1 ସଃବୁ ହୁର୍ତିବାସି ସଃବୁ ଗସ୍ଟି, ରାଜିର୍ ଆର୍ ବିନ୍ ବିନ୍ ବାସାର୍ ଲକ୍ମଃନ୍କେ ନବୁକଦ୍ନିତ୍ସର୍ କବୁର୍ ହଃଟାୟ୍ଲା; ତୁମିମଃନାର୍ ସାନ୍ତି ଅଃଉଅ। 2 ସଃବ୍କେ ବଃଡ୍ ମାପୁର୍ ମକେ ଜୁଣ୍ ଜୁଣ୍ ଚିନା ଆର୍ କାବା ଅଃଉତା କାମ୍ କଃରିଆଚେ, ସେରି ସଃବୁ ସୁଣା। 3 ତାର୍ ଚିନା ସଃବୁ କଃନ୍କଃରି ବଃଡ୍ ଆର୍ ତାର୍ କାବାଅଃଉତା କାମ୍ ସଃବୁ ସଃକ୍ତିର୍ କାମ୍। ତାର୍ ରାଇଜ୍ ଆର୍ ତାର୍ ସାସନ୍ ଜୁଗ୍ଜୁଗ୍ ହଃତେକ୍ ରଃୟ୍ଦ୍।
4 ମୁୟ୍ଁ ନବୁକଦ୍ନିତ୍ସର୍ ମର୍ ନିଜାର୍ ଗଃରେ ସାନ୍ତିୟେ ରିଲେ ଆର୍ ନିଜାର୍ ରଃଜା ଗାଦିଏ ସଃର୍ଦାୟ୍ ରିଲେ। 5 ମୁୟ୍ଁ ଗଟେକ୍ ଚଃହୁନ୍ ଦଃକ୍ଲେ, ସେରି ମକେ ବେସି ଡିର୍ ଲାଗ୍ଲି ଆର୍ ଅଚ୍ନା ଉହ୍ରେ ମର୍ ଚିତା ଆର୍ ମଃନାର୍ ଦଃର୍ସନ୍ ମକେ ଗାବ୍ରା କଃଲି। 6 ଇତାର୍ଗିନେ ଚଃହୁନାର୍ ଅଃର୍ତ୍ ମକେ ଜାଣାଉଁକେ ମୁୟ୍ଁ ବାବିଲାର୍ ସଃବୁ ଗିଆନି ଲକ୍ମଃନ୍କେ ମର୍ ଚଃମେ ଆଣୁକ୍ ଆଦେସ୍ ଦିଲେ; 7 ସେତାକ୍ ଗୁଣିଆ, ଦିସାରି, କଲଦିୟ ଆର୍ ଗଃଟ୍ଣାମଃନ୍ ଜାଣାଉତା ଲକ୍ ମର୍ ଚଃମେ ଆସ୍ଲାୟ୍; ଆରେକ୍, ମୁୟ୍ ସେମଃନ୍କେ ଚଃହୁନ୍ଲାର୍ ବିସୟ୍ ଜାଣାୟ୍ଲେ; ମଃତର୍ ସେମଃନ୍ ସେତିର୍ ଅଃର୍ତ୍ ମକେ କଃଉଁ ନଃହାର୍ଲାୟ୍। 8 ମଃତର ସଃରାସଃରି ମର୍ ଦେବତାର୍ ନାଉ ହଃର୍କାରେ ବେଲ୍ଟସର୍ ନାଉଁଆର୍ ଦାନିୟେଲ୍ ମର୍ ଚଃମେ ଆସ୍ଲା, ତାର୍ ବିତ୍ରେ ପବିତ୍ର ଦେଉତାମଃନ୍କାର୍ ଆତ୍ମା ଆଚେ; ଆରେକ୍, ମୁୟ୍ ତାକେ ଚଃହୁନ୍ଲାର୍ ଜାଣାୟ୍ଲେ, 9 ଏ ମଃତର୍କାରି ଲକ୍ମଃନାର୍ ମୁଳିକା ବେଲ୍ଟସର୍, ମୁୟ୍ ଜାଣିଆଚି, ପବିତ୍ର ଦେଉତାମଃନାର୍ ଆତ୍ମା ତର୍ ମଃନ୍ବିତ୍ରେ ଆଚେ ଆର୍ ସଃବୁ ଗୁପ୍ତ କଃତା ତର୍ତଃୟ୍ କଃସ୍ଟ ନାୟ୍, ଇତାର୍ଗିନେ ଚଃହ୍ନେ ଜୁୟି ଜୁୟି ଦଃର୍ସନ୍ ହାୟ୍ଆଚି, ସେରି ଆର୍ ତାର୍ ଅଃର୍ତ୍ ମକେ ଜାଣାଉଁ।
