1 ମାଦିୟ ବଃଉଁସେ ଜାତ୍ ଅକ୍ୟସ୍ୱର୍ ରଃଜାର୍ ହୟିସି ଜେ ଦାରିୟାବସ୍ କଲଦିୟ ରାୟ୍ଜ୍ ଉହ୍ରେ ରଃଜା ଅୟ୍ରିଲା, ହଃର୍ତୁମ୍ ବଃର୍ସେ ଇ ସଃବୁ ଗଃଟ୍ଣାମଃନ୍ ଗଃଟ୍ଲି। 2 ଦାରିୟାବସାର୍ ରାୟ୍ଜ୍ ସନାର୍ ହଃର୍ତୁମ୍ ବଃର୍ସେ ମୁୟ୍ଁ ଦାନିୟେଲ୍, କଃତିଗଟ୍ ସାସ୍ତର୍ ହଳିକଃରି ଜାଣ୍ଲେ ଜେ ଜିରୁସାଲମ୍ ନଃସ୍ଟ୍ ଅଃଉତାର୍ ଆର୍ ଆରେକ୍ ବାନ୍ଦ୍ତାର୍ ସଃମୟ୍ ସତୁରି ବଃର୍ସ୍ ଅଃଉତା ବିସୟେ ଜୁୟି ବଃଚନ୍ ଜିରିମିୟ ବାବ୍ବାଦିକେ ଇସ୍ୱର୍ କୟ୍ରିଲା, ସେରି ମୁୟ୍ଁ ବୁଜ୍ଲେ। 3 ଇତାର୍ଗିନେ ମୁୟ୍ଁ ବାସ୍ତା ହିନ୍ଦି ଚାର୍ ଲିହିଅୟ୍ ଉପାସ୍, ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ମାପୁର୍ ଇସ୍ୱର୍କେ କଜୁକ୍ ତାର୍ ଉହ୍ରେ ଦିଆନ୍ ଦିଲେ। 4 ଆରେକ୍, ମୁୟ୍ଁ ମାପୁର୍ ମର୍ ଇସ୍ୱର୍କେ ପାର୍ତ୍ନା କଃଲେ ଆର୍ ହାହ୍ ମାନିକଃରି କୟିଲେ, ଏ ମାପୁର୍, ତୁୟ୍ ସଃବ୍କେ ଉଟ୍ୟା ଆର୍ ବୟଙ୍କାର୍ ମାପୁର୍, ଜୁୟି ଲକ୍ମଃନ୍ ତକେ ଲାଡ୍ କଃର୍ତି ଆର୍ ତର୍ ନିୟମ୍ ମାନ୍ତି, ତୁୟ୍ ସେମଃନକାର୍ ଉହ୍ରେ ଜଃବାଉ ରଃକ୍ସି ଆର୍ ଦଃୟାକଃର୍ସି।
5 ଅଃମିମଃନ୍ ହାହ୍ ଆର୍ ଅଃଦଃର୍ମି କାମ୍ କଃରି ଆଚୁ ଆର୍ କଃରାପ୍ କାମ୍ କଃରି ବିରଦି ଅୟିଆଚୁ, ଆର୍ ତର୍ ବିଦି ଆର୍ ସାସନାର୍ ବାଟ୍ ଚାଡି ଦଃୟ୍ଆଚୁ। 6 ଆରେକ୍, ତର୍ ଜୁୟି ବାବ୍ବାଦିମଃନ୍ ଅଃମାର୍ ରଃଜାମଃନ୍କେ, ସାସନ୍ ଅଃଦିକାରି ମଃନ୍କେ ଆର୍ ଅଃମାର୍ ଦାଦିବାବୁ ମଃନ୍କେ ଆର୍ ଦେସାର୍ ସଃବ୍କେ ତର୍ ନାଉ କଃତା କୟ୍ଲାୟ୍, ସେମଃନାର୍ କଃତାୟ୍ ଅଃମିମଃନ୍ କାନ୍ ନଃଦିଲୁ। 