1 ରଃଜା ନବୁକଦ୍ନିତ୍ସର୍ ସାଟେ ଆତ୍ ଉଚ୍ ଆର୍ ଚଅ ଆତ୍ ଅଃସାର୍ ଗଟେକ୍ ସନାର୍ ମୁର୍ତି ହାଜ୍ଲା; ବାବିଲ୍ ଦେସାର୍ ଦୁରା ନାଉଁଆର୍ ହଃଦାୟି ସେରି ତାହୁନ୍ କଃଲା। 2 ସେତାକ୍ ରଃଜା ନବୁକଦ୍ନିତ୍ସର୍ ଜୁୟି ମୁର୍ତି ହାଜିରିଲା, ସେରି ତାହୁନ୍ କଃରୁକ୍ ଆସୁକ୍ ରିବ୍ନିମଃନ୍କେ, ରଃଜାର୍ ଗୁମୁସ୍ତାମଃନ୍କେ, ଗନର୍ମଃନ୍କେ, ବିଚାର୍କାରିମଃନ୍କେ, ଦଃନ୍ବିତ୍ ଜଃଗ୍ରାତ୍ କଃରୁମଃନ୍କେ, ଲେକୁମଃନ୍କେ, ଆର୍ ରାଜିର୍ ବିନ୍ ବିନ୍ ରାଜି ଚାଲାଉମଃନ୍କେ, ବିଦିଜାଣୁମଃନ୍କେ, ଡାବୁ ଇସାବ୍କାରିକେ, ଆର୍ ରାଇଜାର୍ ସଃବୁ ଲକେ କୁଦୁକ୍ ଲକ୍ ହଃଟାୟ୍ଲା। 3 ତଃବେ ରଃଜା ନବୁକଦ୍ନିତ୍ସର୍ ହାଜ୍ଲା ମୁର୍ତି ତାହୁନ୍ କଃରୁକ୍ ଗଟେ ଟାଣେ ସଃବୁଲକ୍ ରୁଣ୍ଡ୍ଲାୟି, ଆର୍ ସେମଃନ୍ ନବୁକଦ୍ନିତ୍ସର୍ ହାଜ୍ଲା ମୁର୍ତି ଆଗେ ଟିଆ ଅୟ୍ଲାୟ୍। 4 ତାର୍ହଃଚେ ବାରିକ୍ ବଃଡ୍ ଟଣ୍ଡେଡାଟି କୟ୍ଲା, ଏ ଲଃକ୍ମଃନ୍, ଗସ୍ଟିମଃନ୍, ଆର୍ ବିନ୍ବିନ୍ ବାସାର୍ ଲଃକ୍ମଃନ୍, ତୁମିମଃନ୍କେ ଇ ଆଦେସ୍ ଦିଆଜଃଉଁଲି, 5 ଜୁଣ୍ ସଃମୟେ ତୁମିମଃନ୍ କମ୍, ସୁର୍ଲି, ସାର୍ଙ୍ଗି, ଗୁଡୁଚାଙ୍ଗ୍ ଆର୍ କିର୍ଲି, ମଃର୍ଦଳ୍ ଆର୍ ସଃବୁ ରଃକମାର୍ ବାଜା ସୁଣାସ୍, ସଃଡେବଃଳ୍ ତୁମିମଃନ୍ ରଃଜା ନବୁକଦ୍ନିତ୍ସର୍ ହାଜ୍ଲା ସନାର୍ ମୁର୍ତି ଆଗେ ମୁଣ୍ଡିଆ ମାରି ଜୁଆର୍ କଃରାସ୍। 6 ଆରେକ୍, ଜୁଣ୍ଲକ୍ ମୁଣ୍ଡିଆମାରି ଜୁଆର୍ ନଃକେରେ, ତାକେ ସେମାଡେ ଲାଗ୍ତା ଜୟ୍କୁଣ୍ଡେ ହଃକାୟ୍ ଦିଆ ଅୟ୍ଦ୍। 7 ଇତାର୍ଗିନେ ଜଃଡେବଃଳ୍ ସଃବୁ ଲକ୍ ସଃବୁରଃକମାର୍ ବାଜା ସୁଣ୍ତି, ସଃଡେବଃଳ୍ ସଃବୁ ଲକ୍, ଗଃସ୍ଟିର୍ ଆର୍ ବିନ୍ ବିନ୍ ବାସାର୍ ଲକ୍ ରଃଜା ନବୁକଦ୍ନିତ୍ସର୍ ତାହୁନ୍ କଃଲା ମୁର୍ତିକେ ମୁଣ୍ଡିଆମାରି ଜୁଆର୍ କଃଲାୟି।
