1 ବାବିଲାର୍ ରଃଜା ବେଲ୍ସତ୍ସରାର୍ ସାସନାର୍ ହଃର୍ତୁମ୍ ବଃର୍ସେ ଦାନିୟେଲ୍ ନିଜାର୍ ଅଚ୍ନା ଉହ୍ରେ ଚଃହୁନ୍ ଆର୍ ମଃନେ ଦଃର୍ସନ୍ ହାୟ୍ଲା; ତଃବେ ସେ ସେ ଚଃହୁନ୍ ଦଃକି କଃତା ଅଃର୍ତ୍ ଜାଣାୟି କଃରି କଃୟ୍ଲା। 2 ଦାନିୟେଲ୍ କଃୟ୍ଲା, "ମୁୟ୍ଁ ରାତିବଃଳ୍ ଦର୍ସନ୍ ବଃଳ୍ ଦଃକ୍ଲେ, ମଃହା ସଃମ୍ନ୍ଦ୍ ଉହ୍ରେ ଅଃଗାସାର୍ ଚାରିବାଟାର୍ ବାଉ ଜଃବର୍ ଆୟ୍ଲି। 3 ଆରେକ୍, ଏକ୍ଆରେକ୍ ତଃୟ୍ହୁଣି ବିନ୍ ଚାରି ଗଟ୍ ବଃଡ୍ ହସୁ ସଃମ୍ନ୍ଦେ ହୁଣି ଉଟି ଆୟ୍ଲାୟ୍। 4 ହଃର୍ତୁମ୍ ହସୁ ସିମା ହର୍ ଆର୍ ବିଚାର୍ ଡେଣାହର୍ ତାର୍ ଡେଣା ରିଲି; ମୁୟ୍ଁ ଦଃକୁ ଦଃକୁ ତାର୍ ହଃକି ଜିକା ଅୟ୍ଲି, ଆର୍ ତାକେ ହୁର୍ତିବିଏ ହୁଣି ନିଆଁଅୟ୍ଲି ଆର୍ ମାନାୟ୍ହଃର୍ ଦୁୟ୍ ହାଦେ ତାକ୍ ଟିଆ କଃରା ଅୟ୍ଲି , ଆରେକ୍ ତାକେ ମାନାୟ୍ର୍ ମଃନ୍ ଦିଆୟ୍ଲି 5 ଇତାର୍ହଃଚ ମଃର୍ ଚଃମେ ଦୁଇ ଲଃମ୍ବର୍ ହସୁକ୍ ଦଃକ୍ଲେ, ଜୁୟ୍ରିକି ବାଲୁ ହର୍ ରିଲି, ସେରି ଗଟେବାଟ୍ୟା ଟେକାୟ୍ଅୟ୍ ଟିଆ ଅୟ୍ଲି ଟଣ୍ଡାର୍ ଦାତେ ତିନିକଃଣ୍ଡ୍ କଃଣ୍ଡ୍ ହଃଞ୍ଜ୍ରା ରିଲି; ଆର୍, ତାକେ ଇରି କଃଉଆ ଅୟ୍ଲି ଜାଆ, ଗାଦେକ୍ ମାସ୍ କାଆ। 6 ଇତାର୍ହଃଚ ମୁୟ୍ଁ ତିନ୍ନଃମ୍ବର୍ ହସୁକ୍ ଦଃକ୍ଲେ,ସେରି ଚିତାବାଗ୍ ହର୍ ରିଲି, ତାର୍ ହିଟିୟେ ଚେଳେର୍ ଚାରି ଡେଣା ରିଲି; ସେରି ହେଁ ହସୁର୍ ଚାରି ମୁଣ୍ଡ୍ ରିଲି ଆର୍ ତାକେ ସାସନ୍ କଃରୁକ୍ ଅଃଦିକ୍ କାର୍ ଦିଆଗଃଲି। 