1 ଇତାର୍ହଃଚ ନବକୁଦ୍ନିତ୍ସରାର୍ ସାସନ୍ କାଳାର୍ ଦୁଇ ବଃର୍ସେ, ନବୁକଦ୍ନିତ୍ସର୍ ଚଃହୁନ୍ ଦଃକ୍ଲା; ସେତାକ୍ ତାର୍ ଆତ୍ମା ଗାବ୍ରା ଅୟ୍ଲି ଆର୍ ତାର୍ ନିଦ୍ ବାଙ୍ଗଲି। 2 ତଃବେ ରଃଜା ତାର୍ ଚଃହୁନାର୍ ଅଃର୍ତ୍ ଜାଣୁକେ , ମଃତର୍କାରି, ଦିସାରି, ଆର୍ ଗୁଣିଆ ଆର୍ କଲ୍ଦିୟମଃନ୍କେ କୁଦୁକ୍ ଆଦେସ୍ ଦିଲା। ଇତାକ୍ ସେମଃନ୍ ଆସି ରଃଜାର୍ ମୁଏଁ ଟିଆ ଅୟ୍ଲାୟ୍। 3 ଆରେକ୍, ରଃଜା ସେମଃନକେ କୟ୍ଲା, ମୁୟଁ ଗଟେକ୍ ଚଃହୁନ୍ ଦଃକ୍ଲେ, ଆରେକ୍, ସେ ଚଃହୁନାର୍ ଅଃର୍ତ୍ ବୁଜୁକ୍ ମର୍ ମଃନ୍ ଅଃଉଁଲି। 4 ସେତାକ୍ କଲଦିୟମଃନ୍ ଅରାମିଆ ବାସାୟ୍ ରଃଜାକ୍ କୟ୍ଲାୟ୍, "ଏ ମଃହାରାଜ୍ ଅଃମର୍ ଜିବନ୍ ହାଉ; ତର୍ ଦାସ୍ମଃନ୍କେ ଚଃହୁନ୍ଲା କଃତା ଜାଣାଉଁ, ଅଃମିମଃନ୍ ସେତିର୍ ଅଃର୍ତ୍ କଃଉଁନ୍ଦ୍।"
5 ରଃଜା କଲଦିୟମଃନ୍କେ ଉତୁର୍ ଦଃୟି କୟ୍ଲା, ଚଃହୁନ୍ ମର୍ ମଃନେ ନାୟ୍; ତୁମିମଃନ୍ ଜଦି ସେ ଚଃହୁନ୍ ଆର୍ ତାର୍ ଅଃର୍ତ୍ ମକେ କଃଉଁକେ ନାହାର୍ଲେକ୍, ତୁମିମଃନ୍କେ ଗଃର୍ଣ୍ଡା ଗଃର୍ଣ୍ଡା କଃରି କାଟା ଅୟ୍ଦ୍ ଆର୍ ତୁମିମଃନ୍କାର୍ ଗଃର୍ କାତ୍ଗାଦା କଃରାଅୟ୍ଦ୍। 6 ମଃତର୍ ଜଦି ତୁମିମଃନ୍ ଚଃହୁନ୍ଲାର୍ ଆର୍ ସେତିର୍ ଅଃର୍ତ୍ ଜାଣାଉଆସ୍, ତଃବେ ତୁମିମଃନ୍ ମଃର୍ ତଃୟ୍ହୁଣି ଦାନ୍, ପୁରିସ୍କାର୍ ଆର୍ ବଃଡେ ମାୟ୍ନ୍ ହାଉଆସ୍; ଇତାର୍ ଗିନେ ସେ ଚଃହୁନ୍ ଆର୍ ସେତିର୍ ଅଃର୍ତ୍ ମଃର୍ ଚଃମେ ଜାଣାଉଆ। 7 ସେମଃନ୍ ଆରେକ୍ ରଃଜାକ୍ ଉତୁର୍ ଦଃୟି କୟ୍ଲାୟ୍, "ଏ ମଃହାରାଜ୍, ତର୍ ଦାସ୍ମଃନ୍କେ ଚଃହୁନ୍ଲା କଃତା ଜାଣାଉଁ, ତଃବେ ଅଃମିମଃନ୍ ସେତାର୍ ଅଃର୍ତ୍ ଜାଣାଉନ୍ଦ୍।"
