1 ଦଃକା, ମୁୟି ତୁମିମଃନ୍କେ କଃଉଁଲେ। ମାପୁର୍,ସଃବ୍କେଉଟ୍ୟା ସଃକ୍ତିର୍ ମାପୁର୍, ଜିହୁଦା ଆର୍ ଜିରୁସାଲମ୍ ଜାର୍ ଉହ୍ରେ ଆସାକଃରିଆଚେ ମାପୁର୍ ସଃବୁ ଜିନିସ୍ କାଡିନଃୟିଦ୍। ମାପୁର୍ ସେତିର୍ ଅଃର୍ନ୍ ଆର୍ ହାଣି ଦୁର୍ କଃରେଦ୍। 2 ଆରେକ୍ ମାପୁର୍ ସଃବୁ ବଃଳ୍କାରି ଆର୍ ବିର, ବିଚାର୍କାରି ଆର୍ ଆସ୍ତାର୍ଦିନାର୍ ଗଃଟ୍ଣା କଃଉତା ବାବ୍ବାଦି, ମଃତ୍ରାକାରି ଆର୍ ପାରାଚିନ୍ ମଃନ୍କାର୍ ତଃୟିହୁଣି ଦୁର୍ କଃରାଜାଇଦ୍ 3 ସଃୟିନ୍ମୁଳିକା ଆର୍ ମାଜନ୍ ଲଃକ୍ମଃନ୍, ମଃତ୍ରିମଃନ୍, ବଃଲ୍ବାବେ କାମେପିଆସ୍ ମିସ୍ତୁରିମଃନ୍କେ ଆର୍ ଆସ୍ତାଦିନାର୍ ଗଃଟ୍ଣା କଃତାକଃଉତା ଲକ୍ ତଃୟ୍ହୁଣି ଦୁରି କଃରାଅୟ୍ଦ୍। 4 ମାପୁର୍ କଃଉଁଲା, ସେମଃନକାର୍ ଉହ୍ରେ ସାସନ୍କାରି ମୁୟଁ ବେଣ୍ଡିୟା ହିଲାମଃନକେ ବାଚିନ୍ଦ୍ ଆର୍ ସେମଃନ୍ ସାସନ୍ କଃର୍ତି। 5 ଗଟ୍ଲକ୍ ଆର୍ ଗଟ୍ଲକାର୍ ଦଃୟି ଆର୍ ହଃତିଲକ୍ ନିଜାର୍ ହାକିହଃଳ୍ସା ଲକ୍ମଃନାର୍ ଦଃୟି ଅଃଦ୍ର୍ମ୍ କଃରେଦ୍; ସାନ୍ଲକ୍ ବଃୟିସାର୍ ଲକ୍ ବଃଡ୍ ବଃୟିସାର୍ ଲକାର୍ ବିରୁଦେ ଜାତି ଆର୍ ମାମୁଲିଲକ୍ ମାୟିନ୍ ଜୟିଗ୍ ଲକ୍ମଃନ୍କେ ମାୟିନ୍ ନଃକେର୍ତି। 6 କେକେ ନିଜାର୍ ଗଃରାର୍ ବାୟ୍ସିକ୍ ଦଃରି କଃଉତି, ତର୍ ବଃସ୍ତର୍ ଆଚେ, ତଃବେ ତୁୟ୍ ଅଃମାର୍ ସାସନ୍କାରି ଅଃଉସି, ଆରେକ୍, ଇ ନାସ୍ଅଃଉତା ରାୟିଜାର୍ ଅଃଦିକାରି ଅଃଉସି; 7 ମଃତର୍ ସେ ବାୟ୍ସି ବଃଡ୍ଟଃଣ୍ଡ୍କଃରି କୟିଦ୍ ମୁୟ୍ ତୁମିମଃନ୍କେ ଉହ୍କାର୍ କଃରୁ ନଃହାରି,ମର୍ ଗଃରେ ମାପୁରାର୍ କାଦି ଆର୍ ବଃସ୍ତର୍ ନାୟି; ମକେ ତୁମିମଃନ୍ ତୁମାର୍ ସାସନ୍କାରି କଃରାନାୟି। 8 କାୟିତାକ୍ ବଃଲେକ୍ ଜିରୁସାଲମ୍ ବାଟ୍ ବାଣାଅଃୟ୍ ବଃସମ୍ ଅୟିଆଚେ ଆର୍ ଜିହୁଦା ମାପୁର୍କେ ଅଃମାନ୍ୟା ଅୟିଆଚେ; ମାପୁରାର୍ ଆକାୟ୍ ରିସା କଃରାଉଁକେ ସେମଃନ୍କାର୍ ବଃଚନ୍ ଆର୍ କାମ୍ ମାପୁର୍କେ ବିରଦି ବେବାର୍ କଃରିଆଚେ। 