1 ବେଲ୍ସତ୍ସର୍ ରଃଜାର୍ ସାସନାର୍ ତିନି ବଃର୍ସ୍ ବଃଳ୍ ମୁୟ୍ଁ ଦାନିୟେଲ୍ ହଃର୍ତୁମ୍ ଦଃର୍ସନାର୍ ହଃଚେ ଆରେକ୍ ଗଃଟେକ୍ ଦଃର୍ସନ୍ ଦଃକ୍ଲେ। 2 ଆରେକ୍, ମୁୟ୍ଁ ଦଃକୁ ଦଃକୁ ଦଃକ୍ଲେ ଜେ, ଏଲମ୍ ଦେସାର୍ ସୁସନ୍ ରଃଜାର୍ ଗଃଳେ ଆଚି; ଆରେକ୍, ସେ ଦଃର୍ସନେ ମୁୟ୍ ଦଃକ୍ଲେ ଜେ, ମୁୟ୍ ଉଳୟ ଗାଡ୍ ଚଃମେ ଆଚି। 3 ଆର୍ ମୁୟ୍ ଆକି ଉଗାଳି ଦଃକ୍ଲେ ଜେ, ଗାଡ୍ ଚଃମେ ଗଃଟେକ୍ ମେଣ୍ଡା ଟିଆ ଅୟି ଆଚେ, ତାର୍ ଜଃଳେକ୍ ଡେଙ୍ଗ୍ ସିଙ୍ଗ୍ ଆଚେ ; ମଃତର୍ ଗଟେ ସିଙ୍ଗ୍ ବିନ୍ ସିଙ୍ଗ୍ ତଃୟ୍ହୁଣି ଅଃଦିକ୍ ଡେଙ୍ଗ୍, ସେରି ହଃଚେ ବାରୟ୍ଲି। 4 ମୁଁୟ୍ ସେ ମେଣ୍ଡାକେ ପସ୍ଚିମ୍, ଉତୁର୍ ଆର୍ ଦଃକିଣ୍ ଦିଗ୍କେ ଟେଲି ମାଡି ଜାତିରିଲାର୍ ଦଃକ୍ଲେ; ଆର୍, କୁୟି ହେଁ ଜିବ୍ଜଃତୁ ତାର୍ ଚଃମେ ଟିଆ ଅଃଉ ନଃହାର୍ଲାୟ୍, କି ତାର୍ ଆତେ ହୁଣି ରଃକ୍ୟା କଃରୁକ୍ କେଏ ନଃରିଲାୟ୍; ମଃତର୍ ସେ ତାର୍ ନିଜାର୍ ଇଚାୟ୍ କାମ୍ କଃରି ନିଜାର୍ ବିର ହାଣ୍ ଦଃକାୟ୍ଲା।
5 ଆରେକ୍, ଇ କଃତା ଏତାୟ୍ ବିଚାର୍ କଃରୁ କଃରୁ ଦଃକ୍ଲେ ଜେ, ଗଃଟେକ୍ ଚେଳି ପଚିମ୍ ଦିଗେ ହୁଣି ବାରାୟ୍ ସଃବୁ ହୁର୍ତିବିକେ ଲାଙ୍ଗିକଃରି ଆସ୍ଲା ଆର୍ ସେ ବୁଇଁକେ ଚୁଇଁ ନଃକେଲା; ଆର୍, ସେ ଚେଳିର୍ ଦୁୟ୍ ଆକି ବିତ୍ରେ ଗଃଟେକ୍ ବଃଡ୍ ସିଙ୍ଗ୍ ରିଲି। 6 ଆରେକ୍, ମୁୟ୍ଁ ଜୁଣ୍ ଦୁଇ ସିଙ୍ଗ୍ ରିଲା ମେଣ୍ଡାକେ ଗାଡ୍ ଚଃମେ ଟିଆ ଅଃଉତାର୍ ଦଃକ୍ଲେ, ତାର୍ ହାକ୍ ସେ ଚେଳି ଆସି ନିଜାର୍ ବଃଳାର୍ ବିର ହାଣେ ଦୁଇ ସିଙ୍ଗ୍ ରେତା ଅଃଣ୍ଡ୍ରା ମେଣ୍ଡା ହାକ୍ ଦଃବୁଳ୍ଲା। 