6 ମଃତର୍ ଇରି ସଃତ୍, ଜେ ଅଃଳକ୍ ବୁଣେଦ୍, ସେ ହେଁ ଅଃଳକ୍ କାଟେଦ୍; ଆର୍ ଜେ ବୁତେକ୍ ବୁଣେଦ୍, ସେ ହେଁ ବୁତେକ୍ କାଟେଦ୍ । 7 ହଃତି ଲକ୍ ଅଃହ୍ଣାର୍ ମଃନେ ଜଃନ୍କଃରି ଲାଡ୍ କଃରିଆଚେ, ସେବାନ୍ୟା କଃର୍, ଅଃଳ୍ସିଆ ବାବେ ନାୟ୍ କି ବଃଳ୍ମାଡାର୍ ଗିନେ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ସଃର୍ଦାମଃନେ ଦାନ୍ଦେତା ଲକ୍କେ ନିକ ହାୟ୍ଦ୍ । 8 ଆର୍ ସଃବୁ କଃତାୟ୍ ସଃବୁବଃଳ୍ ହୁରାହୁରି ବାବେ ହାୟ୍ଁ ତୁମିମଃନ୍କେ ଜଃନ୍କଃରି ସଃବୁ ନିକ କାମ୍ ଗିନେ ଅଃଦିକ୍ ହୁଣି ଅଦିକ୍ତର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ଇସ୍ୱର୍ ତୁମିମଃନ୍କେ ସଃବୁ ରଃକମେ ଦଃୟା ଗାଦେକ୍ କଃରି ଦେଉଁକ୍ ଜୟ୍ଗ୍ । 9 ଜଃନ୍କଃରି ସାସ୍ତରେ ଲେକା ଆଚେ,
"ସେ ମେଲା ଆତେ ବାଟା କଃରିଆଚେ, ସେ ଗଃରିବ୍ମଃନ୍କେ ଦାନ୍ ଦଃୟି ଆଚେ,
ତାର୍ ଦଃର୍ମ୍କାମ୍ ଜୁଗେଜୁଗେ ରଃୟ୍ଦ୍ ।"
10 ଆର୍, ଜେ ମୁଞ୍ଜି ବୁଣ୍ତା ଲକ୍କେ ମୁଞ୍ଜି ଆର୍ କାଉଁକେ କାଦି ଜାଗାୟ୍ଦ୍, ସେ ବୁଣୁକ୍ ତୁମିମଃନାର୍ ଗିନେ ମୁଞ୍ଜି ଜାଗାୟ୍ ଦଃୟ୍ଦ୍ ଆର୍ ବାଡାୟ୍ଦ୍, ଆରେକ୍ ତୁମିମଃନାର୍ ଦଃର୍ମ୍କାମ୍ ଜାତ୍ ଅୟ୍ଦ୍ । 11 ଇବାନ୍ୟା ତୁମିମଃନ୍କେ ସଃବୁ କଃତାୟ୍ ମାଜନ୍ ଅୟି ସଃବୁ ରଃକମାର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ସଃବୁ କଃତାୟ୍ ଇସ୍ୱର୍ ଦାନ୍କଃରେଦ୍ ଆର୍ ଗାଦେକ୍ ଲକ୍ ତାକେ ଦନ୍ୟବାଦ୍ ଦେତି । 12 ବଃଲେକ୍ ଇ ଦାନ୍ ହର୍ ସେବା ଅଃବ୍କା ଇସ୍ୱରାର୍ ଲକ୍ମଃନାର୍ ଅକେଟ୍ ହୁରୁଣ୍ କଃରୁଲି, ସେରି ନାୟ୍, ମଃତର୍ ସେତାର୍ଗିନେ ଇସ୍ୱରାର୍ ଇଚାୟ୍ ହେଁ ଗାଦେକ୍ ଦନ୍ୟବାଦ୍ ଉଚ୍ଳି ଜଃଉଁଲି,