11 ସେ ଦିନାର୍ ଆସ୍ତାର୍ ଜାଗିକଃରି, ସେରି ଜଃନ୍କଃରି ବେଗି ଆସେଦ୍, ଇତାର୍ ଗିନେ ତୁମିମଃନ୍ କଃନ୍କଃରି ସଃବୁବଃଳ୍ ନିକ ଗୁଣାର୍ ଆର୍ ଦଃର୍ମି ଅଃଉତା ଲଳା । 12 ଇ ସଃବୁ ବିସୟ୍ ଇରଃକମ୍ ନାସ୍ ଅଃଉତାର୍ ଗିନେ, ଇସ୍ୱରାର୍ ଜୁୟି ଦିନ୍ ଅଃଗାସ୍ ମଃଣ୍ଡଳ୍ ଜୟ୍ଲାଗି ଆଜିଜାୟ୍ଦ୍ ଆର୍ ଉବ୍ଜାଣ୍ ଅଇଲାର୍ ସଃବୁ ବଃଡେ ତଃହାତେ ତଃର୍ଲି ଜାୟ୍ଦ୍,