10 ଅଚ୍ନା ଉହ୍ରେ ମର୍ ମଃନାର୍ ଦଃର୍ସନ୍ ଇରଃକମ୍ ରିଲି; ମୁୟ୍ ମୁଣ୍ଡ୍ ଟେକି ଦଃକ୍ଲେ, ଆର୍ ଦଃକ୍, ହୁର୍ତିବିର୍ ମଃଜିବାଗେ ଗଃଟେକ୍ ଗଃଚ୍ ଆର୍ ସେରି ବେସି ବଃଡ୍ ରିଲି। 11 ସେ ଗଃଚ୍ ବାଡ୍ଲି ଆର୍ ବଃଡ୍ ଅୟ୍ଲି ଆର୍ ତାର୍ ଉଚା ଅଃଗାସ୍କେ ଚୁୟ୍ଲି, ଆରେକ୍ ସଃବୁ ହୁର୍ତିବିର୍ ସେସ୍ ହଃତେକ୍ ସେରି ଡିସ୍ତି ରିଲି। 12 ସେତାର୍ ହଃତାର୍ମଃନ୍ ସୁନ୍ଦୁର୍ ଆର୍ ସେତିର୍ ହଃଳ୍ ଗାଦେକ୍ ରିଲି, ଆର୍ ସେତି ସଃବୁଲକାର୍ ଗିନେ କାଦି ରିଲି। ଜଃମିର୍ ହସୁମଃନ୍ ସେତାର୍ ତଃଳେ ସିତ୍ଳି ହାୟ୍ଲାୟ୍ ଆର୍ ଅଃଗାସାର୍ ଚେଳେମଃନ୍ ସେତିର୍ କଃନ୍ଦାୟ୍ ବାସା କଃଲାୟି ଆର୍ ସଃବୁ ଜିବ୍ଜଃତୁ ସେତିର୍ କାଦି ହାୟ୍ଲାୟ୍।
13 ମୁଁୟ୍ ଅଃଚ୍ନାୟ୍ ରିଲାବଃଳ୍ ଦଃର୍ସନ୍ ଦଃକ୍ଲେ, ଆରେକ୍ ଦଃକା, ଗଃଟେକ୍ ଜାଗୁଆଳି ଆର୍ ପବିତ୍ର ଦୁତ୍ ସ୍ୱର୍ଗେହୁଣି ଉତ୍ରି ଆୟ୍ଲା। 14 ସେ ବଃଡ୍ ସଃବଦ୍ କଃରି ଇ କଃତା କଃୟ୍ଲା, ଇ ଗଃଚ୍କେ କାଟ୍ ଆର୍ ସେତିର୍ କଃନ୍ଦା ସଃବୁ ନିଚି ହଃକାଉ, ସେତିର୍ ହଃତାର୍ ସଃବୁ ଜାଳି ହଃକାଉ ଆର୍ ହଃଳ ସଃବୁ ବିଚି ହଃକାଉ; ସେତିରେତା ହସୁମଃନ୍, ଆର୍ କଃନ୍ଦାୟ୍ ରିଲା ଚେଳେମଃନ୍ ହଃଳାୟ୍ ଜଃଉଅତ୍। 15 ଅୟିଲେକ୍ ହେଁ ମାଟାୟ୍ ତାର୍ ଗଃଣ୍ଡିକେ ଲଃଉଆ ଆର୍ ହିତୁଳ୍ ସିକ୍ଳିୟେ ବାନ୍ଦି ହଃଦାର୍ କଃଉଁଣା ରଃନେ ସଃଙ୍ଗାଉ ଆର୍ ସେରି ଅଃଗାସାର୍ ଅସ୍ ହାଣିୟେ ବିଜ୍, ଆର୍ ହସୁମଃନାର୍ ସଃଙ୍ଗ୍ ହୁର୍ତିବିର୍ ରଃନ୍ ତାର୍ ବାଗ୍ ଅଃଉଅ; 16 ତାର୍ ମାନାୟ୍ ମଃନ୍ ବାଦ୍ଲ ଆର୍ ତାକ୍ ହସୁର୍ ମଃନ୍ ଦିଆଅଉ ଆରେକ୍, ତାର୍ ଉହ୍ରେ ସାତ୍ ବଃର୍ସ୍ କାଳ୍ ରେଉଅ। 