1 ସେ ସଃମୟେ ତର୍ ଲକମଃନ୍କାର୍ ହିଲାମଃନକାର୍ ଉହ୍କାର୍ କାରି ମିକାୟେଲ୍ ମୁଳ୍ ଦୁତ୍ ଟିଆ ଅୟିଦ୍ ଆର୍ ମାନାୟ୍ ଗଃସ୍ଟିର୍ ଜାତ୍ ଅୟ୍ଲା ଦିନେ ହୁଣି କଃବେ ଇ ରଃକମାର୍ ଦଃଣ୍ଡ୍ ଅୟ୍ନଃକେର, ଇହର୍ ଦଣ୍ଡ୍ ହାଉତା ସଃମୟ୍ ହଚେଦ୍, ଆର୍, ତୁମାର୍ ଗଃସ୍ଟିର୍ ଜଃତେକ୍ ଲକାର୍ ନାଉ ପୁସ୍ତକେ ଲେକା ଅୟିଆଚେ, ସେମଃନ୍ ସଃବୁଲକ୍ ସେଦିନ୍ ଉଦାର୍ ହାଉତି। 2 ଆରେକ୍, ଜୁଣ୍ ଲକମଃନ୍ ମଃରିଆଚ୍ତି ସେମଃନ୍କାର୍ ବିତ୍ରେ ଅଃନେକ୍ ଲକ୍ ଜିବନ୍ ହାୟ୍ଁ ଉଟ୍ତି; କଃତେକ୍ ଅମର୍ ଜିବନ୍ ଆର୍ କଃତେକ୍ ଲାଜ୍ ହାଉଁକ୍ ଆର୍ କଃତେକ୍ ଜୁଗ୍ଜୁଗ୍ ଲାଜ୍ ହାଉଁକ୍ ଉଟ୍ତି। 3 ଆରେକ୍, ଜୁଣ୍ମଃନ୍ ଗିଆନି, ସେମଃନ୍ ଅଃଗାସାର୍ ଉଜାଳ୍ ହର୍ ଆର୍ ଜୁଣ୍ମଃନ୍ ଅଃନେକ୍ ଲକେ ଦଃର୍ମ ବାଟ୍ୟା ଆଣି ଆଚ୍ତି, ସେମଃନ୍ ତାରା ମଃନାର୍ ହର୍ ଅଃମର୍ ଜିବନ୍ ହଃତେକ୍ ଉଜାଳ୍ ଅୟି ଜଃଳ୍କ୍ତି ରେତି।
4 ମଃତର୍ ଏ ଦାନିୟେଲ୍, ତୁୟ୍ ସେସ୍ କାଳ୍ ହଃତେକ୍ ଇ ବଃଚନ୍ ସଃବୁ ବଃନ୍ଦ୍ କଃରି ଇ ପୁସ୍ତକ୍କେ ସିଲ୍ ମାରି ସଃଙ୍ଗାଉ; ଗାଦେକ୍ ଲକ୍ ଏଣେତେଣେ ସଃତ୍ ଗିଆନ୍କେ କଜ୍ତି ଆର୍ ଗିଆନ୍ ବାଡେଦ୍।
5 ସେଡେବଃଳ୍ ମୁୟଁ ଦାନିୟେଲ୍ ଦଃକ୍ଲେ, ବିନ୍ ଦୁଇ ଲକ୍ ଟିଆ ଅୟି ଆଚ୍ତି, ଗଟେ ଲକ୍ ଗାଡାର୍ ଇହାଟି ଆର୍ ଗଟେଲକ୍ ଗାଡାର୍ ସେ ହାଟି। 6 ଆର୍ ସେ ଦଃବ୍ଳା ବଃସ୍ତର୍ ହିନ୍ଦିରିଲା ଆର୍ ଗାଡ୍ ଉହ୍ରେ ତିର୍ ଅୟ୍ରିଲା ସେ ମାନାୟ୍, ତାକେ ଗଟ୍ ଏକ୍ଲା ହଃଚାର୍ଲା, ଇ ସଃବୁ କାବା ଅଃଉତା ଗଃଟ୍ଣା ଗଃଟୁକ୍ ଆର୍ କଃତି ବଃର୍ସ୍ ଲାଗେଦ୍?