7 ଇତାର୍ହଃଚ ମୁୟ୍ଁ ରାତିବଃଳ୍ ଦଃର୍ସନେ ଦଃକ୍ଲେ, ଚାରିନଃମ୍ବର୍ ହସୁ, ସେ ବୟଙ୍କାର୍,କେମ୍ତାରି ଆର୍ ବଃଡେ ବଃଳ୍କାରି ଆର୍ ତାର୍ ବଃଡ୍ ବଃଡ୍ ଲଃଉଆର୍ ଦାତ୍ ରିଲି; ସେ ଗିଳ୍ଲି ଆର୍ ବାଙ୍ଗି ଗୁଣ୍ଡ୍ କଃଲି ଆର୍ ବାକି ଜାୟ୍ରି ରିଲି, ସେତାକ୍ ହାଦ୍ ତଃଳେ ରଃମ୍ନ୍ଦ୍ଲି; ଆର୍ ସେ ତାର୍ ଆଗେ ରିଲା ହସୁମଃନ୍କାର୍ ତଃୟ୍ହୁଣି ବିନ୍ ରିଲି; ଆରେକ୍ ତାର୍ ଦଃସ୍ ସିଙ୍ଗ୍ ରିଲି। 8 ମୁୟ୍ଁ ସେ ସିଙ୍ଗ୍ମଃନ୍କାର୍ ବିସୟେ ବାବ୍ନା କଃରୁ କଃରୁ, ସେସଃବୁ ବିତ୍ରେ ଆରେଗଟେକ୍ ସିଙ୍ଗ୍ ବାରାୟ୍ଲି, ସେରି ସାନ୍ ରିଲି, ତାର୍ ଆଗ୍ବାଟ୍ ରିଲା ସିଙ୍ଗ୍ମଃନ୍କାର୍ ବିତ୍ରେହୁଣି ତିନିଗଟ୍ ସିଙ୍ଗ୍ ମୁଳେହୁଣି ଉଟ୍କି ଅୟ୍ଲି; ଆରେକ୍ ଦଃକା ଇ ସିଙ୍ଗେ ମାନାୟ୍ର୍ ଆକି ହର୍ ଆକି ଆର୍ ଅଃକାର୍ କଃତା କଃଉତା ଟଣ୍ଡ୍ ରିଲି।
9 ମୁୟଁ ଦଃକୁ ଦଃକୁ କଃତିଗଟ୍ ସିଙ୍ଗାସନ୍ ତାହୁନ୍ ଅୟ୍ଲି, ଦଃକ୍ଲେ, ଆରେକ୍ ବେସି ହୁର୍ବ କାଳାର୍ ବୁଡା ବଃସିରେତାର୍ ଦଃକ୍ଲେ। ତାର୍ ବଃସ୍ତର୍ କଃରାଟେଳା ହର୍ ଦଃବ୍ଳା ରିଲି ଆର୍ ତାର୍ ମୁଣ୍ଡାର୍ ବାଳ୍ ମେଣ୍ଡା ବାଳ୍ ହର୍ ଦଃବ୍ଳା ରିଲି, ତାର୍ ସିଙ୍ଗାସନ୍ ଜଃୟ୍ ଉଳା ହର୍ ଆର୍ ସିଙ୍ଗାସନାର୍ ଚଃକ୍ ସଃବୁ କଃଚ୍ତା ଜଃୟ୍ ହର୍ ରିଲି। 10 ତାର୍ ମୁୟେଁହୁଣି ଜୟିହୁଳା ବାରୟିଲି; ହଃଜାର୍ ହଃଜାର୍ ଦୁତ୍ମଃନ୍ ତାକେ ସେବାକଃଲାୟ୍,ଅୟୁତ୍ ଅୟୁତ୍ ତାର୍ ମୁୟେଁ ଟିଆ ଅୟିଲାୟ୍ ବିଚାର୍ କୁଟୁମ୍ ବଃସ୍ଲି ଆର୍ ପୁସ୍ତକ୍ମଃନ୍ କାଡ୍ଲାୟ୍।