8 ରଃଜା ଉତୁର୍ ଦଃୟି କୟ୍ଲା, ମର୍ ତଃୟ୍ହୁଣି କଃତା ବାରାୟ୍ ଆଚେ, ଇରି ଦଃକି ତୁମିମଃନ୍ କାଳ୍ ଜିଲମ୍ କଃରୁଲାସ୍, ଇରି ମୁୟ୍ ବାୟ୍ଦ୍ରେ ଜାଣୁଲେ। 9 ମଃତର ତୁମିମଃନ୍ ଜଦି ସେ ଚଃହ୍ନାର୍ ଉତୁର୍ ନଃଜାଣାଉଆସ୍; ତଃବେ ତୁମିମଃନ୍କାର୍ ଗିନେ ଗଃଟେକ୍ ମଃତର୍ ନିୟମ୍ ଆଚେ; କାୟିତାକ୍ବଃଲେକ୍ ବେଳ୍କାଳ୍ ନଃସ୍ଟ୍ କଃରି ବାଚୁକେ ତୁମିମଃନ୍ ମଃର୍ ଚଃମେ ମିଚ୍ ଆର୍ ଟକୁକେ ମଃନେ ହାଚି କଃତା କଃଉଁକ୍ ତିଆର୍ ଅୟିଆଚାସ୍। ଇତାର୍ଗିନେ ତୁମିମଃନ୍ ଚଃହୁନାର୍ ଅଃର୍ତ୍ ମକେ ଜାଣାଉଆ, ତଃବେ ତୁମିମଃନ୍ ଜେ ସେ ଚଃହୁନାର୍ ଅଃର୍ତ୍ ମକେ ଜାଣାଉଁ ହାରାସ୍ , ଇରି ମୁୟ୍ ଜାଣିନ୍ଦ୍।
10 କଲ୍ଦିୟମଃନ୍ ରଃଜାର୍ ଆଗେ ଉତୁର୍ ଦଃୟି କୟ୍ଲାୟ୍, ମଃହାରଃଜାର୍ ଚଃହୁନ୍ ବିସୟ୍ ଜେ ଜାଣାଉହାରେଦ୍, ହୁର୍ତିବିୟେ ଇହର୍ କୁୟ୍ମାନାୟ୍ ନାୟ୍; କାୟତାକ୍ବଃଲେକ୍ କୁୟି ରଃଜା, କି ବଃଡ୍ ସଃକ୍ତିସାଳି ସାସନ୍କାରି କୁୟି ଗୁଣିଆଁକେ କି ମଃନ୍ତର୍ କାରିକେ କି କଲଦିୟମଃନ୍କେ ଇହର୍ କଃତା ହଃଚାରି ନଃକେରେ। 11 ଆରେକ୍, ମଃହାରାଜ୍ ଜୁୟ୍ରି ଇଚା କଃରୁଲିସ୍ ସେରି ଅଃଳହଃଳ କଃତା ନୟ୍ ଆର୍ ଜୁଣ୍ମଃନ୍କାର୍ ଗଃଗାଳେ ମାସ୍ ନାୟ୍, ସେ ଦେବ୍ତା ମଃନ୍କେ ଚାଡି ଆର୍ କେଏ ମଃହାରଃଜାର୍ ଚଃମେ ସେରି ଜାଣାଉଁକ୍ ନଃହାର୍ତି।
