1 ହେଁ ଦଃର୍ମି ଇସ୍ୱର୍ ହଃଚେ ଜାତା ଲକ୍ମଃନ୍, ଏ ଇସ୍ୱରାର୍ ହଃଚେ ଜାତା ଲକ୍ମଃନ୍, ତୁମିମଃନ୍ ମର୍ କଃତା ସୁଣା; ତୁମିମଃନ୍ ଜୁୟି ଟେଳାୟ୍ ହୁଣି କାଟା ଜାୟ୍ରିଲାସ୍ ଆର୍ ଜୁୟି କାଲେ ହୁଣି କଃଣା ଅୟି ରିଲାସ୍, ସେରି ଦଃକା। 2 ତୁମିମଃନାର୍ ଦାଦି ଅବ୍ରାହାମ୍କେ ଦଃକା ତୁମି ମଃନାର୍ ଜଃଲମ୍ କାରି ସାରାକେ ଦଃକା କାୟିତାକ୍ବଃଲେକ୍ ସେ ଏକ୍ଲା ରିଲାବହଳ୍ ମୁୟଁ ତାକେ କୁଦ୍ଲେ ଆର୍ ମୁଁୟ୍ ତାକେ ଆସିର୍ବାଦ୍ କଃରି ବେସି ବଃସମ୍ କଃଲେ। 3 କାୟିତାକ୍ବଃଲେକ୍ ଇସ୍ୱର୍ ସିୟନ୍କେ ସୁସ୍ତା ଦଃୟ୍ଆଚେ; ସେ ସଃବୁ ବାଙ୍ଗ୍ଲା ଟାଣ୍କେ ସୁସ୍ତା କଃରି ଆଚେ ସେ ତାର୍ ଟଃଙ୍ଗ୍ରା ବଃଟାକେ ଏଦନ୍ ହର୍ କଃରିଆଚେ ଆର୍ ତାର୍ ମରୁ ବଃଟାକେ ଇସ୍ୱରାର୍ ବାଳ୍ ହର୍ କଃରି ଆଚେ; ସଃର୍ଦା ଉଲାସ୍, ଦନ୍ଯବାଦ୍ ଗିତ୍ ସେତି ଅୟ୍ଦ୍। 4 ଏ ଅଃମାର୍ ଲଃକ୍ମଃନ୍, ମର୍ କଃତାୟ୍ ଦିଆନ୍ ଦିଆସ୍; ଏ ମର୍ ଦେସାର୍ ଲକ୍ମଃନ୍ ମର୍ କଃତାୟ୍ କାନ୍ ଦିଆସ୍ କାୟିତାକ୍ବଃଲେକ୍ ମର୍ ତଃୟ୍ ହୁଣି ବିଦି ବାରୟ୍ଦ୍, ମୁଁୟ୍ ଗସ୍ଟିର୍ ଉଜାଳ୍ ଗିନେ ମର୍ ବିଚାର୍ ତାହୁନ୍ କଃରିନ୍ଦ୍। 5 ମର୍ ଦଃର୍ମ୍ ଲଃଗେ ଆଚେ, ମର୍ ତଃୟ୍ହୁଣି ପରିତ୍ରାଣ୍ ବାରୟ୍ ଆଚେ ଆର୍ ମର୍ ବାହୁ ଗସ୍ଟିର୍ ବିଚାର୍ କଃରେଦ୍; ଟାପୁମଃନ୍ ମକେ ଜାଗି ରେତି ଆର୍ ମର୍ ବାହୁ ଉହ୍ରେ ଆସା ରଃକ୍ତି। 6 ତୁମିମଃନ୍ ଅଃଗାସ୍ ଉହ୍ରେ ଦଃକା ଆର୍ ତଃଳେ ରିଲା ବୁୟେଁ ଦଃକା ବୁମି ବଃସ୍ତର୍ ହର୍ ଚିରି ଅୟ୍ଦ୍; ଆର୍ ସେତି ସେତି ଅଃଗାସ୍ ମଃଣ୍ଡ୍ଳ୍ ଦୁଆଁ ହର୍ ଅୟିଦ୍, ଆରେକ୍ ବାସା କଃର୍ତା ଲକ୍ ମଚି ହର୍ ମଃରିଜାତି; ମଃତର୍ ମର୍ ପରିତ୍ରାଣ୍ ଜୁଗ୍ଜୁଗାର୍ ଅୟ୍ଦ୍ ଆର୍ ମର୍ ଦଃର୍ମ୍ ଲୁକି ନଃକେରେ। 7 ଏ ଦଃର୍ମି ଜାଣ୍ତା ଲକ୍ମଃନ୍, ତୁମିମଃନାର୍ ମଃନ୍ବିତ୍ରେ ମର୍ ବିଦି ଆଚେ, ତୁମିମଃନ୍ ମର୍ କଃତା ସୁଣା; ତୁମିମଃନ୍କେ ଜଃଗତାର୍ ଲକ୍ ଲାଜ୍ କଃଲେକ୍ ଡିର୍ ନାୟ୍, ଆର୍ ସେମଃନ୍ ଲିନ୍ଦା କଃଲେକ୍ ରିସା ଅଃଉଆ ନାୟ୍। 