7 ଆରେକ୍,ଦଃକ୍ଲେ ଜେ, ସେ ଚେଳି ବଃଡ୍ ରିସାୟ୍ ସେ ମେଣ୍ଡା ଚଃମେ ଆସ୍ଲି ଆର୍ ରିସା ଅୟି ମେଣ୍ଡାକେ ମାଡ୍ ମାର୍ଲି ଆର୍ ତାର୍ ଜଃଳେକ୍ ସିଙ୍ଗ୍ ବାଙ୍ଗି ହଃକାୟ୍ଲି ଆର୍ ତାର୍ ଚଃମେ ଟିଆ ଅଃଉଁକ୍ ସେ ମେଣ୍ଡା ଆର୍ ଟିଆ ଅଃଉଁକ୍ ସଃକ୍ତି ନଃରିଲି; ମଃତର୍ ସେ ଚେଳି ତାକେ ବୁୟେଁ ହଃକାୟ୍ ହାଦେ ରଃମ୍ନ୍ଦ୍ଲି, ଆର୍ ତାର୍ ଆତେ ହୁଣି ସେ ମେଣ୍ଡାକେ ରଃକ୍ୟା କଃରୁକ୍ କେଏ ନଃରିଲାୟ୍। 8 ଇତାର୍ହଃଚ ସେ ଚେଳି ଅଃଦିକ୍ ସଃକ୍ତି ଅୟି ନିଜାର୍ ବିର ହାଣ୍ ଦଃକାୟ୍ଲି ଆର୍ ସେ ସଃକାତ୍ ରିଲାବଃଳ୍ ତାର୍ ବଃଡ୍ ସିଙ୍ଗ୍ ବାଙ୍ଗି ଗଃଲି; ଆର୍, ସେ ଜଃଗାୟ୍ ଚାରି ଦିଗେ ଚାରିଗଟ୍ ବଃଡ୍ ସିଙ୍ଗ୍ ବାରୟିଲି। 9 ଆରେକ୍, ସେ ସିଙ୍ଗ୍ମଃନ୍କାର୍ ଟାଣୁ ଗଟେକ୍ ସାନ୍ ସିଙ୍ଗ୍ ବାରାୟ୍ ଉତୁର୍ ଆର୍ ହୁର୍ବ ଇସ୍ରାଏଲ୍ ଦେସ୍ ବାଟ୍ ଅଃଦିକ୍ କଃରି ବଃଡ୍ ଅୟ୍ଲି। 10 ଆରେକ୍, ସେରି ଅଃଗାସାର୍ ତାରାମଃନ୍ ରେତାହଃତେକ୍ ବାଡ୍ଲି ଆର୍ ସେ ସଃୟ୍ନ୍ ଆର୍ ତାରାମଃନ୍କାର୍ କଃତେକ୍ ବୁୟେଁ ହଃକାୟ୍ ସେମଃନ୍କେ ହାଦ୍ ତଃଳେ ରଃମ୍ନ୍ଦ୍ଲି। 11 ଆରେକ୍, ସେ ସିଙ୍ଗ୍ ଅଃଦିକ୍ ବଃଳ୍ ଅୟି ଇସ୍ୱରାର୍ ସଃୟ୍ନ୍ମଃନାର୍ ମୁଳିକା ବିରୁଦେ ଗଃଲି, ଇରି ତାକାର୍ ତଃୟ୍ହୁଣି ସଃବୁଦିନ୍ ହମ୍ହୁଜା ଚରି ନିଲି ଆର୍ ତାକାର୍ ମଃନ୍ଦିର୍କେ ନିପାତ୍ କଃଲି। 12 ଆରେକ୍, ଆଦେସ୍ ନଃମାନି ହମ୍ ହୁଜାର୍ ଦସ୍ କଃରୁକ୍ ଗଃଟେକ୍ ଦଃଳ୍ ହମ୍ ହୁଜା ସଃଙ୍ଗ୍ ତାର୍ ଆତେ ସଃହ୍ରି ଦିଲି ଆର୍ ସେ ସଃତ୍ ଦଃର୍ମ୍କେ ତଃଳେ ହଃକାୟ୍ ଦିଲି, ଜାୟ୍ରି ଇଚା ସେରି କଃଲି। 13 ଇତାର୍ ହଃଚେ ମୁୟ୍ଁ ଗଟେକ୍ ନିର୍ମୁଳ୍ ସଃର୍ଗ୍ ଦୁତ୍ କଃତା କଃଉତାର୍ ସୁଣ୍ଲେ; ଆର୍, ଜେ କଃତା କଃୟ୍ଲା, ତାକ୍ ବିନ୍ ଗଃଟେକ୍ ନିର୍ମୁଳ୍ ଦୁତ୍କେ ହଃଚାର୍ଲା, ସଃବୁଦିନାର୍ ହମ୍ହୁଜା ବିରୁଦେ ଆର୍ ଆଦେସ୍ ଅଃମାନ୍ୟା କଃର୍ତାର୍ ଆର୍ ଇନସ୍ତା ଅଃଉତାର୍ ଗିନେ ମନ୍ଦିରାର୍ ଆର୍ ଦୁତ୍ ଦଃଳ୍ ସଃହ୍ରି ଅଃଉତା ବିସୟେ ଜୁଣ୍ ଦଃର୍ସନ୍ ଦଃକୁଲେ, ସେରି କଃତି କାଳ୍ ହଃତେକ୍ ରଃୟ୍ଦ୍? 