11 ସେ ସିଙ୍ଗ୍ କୟ୍ଲା ଗଃର୍ବାର୍ ବଃଚନ୍ ଗିନେ ସଃଡେବଃଳ୍ ମୁୟ୍ଁ ଅଃନାୟ୍ଲେ; ମୁୟ୍ ଦଃକ୍ଲେ ଜେ, ସେସ୍ବଃଳ୍ ସେ ହସୁ ଅଃତ୍ୟା ଅୟ୍ଲି ଆର୍ ତାର୍ ଗଃଗାଳ୍ ନଃସ୍ଟ୍ ଅୟ୍ଲି ଆର୍ ସେ ଜୟେ ହଡୁକ୍ ସଃହ୍ରି ଅୟ୍ଲି। 12 ଆରେକ୍, ବିନ୍ ହସୁମଃନ୍କାର୍ ତଃୟ୍ହୁଣି ସେମଃନ୍କାର୍ ଅଃଦିକାର୍ ନିଆଗଃଲି; ତଃବେହେଁ ଗଃଟେକ୍ ଟିକ୍ ସଃମୟ୍ ହଃତେକ୍ ସେ ମଃନାର୍ ଆୟିଁସ୍ ବାଡାୟ୍ ଦିଆଗଃଲି।
13 ମୁୟ୍ଁ ରାତିବଃଳ୍ ଦଃର୍ସନେ ଦଃକ୍ଲେ, ନଃରାର୍ ହୟିସି ହର୍ ଗଃଟେକ୍ ମାନାୟ୍ ଅଃଗାସାର୍ ମେଗେ ଆସ୍ଲା; ସେ ସେ ଅଃନେକ୍ କାଳାର୍ ବୁଡାର୍ ଚଃମେ ଆୟ୍ଲାକେ, ସେ ମଃନ୍ ତାକେ ଜୁଗ୍ ରଃଜାର୍ ଚଃମେ ତାକ୍ ଆଣ୍ଲାୟି। 14 ଆରେକ୍, ସଃବୁ ଗସ୍ଟି, ଦେସ୍ବାସି ଆର୍ ବିନ୍ ବିନ୍ ବାସାର୍ ଲଃକ୍ମଃନ୍ ଜଃନ୍କଃରି ତାର୍ ସେବା କଃର୍ତି, ଇତାର୍ଗିନେ ତାକେ ଅଃଦିକାର୍, ମାୟ୍ନ୍ ଆର୍ ରାୟ୍ଜ୍ ଦିଆ ଅୟ୍ଲି; ତାର୍ ଅଃଦିକାର୍ ଜୁଗ୍ଜୁଗାର୍ ଅଃଦିକାର୍, ସେରି କଃବେ ସେସ୍ ନଃହୟ୍ , ଆର୍ ତାର୍ ରାୟ୍ଜ୍ କଃବେ ନାସ୍ ନଃହୟ୍।
15 ମୁୟ୍ଁ ଦାନିୟେଲ୍, ମର୍ ଆତ୍ମା ମର୍ ଗଃଗାଳ୍ ବିତ୍ରେ ଦୁୟିସାନ୍ଦିୟା ଅୟ୍ଲି ଆର୍ ମର୍ ମଃନାର୍ ଦଃର୍ସନ୍ ମକେ ଗାବ୍ରା କଃଲି। 16 ମର୍ ଚଃମେ ଜେମଃନ୍ ଟିଆ ଅୟ୍ରିଲାୟ୍, ସେମଃନ୍କାର୍ ବିତ୍ରେ ଗଟେ ଲକାର୍ ଚଃମେ ଜାୟ୍ ମୁୟ୍ ଇ ସଃବୁ କଃତା ହଃଚାର୍ଲେ। ସେତାକେ ସେ ମକେ ଇ ସଃବୁ କଃତାର୍ ଅଃର୍ତ୍ ଜାଣାୟ୍ଲା। 17 ସେ ଚାରି ଗଟ୍ ବଃଡ୍ ହସୁ ଚାରିଗଟ୍ ରଃଜା, ସେମଃନ୍ ହୁର୍ତିବିୟେ ଉବ୍ଜାଣ୍ ଅଃଉତି। 18 ମଃତର୍ ସଃବ୍କେ ବଃଡ୍ ଇସ୍ୱରାର୍ ପବିତ୍ର ଲକମଃନ୍ ରାୟ୍ଜ୍ ହାଉତି ଆର୍ ଜୁଗ୍ଜୁଗ୍ ହଃତେକ୍ ରାୟ୍ଜ୍ ଅଃଦିକାର୍ କଃର୍ତି।
