1 ଏଗା ବାଞ୍ଜି ଜଃଗ୍ରାତ୍ ନୟ୍ଲାର୍ ତୁୟ୍ ଗିତ୍କଃଉ, ଏ ଗା ହିଲାର୍ନି ଦୁକା ନାୟ୍ଲାର୍, ତୁୟ୍ ଉଚ୍ ସଃବଦେ ଗିତ୍ କୟ୍ ସଃର୍ଦାକଃର୍ କାୟିତାକ୍ବଃଲେକ୍ ଇସ୍ୱର୍ କଃଉଁଲା, ବିବା ଅୟ୍ଲା ମାୟ୍ଜିର୍ ହିଲାମଃନାର୍ ତଃୟ୍ ହୁଣି ବାପା ନୟ୍ଲା ହିଲାମଃନ୍ ଅଃଦିକ୍। 2 ତୁମି ନିଜାର୍ ତୁମ୍ ଗଃର୍ ଜଃଗା ବାଡାଉଆ, ଆର୍ ସେମଃନ୍ ତୁମ୍ ତଃୟ୍ର୍ ବାସାକଃର୍ତା ଟାଣେମଃନ୍ ଅସାର୍ କଃରତ୍; ତୁମାର୍ ଡର୍ମଃନ୍ ଲଃମାଉଆ କୁଟା ଅଃଟୁଆ କଃରା। 3 କାୟତାକ୍ବଃଲେକ୍ ତୁମାର୍ କାତାବାଟାର୍ ଆର୍ ଡେବ୍ରି ବାଟାର୍ ବାଡିଜାୟ୍ଦ୍ ଆର୍ ତୁମାର୍ ବଃଉଁସ୍ ବିନ୍ ଦେସାର୍ ଲକେ ଅଃଦିକାର୍ କଃର୍ତି; ଆର୍ ନଃର୍ ନଃୟିଲା ଗଃଳ୍କେ ବଃସ୍ତି କଃରାଉତି। 4 ଡିରାନାୟ୍ କାୟିତାକ୍ବଃଲେକ୍ ତୁମି ଲାଜ୍ନଃହାଉଆସ୍। କି ମଃନ୍ଦୁକ୍ କଃରା ନାୟ୍; କାୟିତାକ୍ବଃଲେକ୍ ତୁମିକେ ଗେଗ୍ରାୟ୍ ନଃକେର୍ତି ତୁମି ନିଜାର୍ ଜୁବା ବଃଳାର୍ ଲାଜ୍ ହାସ୍ରି ଜାହାସ୍ ଆର୍ ତୁମି ନିଜାର୍ ରାଣ୍ଡିବଃଳାର୍ ନାମର୍ତା ବୁଡ୍ଲାର୍ ଆର୍ ଏତାୟ୍ ନଃକେରାସ୍। 5 କାୟିତାକ୍ ବଃଲେକ୍ ତୁମାର୍ ଉବ୍ଜାଣ୍କଃରି ତୁମାର୍ ଅଃଣ୍ଡ୍ରା; ସଃୟିନ୍ମୁଳ୍ ଇସ୍ୱର୍ ତାର୍ ନାଉ ଆର୍ ଇସ୍ରାଏଲାର୍ ଦଃର୍ମି ତୁମାର୍ ମୁକ୍ତି କାରି ସେ ସଃବୁ ହୁର୍ତିବିର୍ ମୁକ୍ତିକାରି ବଃଲି ଡାକେ ହୁଟେଦ୍। 6 କାୟିତାକ୍ବଃଲେକ୍ ତୁମାର୍ ଇସ୍ୱର୍ କଃଉଁଲା, ଚାଡେଳି ଆର୍ ମଃନ୍ଦୁକି ମାୟ୍ଜି କି ଦଃଙ୍ଗ୍ଳିବଃଳ୍ ଚାଡାୟ୍ଅୟିଲାର୍ ମାୟ୍ଜି ହର୍ ଇସ୍ୱର୍ ତୁମିକେ କୁଦି ଆଚେ। 7 ମୁଁୟ୍ ଚଃନେକାର୍ଗିନେ ତୁମିକେ ଚାଡିଆଚି; ମଃତର୍ ବଃଡେ ଦଃୟାୟ୍ ତୁମିକେ ରୁଣ୍ଡାୟ୍ନ୍ଦ୍। 8 ବେସି ରିସାୟ୍ ମୁୟ୍ ଚଃନେକାର୍ ଗିନେ ମର୍ ମୁଁ ତୁମାର୍ ତଃୟ୍ ହୁଣି ଲୁକାୟ୍ଲେ; ମଃତର୍ ଜୁଗ୍ ଜୁଗ୍ ହଃତେକ୍ ଦଃୟାର୍ ଗିନେ ମୁଁୟ୍ ତୁମିକେ ଦଃୟାକଃରିନ୍ଦ୍, ଇରି ତୁମାର୍ ମୁକ୍ତିକାରି ଇସ୍ୱର୍ କଃଉଁଲା। 