8 କାୟିତାକ୍ବଃଲେକ୍ କିଳା ସେମଃନ୍କେ କାୟି ହଃକାୟ୍ଦ୍ ଆର୍ ହକ୍ ସେମଃନ୍କେ କାୟ୍ହଃକାୟ୍ଦ୍ ମଃତର୍ ମର୍ ଦଃର୍ମ୍ ଜୁଗ୍ଜୁଗାର୍ ଅୟ୍ଦ୍ ଦିଲା ମୁକ୍ତି ସଃବୁଦିନାର୍ ଅୟ୍ଦ୍। 9 ଏ ମାପୁର୍ ଉଟ୍ ଅଃମିକେ ଉହ୍କାର୍ କଃର୍ ତର୍ ସଃକ୍ତି ବେବାର୍ କଃର୍ ଆର୍ ଅଃମିକେ ରଃକ୍ୟା କଃର୍ ତୁୟ୍ ହୁର୍ବେ କଃଲିସ୍ ସେନ୍କଃର୍, ଜେ ରାହବକେ କଃଣ୍ଡ୍ କଃଣ୍ଡ୍ କଃରି କାଟ୍ଲି, ଜେ ନାଗ୍କେ ବିନ୍ଦ୍ଲିସ୍ ସେ କାୟି ତୁୟ୍ ନାୟ୍। 10 ଜେ ସଃମ୍ନ୍ଦ୍କେ ସୁକାୟ୍ଲିସ୍, ଜେ ମୁକ୍ତି ହାଉତା ଲକ୍ମଃନାର୍ ଲଃଙ୍ଗୁକେ ସଃମ୍ନ୍ଦାର୍ ଗବିର୍ ଟାଣ୍କେ ବାଟ୍ କଃଲିସ୍, ସେ କାୟି ତୁୟ୍ ନୟ୍? 11 ଆର୍ ଇସ୍ୱର୍ ମାପୁରାର୍ ଲକ୍ମଃନ୍ ମୁକ୍ତିହାୟି ବାଉଡ଼ି ଆସ୍ତି ଆର୍ ସଃର୍ଦାୟ୍ ଗିତ୍ କଃଉଁକଃଉଁ ସିୟନେ ଆସ୍ତି; ସଃବୁବଃଳ୍ ସଃର୍ଦା ହାଉତି, ଆର୍ କାନ୍ଦ୍ଣା ଆର୍ ରଃଦନ୍ ସଃବଦ୍ ଦୁରିକେ ଜାୟ୍ଦ୍। 12 ଜେ ତୁମିମଃନ୍କେ ସୁସ୍ତା ଦଃୟ୍ଦ୍, ସେ ମୁଁୟ୍, ମୁଁୟ୍ ହଃକା ସେ, ମଃର୍ନ୍ତଃଳେ ରିଲା ମାନାୟ୍କେ ରଃନ୍ ହର୍ କଃରାଜାୟ୍ଦ୍, ଇ ହର୍ ମାନାୟ୍ ହୟ୍ସିକେ ଡିରା ନାୟ୍। 13 ଆରେକ୍ ଅଃଗାସ୍ମଃଣ୍ଡଳ୍ ଅସାର୍ କର୍ତା ଆର୍ ହୁର୍ତିବିର୍ ଜିମି ତାହୁନ୍କାରି ତୁମାର୍ ଉବ୍ଜାଣ୍କାରି ଇସ୍ୱର୍କେ ହାସ୍ରି ଆଚାସ୍ ଆର୍ ନାସ୍ କଃରୁକେ ଦଃର୍ଲା ବଃଳ୍ ଦିନ୍ଜାକ ସଃବୁବଃଳ୍ ଡିରୁଲାସ୍ ତୁମି କେଏ? ଆର୍ ସେ ନାସ୍କାରି କଃୟ୍? 14 ବନ୍ଦି ଅୟ୍ଲା ଲକ୍ ବେଗି ମୁକ୍ତି ଅୟ୍ଦ୍, ଆର୍ ସେ ବେଗି ନଃମେରେ କି ତାର୍ କାଦି ଅକେଟ୍ ନୟ୍। 15 ଜେ ସଃମୁନ୍ଦ୍କେ ଜୁଲ୍କାୟିନ୍ଦ୍ ଆର୍ ମୁଁୟ୍ ସେ ଇସ୍ୱର୍ ତୁମାର୍ ଇସ୍ୱର୍; ତାର୍ ନାଉ ସଃୟ୍ନ୍ଅଃଦିକାରି। 16 ଆର୍ ଅଃଗାସ୍ମଃଣ୍ଡଳ୍ ଅଃସାର୍ କଃରୁକେ, ହୁର୍ତିବିର୍ ମୁଳ୍ ତାହୁନ୍ କଃରୁକେ ଆର୍ ତୁମି ଅଃମାର୍ ଲକ୍ ଇରି କଃଉଁକେ ମୁଁୟ୍ ତୁମାର୍ ମୁୟେଁ ନିଜାର୍ ବାକ୍ୟ ରଃକିଆଚି ଆର୍ ନିଜାର୍ ଆତେ ତୁମିକେ ଡାହିଆଚି।