19 ତାର୍ହଃଚେ ମୁୟ୍ ଚାରି ଲଃମ୍ବର୍ ହସୁର୍ ସଃବୁ ବିସୟ୍ ଜାଣୁକ୍ ଇଚାକଃଲେ,ସେରି ବିନ୍ ହସୁମଃନାର୍ ହର୍ ନଃରିଲି ତାର୍ ଲଃଉଆର୍ ଦାତ୍ ରିଲି ଆର୍ ହିତୁଳାର୍ ନାକ୍ସଃବୁ ରିଲି, ସେ ବଃୟ୍ଙ୍କାର୍ ହସୁ ତାର୍ ମୁଏଁ ହଃଳ୍ଲା ତାକେ ତାର୍ ହିତୁଳ୍ ଜଃମାୟ୍ ଆର୍ ଲଃଉଆର୍ ଦାତେ କଃତ୍ରି ଗୁଣ୍ଡ୍ କଃଲି, ବାକି ସଃବୁକେ ହାଦ୍ତଃଳେ ମାଡି ରଃମ୍ନ୍ଦ୍ଲି। 20 ଆରେକ୍, ସେ ଚାରି ଲଃମ୍ବର୍ ହସୁର୍ ମୁଣ୍ଡେ ଜୁୟି ଦଃସ୍ ସିଙ୍ଗ୍ ରିଲି ଆର୍ ବିନ୍ ଜୁୟି ସାନ୍ ସିଙ୍ଗ୍ ବାର୍ଲି ଆର୍ ଜାର୍ ଜାଣ୍ତିୟେ ତିନି ସିଙ୍ଗ୍ ଉଟ୍କିଅୟ୍ ଅଃଦୁର୍ଲି; ବଃଲେକ୍, ସେ ଜୁୟି ସିଙ୍ଗାର୍ ଆକି ଆର୍ ଅଃକାର୍ ବଃଚନାର୍ ଟଣ୍ଡ୍ ରିଲି, ଜାର୍ ଗଃଟୁନ୍ ନିଜାର୍ ସଃଙ୍ଗ ମଃନ୍କେ ଜିଣି ଅଃଦିକ୍ ଅଃଟୁଆ ରିଲି। ତାର୍ ସଃବୁ ବିସୟ୍ ଜାଣୁକ୍ ମୁୟ୍ଁ ଇଚା କଃଲେ।
21 ମୁୟ୍ଁ ଦଃକ୍ଲେ, ଆର୍ ସେ ସିଙ୍ଗ୍ ନିର୍ମୁଳ୍ ଲଃକ୍ମଃନ୍ ସଃଙ୍ଗ୍ ଜୁଜ୍ କଃଲି ଆର୍ ସେମଃନ୍କେ ମଃର୍ନେ ମାର୍ଲି। 22 ସଃରାସଃରି ବଃଳ୍ ସେ ଅଃନେକ୍ କାଳାର୍ ବୁଡା ଲକ୍ ଆୟ୍ଲା ଆର୍ ସଃବ୍କେ ଉଟ୍ୟା ମାପୁରାର୍ ପବିତ୍ର ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଅୟ୍ଲି ଆର୍ ମାପୁରାର୍ ନିର୍ମୁଳ୍ ଲକ୍ମଃନକାର୍ ରାୟ୍ଜ୍ ବଗ୍ କଃର୍ତା ବେଳା ଆୟ୍ଲି। 