7 ତାର୍ହଃଚେ ମୁଁୟ୍ ସୁଣ୍ଲେ, ଦଃବ୍ଳା ବଃସ୍ତର୍ ହିନ୍ଦି ରିଲା ଆର୍ ଗାଡାର୍ ହାଣି ଉହ୍ରେ ଟିଆ ଅୟ୍ଲା ମାନାୟ୍ ତାର୍ ଆତ୍ ଉହ୍ରେ ଟେକି ମାପୁରାର୍ ନାଉଏଁ ସଃୟ୍ତ କଃରି କୟ୍ଲା, ଇରି ଅଃଉଁକ୍ ତିନି ବଃର୍ସ୍ ଆର୍ ଅଦା ଲାଗେଦ୍। ଇ ସଃବୁ ସଃତ୍ ଅୟିଦ୍ ଜଃଡେବଃଳ୍ ନିର୍ମୁଳ୍ ଲକ୍ମଃନ୍କାର୍ କଃସ୍ଟ ସେସ୍ ଅୟିଦ୍। 8 ଆରେକ୍ ମୁୟଁ ସୁଣ୍ଲେ, ମଃତର୍ ବୁଜୁ ନଃହାର୍ଲେ; ତଃବେ ମୁୟଁ କୟିଲେ, ଏ ମାପୁର୍, ଇ ସଃବୁର୍ ଡଃଣ୍ଡ୍ କଃନ୍କାର୍ ଅୟ୍ଦ୍? 9 ତଃବେ ସେ କଃୟ୍ଲା, ଏ ଦାନିୟେଲ୍, ତୁୟ୍ ନିଜାର୍ ଦାୟିତ୍ କଃର୍ତିରେଏ; କାୟିତାକ୍ ବଃଲେକ୍ ସେସ୍ କାଳ୍ ହଃତେକ୍ ଇ ବଃଚନ୍ ବଃନ୍ଦ୍ ଆର୍ ସିଲ୍ ମାରା ଅୟି ଆଚେ। 10 ଗାଦେକ୍ଲକ୍ ନିଜ୍କେ ପରିସ୍କାର୍ ଆର୍ ଦବ୍ କଃର୍ତି; ମଃତର୍ ଦୁସ୍ଟ୍ମଃକାର୍ ଦୁସ୍ଟ୍ ବେବାର୍ ବାଡି ବାଡି ଜାୟ୍ଦ୍ ଆର୍ ଦୁସ୍ଟ୍ମଃକାର୍ ବିତ୍ରେ କେଏ ବୁଜୁ ନଃହାର୍ତି; ମଃତର୍ ଗିଆନି ଲଃକ୍ମଃନ୍ ବୁଜ୍ତି। 11 ଆରେକ୍, ଜୁଣ୍ ସଃମୟେ ସଃବୁଦିନ୍ ଆଣ୍ତା ହମ୍ହୁଜା ଆଣା ଜାୟ୍ ନଃକେରେ ଆର୍ ନାସ୍ କାରି ଗିଣ୍ କାରି ଜିନିସ୍ ତାହୁନ୍ କଃରାଜାୟ୍ଦ୍, ସେ ସଃମୟେ ହୁଣି ଏକ୍ ଅଃଜାର୍ ଦୁଇ ସଅ ନବେ ଦିନ୍ ଅୟିଦ୍। 12 ଜୁଣ୍ ଲକ୍ ଜାଗି ରଃୟ୍ଦ୍ ଆର୍ ଏକ୍ ଅଃଜାର୍ ତିନି ସଅ ତିରିସ୍ ହାଞ୍ଚ୍ ଦିନ୍ ହଃତେକ୍ ରଃୟ୍ଦ୍, ସେ ବାୟ୍ଗ୍। 13 ମଃତର୍ ସେସ୍ କାଳ୍ ହଃତେକ୍ ତୁୟ୍ ନିଜାର୍ ବୁଦିୟେ କାମ୍ କଃର୍; କାୟିତାକ୍ ବଃଲେକ୍ ତୁୟ୍ ବିସାଉଁଣି ହାଉସି ଆର୍ କାଳାର୍ ସେସ୍ବଃଳ୍ ନିଜାର୍ ଅଃଦିକାରେ ଟିଆ ଅଃଉସି।