ମଣ୍ଡ୍ଳିର୍ ମୁଳିକାମଃନ୍
1 ଇ କଃତା ସଃତ୍, କେଏ ଜଦି ମୁଳିକା ଅଃଉଁକେ ମଃନ୍କଃରେଦ୍, ତଃବେ ସେ ନିକ କାମ୍ କଃରୁକେ ଇଚା କଃର୍ । 2 ୩:୨ ତିତ ୧:୬-୯.ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟି ରଃୟ୍ଦ୍ । 3 ସେ ମଃଦୁଆ କି କୁନ୍ଦିକାଡୁ ନଃୟ୍କଃରି, ଦିର୍ ଆର୍ ଦିର୍ ମଃନାର୍, କାର୍ ସଃଙ୍ଗ୍ ବିରଦ୍ ନୟ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ । 4 ନିଜାର୍ କୁଟୁମ୍କେ ନିକକଃରି ସାକାଳେଦ୍, ମଃନ୍ ଦିଆନେ ଅଃହ୍ଣାର୍ ହିଲାମଃନ୍କେ ମାନାୟ୍କଃରି ରଃୟ୍ଦ୍ । 5 କେଏ ଜଦି ଅଃହ୍ଣାର୍ ଗଃର୍ କୁଟୁମ୍କେ ଚାଲାଉଁକେ ନଃଜାଣେ, ତଃବେ ସେ କଃନ୍କଃରି ଇସ୍ୱରାର୍ ମଣ୍ଡ୍ଳିକେ ଜଃତୁନ୍ ନେଉଁହାରେ ? 6 ସେ ନଃଉଆଁ ବିସ୍ୱାସି ଅୟ୍ନଃରେଅ, ଜଃଡେବଃଳ୍ ବଃଡ୍ହାଣ୍ୟା ଅୟି ସୟ୍ତାନ୍ ହର୍ ଡଃଣ୍ଡ୍ ହାୟ୍ଦ୍ । 7 ସେ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ହେଁ ଡାକ୍ହୁଟା ଅୟ୍ରେବାର୍ ଆଚେ, ଅଃଉଁହାରେ ସେ ଲିନ୍ଦା ହାୟ୍ଁ ସୟ୍ତାନାର୍ ହାନ୍ଦାୟ୍ ହଃଳେଦ୍ ।