1 ରଃଜା ବେଲ୍ସତ୍ସର୍ ନିଜାର୍ ଅଃଜାର୍ଗଟ୍ ବଃଡ୍ ବଃଡ୍ ଲକମଃନାର୍ ଗିନେ ଗଟେକ୍ ବଃଡ୍ ବଜିକଃଲା ଆର୍ ସେ ଲଃକ୍ମଃନ୍ ଅଃଙ୍ଗୁର୍ ରଃସ୍ ସୁର୍ଲାୟ୍। 2 ଆରେକ୍, ତାର୍ ଉବାସି ନବୁକଦ୍ନିତ୍ସର୍ ଜିରୁସାଲମାର୍ ମନ୍ଦିରେ ହୁଣି ଜୁୟି ସଃବୁ ସନା ଆର୍ ରୁହାର୍ କପାମଃନ୍ ଚରି ଆଣିରିଲା. ସେରି ଆଣୁକ୍ ତାର୍ ଲକ୍ମଃନ୍କେ ଆଦେସ୍ ଦିଲା, ସେତି ରଃଜା ଆର୍ ତାର୍ ଅମାତ୍ୟ ବଃଡ୍ ବଃଡ୍ ଲକ୍, ଆରେକ୍ ତାର୍ ଡକୁର୍ସିମଃନ୍ ଆର୍ ଦାସି ଡକୁର୍ସିମଃନ୍ ଜଃନ୍କଃରି ସେତି କାତି 3 ତାର୍ ଲକମଃନ୍ ଜିରୁସାଲମ୍ ମନ୍ଦିର୍ ବଃଲେକ୍ ମାପୁରାର୍ ଗଃରେ ହୁଣି ଜୁୟି ସଃବୁ ସନା ଆଣ୍ଡିକଣ୍ଡି ଚରି ନଃୟ୍ ରିଲାୟ୍, ସେରି ଲକମଃନ୍ ଆଣ୍ଲାୟି। ଆରେକ୍, ରଃଜା ଆର୍ ତାର୍ ଅମାତ୍ୟଗଃସ୍ଟି, ତାର୍ ଡଃକୁର୍ସି ଆର୍ ଦାସି ଡକୁର୍ସିମଃନ୍ ସେ ସଃବୁ ଟାଣେ ସୁର୍ଲାୟ୍। 4 ସେମଃନ୍ ଅଙ୍ଗୁର୍ ରଃସ୍ ସୁରୁ ସୁରୁ ସନା ଆର୍ ରୁହା, ହିତୁଳ୍,ଲଃଉଆ, କାଟ୍ ଆର୍ ସିଳେ ହାଜ୍ଲା ଦେଉତାମଃନାର୍ ଗୁଣ୍ଗାନ୍ କଃଲାୟି।
5 ସେଦାହ୍ରେ ମାନାୟ୍ର୍ ଗଟେକ୍ ଆତ୍ ଦଃକାୟ୍ ଅୟ୍ଲି ଆର୍ ରାଜ୍ମେଳାର୍ ଚୁନ୍ ଚାରାୟ୍ଲା କୁଡ୍ ଉହ୍ରେ ଆଙ୍ଗଟିଏ ଲେକ୍ତାର୍ ଡିସ୍ଲି। ସେ ଆତ୍ କୁପି ଅଳା ସଃଙ୍ଗାଉତା ରାଜ୍ମେଳାର୍ କଃତିୟେ ଲେକ୍ଲି। ରଃଜା ଲେକ୍ତା ଆତାର୍ ଗଟେ ବାଗ୍ ଦଃକ୍ତିରିଲା। 6 ସେତାକ୍ ରଃଜା ଡିରିଗଃଲା ଆର୍ ତାର୍ ବାବ୍ନା ତାକ୍ ଗାବ୍ରା କଃଲି; ଆର୍ ତାର୍ ମାଣ୍ଡି ତର୍ ତଃର୍ଲି ଆର୍ ମାଣ୍ଡିକେ ମାଣ୍ଡି ଜୁଜ୍ଲି। ତାର୍ ଗଡ୍ ବେସି ଦୁର୍ବଳ୍ ଅୟ୍ଲି ସେ ଟିଆ ଅଃଉଁକ୍ ନାହାର୍ଲା। 