8 ଇତାର୍ଗିନେ ସେ ସଃମୟେ କଃତେକ୍ ଲକ୍ ରଃଜାର୍ ଚଃମେ ଆସି ଜିଉଦି ଲକ୍ମଃନାର୍ ବିରୁଦେ ଦଃସ୍ ଆଣ୍ଲାୟି। 9 ସେମଃନ୍ ନବୁକଦ୍ନିତ୍ସର୍ ରଃଜାକ୍ ଉତୁର୍ ଦଃୟ୍କଃରି କୟ୍ଲାୟ୍, ମଃହାରାଜ୍ ଅଃମର୍ ଜିବନ୍ ହାଉ। 10 ଏ ମଃହାରଃଜା, ତୁୟ୍ ଆଦେସ୍ କଃରିଆଚ୍ସି, ଜେ,ରଃଜା କୟ୍ଲା ଇସାବେ ସଃବୁରଃକମାର୍ ବାଜା ସୁଣ୍ଲେକ୍, ସେ ମୁଣ୍ଡିଆମାରି ସନାର୍ ମୁର୍ତିକେ ଜୁଆର୍ କଃରେଦ୍; 11 ଆରେକ୍, ଜୁଣ୍ଲକ୍ ମୁଣ୍ଡିଆମାରି ଜୁଆର୍ ନଃକେରେ, ତାକେ ଲାଗ୍ତା ଅଃଗ୍ନିକୁଣ୍ଡେ ହଃକାଜାୟ୍ଦ୍; 12 ଇତି ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗ ନାଉଁଆର୍ କଃତେକ୍ ଜିହୁଦି ଲକ୍ ଆଚ୍ତି, ସେମଃନ୍କେ ତୁୟ୍ ବାବିଲ୍ ରାଇଜାର୍ ରାଜ୍କାମେ ବାଚିଆଚ୍ସି; ଏ ମଃହାରଃଜା, ସେ ଲକ୍ମଃନ୍ ତକେ ମାନି ନଃକେର୍ତି; ସେମଃନ୍ ତର୍ ଦେବ୍ତାମଃନ୍କେ ମାନି ନଃକେର୍ତି କି ତୁୟ୍ ହାଜ୍ଲା ସନାର୍ ମୁର୍ତିକେ ଜୁଆର୍ ନଃକେର୍ତି।
13 ସେତାକ୍ ନବୁକଦ୍ନିତ୍ସର୍ ଜଃବର୍ ରିସା ଅୟି, ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗକେ ଆଣୁକ୍ ଆଦେସ୍ ଦିଲା। ତଃବେ ଲଃକ୍ମଃନ୍ ସେମଃନ୍କେ ରଃଜାର୍ ଚଃମେ ଆଣ୍ଲାୟି। 14 ନବୁକଦ୍ନିତ୍ସର୍ ସେମଃନ୍କେ ହଃଚାରି କୟ୍ଲା, ଏ ସଦ୍ରକ୍, ମେସକ୍, ଆର୍ ଅବେଦ୍ନଗ ତୁମିମଃନ୍ କାୟିରି ବାବି ମର୍ ଦେଉତାମଃନାର୍ ହୁଜା ନଃକେରୁଲାସ୍ ଆର୍ ମୁୟ୍ ହାଜ୍ଲା ସନାର୍ ମୁର୍ତିକେ ଜୁଆର୍ ନଃକେରୁଲାସ୍। 