1 ଜୁଣ୍ଲକ୍ମଃନ୍ ଦୁସ୍ଟ୍ ଆୟିନ୍ ବଃନାଉତି ଆର୍ ଜୁଣ୍ ନିୟମ୍ ଲାଗୁକଃରି ଲକ୍ମଃନ୍କାର୍ ଜିବନ୍କେ ନଃସ୍ଟ କଃରେଦ୍ ଆର୍ କଃସ୍ଟ ଦେତି। ସେମଃନ୍ ଦୁକ୍ ହାଉତା ଜୟିଗ୍। 2 ସେ ଆୟିନ୍ ହାଜୁମଃନ୍ ଗଃରିବ୍ ଲକ୍ମଃନ୍କେ ନ୍ୟାୟ୍ ବିଚାର୍ କଃରୁନଃଚ୍ତି। ସେମଃନ୍ ଗଃରିବ୍ ଲକ୍ମଃନ୍କାର୍ ଅଃଦିକାର୍କେ ଚାଡାୟ୍ ନେତି। ସେମଃନ୍ ରାଣ୍ଡି ଆର୍ ଟୁରା ହିଲାମଃନ୍କାର୍ ଦଃନ୍ ଚରି କଃରୁକ୍ ଲକ୍ମଃନ୍କେ ସିକାଉତି। 3 ଏ ଆୟିନ୍ ହାଜୁମଃନ୍, ତୁମି କଃଲାକାମାର୍ ହଃଳ୍ ହାଉତା ଦିନ୍ ତୁମାର୍ କଃରାପ୍ କାମାର୍ ଇସାବ୍ ବିସୟେ ବୁଜାଉଁକ୍ ହଃଳେଦ୍। ଦୁରିଦେସେ ହୁଣି ତୁମାର୍ ନାସ୍ ଆସୁଲି। ତୁମିମଃନ୍ ସଃଡେବଃଳ୍ କଃନ୍କଃରାସ୍? ଉହ୍କାର୍ କଃରୁକେ ଚଃମେ ଦଃବ୍ଳି ଜଃହାସ୍? ତୁମାର୍ ଡାବୁ ଆର୍ ଦଃନ୍ କୁୟତି ସଃଙ୍ଗାଉଆସ୍। 4 ତୁମି ଗଟେକ୍ ଜଃୟିଲେ ରିଲା ମାନାୟ୍ ହର୍, ହାଦ୍ ତଃଳେ ମୁଣ୍ଡ୍ ହାତାସ୍ ଆର୍ ଗଟେକ୍ ମଃଲା ମାନାୟ୍ ହର୍ ଡୁଳିରିଆସ୍। ଇହର୍ ସଃବୁ ଅୟିଲେକ୍ ହେଁ ମାପୁରାର୍ ରିସା ବାଙ୍ଗି ନଃକେରେ, ସେ ତୁମିକେ ଡଃଣ୍ଡ୍ ଦେଉଁକ୍ ଆତ୍ ଲାମାୟ୍ ରଃୟ୍ଦ୍।
5 ମାପୁର୍ କଃଉଁଲା, ଏ ଅଃସୁରିଆ ତର୍ ଆତେ ମର୍ ରିସାର୍ ଡାଙ୍ଗ୍ ଆଚେ, ତୁୟ୍ ମର୍ ଦଃଣ୍ଡ୍ ହାଉତାର୍ ଅୟି ଆଚ୍ସି। 6 ମାପୁର୍କେ ନଃମାନ୍ତା ଦେସ୍କେ ମୁୟି ଅସୁରିଆକେ ହଃଟାୟ୍ନ୍ଦ୍, ସେ ଲକ୍ମଃନ୍କାର୍ ଉହ୍ରେ ମର୍ ରିସା ଆର୍ ସେମଃନ୍କାର୍ ବିରୁଦେ ଜୁଜ୍ କଃରୁକ୍ ମୁୟି ଅଃସୁର୍କେ ଆଦେସ୍ ଦଃୟିନ୍ଦ୍। ସେ ସେମଃନ୍କେ ଜୁଜେ ଆରାୟିନ୍ଦ୍ ଆର୍ ସେମଃନ୍କାର୍ ଦଃନ୍ସଃମ୍ପତି ନଃୟିଜାୟିଦ୍। ଇସ୍ରାଏଲ୍ ବାଟାର୍ ଦୁଳିହର୍ ହାଦେ ମାଡାୟ୍ ଅୟିଦ୍। 