12 କଃତାର୍ ଗିନେ ରଃଜା ରିସା ଆର୍ ଜଃବର୍ ଗିଜ୍ରିଅୟ୍ ବାବିଲାର୍ ସଃବୁ ଗିଆନି ଲକ୍ମଃନ୍କେ ଅଃତ୍ୟା କଃରୁକେ ଆଦେସ୍ ଦିଲା। 13 ସେତାକେ ରଃଜାର୍ ଆଦେସ୍ ପର୍ଚାର୍ କଃରାଗଃଲି ଜେ, ଗିଆନି ଲକ୍ମଃନ୍ତ ମଃର୍ତି; ଆରେକ୍, ରଃଜାର୍ ଲଃକ୍ମଃନ୍ ଦାନିୟେଲ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍କେ ମାରୁକେ କଜ୍ଲାୟ୍।
14 ସଃଡେବଃଳ୍ ଅରିୟକ୍ ନାଉଁଆର୍ ଜୁଣ୍ ରଃଜାର୍ ସେନାପତି ବାବିଲାର୍ ଗିଆନିମଃନ୍କେ ମଃର୍ନେ ମାରୁକ୍ ଜାୟ୍ରିଲା, ତାକେ ଦାନିୟେଲ୍ ବଃଲ୍ ବିଚାର୍ ଆର୍ ଗିଆନେ ଉତୁର୍ ଦିଲା; 15 ଦାନିୟେଲ୍ ସେନାପତି ଅରିୟକେ କୟ୍ଲା, ରଃଜାର୍ ଆଦେସ୍ ଅଃଡେକ୍ ତଃନ୍ଦ୍ରା କାୟିତାକ୍?
16 ଇତାର୍ଗିନେ ଦାନିୟେଲ୍ ରଃଜାର୍ ଚଃମେ ଜାୟ୍ ଆରେକ୍ ଅଃଦିକ୍ ସଃମୟ୍ ଦେଉଁକ୍ ଗଃଉଆରି କଃଲା। ସେରି କଃଲେକ୍ ମଃହାରଃଜାର୍ ଚଃମେ ଚଃହୁନାର୍ ଅଃର୍ତ୍ ଜାଣାୟିନ୍ଦ୍ ବଃଲି କୟ୍ଲା। 17 ଇତାର୍ଗିନେ ଦାନିୟେଲ୍ ନିଜାର୍ ଗଃରେ ଗଃଲା, ଆରେକ୍ ସେ ଆର୍ ତାର୍ ସଃଙ୍ଗୁଆଳିମଃନ୍ ଜଃନ୍କଃରି ବାବିଲାର୍ ବିନ୍ ସଃବୁ ଗିଆନି ମଃନାର୍ ସଃଙ୍ଗ୍ ନଃସ୍ଟ୍ ନଃଉତି, 18 ଇତାର୍ଗିନେ ଇ ଗୁପ୍ତ ବିସୟେ ସଃର୍ଗାର୍ ମାପୁରାର୍ ଦଃୟା ପାର୍ତନା କଃରୁକ୍ ନିଜାର୍ ସଃଙ୍ଗୁଆଳି ହନାନିୟ, ମିସାୟେଲ୍ ଆର୍ ଅସରିଆକ୍ ସେ କଃତାର୍ ସଃବୁ ବିସୟ୍ ଜାଣାୟ୍ଲା, 19 ଇତାର୍ ହଃଚେ ଇସ୍ୱର୍ ରାତିବେଳାର୍ ଦଃର୍ସନେ ସେ ଗୁପ୍ତ ବିସୟ୍ ସଃବୁ ଦାନିୟେଲ୍କେ ଜାଣାୟ୍ଲା। ସେତାକ୍ ଦାନିୟେଲ୍ ସଃର୍ଗାର୍ ଇସ୍ୱର୍କେ ଦନ୍ୟବାଦ୍ କଃଲା। 