7 ରଃଜା ଗଃଣ୍ନା କାରିକ୍, କଲଦିୟ ଆର୍ ଆସୁଲାକାଳାର୍ କଃତା କଃଉତା ବାବ୍ବାଦିମଃନ୍କେ ଆଣୁକ୍ କୁଦାୟ୍ଲା। ରଃଜା ବାବିଲିୟର୍ ହଃଣ୍ଡିତ୍ ଲକ୍ମଃନ୍କେ କୟ୍ଲା, ଜେ ଇ ଲେକା ହଳେଦ୍ ଆର୍ ସେତିର୍ ଅଃର୍ତ୍ ମକେ ଜାଣାୟ୍ଦ୍, ସେ ବେଜା ରଃଙ୍ଗାର୍ ବଃସ୍ତର୍ ହିନ୍ଦେଦ୍ ଆର୍ ତାର୍ ଗଃଳାୟ୍ ସନାର୍ ମାଳି ହିନ୍ଦା ଅୟ୍ଦ୍, ଆର୍ ସେ ରାୟ୍ଜାର୍ ତିନ୍ନଃମ୍ବର୍ ସାସନ୍ କାରି ଅୟ୍ଦ୍। 8 ତଃବେ ରଃଜାର୍ ସଃବୁ ବୁଦିବାନ୍ ଲକ୍ ମେଳ୍ ବିତ୍ରେ ଆୟ୍ଲାୟ୍; ମଃତର୍ ସେମଃନ୍ ଲେକା ହଃଳୁ ନଃହାର୍ଲାୟ୍ କି ତାର୍ ଅଃର୍ତ୍ ଜାଣାଉଁକେ ନଃହାର୍ଲାୟ୍। 9 ତଃବେ ରଃଜା ବେଲ୍ସତ୍ସର୍ ଅଃଦିକ୍ ଗାବ୍ରା ଅୟ୍ଲା ଆର୍ ମୁଉଁ କଃଳିଆ ଅୟ୍ଗଃଲି, ଆର୍ ତାର୍ ବଃଡ୍ ବଃଡ୍ ଲଃକ୍ମଃନ୍ କାବାଅୟ୍ଲାୟ୍।
10 ଅଃଡେବଃଳ୍ ରଃଜାର୍ ଆର୍ ତାର୍ ବଃଡ୍ ବଃଡ୍ ଲକାର୍ କଃତାର୍ ଗିନେ ରାଣି ଆୟ୍ସି କାଦି ସାଳେ ଆୟ୍ଲି; ରାଣି କୟ୍ଲି, ଏ ରଃଜା, ଅଃମର୍ ଜିବନ୍ ଅଃଉ, ତର୍ ବାବ୍ନା ତକେ ଡିରାୟ୍ ନଃକେର, କି ତର୍ ମୁଉ ସୁକି ନଃକେର। 11 ତର୍ ରାୟ୍ଜେ ଗଟେ ଲକ୍ ଆଚେ, ତାର୍ ହୁର୍ଦେ ପବିତ୍ର ଦେଉତାମଃନାର୍ ଆତ୍ମା ଆଚେ; ଆରେକ୍, ତର୍ ଉବାଦିର୍ ସଃମୟେ ଦେଉତାମଃନାର୍ ଗିଆନ୍ହର୍ ବୁଦି ଆର୍ ଗିଆନାର୍ ଉଜାଳ୍ ତାର୍ଟାଣେ ଦଃକାଜାୟ୍ରିଲି। ଆର୍ ତର୍ ଉବାଦି ରଃଜା ନବୁକଦ୍ନିତ୍ସର୍, ହେଁ ତର୍ ଉବାଦି ରଃଜା, ତାକେ ମଃତର୍କାରି, ଗଃଣ୍ନା କାରି କଲଦିୟ ଆର୍ ଆସୁଲାକାଳାର୍ କଃତା ଜାଣାଉତା ବାବ୍ବାଦିମଃନ୍କାର୍ ଉହ୍ରେ ମୁଳିକା କଃରି ବାଚିରିଲା। 