7 ମଃତର୍ ମୁୟି ଜୁଣ୍ ଅଃସୁର୍କେ ବେବାର୍ କଃରିନ୍ଦ୍ ସେ ଜାଣୁ ନଃହାରେ ସେ ମର୍ ହାଁୟି ଗଃଟେକ୍ ଅଃତ୍ୟାର୍। ଅସୁରିଆ ଅଃବ୍କା ଲକମଃନ୍କେ କୁଳୁପ୍ନାସ୍ କଃରୁକ୍ ଇଚା କଃରେଦ୍। ସେ ଗାଦେକ୍ ଗସ୍ଟିକ୍ କୁଳୁପ୍ନାସ୍ କଃରୁକ୍ କୁଟ୍ଚିନ୍ତା କଃରେଦ୍। 8 ଅସୁରିଆ ନିଜ୍କେ କଃୟି ଅୟିଦ୍, ଅଃମାର୍ ମୁଳିକାମଃନ୍ କାୟି ରଃଜା ଅଉଁନାହାର୍ତି? 9 ମୁଁୟ୍ ଜିତ୍ଲାର୍, କଲନ୍ ଗଃଳ୍ ତର୍କମିସର୍ ହର୍ ନାୟ୍ କି? ଅର୍ପିଦ୍ ଗଃଳ୍ ହମାନତିକ୍ ହର୍ ନାୟ୍ କି? ସମରିଆ ଗଃଳ୍ ଦମେସକ୍ ହର୍ ନାୟ୍? 10 ଜୁଣ୍ ମୁର୍ତିମଃନ୍କେ ରାୟ୍ଜାକ୍ ହୁଜା କଃରୁଲାୟ୍ ଜିରୁସାଲମ୍ ଆର୍ ସମରିଆର୍ ମୁର୍ତି ତଃୟ୍ ହୁଣି ଅଃଦିକ୍ ମଲ୍, ସେ ସଃବୁ ରାୟିଜ୍ ମର୍ ଆତେ ଆସି ଆଚେ। 11 ମୁୟଁ ସମରିଆ ଆର୍ ସେତିର୍ ମୁର୍ତିମଃନ୍କେ ନଃସ୍ଟ୍ କଃଲେ ସେ ହର୍ ଜିରୁସାଲମ୍ ଆର୍ ସେତିର୍ ଲକ୍ମଃନ୍କାର୍ ହାଜ୍ଲା ମୁର୍ତିମଃନ୍କେ ମୁୟଁ ନଃସ୍ଟ କଃରିନ୍ଦ୍। 12 ମାପୁର୍ କଃଉଁଲା ଇତାର୍ଗିନେ ଇହର୍ ଗଃଟେଦ୍, ମାପୁର୍ ସିୟନ୍ ହର୍ବାତ୍ ଆର୍ ଜିରୁସାଲମାର୍ ବିରୁଦେ ସଃବୁ ବେବାର୍କଃରି ସଃରାୟ୍ଲା ହଃଚେ ଅଃସୁରିଆକେ ଦଃଣ୍ଡ୍ ଦଃୟିଦ୍। କାୟିତାକ୍ ବଃଲେକ୍ ଅସୁରାର୍ ରାୟିଜ୍ ବେସି ହୁଲାହାଣ୍ ଆର୍ ତାର୍ ଗଃର୍ବ୍ ଗିନେ ତାକେ ମାପୁର୍ ତାକ୍ ଦଃଣ୍ଡ୍ ଦଃୟିଦ୍। 13 କାୟିତାକ୍ ବଃଲେକ୍ ଆସୁର୍ ରଃଜା କୟିଦ୍, ମୁୟଁ ଅଃଦିକ୍ ଗିଆନ୍ ଆର୍ ସଃକ୍ତିର୍ ବଃଳେ ବେସି ବଃଡ୍କାମ୍ କଃରିଆଚି; ଆରେକ୍, ମୁୟି ବିନ୍ବିନ୍ ଗସ୍ଟିମଃନ୍କେ ଆରାୟ୍ଆଚି ଆର୍ ସେମଃନ୍କାର୍ ସଃଙ୍ଗାୟ୍ରିଲା ଦଃନ୍ସଃମ୍ପତିକେ ଚରି ନଃୟିଆଚି, ଆର୍ ମୁୟଁ ସାସନ୍କାରି ମଃନ୍କେ ତଃଳେ ଉତ୍ରାୟ୍ ଆଚି। 