14 ତଃବେ ସେ ମକେ କୟ୍ଲା, ଇରି "ଦୁଇ ଅଃଜାର୍ ତିନିସଅ ସଃଞ୍ଜ୍ ଆର୍ ସଃକାଳ୍ ହଃତେକ୍ ଚାଲେଦ୍; ତାର୍ ହଃଚେ ମନ୍ଦିର୍ ସୁଦ୍ କଃରା ଅୟ୍ଦ୍।"
15 ଇତାର୍ହଃଚ ମୁୟ୍ଁ ଦାନିୟେଲ୍ ଇ ଦଃର୍ସନ୍ ହାୟ୍ଲା ହଃଚେ ସେରି ବୁଜୁକ୍ ଚେସ୍ଟା କଃଲେ; ଆରେକ୍, ମାନାୟ୍ ହର୍ ଦଃକାଜାତିରିଲା ଗଃଟେକ୍ ଲକ୍ ଆସି ମଃର୍ ଆଗେ ଟିଆ ଅୟ୍ଲା। 16 ଆରେକ୍, ଉଳୟ ଗାଡ୍ ବିତ୍ରେ ହୁଣି ମୁୟ୍ ମାନାୟ୍ର୍ ଡାକ୍ସୁଣ୍ଲେ, ସେ କୁଦି କୟ୍ଲା, "ଏ ଗାବ୍ରିଏଲ୍, ଇ ମାନାୟ୍କେ ଦଃର୍ସନାର୍ ଅଃର୍ତ୍ ବୁଜାୟ୍ଦେସ୍।" 17 ତଃବେ ମୁଁୟ୍ ଜୁଣ୍ ଜଃଗାୟ୍ ଟିଆ ଅୟ୍ରିଲେ, ସଃର୍ଗାର୍ ଦୁତ୍ ଗାବ୍ରିଏଲ୍ ମର୍ ଚଃମେ ଆୟ୍ଲା; ସେ ଆୟ୍ଲାକ୍, ମୁଁୟ୍ ଡିରିଗଃଲେ ଆର୍ ମୁଁୟ୍ ତାର୍ ହାଦ୍ ତଃଳେ ହଃଳ୍ଲେ; ମଃତର୍ ସେ ମକ୍ କୟ୍ଲା, "ଏ ମାନାୟ୍ର୍ ହୟିସି ବୁଜ୍, କାୟିତାକ୍ବଃଲେକ୍ ଇ ଦଃର୍ସନ୍ ସେସ୍ କାଳାର୍ ବିସୟ୍।" 18 ସେ ମକ୍ କଃଉଁ କଃଉଁ ମୁୟ୍ଁ ବୁୟେଁ ମୁଉଁ ତଃଳେ କଃରି ଜଃବର୍ ନିଦୟ୍ଲେ; ମଃତର୍ ସେ ଚୁୟ୍ କଃରି ମକେ ଟିଆ କଃରାୟ୍ଲା। 19 ଆରେକ୍, ସେ ମକ୍ କୟ୍ଲା, ଇସ୍ୱରାର୍ ରିସାର୍ ଦିନ୍ ଜାୟ୍ରି ଗଃଟେଦ୍, ସେରି ମୁୟ୍ଁ ତକେ ଜାଣାୟ୍ନ୍ଦ୍; କାୟିତାକ୍ବଃଲେକ୍ ଇରି ତିର୍ କଃଲା ସେସ୍ ବଃଳାର୍ କଃତା। 20 ତୁୟ୍ ଜୁୟି ମେଣ୍ଡା ଦଃକ୍ଲିସ୍, ତାର୍ ଜୁଳେକ୍ ସିଙ୍ଗ୍ ରିଲି, ସେତିର୍ ଗଟେକ୍ ମାଦିୟ ଆର୍ ଗଃଟେକ୍ ପାରସାର୍ ରଃଜା। 21 ଆରେକ୍, ଚେଳିର୍ ଅଃର୍ତ୍ ଗ୍ରିସ୍ ଦେସାର୍ ରଃଜା ଆର୍ ସେ ଚେଳିର୍ ଜଳେକ୍ ଆକି ମଃଜିୟେ ରେତା ବଃଡ୍ ସିଙ୍ଗ୍ ଅଃଉଁଲି ହଃର୍ତୁମ୍ ରଃଜା। 