17 ଜେ ସଃବ୍କେବଃଡ୍ ଇସ୍ୱର୍, ସେ ଜେ ମାନାୟ୍ମଃନ୍କାର୍ ରାଇଜେ ସାସନ୍ କଃରେଦ୍ ଆର୍ ଜାକେ ତାର୍ ମଃନ୍, ତାକେ ସେ ସେରି ଦଃୟ୍ଦ୍, ଆରେକ୍ ମାନାୟ୍ମଃନ୍କାର୍ ବିତ୍ରେ ସାନ୍ ଲକ୍ମଃନ୍କେ ତାର୍ ଉହ୍ରେ ରାୟ୍ଜ୍ ସାସନ୍ କଃରୁକ୍ ବାଚେଦ୍, ଜିବନ୍ ରିଲା ଲକମଃନ୍ ଜଃନ୍କଃରି ଇରି ଜାଣ୍ତି, ଇତାର୍ଗିନେ ଇ ବାକ୍ୟ ଗଃଟେକ୍ ପବିତ୍ର ସଃର୍ଗ୍ ଦୁତ୍ ଜାଣାୟ୍ଲା।
18 ମୁଁୟ୍ ରଃଜା ନବୁକଦ୍ନିତ୍ସର୍ ଇ ଚଃହୁନ୍ ଦଃକି ଆଚି; ଅଃବେ ଏ ବେଲ୍ଟସର୍, ତୁୟ୍ ଇତାର୍ ଅଃର୍ତ୍ ଜାଣାଉଁ, କାୟିତାକ୍ବଃଲେକ୍ ମଃର୍ ରାଇଜାର୍ ସଃବୁ ବୁଦିବାନ୍ ଲକ୍ ସେତିର୍ ଅଃର୍ତ୍ ଜାଣାଉଁ ନଃହାର୍ଲାୟ୍; ମଃତର୍ ତୁୟ୍ ଜାଣାଉଁ ହାର୍ସି, କାୟିତାକ୍ ବଃଲେକ୍ ତର୍ ମଃନ୍ବିତ୍ରେ ପବିତ୍ର ଦେଉତାମଃନାର୍ ଆତ୍ମା ଆଚେ।
19 ସେତାକ୍ ବେଲଟସର୍ ନାଉଁଆର୍ ଦାନିୟେଲ୍ ଅଃଳକ୍ କାଳ୍ ଚିମ୍ରା ଅୟ୍ରିଲା ଆର୍ ତାର୍ ବାବ୍ନା ତାକେ ଦଃନ୍ଦି କଃଲି। ରଃଜା ହଃଚାର୍ଲା, "ଏ ବେଲ୍ଟସର୍ ସେ ଚଃହୁନ୍ଲାର୍ କି ସେତିର୍ ଅଃର୍ତ୍ ତକ୍ ଦଃନ୍ଦି ନଃକେର୍।" ବେଲ୍ଟସର୍ ଉତୁର୍ କଃରି କୟ୍ଲାୟ୍, "ଏ ମର୍ ମାଲିକ୍, ଜୁୟ୍ଲକ୍ମଃନ୍ ତକ୍ ଗୁର୍ନା କଃରୁଲାୟ୍, ସେମଃନାର୍ ଗିନେ ଇ ଚଃହୁନ୍ ଆର୍ ତର୍ ସଃତ୍ରୁମଃନାର୍ ଉହ୍ରେ ସେତିର୍ ଅଃର୍ତ୍ ଗଃଟ। 20 ତୁୟ୍ ଜୁୟି ଗଃଚ୍ ଦଃକ୍ଲିସ୍, ଜୁୟି ଗଃଚ୍ ବାଡି ବଃଡ୍ ଅୟ୍ଲି, ସେତାର୍ ଉଚା ଅଃଗାସ୍ ହଃତେକ୍ ବାଡ୍ଲି ଆର୍ ସଃବୁ ହୁର୍ତିବି ସଃରା ଦଃକାଗଃଲି; 21 ଜାର୍ ହଃତାର୍ ସଃବୁ ସୁନ୍ଦୁର୍ ଆର୍ ହଃଳ୍ ଗାଦା ରିଲି ଆର୍ ଜୁୟ୍ତି ସଃବୁ ଲକାର୍ ଗିନେ କାଦି ରିଲି; ଜୁଣ୍ତାର୍ ତଃଳେ ବୁଇଁର୍ ହସୁମଃନ୍ ବାସା କଃଲାୟି, ଜୁଣତାର୍ କଃନ୍ଦା ଉହ୍ରେ ଅଃଗାସାର୍ ଚେଳେମଃନାର୍ ବାସା ରିଲି;