20 ଦାନିୟେଲ୍ ଉତୁର୍ କଃରି କଃୟ୍ଲା, "ଇସ୍ୱରାର୍ ନାଉ" ସଃବୁବଃଳ୍ ଜଃଜ୍ମାନ୍ ଅଃଉଅ; କାୟିତାକ୍ବଃଲେକ୍ ଗିଆନ୍ ଆର୍ ସଃକ୍ତି ତାର୍; 21 ଆରେକ୍, ସେ ସଃମୟ୍ ଆର୍ କାଳ୍ ବାଦ୍ଲାୟ୍ଦ୍; ସେ ରଃଜାମଃନ୍କେ ହଃଦେହୁଣି ଉତ୍ରାୟ୍ଦ୍ ଆର୍ ହଃଦେ ବଃସାୟ୍ଦ୍ ଆର୍ ଗିଆନିମଃନ୍କେ ଗିଆନ୍ ଆର୍ ବୁଦିବାନ୍ମଃନ୍କେ ବୁଜୁକ୍ ବୁଦି ଦୟ୍ଦ୍; 22 ସେ ଗବିର୍ ଆର୍ ଗୁପ୍ତ ବିସୟ୍ ସଃବୁ ଜାଣାୟ୍ଦ୍; ଅଃନ୍ଦାରେ ଜୁୟ୍ରି ଆଚେ ସେରି ସେ ଜାଣେ ଆର୍ ତାର୍ ଚଃମେ ଉଜାଳ୍ ବାସା କଃରେଦ୍। 23 ହେଁ ମଃର୍ ହୁର୍ବାର୍ ଦାଦିବାବୁମଃନାର୍ ଇସ୍ୱର୍, ମୁୟ୍ଁ ତକେ ଦନ୍ୟବାଦ୍ କଃରୁଲେ ଆର୍ ତର୍ ଗୁଣ୍ ଗାଉଁଲେ, ତୁୟ୍ ମକେ ଗିଆନ୍ ଆର୍ ସଃକ୍ତି ଦଃୟ୍ଆଚ୍ସି ଆର୍ ତକେ ମୁୟ୍ଁ ଜୁଣ୍ରି ଗଃଉଆରି କଃରିଆଚି, ସେ ସଃବୁ ବିସୟେ ତୁୟ୍ ମକେ ଜାଣାୟି ଆଚ୍ସି; କାୟତାକ୍ବଃଲେକ୍ ତୁୟ୍ ରଃଜାର୍ କଃତା ଅଃମିକେ ଜାଣାୟି ଆଚ୍ସି।
24 ଇତାର୍ଗିନେ ବାବିଲନାର୍ ଗିଆନିମଃନ୍କେ ନାସ୍ କଃରୁକ୍ ରଃଜା ବାଚ୍ଲା ଅରିୟକ୍ ଚଃମେ ଦାନିୟେଲ୍ ଗଃଲା; ସେ ଜାୟ୍ ତାକେ ଇହର୍ କଃୟ୍ଲା, "ବାବିଲାର୍ ଗିଆନିମଃନ୍କେ ମଃର୍ନେ ମାର୍ନାୟ୍; ରଃଜାର୍ ଚଃମେ ମକେ ନେ, ମୁୟ୍ଁ ରଃଜାର୍ ଚଃମେ ଅଃର୍ତ୍ କୟ୍ନ୍ଦ୍।"
25 ସେତାକ୍ ଅରିୟକ୍ ଦାନିୟେଲ୍କେ ବେଗି ରଃଜାର୍ ଚଃମେ ନିଲା, ଆର୍ ରଃଜାକ୍ କୟ୍ଲା, ବନ୍ଦି ଜିଉଦାର୍ ଲକ୍ମଃନକାର୍ ବିତ୍ରେ ମୁୟ୍ ଗଟେ ମାନାୟ୍କେ ବେଟ୍ ଅୟିଆଚି, ସେ ମଃହାରଃଜାର୍ ଚଃହ୍ନାର୍ ଅଃର୍ତ୍ କୟ୍ଦ୍। 26 ରଃଜା ସେ ଦାନିୟେଲ୍ ଜାର୍ ନାଉ ବେଲ୍ଟସର୍କେ ହଃଚାର୍ଲା, ମୁୟ୍ ଜୁୟ୍ରି ଚଃହ୍ନେ ଦଃକିଆଚି, ତୁୟ୍ ସେରି ଆର୍ ସେତିର୍ ଅଃର୍ତ୍ ମକେ ଜାଣାଉହାର୍ସି କି? 