1 ଉଟା ବେଳ୍ହର୍ ଉଜାଳ୍ ଅଃଉଆ, କାୟିତାକ୍ ବଃଲେକ୍ ତୁମାର୍ ଉଜାଳ୍ ଇତିଆଚେ ଆର୍ ମାପୁର୍ ସଃକ୍ତି ତୁମାର୍ ଉହ୍ରେ ଉଦିଆଚେ। 2 କାୟିତାକ୍ ବଃଲେକ୍ ଅଃନ୍ଦାର୍ ହୁର୍ତିବିକେ ଆର୍ କିଟ୍କିଟା ଅଃନ୍ଦାର୍ ଗୁସ୍ଟିକେ ଡାହିଅୟ୍ଦ୍; ମଃତର୍ ତୁମାର୍ ଉହ୍ରେ ଇସ୍ୱର୍ ଉଦେଦ୍ ଆର୍ ତାର୍ ଜଃଜ୍ମାନ୍ ତୁମାର୍ ଉହ୍ରେ ଦଃକା ଜାୟ୍ଦ୍। 3 ଆର୍ ବିନ୍ଦେସାର୍ ଲଃକ୍ମଃନ୍ ତୁମାର୍ ଉଜାଳ୍ ଲଃଗେ ଆର୍ ରଃଜାମଃନ୍ ତୁମାର୍ ବେଳ୍ ଉଦ୍ତା ତଃୟ୍ ଆସ୍ତି। 4 ତୁମି ଚାରିହାକ୍ ଦଃକା, ସେମଃନ୍ ଗଟେତଃୟ୍ ଅଃଉଁଲାୟ୍, ସେମଃନ୍ ତୁମାର୍ ଚଃମେ ଆସୁଲାୟ୍; ତୁମାର୍ ହୟ୍ଦିମଃନ୍ ଦୁରି ହୁଣି ଆସ୍ତି ଆର୍ ତୁମାର୍ ଜିଦିମଃନ୍କେ ଉଚାରିକଃରି ଆଣାଅୟ୍ଦ୍। 5 ସଃଡେବଃଳ୍ ସେରି ତୁମି ଦଃକି ଉଜାଳ୍ ଅଃଉଆସ୍ ଆର୍ ତୁମାର୍ ମଃନ୍ ଦୁକ୍ଦୁକ୍ ଅୟି ସଃର୍ଦା ଅୟ୍ଦ୍; କାୟିତାକ୍ ବଃଲେକ୍ ସଃମୁନ୍ଦାର୍ ଜିନିସ୍ମଃନ୍ ତୁମାର୍ ବାଟ୍ ବାଉଳାଉଁକେ ଅୟ୍ଦ୍ ବିନ୍ ଦେସାର୍ ଦଃନ୍ ତୁମାର୍ହାକ୍ ଆସେଦ୍। 6 ଅଃନେକ୍ ଉଟ୍ ମିଦିୟନ୍ ଆର୍ ଅୟ୍ପାରାର୍ ଜଃବର୍ ଦଃବୁଳ୍ତା ଉଟ୍ ମିଦିଅନ୍ ଆର୍ ଅୟ୍ପା ହୁଣି ଆସ୍ତି; ସେମଃନ୍ ସନା ଆର୍ କୁନ୍ଦୁର୍ ଆଣ୍ତି; ସେ ସଃବୁ ସିବା ଦେସେ ହୁଣି ଆସ୍ତି; ସେମଃନ୍ ସନା ଆର୍ କୁନ୍ଦୁର୍ ଆଣ୍ତି ଆର୍ ଇସ୍ୱରାର୍ ଜଃଜ୍ମାନ୍ ପର୍ଚାର୍ କଃର୍ତି। 7 କେଦାରାର୍ ମେଣ୍ଡାମଃନ୍ ତୁମାର୍ ତଃୟ୍ ରୁଣ୍ଡ୍ତି, ନବାୟତର୍ ମେଣ୍ଡାମଃନ୍ ତୁମାର୍ ସେବା କଃର୍ତି; ସେମଃନ୍ ଜୟ୍ଗ୍ ଅୟି ବେଦିଉହ୍ରେ ଆସ୍ତି ଆର୍ ମୁଁୟ୍ ମନ୍ଦିର୍କେ କଃବେ ସେନ୍ ନଃରିଲି ସେନ୍ ସଃଜ୍ ଆର୍ ଇସ୍ୱର୍ ଜଃଜ୍ମାନ୍ କଃରିନ୍ଦ୍। 