7 ଏ ମାପୁର୍ ତୁୟ୍ ଅଃଉଁଲିସ୍ ଦଃର୍ମି, ମଃତର୍ ଅଃମିମଃନ୍ ଆଜିର୍ ଦିନେ ଲାଜ୍ ଅଃଉଁକେ ହଃଳୁଲି; ତର୍ ସଃୟ୍ତ୍ ଅଃମାନ୍ୟାର୍ ଗିନେ ଜିଉଦା ଆର୍ ଜିରୁସାଲମାର୍ ଲଃକ୍ମଃନ୍ ଆର୍ ତୁୟି ଡଃଣ୍ଡ୍ଦିଲିସ୍ ସଃବୁ ଦେସ୍ ଚଃମେ ଆର୍ ଦୁରିରେତାର୍ ସଃବୁ ଇସ୍ରାଏଲାର୍ ତର୍ ସଃଙ୍ଗ୍ ସଃତେ ନାୟ୍ଲା ଲଃକ୍ମଃନ୍। 8 , ଏ ମାପୁର୍ ଅଃମିମଃନାର୍ ରଃଜାମଃନ୍, ଅଃମିମଃନାର୍ ମୁଳିକାମଃନ୍ ଆର୍ ଅଃମିମଃନାର୍ ଦାଦିବାବୁମଃନ୍, ଲାଜ୍ ନାୟ୍ଲା କାମ୍ କଃଲାୟି ଆର୍ ତର୍ ବିରୁଦେ ହାହ୍ କଃଲାୟି। 9 ଏ ମାପୁର୍ ତୁୟ୍ ଦଃୟାକାରି ଆର୍ କେମାକାରି; କାୟତାକ୍ବଃଲେକ୍ ଅଃମିମଃନ୍ ତର୍ ବିରୁଦେ ଜାୟ୍ ବିରଦ୍ କଃରିଆଚୁ। 10 ଆର୍ ତର୍ ନିଜାର୍ ବାବ୍ବାଦି ଦଃୟି ଜୁଣ୍ ବିଦି ଅଃମିମଃନ୍କେ ମାନୁକେ ଦିଲିସ୍, ସେହଃର୍କାରେ ଅଃମିମଃନ୍ ଇସ୍ୱରାର୍ ବିଦି ମାନୁକେ ସୁଣି ନଃକେଲୁ। 11 ହେଁ, ସଃବୁ ଇସ୍ରାଏଲ୍ ତର୍ ବିଦି ଅଃମାନ୍ୟା କଃରି ତୁୟ୍ କୟ୍ଲାର୍ ସୁଣୁକେ ମଃନାକଃଲାୟ୍, ତର୍ ଦାସ୍ ମସାର୍ ବିଦି ସାୟ୍ପ୍ ଅଃମିମଃନ୍କାର୍ ଉହ୍ରେ ହଃଳିଆଚେ; ଅଃମିମଃନ୍ ତର୍ ବିରୁଦେ ହାହ୍ କଃରି ଆଚୁ। 12 ଆରେକ୍, ଅଃମିମଃନ୍କାର୍ ଉହ୍ରେ ବଃଡ୍ ଅଃମଙ୍ଗ୍ଳ୍ ଗଃଟାୟ୍ ଆଚ୍ସି ଅଃମିମଃନାର୍ ବିରୁଦେ ଜୁଣ୍ ବିଚାର୍ କଃରୁମଃନ୍ ଅଃମିମଃନ୍କାର୍ ବିଚାର୍ କଃଲାୟି, ସେମଃନ୍କାର୍ ବିରୁଦେ ଜାୟ୍ରି କୟ୍ରିଲିସ୍, ନିଜାର୍ ସେ ବଃଚନ୍ ସାଦୁନ୍ କଃଲିସ୍; କାୟିତାକ୍ବଃଲେକ୍ ଜିରୁସାଲମ୍ ଉହ୍ରେ ଜୁଣ୍ରି କଃରାଅୟ୍ଆଚେ, ହୁର୍ତିବିୟେ କଃୟ୍ହେଁ ସେହର୍ ନାୟ୍। 13 ମସାର୍ ଲେକା ହଃର୍କାରେ ଇ ସଃବୁ ବିବ୍ତି ଅଃମାର୍ ଉହ୍ରେ ଗଃଟିଆଚେ; ତଃବେ ହେଁ ଅଃମିମଃନ୍ ନିଜାର୍ ନିଜାର୍ ଅଃଦଃର୍ମ୍ କାମେ ହୁଣି ବାଉଳୁକ୍ ଆର୍ ତର୍ ସଃତ୍ ବୁଜୁକ୍ ମାପୁରାର୍ ଚଃମେ ଗଃଉଆରି ନଃକେଲୁ। 