27 ଦାନିୟେଲ୍ ରଃଜାକ୍ ଉତୁର୍ଦଃୟ୍ କୟ୍ଲା, ମଃହାରାଜ୍ ଜୁଣ୍ ଗୁପ୍ତ କଃତା ହଃଚାରି ଆଚ୍ସି, ସେରି ଗିଆନି ଲକ୍ କି ହଃଣ୍ଡିତ୍ କି ଗୁଣିଆଁମଃନ୍ ମଃହାରଃଜାର୍ ଚଃମେ ଜାଣାଉଁ ନଃହାର୍ତି; 28 ମଃତର୍ ଜେ ଗୁପ୍ତ ବିସୟ୍ମଃନ୍ ଜାଣାୟ୍ଦ୍, ଇରଃକମ୍ ଗଟେକ୍ ଇସ୍ୱର୍ ସଃର୍ଗେ ଆଚେ, ଆରେକ୍, ସେସ୍ କାଳେ ଜୁଣ୍ ଜୁଣ୍ରି ଗଃଟେଦ୍, ସେରି ସେ ମଃହାରଃଜା ନବୁକଦ୍ନିତ୍ସର୍କେ ଜାଣାୟ୍ଆଚେ। ତର୍ ଚଃହ୍ନାର୍ ଆର୍ ସୟ୍ଲା ଅଚ୍ନା ଉହ୍ରେ ତର୍ ମଃନାର୍ ଦର୍ସନ୍ ଇରି;
29 ହେଁ ମଃହାରଃଜା, ସୟ୍ଲା ଅଚ୍ନା ଉହ୍ରେ ତର୍ ମଃନେ ଆସୁଲାକାଳାର୍ ଗଃଟ୍ଣାର୍ ବିସୟେ ଚିତା ଅୟ୍ଲି; ଆରେକ୍, ଜେ ଗୁପ୍ତ ବିସୟ୍ମଃନ୍ ଜାଣାୟ୍ଦ୍, ସେ ଜାୟ୍ରି ଗଃଟେଦ୍, ସେରି ତକେ ଜାଣାୟି ଆଚେ। 30 ମଃତର୍ କୁଣ୍ ଜିବନ୍ ଲକାର୍ ଗିଆନ୍ ତଃୟ୍ହୁଣି ମଃର୍ ଗିଆନ୍ ଅଃଦିକ୍ ଆଚେ ବଃଲି ଇ ଗୁପ୍ତ ବିସୟ୍ ଜାଣାୟି ଆଚି, ସେରି ନୟ୍, ମଃତର୍ ମଃହାରଃଜାକ୍ ଜଃନ୍କଃରି ଅଃର୍ତ୍ ଜାଣାୟି ଦିଆ ଅୟ୍ଦ୍ ଆର୍ ତୁୟ୍ ଜଃନ୍କଃରି ନିଜାର୍ ମଃନାର୍ ଚିତା ଜାଣୁହାର୍ସି, ଇତାର୍ଗିନେ ସେରି ମକେ ଜାଣାଅୟ୍ ଆଚେ।
31 ହେଁ ମଃହାରଃଜା, ତୁୟ୍ ଦଃକୁ ଦଃକୁ ଗଃଟେକ୍ ବଃଡ୍ ମୁର୍ତି ଦଃକ୍ଲିସ୍, ଅଃପର୍ବଳ୍ ସଃକ୍ତିକାରି ଆର୍ ଅଃଦିକ୍ ଉଜାଳ୍ ସେ ମୁର୍ତି ତର୍ ମୁଏଁ ଟିଆ ଅୟ୍ଲି ଆର୍ ସେରି ବଃୟଙ୍କାର୍ ରିଲି। 