15 ଅଃବେ କଃମ୍, ସୁର୍ଲି, ସାର୍ଙ୍ଗି, ଗୁଡୁଚାଙ୍ଗ୍, କିର୍ଲି, ମର୍ଦଲ୍ ଆର୍ ସଃବୁରଃକମାର୍ ବାଜା ସୁଣ୍ଲେକ୍, ତୁମିମଃନ୍ ଜଦି ମୁୟ୍ ହାଜ୍ଲା ମୁର୍ତିକେ ମୁଣ୍ଡିଆମାରି ଜୁଆର୍ କଃରୁକ୍ ଜାଗ୍ରତ୍ ଅଃଉଆସ୍, ତଃବେ ବଃଲ୍ ଆଚେ; ମଃତର୍ ତୁମିମଃନ୍ ଜୁଆର୍ ନଃକେରାସ୍, ତଃବେ ସେଦାହ୍ରେ ତୁମିମଃନ୍କେ ଲାଗ୍ତା ଅଃଗ୍ନିକୁଣ୍ଡେ ହଃଳାସ୍,ଇହର୍ କୁୟି ଦେବ୍ତା ଆଚେ ଜେ, ତୁମିମଃନ୍କେ ମର୍ ଆତେହୁଣି ରଃକ୍ୟା କଃରେଦ୍? 16 ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗ ରଃଜାକ୍ ଉତୁର୍ ଦିଲାୟ୍, "ଏ ନବୁକଦ୍ନିତ୍ସର୍, ଇ ବିସୟେ ତକେ ଉତୁର୍ ଦେତାର୍ ଅଃମିମଃନାର୍ ଦଃର୍କାର୍ ନାୟ୍ଁ। 17 ଜଦି ସେହର୍ ଅୟ୍ଦ୍, ତଃବେ ଅଃମିମଃନ୍ ଜାର୍ ସେବା କଃରୁଲୁ, ଅଃମିମଃନାର୍ ସେ ମାପୁର୍ ଅଃମିମଃନ୍କେ ଲାଗ୍ତା ଅଃଗ୍ନିକୁଣ୍ଡେ ହୁଣି ରଃକ୍ୟା କଃରୁକ୍ ସଃକ୍ତି ଆଚେ; ଆରେକ୍ ଏ ମଃହାରଃଜା, ସେ ତର୍ ଆତେହୁଣି ଅଃମିମଃନ୍କେ ରଃକ୍ୟା କଃରେଦ୍। 18 ଆରେକ୍ ଇହର୍ ମାପୁର୍ ଜଦି ଅଃମିକେ ରଃକ୍ୟାକରୁକ୍ ଆସିନଃକେରେ ତଃବେହେଁ ଅଃମିମଃନ୍ ତର୍ ଦେଉତାମଃନ୍କାର୍ ହୁଜା ନଃକେରୁ କି ତର୍ ସନାର୍ ମୁର୍ତିକେ ଜୁଆର୍ ନଃକେରୁ। ଇରି ତୁୟ୍ ଜାଣ୍।"
19 ଇତାର୍ଗିନେ ନବୁକଦ୍ନିତ୍ସର୍ ଜଃବର୍ ରିସା ଅୟ୍ଲା ଆର୍ ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗର୍ ବିରୁଦେ ରଃଜାର୍ ମୁକ୍ ରିସାକେ ରଃତା ଅୟ୍ଲି। ଇତାର୍ଗିନେ ଅଃଗ୍ନିକୁଣ୍ଡ୍କେ ହୁର୍ବାର୍ ତଃୟ୍ହୁଣି ସାତ୍ ଗୁଣ୍ ତଃହାତ୍ କଃରୁକ୍ ସେ ଆଦେସ୍ ଦିଲା। 20 ଆରେକ୍, ସେ ନିଜାର୍ ସଃୟ୍ନ୍ ବିତ୍ରେହୁଣି କଃତେକ୍ ଅଃଦିକ୍ ବପୁ ରିଲା ସଃୟ୍ନ୍କେ ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗକେ ବାନ୍ଦି ଲାଗ୍ତା ଅଃଗ୍ନିକୁଣ୍ଡେ ହଃକାଉଁକେ ଆଦେସ୍ ଦିଲା। 