍ ସଃୟନ୍ ରେତା ବାସାକେ ବାଉଳେଦ୍; ମଃତର୍ ସେ ସେତି ଜଟ୍ୟାୟ୍ ଅୟି ଅଦ୍ରେଦ୍; ଆର୍ ତାର୍ ସଃବୁ ସେସ୍ ଅୟିଦ୍। 20 ସେ ଉତୁର୍ ଦେସାର୍ ରଃଜାର୍ ରାୟ୍ଜ୍ କଃର୍ତାର୍ ସେସ୍ ଅୟ୍ଦ୍ ତଃବେ ନଃଉଁଆ ରଃଜା ଆସେଦ୍, ସେ ରଃଜା ରଃଜାର୍ କୁଟୁମେ ହୁଣି ଆସି ନଃକେରେ। ନିଜାର୍ ସୁକ୍ ହାଉଁକ୍ ଦଃନ୍ କାମାଉଁକ୍ ଗଟେକ୍ ସିସ୍ଟୁ ଆଦାୟ୍ କାରିକ୍ ରଃଜା କଃରା ଅୟ୍ଦ୍; ମଃତର୍ ସେ ଅଃଳକ୍ ଦିନ୍ ବିତ୍ରେ ନାସ୍ ଅୟ୍ଦ୍, ରିସାୟ୍ ନୟ୍ କି ଜୁଜେ ନୟ୍।
21 ଆରେକ୍, ଦୁତ୍ ବୁଜାୟ୍ ଦିଲା, ସିରିଆ ଦେସାର୍ ରଃଜା ଗଟେକ୍ ଦୁସ୍ଟ୍ ଲକ୍ ଅୟ୍ଦ୍ ଜେକି ରଃଜା ଅଃଉତାର୍ ବିଦି ନୟ୍ , ସେ ବିପଦ୍ ନୟ୍ଲା କାଳେ ଆସେଦ୍ ଆର୍ ସୁତ୍ରାଉଣି କଃତା କୟ୍ ରାୟ୍ଜ୍ ହାୟ୍ଦ୍। 22 ଆରେକ୍, ବେସି ବଃଡ୍ ଆର୍ ସଃକ୍ତିକାରି ସଃୟ୍ନ୍ ଦଃଳ୍କେ ଆରାୟଦ୍ ଆର୍ ଇସ୍ୱର୍ ବାଚ୍ଲା ମୁଳ୍ ଜାଜକ୍କେ ନାସ୍ କଃରେଦ୍। 23 ଆରେକ୍, ତାର୍ ସଃଙ୍ଗ୍ ନିୟମ୍ ତିର୍ କଃଲା ହଃଚେ ସେ ବିନ୍ ରାଜିର୍ ଲକେ ଜଃଟ୍ତା କାମ୍ କଃରେଦ୍; ଆର୍ ସେ ବେସି ବଃଳ୍ ହାୟ୍ଦ୍ ସେ ସାନ୍ ଦେସ୍ ଅୟି ହେଁ ବେସି ସଃକ୍ତିମାନ୍ ଅୟ୍ଦ୍। 24 ଜଃଡେବଃଳ୍ ଦଃନି ଦେସ୍ମଃନ୍ କାୟି ବିପ୍ତି ନାୟ୍ ବଃଲି ମଃନେବାବ୍ତି ସଃଡେବଃଳ୍ ସେ ସେମଃନ୍କେ ଜୁଜ୍ କଃରେଦ୍। ସେରି ଉବାସି ଆର୍ ତାର୍ ଦାଦିସିମଃନ୍ ଜୁୟ୍ରି କଃରି ନଃରିଲାୟ୍, ସେରି ସେ କଃରେଦ୍; ସେ ତାର୍ ସଃଙ୍ଗ୍ମଃନାର୍ ବିତ୍ରେ ଚରି ଜିନିସ୍ ଆର୍ ଜିକି ଆଣ୍ଲା ଜିନିସ୍ ଆର୍ ଦଃନ୍ ବାଟାକଃରି ଦଃୟ୍ଦ୍ ଆର୍ ଅଃଟୁଆ ଗଃଳ୍ସଃବୁ ବିରୁଦେ ଜୁଜ୍ କଃରି ଅଃଳକ୍ ଦିନାର୍ ଗିନେ ଜିଣେଦ୍ ମଃତର୍ ତାର୍ ଦିନ୍ ବେଗି ସେସ୍ ଅୟ୍ଦ୍।
