10 ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, "ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟି ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।"
Publicidade