22 ଆରେକ୍, ଜୁୟି ସିଙ୍ଗ୍ ବାଙ୍ଗି ସେ ଟାଣେ ଜୁୟି ଚାରି ଗଟ୍ ସିଙ୍ଗ୍ ବାର୍ଲି, ଇତାର୍ ଅଃର୍ତ୍ ସେ ଦେସାର୍ ଲକମଃନାର୍ ବିତ୍ରେ ଚାରି ରାୟ୍ଜ୍ ଉବ୍ଜାଣ୍ ଅଃଉତାର୍ ଜାଣାସ୍, ମଃତର୍ ସେରି ହଃର୍ତୁମାର୍ ହର୍ ସଃକ୍ତି ଅଃଉଁ ନଃହାରେ। 23 ଆରେକ୍, ସେମଃନକାର୍ ରାୟ୍ଜାର୍ ଡଃଣ୍ଡ୍ ବଗ୍ତାର୍ ସେସ୍ ସମୟେ ଆଦେସ୍ ନଃମାନ୍ତା ଲକାର୍ ଅଃମାନ୍ୟା ଅଃଉତାର୍ ହୁର୍ନ୍ ଅୟିଦ୍, ସେଡେବଃଳ୍ ବଃୟଙ୍କାର୍ ନିସ୍ଟୁର୍ ଆର୍ ଚାଲାକି ରଃଜା ଉବ୍ଜାଣ୍ ଅୟିଦ୍। 24 ସେ ବଃଳେ ଅଃଦିକ୍ ସଃକ୍ତି ଦଃକାୟ୍ଦ୍, ମଃତର୍ ତାର୍ ନିଜାର୍ ବଃଳେ ନଃୟ୍; ଆରେକ୍, ସେ କାବା ଅୟ୍ଲା ହର୍ ନାସ୍ କଃରେଦ୍ ଆର୍ ସଃକ୍ତି ଅୟି ନିଜାର୍ ଇଚାୟ୍ କାମ୍ କଃରେଦ୍; ଆରେକ୍ ସେ ସଃକ୍ତିକାରି ଆର୍ ପବିତ୍ର ଲକ୍ମଃନ୍କେ ନାସ୍ କଃରେଦ୍। 25 ଆରେକ୍, ନିଜାର୍ ଚାଲାକି ଆର୍ ଟକୁଆ ବୁଦି, ମିଚ୍ମଃୟା କଃତାର୍ ବଃଳେ ତାର୍ କାମ୍ ସଃବୁ ହୁର୍ନ୍ କଃରେଦ୍ ଆର୍ ସେ ନିଜାର୍ ଜିବନେ ନିଜ୍କେ ବଃଡ୍ କଃରେଦ୍ ଆର୍ ସେମଃନ୍କାର୍ ରଃକ୍ୟାର୍ ବେଳାୟ୍ ଅଃନେକ୍ ଲକେ ନାସ୍ କଃରେଦ୍; ସେ ମୁଳିକାମଃନ୍କାର୍ ମୁଳିକାର୍ ବିରୁଦେ ଜାୟ୍ଦ୍ ମଃତର୍ ସେ ମାନାୟ୍ର୍ ଆତେ ନାସ୍ ନୟ୍। 26 ଆରେକ୍, ସଃଞ୍ଜ ଆର୍ ସଃକାଳ୍ ବିସୟେ କୟ୍ରିଲା ଦଃର୍ସନ୍ ସଃତ୍; ମଃତର୍ ତୁୟ୍ ଇ ଦଃର୍ସନ୍ ଟାମ୍ପ୍ ମାରି ରଃକ୍; କାୟିତାକ୍ବଃଲେକ୍ ସେରି ଆସ୍ତା ବୁତେକ୍ ଦିନାର୍ କଃତା। 27 ଇତାର୍ହଃଚ ମୁୟ୍ ଦାନିୟେଲ୍ ତାକ୍ଲେ ଆର୍ ବୁତେକ୍ ଦିନ୍ ହଃତେକ୍ ମଃଳୁ ହଃଳ୍ଲେ; ତାର୍ହଃଚେ ମୁଁୟ୍ ଜାୟ୍ ରଃଜା ଦଃୟ୍ରିଲା କାମ୍ କଃଲେ; ଆର୍, ମୁଁୟ୍ ସେ ଦଃର୍ସନେ କାବା ଅୟ୍ଲେ, ମଃତର୍ ସେ ଦଃର୍ସନାର୍ ଅଃର୍ତ୍ କେହେଁ ବୁଜୁ ନଃହାର୍ଲାୟ୍।