22 ଏ ମଃହାରଃଜା, ସେ ଗଃଚ୍ ତୁୟ୍, ବଃଡ୍ ଅୟି ସଃକାତ୍ ଅୟିଆଚ୍ସି; କାୟିତାକ୍ବଃଲେକ୍ ତର୍ ଜଃଜ୍ମାନ୍ ବାଡିଆଚେ ଆର୍ ସେରି ଅଃଗାସ୍କେ ଚୁୟ୍ ଆଚେ ଆର୍ ତର୍ ସାସନ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହଃଚି ଆଚେ। 23 ଆରେକ୍, ତୁୟ୍ ଦଃକ୍ଲିସ୍ ଜେ, ସ୍ୱର୍ଗେ ହୁଣି ଗଃଟେକ୍ ଜାଗୁଆଳି ପବିତ୍ର ଦୁତ୍ ଉତ୍ରି ଆସି, ଇ ଗଃଚ୍କେ କାଟି କଃରି ନଃସ୍ଟ କଃର; ତଃବେ ହେଁ ବୁୟେଁ ତାର୍ ଗଃଣ୍ଡିକେ ଲଃଉଆ ଆର୍ ହିତୁଳ୍ ସିକ୍ଳିୟେ ବାନ୍ଦି ବୁୟ୍ଁର୍ କଃଉଁଣା ରଃନ୍ ବିତ୍ରେ ସଃଙ୍ଗାଉ; ଆରେକ୍, ସେରି ଅଃଗାସାର୍ ଅସ୍ ହାଣିୟେ ବିଜ୍ ଆର୍ ତାର୍ ଉହ୍ରେ ସାତ୍ ବଃର୍ସ୍ ବିତିଜାତା ହଃତେକ୍ ବୁୟାଁର୍ ହସୁ ମଃନାର୍ ସଃଙ୍ଗ୍ ତାର୍ ବାଗ୍ ଅଃଉଅ। 24 ଏ ମଃହାରଃଜା, ଇତାର୍ ଅଃର୍ତ୍ ଇରି, ଆର୍ ମଃର୍ ମଃହାରଃଜାର୍ ଉହ୍ରେ ଗଃଟ୍ତାର୍ ସଃବ୍କେ ବଃଡ୍ ଇସ୍ୱର୍ ଟିକ୍ କଃଲାର୍। 25 ତୁୟ୍ ମାନାୟ୍ମଃନ୍କାର୍ ବିତ୍ରେ ହୁଣି ଦୁରି ଅଃଉସି, ଆର୍ ବୁୟ୍ଁର୍ ହସୁମଃନାର୍ ସଃଙ୍ଗ୍ ତର୍ ବାସା ଅୟ୍ଦ୍, ଆର୍ ତୁୟ୍ ଗରୁ ମଃନାର୍ ହର୍ ରଃନ୍ କାସି, ଆର୍ ତୁୟ୍ ଅଃଗାସାର୍ ଅସ୍ ହାଣିୟେ ବିଜ୍ସି, ଇହର୍ ତର୍ ଉହ୍ରେ ସାତ୍ ବଃର୍ସ୍ ବିତିଜାୟ୍ଦ୍; ସେସ୍ବଃଳ୍ ଜେ ସଃବୁର୍ ଅଃଦିକାରି, ସେ ଜେ ଇ ମାନାୟ୍ମଃନ୍କାର୍ ରାଇଜେ ସାସନ୍ କଃରେଦ୍ ଆର୍ ଜାକେ ଜୁୟ୍ରି ଦେଉଁକ୍ ଇଚା କଃରେଦ୍, ତାକେ ସେରି ଦଃୟ୍ଦ୍, ଇରି ତୁୟ୍ ଜାଣ୍ସି 26 ଆରେକ୍, ଗଃଚାର୍ ଚେର୍-ଗଃଣ୍ଡି ଚାଡ୍ତା ହାଁୟ୍ ଆଦେସ୍ ଦେତାର୍ ଅଃର୍ତ୍ ଇରି; ସଃର୍ଗାର୍ ଇସ୍ୱର୍ ରାଇଜ୍ ସାସନ୍ କଃରେଦ୍, ଇରି ତୁୟ୍ ଜାଣ୍ଲା ହଃଚେ ତୁୟ୍ ଆରେକ୍ ତର୍ ରାୟ୍ଜ୍ ବାଉଳି ହାଉସି। 