12 କାୟତାକ୍ବଃଲେକ୍ ସେ ଦାନିୟେଲାର୍ ମଃନ୍ବିତ୍ରେ ବଃଲ୍ ଆତ୍ମା ଆଚେ, ଗିଆନ୍ ଆର୍ ବୁଦି, ଚଃହ୍ନାର୍ ଅଃର୍ତ୍ ବୁଜାଉତାର୍ ଆର୍ ଗୁପ୍ତ କଃତା ଜାଣାଉତାର୍ ଆର୍ ଆହାତାଣ୍ ଦୁରି କଃର୍ତା ସଃକ୍ତି ଆଚେ, ରଃଜା ତାକ୍ ବେଲ୍ଟସର୍ ନାଉ ଦଃୟ୍ରିଲା। ଅଃବେ ଦାନିୟେଲ୍କେ କୁଦାଉ ସେ ଅଃର୍ତ୍ ଜାଣାୟ୍ଦ୍।
13 ତଃବେ ଦାନିୟେଲ୍କେ ରଃଜାର୍ ଚଃମେ ଆଣ୍ଲାୟି ରଃଜା ଦାୟଲ୍କେ କୟ୍ଲା, ମର୍ ଉବା ମଃହାରଃଜା ଜିଉଦା ଦେସେ ହୁଣି ଜୁଣ୍ ଲକ୍ମଃନ୍କେ ଆଣିରିଲା, ସେ ବାନ୍ଦାଅୟ୍ ଜିଉଦି ଲକମଃନାର୍ ବିତ୍ରେ ଜୁୟି ଦାନିୟେଲ୍ ରିଲା ସେ କି ତୁୟ୍? 14 ମୁୟ୍ ତର୍ ବିସୟେ ସୁଣିଆଚି, ତର୍ ମଃନ୍ବିତ୍ରେ ଦେଉତାମଃନାର୍ ଆତ୍ମା ଆଚେ, ଗିଆନ୍ ଆର୍ ଉଜାଳ୍, ବୁଦି ଆର୍ ସଃବୁକେ ବଃଡ୍ ଗିଆନ୍ ତର୍ ଟାଣେ ଆଚେ। 15 ଅଃବେ ଇ ଲେକା ହଳୁକ୍ ଆର୍ ସେତିର୍ ଅଃର୍ତ୍ ଜାଣାଉଁକ୍ ଗିଆନି ଆର୍ ଗଃଣ୍ନାକାରିକେ ମଃର୍ ଚଃମେ କୁଦାୟ୍ ଆଚି; ମଃତର୍ ସେମଃନ୍ ସେତିର୍ ଅଃର୍ତ୍ କଃଉଁକେ ନାହାର୍ଲାୟ୍। 16 ମଃତର୍ ତର୍ ବିସୟେ ମୁଁୟ୍ ସୁଣିଆଚି, ତୁୟ୍ ସେ ଲେକାର୍ ଅଃର୍ତ୍ କଃଉଁହାର୍ସି ଆର୍ ଅଃମାର୍ ମଃନାର୍ ଚିତା ଦୁର୍ କଃରୁହାର୍ସି, ତଃବେ ତୁୟ୍ ବେଜାରଃଙ୍ଗାର୍ ବଃସ୍ତର୍ ହିନ୍ଦ୍ସି, ତର୍ ଗଃଳାୟ୍ ସନାର୍ ମାଳିସଃରା ହିନ୍ଦା ଅୟ୍ଦ୍ ଆର୍ ତୁୟ୍ ରାଇଜାର୍ ତିନି ଲଃମ୍ବର୍ ସାସନ୍କାରି ଅଃଉସି।
17 ସେଡେବଃଳ୍ ଦାନିଏଲ୍ ରଃଜାକେ କୟ୍ଲା, ତର୍ ଦାନ୍ ତର୍ତଃୟ୍ ରେଉଅ ଆର୍ ତୁୟ୍ ମକେ ଦେତା ପୁରିସ୍କାର୍ ବିନ୍ ଲକେ ଦେସ୍; ଅୟିଲେକ୍ ହେଁ ମୁଁୟ୍ ରଃଜାର୍ ହାଁୟ୍ ଇ ଲେକା ହଳିନ୍ଦ୍ ଆର୍ ଲେକାର୍ ଅଃର୍ତ୍ ତଃକେ ଜାଣାଇନ୍ଦ୍।