32 ସେ ମୁର୍ତିର୍ ମୁଣ୍ଡ୍ ସୁଦ୍ ସନା ରିଲି, ତାର୍ ଉର୍ବୁକା ଆର୍ ବୁଜା ରୁହାର୍ ରିଲି, ତାର୍ ହେଟ୍ ଆର୍ ଜଃଙ୍ଗ୍ ହିତୁଳ୍ ରିଲି, 33 ତାର୍ ହାଦ୍ ଲଃଉଆର୍ ଆର୍ ତାର୍ ହାଦାର୍ ଅଃଳକ୍ ବାଗ୍ ଲଃଉଆ ରଲି, ଅଃଳକ୍ ମାଟି ରିଲି। 34 ତୁୟ୍ ମୁର୍ତିକେ ଦଃକ୍ତା ବଃଳ୍ ବିନା ଆତେ କାଟା ଅୟ୍ଲା ଗଟେକ୍ ଟେଳା ସେ ମୁର୍ତିର୍ ଲଃଉଆ ଆର୍ ମାଟିର୍ ହାଦ୍କେ ଚଃହ୍ଲାକ୍ ସେରି କଃଣ୍ଡ୍ କଃଣ୍ଡ୍ ଅୟ୍ଲି। 35 ତାର୍ହଃଚେ ଲଃଉଆ, ମାଟି, ହିତୁଳ୍, ରୁହା, ଆର୍ ସନା ଗଟେମାଡେ କଃଣ୍ଡ୍ କଃଣ୍ଡ୍ ଅୟି ବାଙ୍ଗ୍ଲି, ଆରେକ୍ କଃରାମାସାର୍ କଟାରାର୍ କଣ୍ଡା ହର୍ ଅୟ୍ଲି; ଆରେକ୍, ହଃବନ୍ ସେ ସଃବୁକେ ଉଡାୟ୍ ନିଲି ଆର୍ ସେ ସଃବୁର୍ ଗିନେ ଟାଣ୍ ନଃମିଳ୍ଲି; ଆରେକ୍, ସେ ମୁର୍ତିକେ ଚଃହ୍ଲା ସିଳ୍, ବାଡି ଗଟେକ୍ ବଃଡ୍ ହର୍ବାତ୍ ଅୟ୍ଲି, ଆରେକ୍ ସଃବୁ ହୁର୍ତିବିକେ ହୁର୍ଣ୍ଣ୍ ଅୟ୍ଲି। 36 ଚଃହୁନ୍ ଦଃକଲାର୍ ଇରି; ଅଃବେ ଅଃମିମଃନ୍ ମଃହାରଃଜାର୍ ଚଃମେ ସେତିର୍ ଅଃର୍ତ୍ ଜାଣାଉଁନ୍ଦ୍। 37 ହେଁ ମଃହାରାଜ୍ ତୁୟ୍ ଗଃଟେକ୍ ବଃଡ୍ ରଃଜା; ସଃର୍ଗାର୍ ମାପୁର୍ ତକେ ରାୟ୍ଜ୍, ସଃକ୍ତି, ଅଃଦିକାର୍ ଆର୍ ଜଃଜ୍ମାନ୍ ଦଃୟ୍ଆଚେ। 38 ଆରେକ୍, ଜୁୟି ଜଃଗାୟ୍ ମାନାୟ୍ମଃନ୍ ବାସା କଃର୍ତି, ସେ ଟାଣାର୍ ବୁୟେଁ ଚଃର୍ତା ହସୁମଃନ୍ ଆର୍ ଅଃଗାସାର୍ ଚେଳେମଃନ୍କେ ସେ ତର୍ ଆତେ ସଃର୍ହି ଦଃୟି ଆଚେ ଆର୍ ସେ ସଃବୁ ତକେ ସାସନ୍ କଃରୁକ୍ ଦଃୟ୍ଆଚେ; ତୁୟ୍ହଃକା ସେ ସନାର୍ ମୁଣ୍ଡ୍। 