21 ତଃବେ ସେ ସଦ୍ରକ୍, ମୟ୍ସକ୍ ଆର୍ ଅବେଦ୍ନଗକେ ବାନ୍ଦି ଲାଗ୍ତା ଅଃଗ୍ନିକୁଣ୍ଡେ ହିଙ୍ଗି ଦିଲାୟ୍। ସଃଡେବଃଳ୍ ସେମଃନ୍ ସେମଃନ୍କାର୍ ଗଃଗାଳେ ହିନ୍ଦ୍ଲା ବଃସ୍ତର୍ , ଆର୍ ବିନ୍ ବଃସ୍ତର୍ ସଃଙ୍ଗ୍ ବାନ୍ଦି ଅଃଗ୍ନି କୁଣ୍ଡେ ହିଙ୍ଗ୍ଲାୟ୍। 22 ରଃଜାର୍ ଆଦେସ୍ ବେସି ବେଲ୍କି ରିଲି ଆର୍ ଅଃଗ୍ନିକୁଣ୍ଡ୍ ଅଃଦିକ୍ ତଃହାତ୍ ରିଲି, ଇତାର୍ଗିନେ ଜୁଣ୍ ଲଃକ୍ମଃନ୍ ସଦ୍ରକ୍,ମେସକ୍ ଆର୍ ଅବେଦ୍ନଗକେ ହିଙ୍ଗୁକ୍ ଗଃଲା ସଃୟ୍ନ୍ମଃନ୍ ଲାଗ୍ତା ଜୟେ ହଡି ମଃଲାୟ୍। 23 ଆରେକ୍, ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗ, ଇ ତିନି ଲକ୍ ବାନ୍ଦା ଅୟି ଲାଗ୍ତା ଅଃଗ୍ନିକୁଣ୍ଡ୍ ବିତ୍ରେ ହଃକାୟ୍ଲାୟ୍।
24 ଇତାର୍ଗିନେ ରଃଜା ନବୁକଦ୍ନିତ୍ସର୍ କାବାଅୟ୍ ତଃତ୍କାଣ୍ ଉଟ୍ଲା। ସେ ନିଜାର୍ ମଃତ୍ରିମଃନ୍କେ କୟ୍ଲା, ଅଃମିମଃନ୍ କାୟି ତିନି ଲକେ ବାନ୍ଦି ଅଃଗ୍ନି ବିତ୍ରେ ହଃକାୟ୍ ନଃରିଲୁ? ସେ ମଃନ୍ ରଃଜାକ୍ ଉତୁର୍ ଦଃୟି କୟ୍ଲାୟ୍, ସଃତ୍ୟା ମଃହାରଃଜା। 25 ରଃଜା କୟ୍ଲା, "ଦଃକା" ମୁୟ୍ ଜୟ୍ ବିତ୍ରେ ବୁଲ୍ତାର୍ ଚାରି ମୁକ୍ତ୍ ଲକେ ଦଃକୁଲେ ଆର୍ ସେମଃନ୍କାର୍ କାୟିରିହେଁ ନଃସ୍ଟ୍ ଅୟ୍ନଃକେରେ; ଆରେକ୍, ସେ ତିନି ଲକେ ଚାଡି ଏକ୍ଲାର୍ ମୁର୍ତି ଇସ୍ୱରାର୍ ହୟିସି ହର୍ ଡିସୁଲା।