25 ଆରେକ୍, ସେ ବଃଡ୍ ସଃୟ୍ନ୍ ଦଃଳ୍ ସଃଙ୍ଗେ ନଃୟ୍ ଉତୁର୍ ଦେସାର୍ ରଃଜା ବିରୁଦେ ନିଜାର୍ ବଃଳ୍ ଆର୍ ସାସ୍ ଦଃକାୟ୍ ରିସା କଃରେଦ୍; ତଃବେ ଦଃକିଣ୍ ଦେସାର୍ ରଃଜା ଅଃଦିକ୍ ବଃଡ୍ ଆର୍ ସଃକ୍ତିକାରି ସଃୟ୍ନ୍ ଆଣି ତାର୍ ସଃଙ୍ଗ୍ ଜୁଜ୍ କଃରେଦ୍; ମଃତର୍ ସେ ତିର୍ ଅୟି ରେଉଁ ନଃହାରେ; ଆରେକ୍ ସେମଃନ୍ ତାର୍ ବିରୁଦେ ବିନ୍ ବିନ୍ ଉପାୟ୍ ହାଚ୍ତି। 26 ଜୁୟ୍ଲକ୍ମଃନ୍ ତାର୍ କାଦି କାତି ସେମଃନ୍ ତାକେ ନାସ୍ କଃର୍ତି, ତାର୍ ସଃୟ୍ନ୍ ଦଃଳ୍ ଜୁଜେ ଆର୍ତି ଆର୍ ଅଃନେକ୍ ସଃୟ୍ନ୍ ମଃର୍ତି। 27 ତଃବେ, ଇ ଜୁଳେକ୍ ରଃଜା ଗଟେକ୍ ଟେବୁଲେ କାଉଁକେ ବଃସ୍ତି ମଃତର୍ ସେମଃନାର୍ ଦୁସ୍ଟ୍ ମଃନ୍ବାବ୍ ରଃୟ୍ଦ୍, ସେମଃନାର୍ ବିତ୍ରେ ମିଚ୍ କଃଉଆ କଃୱି ଅଃଉତି, ସେମଃନ୍ ଇଚା କଃଲାର୍ ହାଉଁ ନଃହାର୍ତି, ବଃଲେକ୍ ସେ ବେଳା ଆସି ନଃରେୟ୍। 28 ତାର୍ ହଃଚେ ସେ ଉତୁର୍ ଦେସାର୍ ରଃଜା ଗାଦେକ୍ ଚରି ଦଃନ୍ ହାୟ୍ଲାର୍ ସଃଙ୍ଗେ ନଃୟ୍ ବାଉଳେଦ୍, ଆର୍ ଇସ୍ୱରାର୍ ଲକ୍ମଃନାର୍ ଦଃର୍ମ୍ ନଃସ୍ଟ୍ କଃରେଦ୍, ସେ ନିଜାର୍ ଇଚା ହଃର୍କାରେ କାମ୍ କଃରି ସେ ନିଜାର୍ ଦେସ୍କେ ବାଉଳି ଜାୟ୍ଦ୍।
29 ଟିକ୍ କାଳେ ସେ ବାଉଳି ଆସି ମିସର୍ ଦେସ୍ ବିରୁଦେ ଜାୟ୍ଦ୍; ମଃତର୍ ଆଗେ ଜଃନ୍କଃରି ଜିଣି ରିଲା ସେ ଅଃବେ ସେନ୍କଃରି ଜିଣୁ ନଃହାରେ। 30 କାୟତାକ୍ବଃଲେକ୍ କିତିମାର୍ ଜାଜ୍ ସଃବୁ ତାର୍ ବିରୁଦେ ଆସ୍ତି, ଇତାର୍ଗିନେ ସେ ଦୁକ୍ ହାୟ୍ଁ ବାଉଳି ଜାୟ୍ଦ୍ ଆର୍ ନିର୍ମୁଳ୍ ନିୟମାର୍ ବିରୁଦେ ଜାୟ୍ ରିସା ଅୟି ନିଜାର୍ ଇଚା ହଃର୍କାରେ କାମ୍ କଃରେଦ୍; ସେ ବାଉଳି ଜାୟ୍ ନିର୍ମୁଳ୍ ନିୟମ୍ ଚାଡ୍ଲା ଲକ୍ମଃନକାର୍ ସଃଙ୍ଗ୍ ମିସେଦ୍। 31 ଆରେକ୍, ତାର୍ ସଃୟ୍ନ୍ମଃନ୍ ଉଟି ପବିତ୍ର ଟାଣ୍କେ ବିଟାଳ୍ କଃର୍ତି ଆର୍ ନିତି ହମ୍ହୁଜାକେ ବଃନ୍ଦ୍ କଃର୍ତି, ଆରେକ୍ ସଃବୁନାସ୍କାରି ଗୁର୍ନା ଜୟ୍ଗ୍ ମୁର୍ତି ତାହୁନ୍ କଃରେଦ୍। 