17 ଏ ଜିରୁସାଲେମ୍ ଉଟ୍ୟା ଅଃଉ ତୁୟ୍ ମାପୁର୍ ଆତେ ହୁଣି ତାର୍ କହାର୍ ସୁର୍ତା କପା ନେୟ୍ ସୁରିଆଚାସ୍, ତୁମି ମାତ୍ତା ବଃଡ୍ ସୁର୍ତା କପାର୍ ସୁରି ସେସ୍ କଃରିଆଚାସ୍। 18 ସେ ଜୁୟି ହିଲାମଃନ୍କେ ଜଃଲମ୍ କଃରିଆଚେ, ସେ ସଃବୁ ଲକେ କେଏ କାଡାୟ୍ ନେଉଁକେ କେଏ ନାୟ୍, କି ସେ ଜୁୟି ହିଲାମଃନ୍କେ ହସି ଆଚେ, ସେ ସଃବୁଲକେ ଆତ୍ ଦଃରି ନେଉଁକେ କେଏ ନାୟ୍। 19 ଇ ଦୁଇ ବିସୟ୍ ତକେ ଗଃଟି ଆଚେ, ତର୍ହାୟ୍ଁ କେଏ ରଃଦନ୍ କଃରେଦ୍? କିଚି ନାୟ୍ଲାର୍ ଆର୍ ନାସ୍ ଆରେକ୍; ମଃର୍ଡି ଆର୍ କଃଣ୍ଡା, ମୁଁୟ୍ କଃନ୍କଃରି ସୁସ୍ତା ଦଃୟ୍ନ୍ଦ୍? 20 ବଃନ୍ ମେଣ୍ଡା ଜାଲେ ଲାଗ୍ଲା ହର୍ ତୁମାର୍ ହୟ୍ଦିମଃନ୍ ଆଡ଼ାଡାଳା ଅୟିଆଚେ, ସେମଃନ୍ ସଃବୁ ବାଟାର୍ ମୁଣ୍ଡେ ଡୁଳି ଆଚ୍ତି ସେମଃନ୍ ମାପୁର୍ କହାର୍ କହ୍ ତୁମାର୍ ଉହ୍ରେ ରିଲାର୍ ଗିନେ ତୁମାର୍ ଇସ୍ୱରାର୍ ଦାର୍ମିକ୍ କେଏ ହୁରୁଣ୍ କଃରିଆଚେ। 21 ସେତାକେ ଏ ଦୁକିନି ଆର୍ ଅଙ୍ଗୁର୍ ରଃସ୍ ନଃକାୟ୍ ମାତ୍ଲାର୍ ତୁୟ୍ ଅଃବେ ଇରି ସୁଣ୍। 22 ତୁମାର୍ ଇସ୍ୱର୍ ଜୁଗ୍ଜୁଗାର୍ ଇସ୍ୱର୍ ନିଜାର୍ ଲକ୍ମଃନାର୍ ବାଟ୍ ଅଃଉତାର୍ ତୁମାର୍ ଇସ୍ୱର୍ ଇ କଃତା କଃଉଁଲା, ଦଃକା ମୁଁୟ୍ ସୁରିକଃରି ମାତ୍ତା କପା, ବଃଲେକ୍ ମର୍ କହାର୍ ବଃଡ୍ ସୁର୍ତା କପା ତୁମାର୍ ଆତେ ହୁଣି କାଡି ନଃୟ୍ଆଚି ତୁମି ଆର୍ ସେରି କାଉଁ ନାହାରାସ୍। 23 ଜୁୟ୍ମଃନ୍ ତୁମିକେ କଃସ୍ଟ ଦେତି, ସେମଃନାର୍ ଆତେ ମୁଁୟ୍ ତାକେ ଦଃୟ୍ନ୍ଦ୍; ସେମଃନ୍ ତର୍ ଜିବନ୍କେ କୟ୍ଆଚ୍ତି, ଲଃହ୍ଟା ଅଃମି ତୁମାର୍ ଉହ୍ରେ ଅୟି ଜଃଉଁନ୍ଦ୍ ଆର୍ ତୁମି ବୁୟ୍ଁ ଆର୍ ବାଟ୍ ହର୍ ଜାତା ଆସ୍ତା ଲକ୍ମଃନାର୍ ହିଟି ହାତିଦଃୟ୍ଆଚାସ୍।