27 ଇତାର୍ଗିନେ ଏ ମଃହାରଃଜା, ମର୍ ଆଦେସ୍ ତର୍ମଃନ୍କେ ଜଃଉଅ, ଆର୍ ତୁୟ୍ ଦଃର୍ମାର୍ ଗିନେ ନିଜାର୍ ହାହ୍ ସଃବୁ ଆର୍ ଗଃରିବ୍ମଃନ୍କେ ଦଃୟା ଦଃକାଉତାର୍ ଗିନେ ନିଜାର୍ ସଃବୁ ଅଃଦଃର୍ମ୍ ସଃବୁ ଦୁରି କଃର୍; ତଃବେ ଅଃଉଁହାରେ, ତର୍ ସାନ୍ତିର୍ କାଳ୍ ବୁତେକ୍ ଅୟ୍ଦ୍।
28 ରଃଜା ନବୁକଦ୍ନିତ୍ସର୍ କେଏ ଇ ସଃବୁ ଗଃଟ୍ଣା ଗଃଟୁଲି। 29 ବାର ମାସାର୍ ସେସ୍ ବଃଳ୍ ସେ ବାବିଲାର୍ ରଃଜା-ମେଳ୍ ଉହ୍ରେ ବୁଲ୍ତିରିଲା। 30 ରଃଜା ଇ କଃତା କୟ୍ଲା, ମୁୟ୍ ନିଜାର୍ ବଃଳେ ଆର୍ ନିଜାର୍ ସାସନାର୍ ମାୟ୍ନ୍ ଗିନେ ରାଜ୍ଦାନି କଃରୁକ୍ ଜୁୟ୍ରି ବଃନାୟ୍ ଆଚି, ଇରି କାୟି ସେ ସୁନ୍ଦୁର୍ ବାବିଲ୍ ନୟ୍?"
31 ରଃଜାର୍ ଟଣ୍ଡେ ହୁଣି ଇ କଃତା ନଃସେରୁ ନଃସେରୁ ସଃର୍ଗେ ହୁଣି କଃତା ଆୟ୍ଲି, ହେଁ ରଃଜା ନବୁକଦ୍ନିତ୍ସର୍, ତକେ ଇ କଃତା କଃଉଁଲେ, ତର୍ ତଃୟ୍ହୁଣି ରାଇଜ୍ ଗଃଲି। 32 ଆରେକ୍, ତୁୟ୍ ମାନାୟ୍ମଃନାର୍ ତଃୟ୍ହୁଣି ଦୁରିଆ ଅଃଉସି ଆର୍ ବୁୟ୍ଁର୍ ହସୁମଃନାର୍ ସଃଙ୍ଗ୍ ତର୍ ବାସା ଅୟିଦ୍, ବଃଇଲ୍ ହର୍ ତୁୟ୍ ରଃନ୍, ଡାଳ୍, କାସି, ଇହର୍ ତର୍ ଉହ୍ରେ ସାତ୍ବଃର୍ସ ବିତିଜାୟ୍ଦ୍; ସେସ୍ବଃଳ୍ ସେ ସଃବୁର୍ ଉଟ୍ୟା ସଃକ୍ତିମାନ୍ ଇସ୍ୱର୍, ସେ ମାନାୟ୍ମଃନାର୍ ରାଇଜେ ସାସନ୍ କଃରେଦ୍ ଆର୍ ଜାକେ ତାର୍ ଇଚା, ତାକେ ସେ ସେରି ଦଃୟ୍ଦ୍, ଇରି ତୁୟ୍ ଜାଣ୍ସି।