14 ଆର୍ ମର୍ ଆତ୍ ନାନା ଗସ୍ଟିର୍ ଦଃନ୍ ଚେଳେର୍ ବାସା ହର୍ ଅୟି ଆଚେ ଆର୍ କେଏ ଜେହର୍ ଚାଡ୍ଲା ଡିମ୍ ଅରାୟିଦ୍, ସେହର୍ ସଃବୁ ହୁର୍ତିକେ ଅରାୟ୍ ଆଚି ଆରେକ୍ ଡେଣା ଆଲାଉଁକେ କି ଚଣ୍ଡି ମେଲା କଃରୁକ୍ କି ଚିଁଚିଁ ସଃବଦ୍ କଃରୁକେ କେଏ ନଃରିଲାୟ୍। 15 ଗଟେକ୍ କୁରାଳି କାୟି ତାର୍ କାଟ୍ କାଟ୍ତାମାନାୟ୍ ତଃୟ୍ହୁଣି ଅଃଦିକ୍ ଅଃଉଁହାରେଦ୍ କି? କରତ୍ କାୟି କର୍ତିଆ ବିରୁଦେ କାୟିରି କଃରୁହାରେଦ୍? ଇରି ଜେହର୍ ଗଟେକ୍ ଡାଙ୍ଗ୍, ନିଜ୍କେ ଡାଙ୍ଗ୍ ଦଃରୁ ମାନାୟ୍ ଟାଣୁ ଅଃଦିକ୍ ବଃଡ୍ କି? 16 ଇତାର୍ଗିନେ ସଃକ୍ତିମାନ୍ ମାପୁର୍ ତାର୍ ବିରୁଦେ ଗଟେକ୍ ବୟ୍ଙ୍କାର୍ ରଗ୍ ହଃଟାୟିଦ୍। ଗଟେକ୍ ରଗିର୍ ତାର୍ ଗଃଗାଳ୍ ଦୁର୍ବଳ୍ ଅୟ୍ଲା ହର୍ ତାର୍ ଦଃନ୍ ଆର୍ ସଃକ୍ତି ଆରାୟିଦ୍। ଆର୍ ତାର୍ ସଃବୁ ବଃଡ୍ହାଣ୍ କୁଳୁପ୍ନାସ୍ ଅୟ୍ଦ୍। ଅଃସୁର୍ ସଃବୁ କୁଳୁପ୍ନାସ୍ ଅଃଉତା ହଃତେକ୍ କଃଚ୍ତା ଜୟେ ହଡ୍ଲା ହର୍ ଅୟିଦ୍। 17 ଆରେକ୍, ଇସ୍ରାଏଲାର୍ ଉଜାଳ୍ ଗଟେକ୍ କଃଚ୍ତା ଜୟ୍ ହର୍ ଅୟିଦ୍ ଆର୍ ସେ ଦଃର୍ମି ରୁହାର୍ ଗଟେକ୍ ଜୟ୍ଉଳା ହର୍ ଅୟିଦ୍, ଆର୍ ସେ ଜୟ୍ ଉଳା କଃଚିକଃରି କାଟାବେଜା ଆର୍ କାଟାବୁଟା ସଃବୁ ଗଟେ ଦିନେ ହଡିଜାୟିଦ୍। 18 ଆର୍ ସେ ଇନିସ୍ବିନିସ୍ ବଃନ୍ ଆର୍ କାତ୍ମାଟି ଜଃଗାର୍ ଟାଣ୍ ଆର୍ ତାସ୍ ଜଃମି ହେଁ ହୁରା ନାସ୍ ଅୟ୍ଦ୍ ସେହର୍ ଗଟେକ୍ ଲକେ ଜିବନ୍ ନାସ୍କାରି ରଗ୍ ଲକେ ନଃସ୍ଟ୍ କଃରେଦ୍। 19 ଆରେକ୍, ବଃନେ ଇହର୍ ଉବୁର୍ଲାର୍ ଉଣା ଗଃଚ୍ ରଃୟିଦ୍ ଜେ ଗଟେକ୍ ସାନ୍ ହିଲା ଗଃଣୁ ହାରେଦ୍।