39 ଆରେକ୍, ତର୍ ହଃଚେ ସାନ୍ ଆରେକ୍ ଗଟେକ୍ ରାୟ୍ଜ୍ ଉଟେଦ୍ ଆରେକ୍ ତାର୍ହଃଚେ ତିନି ନଃମ୍ବରେ ହିତୁଳାର୍ ଗଟେକ୍ ରାୟ୍ଜ୍ ଉଟେଦ୍, ସେରି ସଃବୁ ହୁର୍ତିବି ଉହ୍ରେ ସାସନ୍ କଃରେଦ୍। 40 ଆରେକ୍, ଚାର୍ନଃମ୍ବର୍ ରାୟ୍ଜ୍ ଲଃଉଆ ହର୍ ଅଃଟୁଉଆ ଅୟ୍ଦ୍; କାୟିତାକ୍ବଃଲେକ୍ ଲଃଉଆ ଜଃନ୍କଃରି ସଃବୁ ଜିନିସ୍କେ କଃଣ୍ଡ୍ କଃଣ୍ଡ୍ କଃରି ଆୟ୍ତ୍ କଃରେଦ୍ ଆର୍ ଲଃଉଆ ଜଃନ୍କଃରି ଇ ସଃବୁ ଗୁଣ୍ଡ୍ କଃରେଦ୍, ସେହର୍ ସେ ରାୟିଜ୍ କଃଣ୍ଡ୍ କଃଣ୍ଡ୍ କଃରି ବାଙ୍ଗି ସଃବୁ ଗୁଣ୍ଡ୍ଗୁଣ୍ଡା କଃରେଦ୍। 41 ଆରେକ୍, ତୁୟ୍ ଜଃନ୍କଃରି ଦଃକ୍ଲିସ୍, ହାଦ୍ ଆର୍ ହାଦାର୍ ଆଙ୍ଗଟି କଃଣ୍ଡେକ୍ ଲଃଉଆ ରିଲି ଆର୍ କଃଣ୍ଡେକ୍ ମାଟି ରିଲି। ସେ ହର୍ ସେ ରାୟ୍ଜ୍ ବାଗ୍ ଅୟ୍ଦ୍। ମଃତର୍ ସେତି ଲଃଉଆର୍ ଅଃଟୁଉଆ ରଃୟ୍ଦ୍ କାୟତାକ୍ବଃଲେକ୍ କାଦୟ୍ ଲଃଉଆ ମିସି ରିଲାର୍ ତୁୟ୍ ଦଃକ୍ଲିସ୍। 42 ଆରେକ୍, ଜଃନ୍କଃରି ହାଦାର୍ ଆଙ୍ଗଟି ସଃବୁ କଃଣ୍ଡେକ୍ ଲଃଉଆ ଆର୍ କଃଣ୍ଡେକ୍ ମାଟି ରିଲି, ସେହର୍ ରାୟିଜାର୍ ଗଟେବାଗ୍ ଅଃଟୁଆ ଆର୍ ବିନ୍ ବାଗ୍ ଦୁର୍ବଳ୍ ଅୟ୍ଦ୍। 43 ଆରେକ୍, ତୁୟ୍ ଜଃନ୍କଃରି କାଦ ସଃଙ୍ଗ୍ ଲଃଉଆ ମିସିରିଲାର୍ ଦଃକ୍ଲିସ୍, ସେହର୍ ସେମଃନ୍ ମାନାୟ୍ମଃନାର୍ ବଃଉଁସ୍ ସଃଙ୍ଗ୍ ଆପେ ମିସ୍ତି; ମଃତର୍ ଲଃଉଆ ଜଃନ୍କଃରି ମାଟିୟେ ମିସୁ ନଃହାରେ, ସେନ୍କଃରି ସେମଃନ୍ ଗଟେଟାଣେ ଅୟି ରେଉଁ ନଃହାର୍ତି। 44 ଆରେକ୍, ସେ ରଃଜାମଃନାର୍ ବଃଳ୍ ସଃର୍ଗାର୍ ଇସ୍ୱର୍ ଗଟେକ୍ ରାୟ୍ଜ୍ ତାହୁନ୍ କଃରେଦ୍, ସେରି କଃବେହେଁ ନଃସ୍ଟ୍ ଅୟି ନଃକେରେ, କି ସେତିର୍ ଅଃଦିକାର୍ ବିନ୍ ନେଉଁ ନାହାର୍ତି; ମଃତର୍ ସେରି ଇ ସଃବୁ ରାୟ୍ଜ୍କେ କଃଣ୍ଡ୍ କଃଣ୍ଡ୍ ଆର୍ ନଃସ୍ଟ୍ କଃରି ନିଜେ ସଃବୁ ଦିନାର୍ ଗିନେ ରଃୟ୍ଦ୍। 