14 ଇତାର୍ଗିନେ ମାପୁର୍ ଅଃମିମଃନ୍କାର୍ ଉହ୍ରେ ଦଃଣ୍ଡ୍ ଗଃଟାୟ୍ ଆଚେ; କାୟତାକ୍ବଃଲେକ୍ ମାପୁର୍ ଅଃମିମଃନାର୍ ଇସ୍ୱର୍ ଜୁୟି ଜୁୟ୍ରି କଃରି ଆଚେ, ନିଜାର୍ ସଃବୁ କାମେ ସେ ଦଃର୍ମି, ମଃତର୍ ତାର୍ ଡାକେ ଅଃମିମଃନ୍ କାନ୍ ନଃଦିଲୁ।
15 ଇତାର୍ଗିନେ ଅଃବେ ଅଃମିମଃନାର୍ ମାପୁର୍ ଇସ୍ୱର୍, ତୁୟ୍ ତର୍ ବଃଳ୍ ସଃକାତାର୍ ଆତ୍ ସଃଙ୍ଗ୍ ନିଜାର୍ ଲକ୍ମଃନ୍କେ ମିସରେ ହୁଣି ବାର୍କଃରି ଆଣି ନିଆୟ୍କାରି ବଃଲି ଡାକ୍ ହୁଟି ଆଚ୍ସି; ଏ ମାପୁର୍ ଅଃମିମଃନ୍ ହାହ୍ କଃରି ଆଚୁ, ଅଃମିମଃନ୍ ଦସ୍ କଃରିଆଚୁ। 16 ଏ ମାପୁର୍, ଗଃଉଆରି କଃରୁଲେ, ତର୍ ସଃବୁ ଦଃର୍ମିଗୁଣ୍ ହଃର୍କାରେ ତର୍ ଗଃଳ୍ ଜିରୁସାଲମ୍, ତର୍ ନିର୍ମୁଳ୍ ହର୍ବାତ୍ ଉହ୍ରେ ତର୍ ରିସା ଆର୍ କହ୍ ଚାଡ୍ ; କାୟିତାକ୍ ବଃଲେକ୍ ଅଃମିମଃନାର୍ ହାହ୍ ଆର୍ ଅଃମାର୍ ଦାଦିବାବୁମଃନାର୍ ଅଃଦଃର୍ମାର୍ ଗିନେ ଜିରୁସାଲମ୍ ଆର୍ ତର୍ ଲକମଃନ୍କେ ଅଃମାର୍ ଚାରିବାଟାର୍ ଲକମଃନ୍ ଲିନ୍ଦା କଃରୁଲାୟ୍। 17 ଇତାର୍ଗିନେ, ଏ ମାପୁର୍ ମର୍ ପାର୍ତ୍ନା ଆର୍ ଗଃଉଆରି ସୁଣ୍ ଆର୍ ତର୍ ଇ ଜୁଣ୍ ନିର୍ମୁଳ୍ ମଃନ୍ଦିର୍ ବଃସମ୍ ଅୟି ଆଚେ, ସେରି ତାହୁନ୍ କଃର୍ ତଃବେ ସଃବୁ ଲକ୍ ଜାଣ୍ତି ତୁୟ୍ ଇସ୍ୱର୍। 18 ଏ ମର୍ ମାପୁର୍, କାନ୍ଦଃୟ୍ ସୁଣ୍; ତର୍ ଆକି ମେଲାୟ୍କଃରି ଅଃମିମଃନାର୍ ଆର୍ ତର୍ ନାଉଁଏ ଡାକ୍ହୁଟା ଇ ଗଃଳ୍କେ ଦଃକ୍; କାୟିତାକ୍ ବଃଲେକ୍ ଅଃମାର୍ ଦଃର୍ମାର୍ ଗିନେ ନୟ୍ ମଃତର୍ ତର୍ ବଃଡେ ଦଃୟାର୍ ଗିନେ ତର୍ ମୁଏଁ ଅଃମି ଗଃଉଆରି ଜାଣାଉଁଲୁ। 