20 ଆରେକ୍, ସେ ସଃମୟେ ଇ ହର୍ ଗଃଟେଦ୍ ଜେ, ଇସ୍ରାଏଲାର୍ ବାକି ଲକ୍ ଆର୍ ଜାକୁବ ଗଃର୍ କୁଟୁମାର୍ ଲକ୍ ଜାଗୁଆଳି ଲକମଃନ୍କାର୍ ଉହ୍ରେ ଆର୍ ବଃର୍ସା ନଃକେର୍ତି। ସେମଃନ୍ ଇସ୍ରାଏଲାର୍ ଦଃର୍ମି ରୁହାର୍ ମାପୁର୍ ଉହ୍ରେ ବଃର୍ସା କଃର୍ତି। 21 ଜାକୁବର୍ ଗଃର୍ କୁଟୁମାର୍ ବାକି ବାଚିରିଲା ଲକ୍ ସଃକ୍ତିକାରି ମାପୁର୍କେ ଜାଣ୍ତି ଆର୍ ମାପୁର୍ ଚଃମେ ବାଉଳି ଆସ୍ତି। 22 କାୟିତାକ୍ ବଃଲେକ୍ ଇସ୍ରାଏଲାର୍ ଲକ୍ ସଃମ୍ନ୍ଦାର୍ ବାଲିହର୍ ଅୟିଲେକ୍ ହେଁ ସେମଃନ୍କାର୍ ଉବ୍ରିରିଲା ଲକ୍ ଟାଣୁ ଅଃଳହଃଳ ଲକ୍ ମାପୁର୍ ଚଃମେ ବାଉଳି ଆସ୍ତି; ତାର୍ହଃଚେ ଗାଡେ ଆୟ୍ଲା ହାଣି ହର୍ ସେ ଦେସେ ନ୍ୟାୟ୍ ଆସେଦ୍ ସେମଃନ୍କେ କାଡି ହଃକାୟ୍ଦ୍। 23 ଜୁୟ୍ତାର୍ଗିନେ ମାପୁର୍, ସଃବୁ ସଃକ୍ତିମାନ୍ ମାପୁର୍ ଇ ହୁର୍ତବିକେ କୁଳୁପ୍ ନାସ୍ କଃରେଦ୍।
24 ସଃବୁର୍ ଉଟ୍ୟା ସଃକ୍ତିକାରି ମାପୁର୍ କଃଉଁଲା, ଏ ମର୍ ସିୟନେ ବାସାକଃଲା ଲକମଃନ୍, ତୁମିମଃନ୍ ଅସୁରିୟକେ ଡିରାନାୟ୍, ଜଦି ଅଃଉଁହାରେ ମିସର୍ ତୁମିମଃନ୍କେ ହୁର୍ବକାଳେ ଡାଙ୍ଗେ ମାର୍ଲା ହର୍ ଅଃସୁର୍ ତୁମିମଃନ୍କେ ମାରେଦ୍, ତଃବେ ହେଁ ତାର୍ ବିସୟେ ଡିରାନାୟ୍। 25 ଅଃଳହଃଳ ସଃମୟ୍ ଉତାରେ, ମୁଁୟ୍ ତୁମିକେ ଦଃଣ୍ଡ୍ ଦଃୟ୍ନ୍ଦ୍ ଆର୍ ବିନାସ୍ କଃରିନ୍ଦ୍, ସଃଡେବଃଳ୍ ମଃର୍ ରିସା ବାଙ୍ଗେଦ୍। 26 ତାର୍ହଃଚେ ମାପୁର୍ ଅସୁରିଆକେ କର୍ଡା ସଃଙ୍ଗ୍ ମାରେଦ୍। ହୁର୍ବକାଳେ ମାପୁର୍ ଜଃନ୍କଃରି ହରେବ୍ ହଃର୍ବାତେ ମିଦିୟନ୍କେ କର୍ଡା ସଃଙ୍ଗ୍ ମାରିରିଲା, ଆସେର୍କେ ମାର୍ତାବଃଳ୍ ମାପୁର୍ ସେନ୍ କଃରେଦ୍; ଆର୍ ହୁର୍ବେ ମାପୁର୍ ଜଃନ୍କଃରି ତାର୍ ଡାଙ୍ଗ୍ ସଃମୁନ୍ଦ୍ ଉହ୍ରେ ଟେକ୍ଲା ଆର୍ ମିସର୍କେ ଦଃଣ୍ଡ୍ଦଃୟି ତାର୍ ଲକ୍ମଃନ୍କେ ରଃକ୍ୟା କଃଲା, ସେନ୍କଃରି ସେ ଅସୁରିଆ ତଃୟ୍ ହୁଣି ନିଜାର୍ ଲକ୍ମଃନ୍କେ ରଃକ୍ୟା କଃରେଦ୍। 