32 ଆରେକ୍, ଜୁୟି ଲଃକ୍ମଃନ୍ ନିୟମ୍ ବିରୁଦେ ଜାୟ୍ ଦୁସ୍ଟ୍ କାମ୍ କଃର୍ତି, ସେମଃନ୍କେ ସୁତ୍ରାଉଣି କଃତା କୟ୍ କଃରାପ୍ ବାଟ୍ ନଃୟ୍ଦ୍, ମଃତର୍ ଜୁୟି ଲଃକ୍ମଃନ୍ ଅଃହ୍ଣାର୍ ଇସ୍ୱର୍କେ ଜାଣ୍ତି, ସେମଃନ୍ ବଃଳ୍କାରି ଅଃଉତି ଆର୍ ଡାକ୍ହୁଟା କାମ୍ କଃର୍ତି। 33 ଆରେକ୍, ଲକ୍ମଃନାର୍ ବିତ୍ରେ ଗିଆନିମଃନ୍ ଗାଦେକ୍ ଲକ୍ମଃନ୍କେ ବୁଜୁହାର୍ତା ସିକ୍ୟା ଦେତି; ତଃବେହେଁ ସେମଃନାର୍ ବିତ୍ରେ କଃତିଲକେ ଜୁଜେ କଃଣ୍ଡାୟ୍ ଅଃତ୍ୟା କଃରା ଅୟ୍ଦ୍ ଜୟେ ହଡା ଅୟ୍ଦ୍ ବନ୍ଦି ଅଃବୁସ୍ତାୟ୍ କଃତି ଲକେ ହାଦେ ମାଡ୍ତି ଜଃୟ୍ଲେ ହଃଳ୍ତି। 34 ଜଃଡେବଃଳ୍ ସେମଃନ୍ ଅଃନ୍ୟାୟ୍ କାମେ ବୁଡିଜାତି, ସଃଡେବଃଳ୍ ସେମଃନ୍ ଅଃଳକ୍ ଉହ୍କାର୍ ହାଉତି; ମଃତର୍ ଗାଦେକ୍ ଚାଲାକି କଃତା କୟ୍ ସେମଃନକାର୍ ସଃଙ୍ଗ୍ ମିସ୍ତି। 35 ଆରେକ୍, କଃତେକ୍ ଗିଆନି ଲଃକ୍ମଃନ୍ ଜଟିଆୟ୍ ଅଃଉତି ଆର୍ ସେମଃନ୍ ବୁଲ୍ କଃର୍ତି, ମଃତର୍ ସେ ବୁଜୁହାର୍ତା ନିର୍ମୁଳ୍, ପରିସ୍କାର୍ ଆର୍ ଦବ୍ କଃରୁକ୍ ସେସ୍ ସଃମୟେ ଡିସି ନଃକେର୍ତି। ସେ ସଃମୟ୍ ଆସେଦ୍ ଜଃଡେବଃଳ୍ ମାପୁର୍ ବିଚାର୍ କଃରେଦ୍।
36 ଆରେକ୍, ରଃଜା ନିଜାର୍ ଇଚା ହଃର୍କାରେ କାମ୍ କଃରେଦ୍ ଆର୍ ସଃବୁ ଦେଉତାତଃୟ୍ହୁଣି ନିଜ୍କେ ବଃଡ୍ ବଃଲି ଗଃର୍ବ୍ କଃରେଦ୍, ମାପୁର୍ ମଃନାର୍ ମାପୁରାର୍ ବିରୁଦେ ବାନ୍ୟା କଃତା କୟ୍ଦ୍ ଆର୍ ତାର୍ ରିସାର୍ କାମ୍ ହୁରୁଣ୍ ଅଃଉତା ହଃତେକ୍ ସଃକ୍ତିକାରି ଅୟିଦ୍; କାୟିତାକ୍ ବଃଲେକ୍ ଜାୟ୍ରି ଜଃଜ୍ନା ଅୟି ଆଚେ, ସେରି କଃରାଜାୟ୍ଦ୍। 37 ସେ ନିଜାର୍ ଦାଦିବାବୁମଃନାର୍ ଦେବତାକେ ମାନି ନଃକେରେ; କି ମାୟ୍ଜିମଃନାର୍ ଇଚା କି କୁଣ୍ ଦେବ୍ତାମଃନ୍କେ ନଃମାନେ; କାୟିତାକ୍ ବଃଲେକ୍ ସେ ସଃବୁଲକ୍ ତଃୟ୍ହୁଣି ନିଜ୍କେ ବଃଡ୍ କଃରେଦ୍। 38 ମଃତର୍ ସେ ରଃଜା ଗଃଳାର୍ ଦେବତାକେ ମାୟିନ୍ କଃରେଦ୍ ଆର୍ ତାର୍ ଦାଦିବାବୁମଃନାର୍ ନଃଚିନ୍ଲା ଦେବତାକେ ସନା, ରୁହା, ଜଃବର୍ ମଃଲାର୍ ସିଳ୍ ଆର୍ ଆକାୟ୍ ସୁନ୍ଦୁର୍ ଲାଗ୍ତା ଜିନିସ୍ ନଃୟ୍ ମାନ୍ତି କଃରେଦ୍। 