9 ନାସେଗଃଲାର୍ ସେମଃନ୍କାର ମୁଉଁ ଦଃକ୍ଲେକ୍ ଜାଣାଜାୟିଦ୍ କଃରାପ୍କାମ୍ କଃରି ଦଃସି ଅୟ୍ଆଚ୍ତି; ସଃଦମାର୍ ଲଃକ୍ମଃନ୍ ହର୍ ସେମଃନ୍ ସେମଃନ୍କାର୍ ହାହ୍ ଲୁକାୟ୍ ସଃଙ୍ଗାଉତି। ଇରି ସେମଃନାର୍ ଗିନେ କଃରାପ୍ ହଃଳ୍ ଅୟିଦ୍। କାୟିତାକ୍ ବଃଲେକ୍ ସେମଃନ୍ ନିଜେ ନିଜାର୍ ନଃସ୍ଟ କଃରିଆଚ୍ତି। 10 ତୁମିମଃନ୍ ଦଃର୍ମି ଲକ୍ମଃନ୍କେ କଃଉଆ, ସେମଃନ୍କାର୍ ମଃଙ୍ଗଳ୍ ଅୟିଦ୍, ସେମଃନ୍ ସେମଃନ୍କାର୍ ନିକ କାମାର୍ ଗିନେ ପୁରିସ୍କାର୍ ହାଉତି। 11 ମଃତର୍ ଦୁସ୍ଟ ଲକାର୍ ଗିନେ ଇରି ବେସି ବୟ୍ଙ୍କାର୍ ଦିନ୍ ଅୟିଦ୍। ସେମଃନ୍କେ ବେସି କଃସ୍ଟ ଆସେଦ୍। ସେମଃନ୍ ସେମଃନ୍କାର୍ କଃରାପ୍ କାମାର୍ ଗିନେ ଦଃଣ୍ଡ୍ ହାଉତି। 12 ମର୍ ଲକ୍ମଃନ୍କେ ଇରଃକମ୍ ଅୟିଦ୍, ହିଲାମଃନ୍ ମର୍ ଲକମଃନ୍କେ କଃରାପ୍ ବେବାର୍ କଃର୍ତି ଆର୍ ମାୟ୍ଜିମଃନ୍ ମର୍ ଲକ୍ମଃନ୍କେ ସାସନ୍ କଃର୍ତି। ତୁମିମଃନାର୍ ବାଟ୍ଦଃକାଉମଃନ୍ ତୁମିମଃନ୍କେ ମଃନ୍ଦ୍କାମ୍ ବାଟ୍ୟା ନେଉଁଲାୟି ଆର୍ ତୁମାର୍ ନ୍ୟାୟ୍ ବାଟ୍କେ କଃରାପ୍ କଃରୁଲାୟ୍। 13 ମାପୁର୍ ଲକ୍ମଃନକାର୍ ବିଚାର୍ କଃରୁକ୍ ଟିଆ ଅୟିଆଚେ। ସେ ତାର୍ ଲକ୍ମଃନ୍କାର୍ ବିଚାର୍ କଃରେଦ୍। 14 ମାପୁର୍ ନିଜାର୍ ଲକ୍ମଃନ୍କାର୍ ପାରାଚିନ୍ ଆର୍ ସାସନ୍କାରି ସଃଙ୍ଗ୍ ବିଚାର୍ କଃରୁକ୍ ହଚେଦ୍; ତୁମିମଃନ୍ ହଃକା ଅଙ୍ଗୁର୍ବାଳ୍ ଗିଳିଆଚାସ୍; ଗଃରିବ୍ ମଃନ୍କାର୍ ଚଃରିକଃଲା ଜିନିସ୍ ତୁମିମଃନାର୍ ଗଃରେ ଆଚେ; 15 ତୁମିମଃନ୍ ମର୍ ଲକମଃନ୍କେ ଆର୍ଲା କଃଲାସ୍ ଆର୍ ଗରିବ୍ମଃନାର୍ ମୁଉଁକେ ରଃମ୍ନ୍ଦି କଃଳ୍ୟା କଃଲାସ୍, କୁୟି ଅଃଦିକାରେ ଇରି କଃଲାସ୍? ମର୍ ମାପୁର୍, ସଃବୁର୍ ସଃକ୍ତିକାରି ମାପୁର୍ ଇ କଃତା କୟ୍ଆଚେ।