19 ଏ ମାପୁର୍ ସୁଣ୍; ଏ ମାପୁର୍ ଦଃୟା କଃର୍; ଏ ମାପୁର୍ ମଃନେ ହାଚି କଃର୍; ବିଲମ୍ କଃର୍ନାୟ୍; ଏ ମର୍ ମାପୁର୍ ନିଜାର୍ ଗିନେ କଃର୍, କାୟିତାକ୍ବଃଲେକ୍ ତର୍ ଗଃଳ୍ ଆର୍ ତର୍ ଲଃକ୍ମଃନ୍ ତର୍ ନାଉଁଏ ଡାକ୍ହୁଟି ଆଚ୍ତି।
20 ଇ ରଃକମେ ମୁୟ୍ଁ ଗଃଉଆରି କଃରି ପାର୍ତ୍ନା କଃର୍ତିରିଲେ, ଆରେକ୍ ମର୍ ହାହ୍ ଆର୍ ମର୍ ଇସ୍ରାଏଲାର୍ ଲକମଃନାର୍ ହାହ୍ ମାପୁରାର୍ ଟାଣେ ଜାଣାଉତି ରିଲେ, ଆର୍ ମର୍ ମାପୁରାର୍ ନିର୍ମୁଳ୍ ହଃର୍ବାତ୍ ଗିନେ ଇସ୍ୱର୍ ମର୍ ମାପୁରାର୍ ମୁଏଁ ନିଜାର ଗଃଉଆରି ଜାଣାଉତି ରିଲେ; 21 ଇହର୍ ପାର୍ତନା କଃର୍ତାବଃଳ୍ ଆରୁମେ ଦଃର୍ସନେ ମୁୟ୍ଁ ଜାକେ ଦଃକିରିଲେ, ସେ ବଃଲେକ୍ ଗାବ୍ରିଏଲ୍ ମର୍ ଚଃମେ ଉଡି ଆସ୍ତର୍ ଦଃକ୍ଲେ, ସେ ସଃଞ୍ଜ୍ବେଲା ହୁଜା ଦେତାବଃଳ୍ ମକେ ଆସି ଚୁୟ୍ଲା। 22 ଆରେକ୍, ସେ ମକେ ସିକ୍ୟାଦିଲା ଆର୍ ମର୍ସଃଙ୍ଗ୍ କଃତା ବାର୍ତା କଃରି କୟ୍ଲା, ଏ ଦାନିଏଲ୍ ମୁୟ୍ଁ ଅଃବେ ତକ୍ ବୁଜୁହାର୍ତା ବାଟ୍ ଦେଉଁକ୍ ଆୟ୍ଲେ। 23 ତୁୟ୍ ପାର୍ତାନା କଃରୁକ୍ ଆରୁମ୍ କଃଲାବଃଳ୍ ଆଦେସ୍ ବାର୍ଲି. ଆର୍ ତକେ ଜାଣାଉଁକେ ମୁୟ୍ଁ ଆସି ଆଚି, କାୟତାକ୍ବଃଲେକ୍ ତୁୟ୍ ମାପୁରାର୍ ଅଃଦିକ୍ ସଃନ୍ତସ୍ କାରି ଅୟ୍ଆଚ୍ସି; ଇତାର୍ଗିନେ ଇ ଆଦେସ୍କେ ମଃନ୍ଦିଆନ୍ ଦେଏ ଆର୍ ଦଃର୍ସନ୍କେ ହେଁ ବୁଜ୍।
24 ବିଦି ନଃମାନ୍ଲାର୍ ସେସ୍ କଃରୁକ୍ ଆର୍ ହାହ୍ କେମା କଃରୁକ୍ ଆର୍ ଅଃଦଃର୍ମ୍ ଚାଡି ମଃନ୍ପେରାୟ୍ କେମା ହାଉଁକ୍ ଆର୍ ଜୁଗ୍ଜୁଗ୍ ହଃତେକ୍ ରେତା ଦଃର୍ମ୍ ଆଣୁକ୍, ଆରେକ୍ ଦଃର୍ସନ୍ ଆର୍ ବାବ୍ବାଣିକେ ଲେକି ସଃଙ୍ଗାଉଁକେ ଆର୍ ପବିତ୍ର