26 ସଃଡେବଃଳ୍ ନବୁକଦ୍ନିତ୍ସର୍ ଲାଗ୍ତା ଜୟ୍ କୁଣ୍ଡାର୍ ମୁଉଁ ଚଃମେ ଜାୟ୍ କଃୟ୍ଲା, "ଏ ସଃବ୍କେ ଉଟ୍ୟା ଇସ୍ୱରାର୍ ଦାସ୍," ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗ, ତୁମିମଃନ୍ ବାରାୟ୍ ଇତି ଆସା। ସେତାକ୍ ସଦ୍ରକ୍, ମୟ୍ସକ୍ ଆର୍ ଅବେଦ୍ନଗ ଜୟେ ହୁଣି ବାରାୟ୍ ଆୟ୍ଲାୟ୍। 27 ଆରେକ୍, ରଃଜାହିଲାମଃନ୍, ଗନର୍, ଆର୍ ରଃଜାର୍ ମଃତ୍ରିମଃନ୍ ଗଟେ ଟାଣେ ଅୟି ଦଃକ୍ଲାୟ୍ ଜେ, ଜୟ୍ ସେମଃନ୍କାର୍ ଗଃଗାଳ୍ ଉହ୍ରେ କାୟିରିହେଁ ନଃସ୍ଟ୍ ନଃକେରେ, କି ସେମଃନକାର୍ ମୁଣ୍ଡାର୍ ବାଳ୍ ହେଁ ହଡି ନଃକେରେ, କି ସେମଃନାର୍ ବଃସ୍ତର୍ କଃରାପ୍ ଅୟି ନଃକେରେ, କି ସେମଃନାର୍ ଗଃଗାଳେ ଅଃଗ୍ନି ଗଃନ୍ଦ୍ ବାସ୍ନା ନାୟ୍। 28 ନବୁକଦ୍ନିତ୍ସର୍ କୟ୍ଲା, ସଦ୍ରକ, ମେସକ୍ ଆର୍ ଅବେଦ୍ନଗର୍ ଇସ୍ୱରାର୍ ଦନ୍ୟବାଦ୍, ବଃଲେକ୍ ସେ ନିଜାର୍ ଦୁତ୍ ହଃଟାୟ୍ଲା ଆର୍ ତାର୍ ଦାସ୍ମଃନ୍ ତାକେ ବିସ୍ୱାସ୍ କଃଲାୟି ଆର୍ ନିଜାର୍ ମାପୁର୍କେ ଚାଡି କୁୟି ଦେବତାର୍ ସେବା କି ଜୁଆର୍ ନଃକେର୍ତି, ଇତାର୍ଗିନେ ରଃଜାର୍ କଃତା ଅଃମାନ୍ୟା କଃରି ନିଜାର୍ ନିଜାର୍ ଗଃଗାଳ୍ ସଃହ୍ରି ଦିଲାୟ୍, ମାପୁର୍ ସେମଃନ୍କେ ରଃକ୍ୟା କଃଲା। 29 ଇତାର୍ଗିନେ ମୁୟ୍ ଇ ଆଦେସ୍ କଃରୁଲେ ଜେ, କୁୟି ଗସ୍ଟି, ଦେସାର୍ ଲକ୍,ଆର୍ ବିନ୍ ବାସାର୍ ଲକ୍, ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗର୍ ମାପୁରାର୍ ବିରୁଦେ କୁୟି ଲକ୍ କଃରାପ୍ କଃତା କଃଉତି, ସେମଃନ୍ କଃଣ୍ଡ୍ କଃଣ୍ଡ୍ ଅୟି କାଟା ଅଃଉତି ଆର୍ ସେମଃନକାର୍ ଗଃର୍ କାତ୍ କୁଳ୍ କଃରାଅୟ୍ଦ୍; କାୟିତାକ୍ବଃଲେକ୍ ଇରଃକମ୍ ରଃକ୍ୟାକଃରୁକ୍ ଆର୍ କୁୟି ଦେବ୍ତା ନାୟ୍। 30 ଇତାର୍ହଃଚ ରଃଜା ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗକେ ବାବିଲ୍ ଦେସେ ବଃଡ୍ ହଃଦେ ବଃସାୟ୍ଲା।