39 ଆରେକ୍ ସେ ବିଦେସାର୍ ଦେବ୍ତାର୍ ସଃକ୍ତିୟେ ମଃଜ୍ବୁତ୍ ଗଃଳ୍ ବିରୁଦେ କାମ୍ କଃରେଦ୍, କେଏ ଜଦି ତାକେ ମାନେଦ୍, ସେ ତାର୍ ତାର୍ ନାଉ ଡାକ୍ହୁଟା କଃରେଦ୍ ଆର୍ ଗାଦା ଲକ୍ମଃନ୍କାର୍ ଉହ୍ରେ ସେମଃନ୍କେ ଦାୟିତ୍ ହଃଦ୍ ଦଃୟ୍ଦ୍ ଆର୍ ଡାବୁ ବାଦୁଲେ ବୁୟ୍ଁ ବାଟା କଃରେଦ୍।
40 ଆର୍, ସେସ୍ କାଳେ ଉତୁର୍ ଦେସାର୍ ରଃଜା ତାର୍ ସଃଙ୍ଗେ ବିରଦି ଅୟିଦ୍ ଆର୍ ଉତୁର୍ ଦେସାର୍ ରଃଜା ରଃତ୍, ଗଳାଚାଲାଉସଃବୁ ଆର୍ ଗାଦେକ୍ ଜାଜ୍ ନଃୟ୍ ତାର୍ ବିରୁଦେ ଚୁରାଗାଲି ହଃବନ୍ ହର୍ ଆସ୍ତି ସେ ବିନ୍ ବିନ୍ ଦେସ୍ ବିତ୍ରେ ହୁରି ଗାଡ୍ ଆୟ୍ଲା ଗାଡାର୍ ଉଲାଳ୍ ହର୍ ଆସ୍ତି। 41 ସେ ହେଁ ସୁନ୍ଦୁର୍ ଇସ୍ରାଏଲ୍ ଦେସ୍ ବିତ୍ରେ ହେଁ ଜାୟ୍ଦ୍, ତଃବେ ଗାଦା ଦେସ୍ ଆରେଦ୍; ମଃତର୍ ଇଦମ୍ ଆର୍ ମୟାବ ଆର୍ ଅମ୍ମନ-ବଃଉଁସାର୍ ମୁଳିକା ହଃଦ୍ ତାର୍ ଆତେ ହୁଣି ରଃକ୍ୟା ହାୟ୍ଦ୍। 42 ଆରେକ୍, ସେ ନାନା ଦେସ୍ ଉହ୍ରେ ନିଜାର୍ ସଃକ୍ତି ଦଃକାୟ୍ଦ୍ ଆର୍ ମିସର୍ ଦେସ୍ ହେଁ ରଃକ୍ୟା ହାଉଁ ନଃହାରେ। 43 ମଃତର୍ ମିସରାର୍ ସନା ଆର୍ ରୁହା ବଃଣ୍ଡାର୍ ସଃବୁ ଆର୍ ବେସି ମଃଲାର୍ ଜିନିସ୍ ସଃବୁ ତାର୍ ଆତେ ହଃଳେଦ୍; ଆରେକ୍, ଲୁଦିଆ ଆର୍ କୁସିୟମଃନ୍ ତାର୍ କଃତାୟ୍ ଚାଲତି। 44 ମଃତର୍ ହୁର୍ବ ଆର୍ ଉତୁର୍ ଦେସେ ହୁଣି ଆୟ୍ଲା କବୁର୍ ତାକେ ଗାବ୍ରା କଃରାୟ୍ଦ୍; ତଃବେ ସେ ଅଃନେକ୍ ଲକେ ନାସ୍ କଃରେଦ୍ ଆର୍ ହୁର୍ନ୍ ରୁହେ ନାସ୍ କଃରୁକ୍ ବେସି ରିସାୟ୍ ବାରାୟ୍ ଜାୟ୍ଦ୍। 45 ଆରେକ୍, ସେ ସଃମ୍ନ୍ଦ୍ ଆର୍ ସୁନ୍ଦୁର୍ ପବିତ୍ର ହଃର୍ବାତାର୍ ବିତ୍ରେ ନିଜାର୍ ଦେସାର୍ ତୁମ୍ ଗଃର୍ ହାଜେଦ୍; ତଃବେ ହେଁ ତାର୍ ସେସ୍କାଳ୍ ହଚେଦ୍, ଆର୍ କେଏ ତାକେ ଆଡି ନଃଉତି।