16 ଆରେକ୍ ମାପୁର୍ କୟ୍ଲା, ସିୟନାର୍ ଅଃକାରିଆଣି ଅଃଉତି ଆର୍ ନିଜାର୍ ନିଜାର୍ ଟଟିକେ ଲାମାଉଁତି ଆର୍ ଦିରା ହାଦେ ଇଣ୍ଡ୍ତି ଆର୍ ଇଣ୍ଡ୍ତାବଃଳ୍ ସେମଃନ୍କାର୍ ହାଦାର୍ ହାଉଁଞ୍ଜି ଜୁମ୍ଜୁମ୍ ସଃବଦ୍ ଅୟିଦ୍। 17 ଇତାର୍ଗିନେ ମାପୁର୍ ସିୟନାର୍ ଜିସିମଃନ୍କାର୍ କଃହାଳେ ଗାଉ କଃରେଦ୍ ଆର୍ ମାପୁର୍ ସେମଃନ୍କାର୍ ମୁଣ୍ଡ୍ କୁରାୟ୍ ଚାଡି ଦଃୟ୍ଦ୍। 18 ସେଦିନ୍ ମାପୁର୍, ସେ ମାୟ୍ଜିମଃନ୍କାର୍ ଗଃର୍ବ କଃର୍ତିରିଲାର୍ ଜିନିସ୍ମଃନ୍କେ ସେମଃନ୍କାର୍ ଟାଣୁ ଚାଡାୟ୍ ନଃୟିଦ୍। ସେ ସେମଃନ୍କାର୍ ହାଦାର୍ ଜାହି, ଆର୍ ସେମଃନ୍କାର୍ ଗଃଳାର୍ ମାଳି ଚାଡାୟ୍ ନଃୟିଦ୍। 19 ଆରେକ୍ କାନାର୍ ମୁଦ୍ରା, ସଃକା ଆର୍ କଃନ୍ଦାର୍ ତୁଆଲ୍;ଚାଡାୟ୍ ନଃୟିଦ୍; 20 ମୁଣ୍ଡାର୍ସଃଜ୍ ଆର୍ ଗଡ୍ବଃଳା, ଅଃଟାବାନ୍ଦୁଣ୍, ବାସ୍ନା ଚିକଣ୍ କାଚ୍ ଆର୍ କାନାର୍ ମୁଦ୍ରା; 21 ହାଜେର୍ ଆର୍ ନାସାୟ୍ ହିନ୍ଦ୍ତା ଜୁତି; 22 ହଃର୍ବ୍ ବଃଳ୍ ବଃସ୍ତର୍ ଉହ୍ରେ ହିନ୍ଦ୍ତା ବଃସ୍ତର୍, ନିତିହିନ୍ଦା ବଃସ୍ତର୍, ସାଲ୍ ଆର୍ ଡାବୁ ସଃଙ୍ଗାଉତା ମଣା; 23 ଦଃର୍ହାଣ୍, ମଃସ୍ଣି ବଃସ୍ତର୍, ମୁଣ୍ଡେବାନ୍ଦା ଆର୍ ଅଡ୍ଣା କାଡିହଃକାୟିଦ୍। 24 ସେ ମାୟ୍ଜିମଃନାର୍ ସୁନ୍ଦୁର୍ ବାସ୍ନା ବାଦୁଲେ କଃରାପ୍ ଗଃନ୍ଦ୍ ହୁଜ୍, ଅଃଟାବାନ୍ଦୁଣ୍ ବାଦୁଲେ ଡର୍, ସୁନ୍ଦୁର୍ ବାଳ୍ ବାଦୁଲେ ମୁଣ୍ଡ୍ ଟଃଙ୍ଗ୍ରା ଅୟିଦ୍ ଆର୍ ଡାହିଅଃଉତା ବଃସ୍ତର୍ ବାଦୁଲେ ବାସ୍ତା ବଃସ୍ତର୍; ସୁନ୍ଦୁର୍ ବାଦୁଲେ ହଡା ଗାଉ ଦଃୟିଦ୍। 25 ତୁମାର୍ ଅଃଣ୍ଡ୍ରାମଃନ୍ କଃଣ୍ଡାୟ୍ ମାଡ୍କାତି ବଃସ୍ତିର୍ ବଃଳ୍କାରିମଃନ୍ ଜୁଜେ ମଃର୍ତି। 26 ସିୟନାର୍ ଗଃଳ୍ସଃବୁ କାନ୍ଦେଦ୍, ଆର୍ ଉଲ୍ଗାଟ୍ଅୟ୍ ନିରାସ୍ ଅୟି ବୁୟେଁ ବଃସେଦ୍।