8 ମେଗ୍ ହର୍ ନିଜାର୍ ନିଜାର୍ ବାସାକେ ଉଡ୍ତା ହାଣ୍ଡ୍କାମଃନ୍ ଉଡି ଆସୁଲାୟ୍ ଜେ ସେମଃନ୍, ସେମଃନ୍ କେଏ? 9 ବାୟ୍ଦ୍ରେ ଟାପୁମଃନ୍ ଅଃମିକେ ଜାଗେଦ୍, ଆର୍ ତର୍ସିସାର୍ ଜାଜକ୍ମଃନ୍ ଆଗେ ଅୟି ନିଜାର୍ ନିଜାର୍ ସଃଙ୍ଗେ ରୁହା ଆର୍ ସନା ନଃୟ୍ ତୁମାର୍ ହିଲାମଃନ୍କେ ଦୁରି ହୁଣି ଆଣି ତୁମାର୍ ମାପୁର୍ ନାଉଆର୍ ଗିନେ ଆର୍ ଇସ୍ରାଏଲାର୍ ଦଃର୍ମିର୍ ଗିନେ ଆସେଦ୍ କାୟିତାକ୍ ବଃଲେକ୍ ସେ ତୁମିକେ ସୁନ୍ଦୁର୍ କଃରିଆଚେ। 10 ଆର୍ ବିଦେସିମଃନ୍ ତୁମାର୍ କଃତି ତିଆର୍ କଃର୍ତି ଆର୍ ସେମଃନାର୍ ରଃଜାମଃନ୍ ତୁମାର୍ ଜଃତୁନ୍ କଃର୍ତି; କାୟ୍ତକ୍ ବଃଲେକ୍ ମୁଁୟ୍ ନିଜାର୍ କହାର୍ ଗିନେ ତୁମିକେ ଦୁକ୍ଦିଲେ, ମଃତର୍ ମର୍ ଦଃୟାର୍ ଗିନେ ମୁଁୟ୍ ତୁମିକେ ଦଃୟା କଃରିଆଚି। 11 ବିନ୍ଦେସାର୍ ଦନ୍ବିତ୍ ସଃବୁ ଆର୍ ତାର୍ସଃଙ୍ଗ୍ ସେମଃନାର୍ ରଃଜାମଃନ୍ ଜଃନ୍କଃରି ତୁମାର୍ ହାକ୍ ଆସ୍ତି, ଇତାକେ ତୁମାର୍ ଗଃଳାର୍ ଦୁଆର୍ ସଃବୁ ସଃବୁବଃଳ୍ ଉଗାଳା ରଃୟ୍ଦ୍, ଦିନ୍ରାତି ସେ ସଃବୁ ବଃନ୍ଦ୍ ନୟ୍। 12 କାୟ୍ତାକ୍ ବଃଲେକ୍ ଜୁୟ୍ରାଜି କି ଦେସ୍ ତୁମାର୍ ସେବା ନଃକେରେ, ହେଁ, ସେ ଦେସ୍ମଃନ୍ ତଃତ୍କାଣ୍ କୁଳୁପ୍ନାସ୍ ଅୟ୍ଦ୍। 13 ଲିବାନନ୍ ତାର୍ ଜଃଜ୍ମାନ୍ ତୁମାର୍ ହାକ୍ ଆସେଦ୍, ଦେବଦାରୁ, ତିଦର, ତାସୁର ଗଃଚ୍ ଗଟେ ଟାଣେ ଅୟି ମର ପବିତ୍ର ଟାଣ୍ ସୁନ୍ଦୁର୍ କଃରୁକେ ଆସ୍ତି, ଆର୍ ମୁୟ୍ ହାଦ୍ ସଃଙ୍ଗାଉତା ଟାଣ୍ ଜଃଜ୍ମାନ୍ କଃରିନ୍ଦ୍। 14 ଆର୍ ଜୁୟ୍ମଃନ୍ ତୁମିକେ କଃସ୍ଟ ଦିଲାୟ୍, ସେମଃନାର୍ ହିଲାମଃନ୍ ତଃଳେହଃଳି ତୁମାର୍ହାକ୍ ଆସ୍ତି ଆର୍ ଜୁୟ୍ମଃନ୍ ତୁମିକେ ନିଚ୍ କଃଲାୟି, ସେମଃନ୍ ତୁମାର୍ ହାଦ୍ ତଃଳେ ଜୁଆର୍ କଃର୍ତି; ଆର୍ ସେମଃନ୍ ଜିଅବା ଗଃଳ୍ ଇସ୍ରାଏଲାର୍ ଦଃର୍ମିର୍ ସିୟନ୍ ବଃଲି କଃଉତି। 15 ତୁୟ୍ ଚାଡେଳି ଆର୍ ଇନସ୍ତା ଅୟ୍ଲାକେ, କେଏ ହେଁ ତୁମାର୍ ହାକ୍ ଅୟି ଜାଆ ଆସା ନଃକେଲାୟ୍, ତାର୍ ବାଦୁଲେ ମୁଁୟ୍ ତକେ ଜୁଗ୍ଜୁଗ୍ ହଃତେକ୍ ଜଃଜ୍ମାନ୍ ଆର୍ ଅଃନେକ୍ ଟିକିର୍ ରିତି ହର୍ ସଃର୍ଦା କଃରିନ୍ଦ୍। 