23 ସେ ମକେ ବୁଜାୟ୍ କଃୟ୍ଲା, ଚାରି ଲଃମ୍ବର୍ ହସୁ ହୁର୍ତିବିର୍ ଚାରି ଲଃମ୍ବର୍ ରାୟ୍ଜ୍ ଅୟିଦ୍, ସେରି ସଃବୁ ରାୟ୍ଜ୍ ତଃୟ୍ହୁଣି ବିନ୍ ଅୟିଦ୍ ଆର୍ ସଃବୁ ହୁର୍ତିବିକେ ନାସ୍ କଃରେଦ୍ ଆର୍ ହାଦେ ରଃମ୍ନ୍ଦି କଃରି କଃଣ୍ଡ୍ କଃଣ୍ଡ୍ କଃରି ସେରି ବାଙ୍ଗି ହଃକାୟ୍ଦ୍। 24 ଆରେକ୍, ସେ ଦଃସ୍ ସିଙ୍ଗାର୍ ଅଃର୍ତ୍ ଅୟ୍ଲି ଜେ, ସେ ରାୟ୍ଜେ ହୁଣି ଦଃସ୍ ରଃଜା ଉବ୍ଜାଣ୍ ଅଃଉତି; ସେମଃନାର୍ ହଃଚେ ଆରେକ୍ ଗଟ୍ ରଃଜା ଉଟେଦ୍। ସେ ହୁର୍ବାର୍ ରଃଜାମଃନ୍କାର୍ ତଃୟ୍ହୁଣି ବିନ୍ ଅୟ୍ଦ୍ ଆର୍ ସେ ତିନି ରଃଜାକ୍ ଆରାୟ୍ଦ୍। 25 ଆରେକ୍ ସେ ସଃବ୍କେ ବଃଡ୍ ଇସ୍ୱରାର୍ ବିରୁଦେ କଃତା କୟ୍ଦ୍ ଆର୍ ମାପୁରାର୍ ପବିତ୍ର ଲକ୍ମଃନ୍କେ ଅଃତ୍ୟା କଃରେଦ୍; ଆରେକ୍, ସେ କାଳ୍ ଆର୍ ବିଦି ବାଦ୍ଲାଉଁକେ ବିଚାର୍ କଃରେଦ୍; ଆରେକ୍, ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ସେମଃନ୍ ତାର୍ ଆତେ ସଃହ୍ରି ଅଃଉତି। 26 ମଃତର୍ ବିଚାର୍ ବେରାଣ୍ ବଃସେଦ୍ ଆର୍ ରଃଜାର୍ ସାସନ୍ ତାର୍ ତଃୟ୍ହୁଣି ଚାଡାୟ୍ ଦିଆଅୟ୍ଦ୍ ଆର୍ ରାୟ୍ଜ୍ ହୁରାହୁରି ନାସ୍ ଅୟିଦ୍। 27 ଆରେକ୍, ସାସନ୍ କାଳ୍ ଆର୍ ଅଃଦିକାର୍ ଆର୍ ହୁର୍ତିବିର୍ ରାୟ୍ଜ୍ ସଃବୁର୍ ମାନ୍ତି ମାପୁରାର୍ ପବିତ୍ର ଲକ୍ମଃନ୍କେ ଦିଆ ଅୟ୍ଦ୍; ତାର୍ ରାୟ୍ଜ୍ କଃବେ ନଃସେର୍ତାର୍ ରାୟ୍ଜ୍ ଆର୍ ସଃବୁ ସାସନ୍କାରି ତାର୍ ସେବା କଃର୍ତି ଆର୍ ତାର୍ ଆଦେସ୍ ମାନ୍ତି। 28 ଇଟାଣେ ମର୍ ଦଃର୍ସନ୍ ସେସ୍ ଅୟ୍ଲି, ମୁଁୟ୍ ଦାନିଏଲ୍ ମର୍ ବାବ୍ନା ମକେ ଗାବ୍ରା କଃଲି ଆର୍ ମର୍ ମୁଉଁ କଃଳିଆ ଅୟ୍ଲି, ମଃତର୍ ମୁଁୟ୍ ସେକଃତା ମର୍ ମଃନେ ଦଃରିରିଲେ।"