ସେସ୍ ଦିନ୍
1 ମଃତର୍ ଇରି ଜାଣିରିଆ ଜେ, ସେସ୍ କାଳେ ବୟଃଙ୍କାର୍ ବେଳା ଆସେଦ୍ 2 କାୟିତାକ୍ବଃଲେକ୍ ଲକ୍ମଃନ୍ ନିଜ୍କେ ଲଃବଦ୍ କଃର୍ତି, ଦଃନ୍ଲଃବି, ଆହ୍ଣାକେ ଗଃର୍ବ, ଆକାରିଆ, ଲିନ୍ଦାକଃରୁ, ଆୟ୍ସି ଉବାସିର୍ ଅଃମାନ୍ୟା, ଉହ୍କାର୍ ହାସୁର୍ତାର୍, ବିଟାଳ୍ 3 ଦଃୟା ନଃକେର୍ତି, କାର୍ ସଃଙ୍ଗ୍ ନଃମିସ୍ତାର୍, ଲିନ୍ଦା କଃର୍ତାର୍, ନଃସେମ୍ୱାଳ୍ତାର୍, କଃର୍ନିଆ, ନିକରିକେ ଲାଡ୍ନଃକେର୍ତାର୍, 4 ବିସ୍ୱାସେ ବିସ୍ ଦେତି, କଃରାପ୍ କାମ୍ କଃରୁକେ ବଃଡେସାସି, ବଃଡ୍ହାଣ୍ୟା ଅଃଉତି ଆର୍ ଲାଡ୍କାରି ଇସ୍ୱର୍କେ ଲାଡ୍ ନଃକେରି ସଃର୍ଦାକଃରୁକ୍ ବଃଲ୍ହାଉତି । 5 ସେମଃନ୍ ଦଃର୍ମାର୍ ହଃଦାବାଟାର୍ ବେସ୍ ଦଃର୍ତି, ମଃତର୍ ଇତାର୍ ସଃକ୍ତିକେ ଚାଡିଦେତି, ଅଃନ୍କା ଲକାର୍ ତଃୟ୍ହୁଣି ଦୁରିରିଆ ।