9 ନହ ସଃମୟେ କଃବେ ହେଁ ହୁର୍ତିବିକ୍ ବାସି ନଃକେରେ ବଃଲି ମୁଁୟ୍ ସଃୟ୍ତ୍ କଃଲେ, ଅଃବେ ମୁଁୟ୍ ତକେ କଃବେ ହଁ ରିସାନୟ୍ ବଃଲି ସଃୟ୍ତ୍ କଃରୁଲେ। 10 ବଃଲେକ୍ ତୁମିକେ ଦଃୟା କଃରିଆଚେ ଜୁୟି ଇସ୍ୱର୍, ସେ କଃଉଁଲା ହଃର୍ବାତ୍ମଃନ୍ ତଃର୍ଲି ଜାୟ୍ଦ୍ କୁହୁଲିମଃନ୍ ବଃସ୍ଳି ଜାୟ୍ଦ୍ ମଃତର୍ ମର୍ ଦଃୟା ମର୍ ତଃୟ୍ ହୁଣି ବିନ୍ ନୟ୍ କି ମର୍ ସାନ୍ତିର୍ ନିୟମ୍ ନଃହିଟେ।
11 ଏ ଗା ଦୁକି ହାଣି ହଃବନେ ଗାବ୍ରା ଅୟ୍ଲାର୍ ଦଃକ୍ ମୁଁୟ୍ ନାନା ସୁନ୍ଦୁର୍ ବଃର୍ନ୍ରି ତୁମାର୍ ଟେଳା ବଃସାୟିନ୍ଦ୍ ଆର୍ ନିଳିଆ ମଣିୟେ ତୁମାର୍ ଜିମି ହଃକାୟ୍ନ୍ଦ୍। 12 ମୁଁୟ୍ ପଦ୍ମରାଗ୍ ମଣିୟେ ତୁମାର୍ ମୁଣ୍ଡି ଆର୍ ସୁର୍ଜ୍ଯକାନ୍ତମଣିୟେ ତୁମାର୍ ବଃସ୍ତି ଦୁଆର୍ମଃନ୍ ଆର୍ ସୁନ୍ଦୁର୍ ଟେଳାୟ୍ ତୁମାର୍ ସଃବୁ ସଃନ୍ଦି ତିଆର୍ କଃରିନ୍ଦ୍। 13 ତୁମାର୍ ହିଲାମଃନ୍ ସଃବୁ ମାପୁର୍ ଗିନେ ସିକିତ୍ ଅଃଉତି ତୁମାର୍ ହିଲାମଃନାର୍ ବଃଡେ ସାନ୍ତି ଅୟ୍ଦ୍। 14 ତୁମି ଦଃର୍ମିଏ ତିର୍ଅଃଉ ଆସ୍; ତୁମି ଗେଞ୍ଜ୍ଣା ହାଉତାର୍ ତଃୟ୍ହୁଣି ଦୁରିରିଆସ୍, କାୟିତାକ୍ ବଃଲେକ୍ ତୁମି ଡିରି ନଃକେରାସ୍, ଆର୍ ଡିର୍ ତଃୟ୍ ହୁଣି ଦୁରି ରିଆସ୍,କାୟିତାକ୍ବଃଲେକ୍ ସେରି ତୁମାର୍ ହାକ୍ ନାସେ। 15 ଦଃକା ଲଃକ୍ମଃନ୍ ଗଟେ ତଃୟ୍ ଅଃଉତି, ମଃତର୍ ମର୍ ଗିନେ ନଃୟ୍; ଜେ କି ତୁମାର୍ ବିରୁଦେ ଏକ୍ ଅୟ୍ଦ୍, ସେ ତୁମାର୍ ହାୟ୍ଁ ତଃଳେ ହଃଳେଦ୍। 16 ଦଃକା ଜୁୟି କାମ୍ବାର୍ ଇଙ୍ଗ୍ରାକେ ଜଃୟ୍ ଲାଗାୟ୍ ତଃହାୟିଦ୍ ଆର୍ ନିଜାର୍ କାମ୍ ଗିନେ ଅଃସ୍ତର୍ ତିଆର୍ କଃରେଦ୍, ମୁଁୟ୍ ତାର୍ ଉବ୍ଜାଣ୍ କଃରିଆଚି ଆର୍ ନାସ୍ କଃରୁକେ ନାସ୍କେ ହେଁ ତିଆର୍କଃରିଆଚି। 17 ଜୁୟି ଅଃସ୍ତର୍ ହେଁ ତୁମାର୍ ବିରୁଦେ ତିଆର୍ ଅୟ୍ଦ୍, ସେରି କାମେ ନଃଲାଗେ, ଜେ ହଃତି ଜିବ୍ ତୁମାର୍ ବିରୁଦେ ଉଟେଦ୍ ତୁମି ତାକେ ଦସି କଃରାସ୍। ଇସ୍ୱର୍ ଦାସ୍ମଃନାର୍ ଅଃଦିକାର୍ ଆର୍ ମୁୟ୍ ଦିଲା ସେମଃନାର୍ ଦଃର୍ମ୍, ଇରି ଇସ୍ୱର୍ କଃଉଁଲା।