16 ତୁମି ବିନ୍ଦେସାର୍ ଗସ୍ଟି ଆର୍ ରଃଜାମଃନ୍ ତୁମାର୍ ଜଃତୁନ୍ ନେତି ଜଃନ୍ ତାର୍ ଆୟ୍ସି ହିଲାକେ ଜଃତୁନ୍ ନଃୟିଦ୍ ଆର୍; ତଃବେ ମୁୟ୍ ଜେ ଇସ୍ୱର୍ ତୁମାର୍ ମୁକ୍ତିକାରି ଆର୍ ତୁମାର୍ ରଃକ୍ୟାକାରି ଜାକୁବାର୍ ବଃଳ୍କାରି, ଇରି ତୁମି ଜାଣାସ୍। 17 ମୁଁୟ୍ ହିତୁଳ୍ ବାଦୁଲେ ସନା ଆଣିନ୍ଦ୍,ଲଃଉଆ ବାଦୁଲେ ରୁହା, ଦାରୁ ବାଦୁଲେ ହିତୁଳ୍,ଆର୍ ଟେଳା ବାଦୁଲେ ଲଃଉଆ ଆଣିନ୍ଦ୍,ଆର୍ ତୁମାର୍ ସାସନ୍କାରି ବାଦୁଲେ ସୁସ୍ତା ଆର୍ ମୁଳିକାର୍ ହଃଦେ ଦଃର୍ମିକେ ବାଚିନ୍ଦ୍। 18 ଗଃଣ୍ଡ୍ଗଳାର୍ ସଃବଦ୍ ଆର୍ କଃବେ ସୁଣାଜାୟ୍ ନଃକେରେ ତୁମାର୍ ଦେସେ ନାସ୍ ଆରେକ୍ ଅୟି ନଃକେରେ ମୁୟ୍ ତୁମିକେ ଗଟେକ୍ କଃତିକୁଡ୍ ହର୍, ମକେ ତୁମି ଗୁଣ୍ଗିତ୍ କଃରାସ୍ କାୟ୍କଃରୁକେ ବଃଲେକ୍ ମୁଁୟ୍ ତୁମିକେ ରଃକ୍ୟା କଃଲେ ଆଚି। 19 ଦିନ୍ବଃଳ୍ ବେଳ୍ ତୁମାର୍ ଉଜାଳ୍ ଆର୍ ନୟ୍, କି ଉଜାଳାର୍ ଗିନେ ଜଃନ୍ ତୁମିକେ ତଃରାସ୍ ନଃଦେୟ୍; ମଃତର୍ ଇସ୍ୱର୍ ତୁମିକେ ଜୁଗ୍ଜୁଗ୍ ହାଁୟ୍ ଉଜାଳ୍ ଆର୍ ତୁମାର୍ ଇସ୍ୱର୍ ତୁମିମଃନାର୍ ଜଃଜ୍ମାନ୍ ହର୍ ଅୟ୍ଦ୍। 20 ତୁମାର୍ ବେଳ୍ ଆର୍ ଜଃନ୍ ଆରେକ୍ ବୁଡିନଃକେରେ, ତୁମାର୍ କାନ୍ଦ୍ଣାର୍ ଦିନ୍ ସେସ୍ ଅୟିଦ୍। 21 ତୁମାର୍ ଲକ୍ସଃବୁ ଦାର୍ମିକ୍ ଅଃଉତି, ସେମଃନ୍ ସଃବୁ ଦିନାର୍ ହାୟ୍ଁ ଦେସ୍ ଅଃଦିକାର୍ କଃର୍ତି। ସେମଃନ୍ ମର୍ ଜଃଜ୍ମାନ୍ ଗିନେ ମର୍ ରହ୍ଲା କଃନ୍ଦା ଆର୍ ମର୍ ଆତେ କଃଲାକାମ୍। 22 ଗଟେକ୍ ସାନ୍ ଗସ୍ଟି ବୁତେକ୍ ଆର୍ ସଃକ୍ତିକାରି ଅୟ୍ଦ୍; ମୁଁୟ୍ ଇସ୍ୱର୍ ସେରି ବେଗି ଗଃଟାୟ୍ନ୍ଦ୍।
Publicidade
Isaías 60
ଜିରୁସାଲେମାର୍ ଜଃଜ୍ମାନ୍
Veja também
Publicidade