33 ସେଦାହ୍ରେ ନବୁକଦ୍ନିତ୍ସର୍କେ କଃୟ୍ଲା କଃତା ସଃତ୍ ଅୟ୍ଲି; ଆରେକ୍, ସେ ମାନାୟ୍ମଃନ୍କାର୍ ତଃୟ୍ହୁଣି ଦୁରିଅୟ୍ ବଃୟ୍ଲ୍ ହର୍ ରଃନ୍,ଡାଳ୍ମଃନ୍ କାୟିଲା, ଆରେକ୍, ତାର୍ ଗଃଗାଳ୍ ଅଃଗାସାର୍ ଅସ୍ ହାଣିୟେ ବିଜ୍ଲି, ସେସ୍ବଃଳ୍ ତାର୍ ମୁଣ୍ଡାର୍ ବାଳ୍ ବିରା ଚେଳେର୍ ହଃକି ହର୍ ଅୟ୍ଲି ଆର୍ ତାର୍ ନାକ୍ ସେ ଚେଳେର୍ ନାକ୍ ହର୍ ଅୟ୍ଲି।
34 ଇତାର୍ହଃଚ ସାତ୍ ବଃର୍ସ୍ ସେସ୍ ବଃଳ୍ ମୁୟ୍ ନବୁକଦ୍ନିତ୍ସର୍ ସଃର୍ଗ୍ ବାଟ୍ ମୁଉଁ କଃଲେ, ସେତାକ୍ ମର୍ ବୁଦି ମର୍ ଚଃମେ ବାଉଳି ଆୟ୍ଲି, ତଃବେ ମୁୟ୍ଁ ସଃବ୍କେ ବଃଡ୍ ସଃକ୍ତିମାନ୍ ଇସ୍ୱର୍କେ ଦନ୍ୟବାଦ୍ କଃଲେ ଆର୍ ଜେ କି ଅଃମର୍ଜିବନ୍, ତାକେ ଦନ୍ୟବାଦ୍ କଃଲେ ଆର୍ ଲାଡ୍କଃଲେ କଃଲେ; କାୟିତାକ୍ବଃଲେକ୍ ତାର୍ ସାସନ୍ ସଃବୁବଃଳ୍ ଆର୍ ତାର୍ ରାୟ୍ଜ୍ ଜୁଗ୍ଜୁଗ୍ ଦଃରି ରଃୟ୍ଦ୍। 35 ଆରେକ୍, ହୁର୍ତିବିର୍ ସଃବୁ ଲକ୍ ତାର୍ ଆକାୟ୍ କିଚି ନାୟ୍; ଆରେକ୍ ସେ ସଃର୍ଗାର୍ ସଃୟ୍ନ୍ମଃନାର୍ ବିତ୍ରେ ଆର୍ ହୁର୍ତିବିର୍ ବାସାକଃଲା ଲକମଃନ୍କାର୍ ବିତ୍ରେ ନିଜାର୍ ଇଚା ହଃର୍କାରେ କାମ୍ କଃରେଦ୍; ଆର୍ କେଏ ତାର୍ ଆତ୍କେ ବଃନ୍ଦ୍ କଃରୁନାହାରେ ଆର୍ ତୁୟ୍ କାୟିରି କଃରୁଲିସ୍ ବଃଲି ତାକେ କେଏ କଃଉଁ ନଃହାରେ। 36 ସଃଡେବଃଳ୍ ମର୍ ବୁଦି ମର୍ ହାକ୍ ବାଉଳି ଆୟ୍ଲି। ଆର୍ ମର୍ ରାୟ୍ଜାର୍ ଜଃଜ୍ମାନାର୍ ହାଁୟ୍ ମର୍ ସାସନ୍ ଆର୍ ଗୁଣ୍ ମର୍ଚଃମେ ବାଉଳି ଆୟ୍ଲି; ତଃବେ ମର୍ ମଃତ୍ରି ଆର୍ ବଃଡ୍ ଲକ୍ମଃନ୍ ମକେ କଜ୍ଲାୟ୍; ଆରେକ୍, ମୁୟ୍ଁ ମଃର୍ ରାୟ୍ଜେ ରଃଜା ଅୟ୍ଲେ ଆର୍ ମର୍ ମାୟ୍ନ୍ ଅଃଦିକ୍ ବାଡ୍ଲି।
37 ଇତାର୍ଗିନେ ମୁୟଁ ନବୁକଦ୍ନିତ୍ସର୍ ବଃଲେକ୍ ତାର୍ ସଃବୁକାମ୍ ସଃତ୍ ଆର୍ ତାର୍ ସଃବୁ କାମ୍ ନିୟମାର୍; ଆରେକ୍, ଜୁୟ୍ଲକ୍ମଃନ୍ ଗଃର୍ବ କଃର୍ତି, ସେମଃନ୍କେ ତଃଳେ କଃରୁକ୍ ତାର୍ ସଃକ୍ତି ଆଚେ।