45 କାୟତାକ୍ବଃଲେକ୍ ତୁୟ୍ ଚଃହ୍ନେ ଦଃକିରିଲିସ୍ କୁୟି ମାନାୟ୍ କାଟି ନଃରେତା ଗଟେକ୍ ସିଳ୍ ହଃର୍ବାତେ ହୁଣି ଆୟ୍ଲି ଆର୍ ସେ ସିଳ୍ ଲଃଉଆ, ହିତୁଳ୍, ମାଟି, ରୁହା ଆର୍ ସନାକେ ଗୁଣ୍ଡ୍ କଃଲି। ତଃବେ ଜୁଣ୍ରି ଇତାର୍ ହଃଚେ ଗଃଟେଦ୍ ସେରି ବଃଡ୍ ଇସ୍ୱର୍ ତକେ ଜାଣାୟ୍ଲା ଆଚେ। ଆରେକ୍, ଇ ଚଃହୁନ୍ ବାୟ୍ଦ୍ରେ ସଃତ୍ ଆର୍ ସେତିର୍ ଅଃର୍ତ୍ ସଃତ୍।
46 ସଃଡେବଃଳ୍ ରଃଜା ନବୁକଦ୍ନିତ୍ସର୍ ମୁଉଁ ତଃଳେ କଃରି ଡୁଳି ଦାନିୟେଲ୍କେ ଜୁଆର୍ କଃଲା ଆର୍ ଲଃକ୍ମଃନ୍ ଜଃନ୍କଃରି ଦାନିୟେଲ୍କେ ଦାନ୍ ଆର୍ ବାସ୍ନା ଦୁହ୍ଣି ଦେଉଁକେ ଆଦେସ୍ ଦିଲା। 47 ରଃଜା ଦାନିୟେଲ୍କେ କୟ୍ଲା, ତୁୟ୍ ଇ ଗୁପ୍ତ କଃତା କଃଉଁକ୍ ବଃଳ୍ ହାୟ୍ଆଚ୍ସି, ଇତାର୍ଗିନେ ବାୟ୍ଦ୍ରେ ତର୍ ମାପୁର୍ ଇସ୍ୱର୍ମଃନାର୍ ଇସ୍ୱର୍ ଆର୍ ରଃଜାମଃନାର୍ ମାପୁର୍ ଆର୍ ଗୁପ୍ତ ବିସୟ୍ମଃନ୍ ଜାଣାଉତା ଇସ୍ୱର୍। 48 ସେତାକ୍ ରଃଜା ଦାନିୟେଲ୍କେ ବୁତେକ୍ ମଲାର୍ ପୁରିସ୍କାର୍ ଦିଲା, ଆର୍ ବାବିଲାର୍ ସଃବୁ ରାୟ୍ଜ୍ ଉହ୍ରେ ସାସନ୍ କଃରୁକ୍ ଅଃଦିକାର୍ ଦଃୟି ବାବିଲାର୍ ସଃବୁ ଗିଆନି ଲକମଃନ୍କାର୍ ଉହ୍ରେ ତାକ୍ ମୁଳିକା କଃଲା 49 ଆରେକ୍, ଦାନିୟେଲ୍ ରଃଜାର୍ ଚଃମେ ଗଃଉଆରି କଃଲା, ରଃଜା ସଦ୍ରକ୍, ମେସକ୍ ଆର୍ ଅବେଦ୍ନଗକେ ବାବିଲାର୍ ମୁଳ୍ କାମେ ଦାୟିତ୍ ଦିଲା; ମଃତର୍ ଦାନିୟେଲ୍ ମୁଳ୍ ଅଃଦିକାରି ଅୟି ରଃଜାର୍ ଗଃଳେ ରିଲା।