1 ଅଃମିମଃନାର୍ କବୁର୍ କେଏ ସଃତ୍କଃରିଆଚେ? ଆର୍ ଇସ୍ୱର୍ ତାର୍ ବାହୁ କାର୍ତଃୟ୍ ଜାଣାହଃଳିଆଚେ? 2 କାୟିତାକ୍ ବଃଲେକ୍ ତାର୍ ଆକାୟ୍ ଚାରାହର୍ ଆର୍ ସୁକ୍ଲା ବୁୟେଁ ଉଟ୍ଲାର୍ ଚେର୍ହର୍ ବାଡ୍ଲେକ୍; ତାର୍ ରୁହ୍ କାୟି ସବା ନାୟ୍; ଆର୍ ତାକେ ଦଃକ୍ଲେକ୍, ଅଃମିମଃନ୍କେ ସଃର୍ଦା କଃରୁଆଁ ତାର୍ ଇ ହର୍ ସୁନ୍ଦୁର୍ ନାୟ୍ 3 ସେ ନଃଜାଣ୍ତାର୍ ଆର୍ ନଃଚ୍ଲାର୍; ଦୁକି ଲକ୍ ଆର୍ ଚିନା ନୟ୍ଲାର୍, ଆର୍ ମାନାୟ୍ମଃନ୍ ତାର୍ ତଃୟ୍ ହୁଣି ମୁଁ ଡାହ୍ତି; ଇ ହର୍ ଲକ୍ ଅୟି ନଃଜାଣ୍ଲାର୍ ଅୟ୍ଲା ଆର୍ ଅଃମିମଃନ୍ ତାକେ ନଃମାନ୍ଲୁ। 4 ବାୟ୍ଦ୍ରେ ସେ ଅଃମିମଃନାର୍ କଃସ୍ଟ ହାୟ୍ଁ ଆଚେ ଆର୍ ଅଃମିମଃନାର୍ ଦୁକା ସଃବୁ ବୟ୍ ଆଚେ। ଅୟିଲେକ୍ ହେଁ ଅଃମିମଃନ୍ ତାକେ ମାଡ୍ ଅୟ୍ଲାର୍ ଇସ୍ୱର୍ ତାକେ ମାର୍ଲାର୍ ଆର୍ ଦୁକ୍ ହାୟ୍ଲାର୍ ବଃଲି ବୁଜ୍ଲୁ। 5 ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ। 6 ଅଃମିମଃନ୍ ସଃବୁ ମେଣ୍ଡା ହର୍ ବିନ୍ବାଟେ ଜାୟ୍ଆଚୁ; ଅଃମିମଃନ୍ ନିଜାର୍ ନିଜାର୍ ବାଟେ ବାଉଡ଼ି ଆଚୁ ଆର୍ ଇସ୍ୱର୍ ଅଃମାର୍ ସଃବୁଲକାର୍ ହାହ୍ ତାର୍ଉହ୍ରେ ଲାଦିଅୟ୍ଲା। 7 ସେ ଇନସ୍ତା ବେବାର୍ ହାୟ୍ଲା, ଅୟିଲେକ୍ ହେଁ ସେ ନିଜ୍କେ ତଃଳେ କଃରି ନିଜାର୍ ମୁଁ ହିଟାୟ୍ ନଃକେଲା ହେଁ; ହୁଜ୍ତା ଟାଣେ ନେତା ମେଣ୍ଡାବକା ହର୍ ଅୟି ମେଣ୍ଡାବାଳ୍ କାଟ୍ତା, ଲକ୍ମଃନାର୍ ତଃୟ୍ ରିଲା ହର୍ ଚିମ୍ରା ଅୟି ରିଲା। 8 ତାକେ ବାନ୍ଦ୍ଲାୟ୍, ଆର୍ଲା କଃଲାୟି ଆର୍ ତାକେ ମଃରାଉକେ ନିଲାୟ୍, ଜିବନ୍ରିଲା ଦେସାର୍ ଲକ୍ମଃନାର୍ ତଃୟ୍ହୁଣି ଦୁର୍ଅୟ୍ଲା ସେ ସଃମୟାର୍ ଲଃକ୍ମଃନ୍ ତାକେ କେଏ ଆସା କଃଲା? ଅଃମାର୍ ଲକ୍ମଃନାର୍ ହାହାର୍ ଗିନେ ସେ ମାଡ୍କାୟଲା। 9 ସେ କାୟି ଦସ୍ ନଃକେଲେକ୍ ହେଁ ତାର୍ ମୁଁୟେ କାୟ୍ ମିଚ୍ମଃୟା କଃତା ନଃରିଲେକ୍ ହେଁ ଲଃକ୍ମଃନ୍ ଦୁସ୍ଟ୍ ଲକାର୍ ଚମେ ତାକେ ତହ୍ଲାୟ୍ ଆର୍ ମଃଲାତଃୟ୍ ଦଃନିଲକାର୍ ସଃଙ୍ଗି ଅୟ୍ଲା। 10 ଅୟିଲେକ୍ ହେଁ ତାକେ ଚୁର୍ନ୍ ଅଃଉଁକେ ଇସ୍ୱରାର୍ ମଃନ୍ ଅୟ୍ଲି; ସେ ତାକେ ଦୁକ୍ ଦଃୟି ତୁମି ତାର୍ ଜିବନ୍କେ ହାହାର୍ ଗିନେ ହୁଜା କଃଲା, ସେ ନିଜାର୍ ବଃଉଁସ୍ ଦଃକେଦ୍,ସେ ଅଃମର୍ ଅୟ୍ଦ୍ ଆର୍ ତାର୍ ଆତେ ମାପୁର୍ ତାର୍ ଇଚା ସାଦୁନ୍ ଅୟ୍ଦ୍। 11 ସେ ନିଜାର୍ ଜିବନାର୍ ଦଃଣ୍ଡ୍ ହାଉତା ହଃଳ୍ ଦଃକି ସଃଲ୍ମତ୍ ଅୟ୍ଦ୍; ମର୍ ଦଃର୍ମି ଦାସ୍ ନିଜାର୍ ଦାର୍ମିକ୍ ଗିନେ ଅଃନେକ୍ ଲକେ ଦଃର୍ମିକ୍ କଃରେଦ୍ ଆର୍ ସେମଃନାର୍ ହାହ୍ ବୟ୍ଦ୍। 12 ଇତାକେ ମୁଁୟ୍ ନାମର୍ତାର୍ ସଃକ୍ତିର୍ ବିତ୍ରାର୍ ତଃୟ୍ ତାକେ ବାଗ୍ ଦଃୟ୍ନ୍ଦ୍ ସେ ସଃକ୍ତିର୍ ମଃନାର୍ ତଃୟ୍ ସେ ନିଜାର୍ ଇଚାୟ୍ ତାର୍ ଜିବନ୍ ଦିଲା ଆର୍ ଅଃଦଃର୍ମି ମଃନାର୍ ସଃଙ୍ଗ୍ ଗଃଣିତା ଅୟ୍ଲା, ଅୟିଲେକ୍ ହେଁ ସେ ଅଃନେକ୍ ଲକାର୍ ହାହାର୍ ବଜ୍ ବୟ୍ଲା ଅଃଦଃର୍ମି ମଃନାର୍ ଗିନେ ପାର୍ତନାକଃଲା।
Publicidade
Publicidade