ଲକମଃନ୍କେ ରାଜ୍ ମୁକୁଟ୍ ଦେଉଁକ୍ ତୁମାର୍ ଲକମଃନ୍କାର୍ ଆର୍ ତର୍ ନିର୍ମୁଳ୍ ଗଃଳ୍ ଗିନେ ସତୁରି ସଃପ୍ତା ଜଃଜନା କଃରା ଅୟିଆଚେ 25 ଇତାର୍ଗିନେ ତୁୟ୍ ବୁଜ୍ ଆର୍ ଲେକ୍, ଜିରୁସାଲକେ ନଃଉଁଆକଃରି ତାହୁନ୍ କଃରୁକ୍ ଆର୍ ବଃନାଉଁତା ଆଦେସ୍ ଜାଣାୟି ଦିଆଜାତା ବଃଳ୍ହୁଣି ସଃବାର୍ ମୁଳିକା, ଅବିସେକ୍ ହାୟ୍ଲା ନଃର୍ ହିଲା ଆସ୍ତାଦିନ୍ ହଃତେକ୍ ସାତ୍ ସଃପ୍ତା ଅୟ୍ଦ୍; ଆରେକ୍ ଜିରୁସାଲେମ୍ ନଃଉଆ କଃରି ବାନ୍ଦା ଅୟ୍ଦ୍, ଇତାର୍ ମୁଳ୍ ରଃସ୍ତା ଆର୍ ସାଉଳି ଜଃଗା ଆର୍ କୁଆଳ୍ କଃତି ତିନିକଳି ଦୁଇ ସଃପ୍ତା ଆରେକ୍ ତିଆର୍ ଅୟ୍ଦ୍, ମଃତର୍ ଇରି ବିବ୍ତି କାଳେ ଅୟ୍ଦ୍। 26 ଆରେକ୍, ତିନି କଳି ଦୁଇ ସଃପ୍ତା ହଃଚେ ଅବିସେକ୍ ହାୟ୍ଲା ନଃର୍କେ ଅଃନ୍ୟାୟ୍ ବାବେ ଅଃତ୍ୟା କଃରାଅୟ୍ଦ୍, ଗଃଳ୍ ଆର୍ ମନ୍ଦିର୍କେ ଡାକେହୁଟା ସାସନ୍କାରିମଃନାର୍ ସଃଇନ୍ମଃନ୍ ନଃସ୍ଟ୍ କଃର୍ତି, ଦଃଦା ଜାୟିଦ୍ ଆର୍ ଉରକୁଳାର୍ ଗାତ୍ରା ହର୍ ଅଃଉତି; ଆର୍, ଆସୁଲା ଦିନେ ମୁଳିକା ଲଃକ୍ମଃନ୍ ଗଃଳ୍ ଆର୍ ମନ୍ଦିର୍ ନଃସ୍ଟ କଃର୍ତି ଆର୍ ହୁର୍ ହାଣି ହର୍ ସେରି ସେସ୍ ଅୟ୍ଦ୍, ଆରେକ୍ ସେସ୍ ହଃତେକ୍ ଜୁଜ୍ ଅୟ୍ଦ୍; ସେରି ଇସ୍ୱର୍ ଟିକ୍ କଃରି ଆଚେ। 27 ଆରେକ୍, ସେ ସାସନ୍କାରି ଗଟେ ସପ୍ତା ହଃତେକ୍ ଗାଦେକ୍ ଲକ୍ମଃନାର୍ ସଃଙ୍ଗ୍ ଅଃଟୁଉଆ କଃରି ନିୟମ୍ କଃରେଦ୍ ଆର୍ ସପ୍ତାର୍ ଅଦାକାଳ୍ ହୁଜା ଆର୍ ହମ୍କଃରୁକେ ନଃଦେୟ୍; ଆରେକ୍, ଗିଣ୍ କାରି ଜିନିସ୍ ଆଣ୍ତା ଲକ୍ ଆସେଦ୍ ମନ୍ଦିରାର୍ ବେଦି ଉହ୍ରେ ତାହୁନ୍ ଅୟ୍ଦ୍ ; ଆରେକ୍, ଜଃଜନା ହୁର୍ନ୍ ଅଃଉତା ହଃତେକ୍ ନାସ୍ କାରିର୍ ଉହ୍ରେ ରିସା ଡାଳା ଅୟ୍ଦ୍।