18 ଏ ମଃହାରଃଜା, ସଃବ୍କେ ବଃଡ୍ ଇସ୍ୱର୍ ତର୍ ଉବାଦି ନବୁକଦ୍ନିତ୍ସର୍କେ ରାଇଜ୍, ମାୟ୍ନ୍, ମଃରିୟାଦା, ଆର୍ ସଃକ୍ତି ଦିଲା; 19 ଆରେକ୍, ସେ ତାକେ ଇହର୍ ସଃକ୍ତି ଦିଲାକ୍ ସଃବୁ ଗସ୍ଟି, ବିନ୍ବିନ୍ ଦେସାର୍ ଲକ୍ ଆର୍ ବନ୍ବାସାର୍ ଲକ୍ମଃନ୍ ତାକେ ଡିରି ଗଃଲାୟି; ଜାକ୍ ତାର୍ ମଃନ୍ ଅୟ୍ଲି ତାକ୍ ମଃର୍ନେ ମାର୍ଲା ଆର୍ ଜାକେ ତାର୍ ମଃନ୍ ଅୟ୍ଲି ତାକ୍ ଜିବନେ ବଚି ରେଉଁକ୍ ଦିଲା, ଆରେକ୍ ଜାକ୍ ତାର୍ ଇଚା, ସେ ତାକ୍ ବଃଡ୍ କଃଲା ଆର୍ ଜାକ୍ ଇଚା, ତାକ୍ ସେ ସାନ୍ କଃଲା। 20 ମଃତର୍ ତାର୍ ମଃନେ ଗଃର୍ବ ଅୟ୍ଲି ଆର୍ ଆତ୍ମା ଅଃଟୁଉଆ ଅୟ୍ଲି ସେ ଲକ୍ମଃନକେ ଅଃନ୍ୟାୟ୍ ବେବାର୍ କଃଲା, ସେତାର୍ଗିନେ ସେ ନିଜାର୍ ରାଜ୍ ସିଂହାସନେ ହୁଣି ଅଃଲ୍ଗା ଅୟ୍ଲା ଆର୍ ତାର୍ ମାୟ୍ନ୍ ତାର୍ ତଃୟ୍ହୁଣି ଗଃଲି, 21 ଆରେକ୍, ସେ ମାନାୟ୍ମଃନ୍କାର୍ ତଃୟ୍ହୁଣି ଦୁରି ଅୟ୍ଲା; ତାର୍ ମଃନ୍ ହସୁ ହର୍ ଅୟ୍ଲି ଆର୍ ବଃନାର୍ ଗଃଦ ସଃଙ୍ଗ୍ ତାର୍ ବାସା ଅୟ୍ଲି; ସେ ବଃୟ୍ଲ୍ ହର୍ ରଃନ୍ କାୟିଲା ଆର୍ ତାର୍ ଗଃଗାଳ୍ ଅଃଗାସାର୍ ଅସ୍ ହାଣିୟେ ବିଜ୍ଲି; ସେସ୍ବଃଳ୍ ସେ ଜାଣ୍ଲା ଜେ, ସଃବ୍କେ ବଃଡ୍ ଇସ୍ୱର୍ ମାନାୟ୍ମଃନାର୍ ରାଇଜେ ସାସନ୍ କଃରେଦ୍ ଆର୍ ତାର୍ ଉହ୍ରେ ଜାକେ ତାର୍ ମଃନ୍ ତାକ୍ ସେ ବାଚେଦ୍।
22 ଆରେକ୍ ଏ ବେଲ୍ସତ୍ସର୍, ତାର୍ ହୟିସି ଜେ ତୁୟ୍, ଇ ସଃବୁ ଜାଣ୍ଲେକ୍ ହେଁ ମଃନ୍କେ ସାନ୍ ନଃକେର୍ସି; 23 ମଃତର୍ ସଃର୍ଗାର୍ ଅଃଦିକାରି ବିରୁଦେ ନିଜ୍କେ ବଃଡ୍ କଃରିଆଚ୍ସି ଆର୍ ଇସ୍ୱରାର୍ ମନ୍ଦିରାର୍ ସନା ଆର୍ ରୁହାର୍ ନାନା ଆସ୍ତି ତର୍ ମୁଏଁ ଆଣ୍ଲାକ୍, ତୁୟ୍ ଆର୍ ତର୍ ଡକୁର୍ଦି ଆର୍ ଦାସି ମାୟ୍ଜିମଃନ୍ ସେସଃବୁ ତଃୟ୍ ଅଙ୍ଗୁର୍ରଃସ୍ ସୁରି ଆଚାସ୍; ଆରେକ୍ ରୁହାର୍, ସନାର୍, ହିତୁଳାର୍, ଲଃଉଆର୍, କାଟାର୍, ଆର୍ ସିଳାର୍ ଜୁଣ୍ ଦେଉତାମଃନ୍ ଦଃକୁ ନଃହାର୍ତି କି ସୁଣୁ ନଃହାର୍ତି, କି ଜାଣୁ ନଃହାର୍ତି, ସେମଃନକାର୍ ଗୁଣ୍ ଗାନ୍କଃରି ଆଚ୍ସି; ଆରେକ୍ ତର୍ ଜିବନ୍ ଜାର୍ ଆତେ ଆଚେ ଆର୍ ତର୍ ସଃବୁ କାମ୍ ତାର୍ ତଃଳେ, ତୁୟ୍ ସେ ମାପୁରାର୍ ମାୟ୍ନ୍ ନଃକେର୍ସି। 24 ସେତାର୍ଗିନେ ଇବେଳାୟ୍ ତାର୍ ତଃୟ୍ହୁଣି ଆତାର୍ କଃଣ୍ଡେକ୍ ବାଗ୍ ଆସି, ଇ ଲେକା ଲେକି ଅୟ୍ଲି।
25 ଆରେକ୍, ଜାୟ୍ରି ଲେକା ଅୟ୍ଲି, ସେରି ଅୟ୍ଲି ଇରି, ମିନେ ମେନେ, ତକେଲ୍, ଉପାର୍ସିନ୍। 26 ମିନେର୍ ଅଃର୍ତ୍ ଅୟ୍ଲି ମାପୁର୍ ତର୍ ରାୟ୍ଜାର୍ ଇସାବ୍ କଃରିଆଚେ ଆର୍ ସେରି ସେସ୍ କଃରିଆଚେ। 27 ତକେଲ୍, ଇତାର୍ ଅଃର୍ତ୍ ଅୟ୍ଲି ତୁୟ୍ କେଜାୟ୍ ତୁଳାୟ୍ ଅୟି ଆଚ୍ସି ଆର୍ ଉଣା ଜାଣାହଃଳି ଆଚ୍ସି। 28 ପିରସ୍, ଇତାର୍ ଅଃର୍ତ୍ ଅୟ୍ଲି ତର୍ ରାଇଜ୍ ବାଗ୍ ଅୟିଆଚେ, ଆର୍ ମାଦିୟ ଆର୍ ପାରସିକ୍ ମଃନ୍କେ ଦିଆ ଅୟିଆଚେ।
29 ସଃଡେବଃଳ୍ ବେଲ୍ସତ୍ସର୍ ଆଦେସ୍ କଃଲାକ୍, ଲକମଃନ୍ ଦାନିୟେଲ୍କେ ବେଜା ରଃଙ୍ଗାର୍ ବଃସ୍ତର୍ ହିନ୍ଦାୟ୍ଲାୟ୍ ଆର୍ ତାର୍ ଗଃଳାୟ୍ ସନାର୍ ମାଳି ସଃରା ହିନ୍ଦାୟ୍ଲାୟ୍ ଆର୍ ସେ ରାୟ୍ଜାର୍ ତିନ୍ ଲଃମ୍ବର୍ ସାସନ୍ କାରି ଅୟ୍ଦ୍, ତାର୍ ଇ ବିସୟେ କଃଉଆ ଅୟ୍ଲି। 30 ସେ ରାତିଏ କଲଦିୟ୍ମଃନାର୍ ରଃଜା ବେଲ୍ସତ୍ସର୍କେ ମଃର୍ନେ ମାରା ଅୟ୍ଲି 31 ଆରେକ୍, ମାଦିୟ ଦାରିୟାବସ୍ ରଃଜା ରାୟ୍ଜ୍ ହାୟ୍ଲା, ସଃଡେବଃଳ୍ ତାର୍ ବଃୟିସ୍ ସାଟେଦୁଇ ବଃର୍ସ୍ ଅୟ୍ରିଲି।