27 ଆରେକ୍, ସେଦିନ୍ ଅଃସୁର୍ ତୁମିମଃନାର୍ ଉହ୍ରେ ଦୁକ୍ ଆଣେଦ୍। ସେ ଦୁକ୍ ତୁମିମଃନାର୍ କଃନ୍ଦାର୍ ଜିଅଡି ହର୍ ଅୟିଦ୍। ମଃତର୍ ସେ ଜିଅଡି ତୁମାର୍ କଃନ୍ଦେ ହୁଣି କାଡି ନିଆଜାୟିଦ୍।
28 ସଃୟିନ୍ମଃନ୍ ଅୟାତକେ ଆସିଆଚ୍ତି, ସେମଃନ୍ ମିଗ୍ରଣ୍ ଦଃୟି ଜାତି ଆର୍ ସେମଃନ୍ ମିକ୍ମସ୍ ତଃୟ୍ ନିଜାର୍ ଜିନିସ୍ ସଃଙ୍ଗାଉତି; 29 ସେମଃନ୍ ଗାଟି ଚଃମେ ଗାଡ୍ ଲାଙ୍ଗିଆଚ୍ତି। ସେମଃନ୍ ଗିବାୟେ ରାତି କଃଟାଉଁଲାୟ୍; ରାମା ଡିରି ଜାୟିଦ୍; ସାଉଲ ଗିବାୟନେ ହଃଳାୟ୍ ଜାୟ୍ଆଚେ। 30 ଏ ଗଲିମର୍ ଜିସି, ଇଲିୟସ୍, ସୁଣ୍, ଗଃରିବ୍ ଅନାତତ୍କେ ଉତୁର୍ ଦେସ୍। 31 ମଃଦମନା ଲଃକ୍ମଃନ୍ ହଃଳାୟ୍ ଜଃଉଁଲାୟ୍; ଆରେକ୍ ଗେବିମେ ବାସାକଃଲା ଲଃକ୍ମଃନ୍ ଜିବନ୍ ବାଚାଉଁକ୍ ଲୁକୁ ଜଃଉଁକ୍ ଗଟେଟାଣେ ରୁଣ୍ଡିଆଚ୍ତି। 32 ଆଜି ସେମଃନ୍ ସିୟନାର୍ ନବ ଟାଣେ ରେତି; ଜିରୁସାଲମାର୍ ସିୟନ୍ ହର୍ବାତ୍ ବିରୁଦେ ଜୁଜ୍ କଃରୁକ୍ ସେମଃନ୍ ଜାଗ୍ରତ୍ ଅୟି ଆତ୍ମୁଟା ହାଲାଉଁଲାୟ୍। 33 ଜାଣା, ସଃୟିନ୍ଅଃଦିକାରି ସଃକ୍ତିମାନ୍ ଇସ୍ୱର୍ ଆସେରିଆର୍ ଡାକ୍ହୁଟା ଗଃଚ୍ ସଃବୁ କାଟିହଃକାୟିଦ୍; ଗଃର୍ବି ଆର୍ ହୁଲାହାଣିଆଁ ଲକ୍ମଃନ୍କେ ଗଃର୍ଣ୍ଡାଗଃର୍ଣ୍ଡା କଃରି ଟଲି ହଃକାୟ୍ଦ୍ 34 ମାପୁର୍ ତାର୍ କୁରାଳି ସଃଙ୍ଗ୍ ଜଃଙ୍ଗଲ୍କେ କାଟି ହଃକାୟିଦ୍। ଲିବାନନ୍ ବଃନାର୍ ଅଃଦିକ୍ ନିକ ଗଃଚ୍ କୁଳୁପ୍ନାସ୍ ଅୟିଦ୍।