1 ଇସ୍ୱର୍ ଇ କଃତା କଃଉଁଲା, ସଃର୍ଗ୍ ମର୍ ସିଙ୍ଗାସଣ୍ ହୁର୍ତିବି ମର୍ ହାଦ୍ସଃଙ୍ଗାଉତା ହିଣ୍ଡା; ତୁମିମଃନ୍ ମର୍ ହାଁୟ୍ କଃନ୍କା ଗଃର୍ ତିଆର୍ କଃରାସ୍? ଆର୍ କୁୟ୍ଟାଣ୍ ମର୍ ବିସାଉତା ଟାଣ୍ ଅୟ୍ଦ୍। 2 କାୟିତାକ୍ବଃଲେକ୍ ମର୍ ଆତ୍ ଇରିମଃନ୍ ତିଆର୍ କଃରିଆଚେ, ଆର୍ ଇତାର୍ ଗିନେ ଇରିମଃନ୍ ଉବ୍ଜାଣ୍ ଅୟ୍ଲି, ଇରି ଇସ୍ୱର୍ କଃଉଁଲା; ମଃତର୍ ଇ ଲକେ, ବଃଲେକ୍ ଜୁୟି ଦୁକି ଆର୍ ଦୁକି ଲକ୍ ଜେ ମର୍କଃତା ମାନି ବାଉଡ଼ି ଆସେଦ୍ ତାକେ ମୁଁ ଜଃଗ୍ରାତ୍ କଃରିନ୍ଦ୍। 3 ଜେ ଗାୟ୍ ଅଃତ୍ୟା କଃରେଦ୍ ସେ ମାନାୟ୍ ଅଃତ୍ୟାକାରି ହର୍ ଅୟ୍ଦ୍, ଜେ ମେଣ୍ଡା ହୁଜେଦ୍ ସେ କୁକୁର୍ ଟଟି କାଟି ହଃକାୟ୍ଲା ହର୍ ଅୟ୍ଦ୍; ଜେ ବଗ୍ ଦଃୟ୍ଦ୍, ସେ ଗୁସ୍ରା ବଃନି ବଗ୍ ଦିଲାହର୍ ଅୟ୍ଦ୍, ଜେ ଦୁହ୍ନି ହଡାୟ୍ଦ୍ ସେ ଦେବ୍ତାକେ ଦନ୍ୟବାଦ୍ କଃଲା ଲକ୍ହର୍ ଅୟ୍ଦ୍, ହେଁ ସେମଃନ୍ ନିଜାର୍ ବାଚି ଆଚ୍ତି ଆର୍ ସେମଃନାର୍ ଜିବନ୍ ନିଜାର୍ ଗୁର୍ଣାର୍ ବିସୟେ ସଃର୍ଦା ଅୟ୍ଦ୍। 4 ମୁଁୟ୍ ହେଁ ସେମଃନାର୍ ହାହ୍ ବିସୟ୍ କୁଦି ଆଣିନ୍ଦ୍ ଆର୍ ସେମଃନାର୍ ଡିର୍ତା ବିସୟ୍ ସେମଃନ୍କେ ଗଃଟାୟ୍ନ୍ଦ୍। କାୟିତାକ୍ବଃଲେକ୍ ସେମଃନ୍କେ କୁଦ୍ଲା ବଃଳ୍ କେହେଁ ଉତୁର୍ ନଃଦିଲାୟ୍। ମୁଁୟ୍ କଃତା କୟ୍ଲା ବଃଳ୍ ସେମଃନ୍ ସୁଣୁ ନଃଚ୍ଲାୟ୍। ମଃତର୍ ଜୁୟ୍ରି ମର୍ ଆକାୟ୍ କଃରାପ୍, ସେରି ସେମଃନ୍ କଃଲାୟି ଆର୍ ଜୁୟ୍ତି ମର୍ ସଃଲ୍ମତ୍ ନାୟ୍ ସେରି ସେମଃନ୍ ବାଚ୍ଲାୟ୍। 5 ଇସ୍ୱରାର୍ କଃତାୟ୍ ତୁମି ଡିରି ଜଃଉଁଲାସ୍ ଜେ ତୁମିମଃନ୍,ତୁମିମଃନ୍ ଜିଅବା କୟିଲା ବଃଚନ୍ ସୁଣା; ତୁମିମଃନାର୍ ଜୁୟି ବାଇଦିମଃନ୍ ତୁମିକେ ରିସା ଅଃଉତି, ମର୍ ନାଉଁଆର୍ ଗିନେ ତୁମିମଃନ୍କେ ଦୁରି କଃର୍ତି, ସେମଃନ୍ କୟ୍ ଆଚ୍ତି, ମୁଁୟ୍ ଜଃନ୍କଃରି ତୁମାର୍ ସଃର୍ଦା ଦଃକୁହାରି, ଇତାର୍ଗିନେ ଇସ୍ୱର୍ ଜଃଜ୍ମାନ୍ ହାଉଅ; ମଃତର୍ ସେମଃନ୍ ଲାଜ୍ହାଉଅତ୍। 6 ସୁଣା ଗଃଳେ ହୁଣି ଉରାଟୁ ସଃବଦ୍, ମନ୍ଦିରେ ହୁଣି ସେରି ସଃବଦ୍, ନିଜାର୍ ଲକ୍ମଃନ୍କେ ଦଃଣ୍ଡ୍ ଦଃୟ୍ଦ୍, ସେ ମାପୁର୍ ଦିଲା ଡାକ୍ ଇରି।
7 ମର୍ ଗଃଳ୍ ଗଟେକ୍ ମାୟ୍ଜି ହର୍ ଜେ କି ହିଲାର୍ନି ଦୁକା ମାର୍ତା ଆଗ୍ତୁ ହିଲା ଜଃଲମ୍ କଃଲି। 8 ଇହର୍ କଃତା କେଏ ସୁଣି ଆଚେ? ଇ ରଃକମ୍ କଃତା କେଏ ଦଃକିଆଚେ? ଗଟେକ୍ ଦିନେ କି କୁୟି ଦେସାର୍ ଜଃଲମ୍ ଅୟ୍ଦ୍? ସିୟନ୍ ଗଃର୍ବ୍ଦୁକା ହାୟ୍ଲା ଦାହ୍ରେ ସେ ନିଜାର୍ ହିଲାମଃନ୍କେ ଜଃଲମ୍ ଦିଲି। 9 ଇସ୍ୱର୍ କଃଉଁଲା, ମୁଁୟ୍ କାୟି ଜଃଲମ୍ ସଃମୟ୍ ଆଣିକଃରି ଜଃଲମ୍ କଃରାୟ୍ ନଃକେରି? ତୁମାର୍ ଇସ୍ୱର୍ କଃଉଁଲା ଜଃଲମ୍ କଃରାଉ ମୁଁୟ୍ କି ଗଃର୍ବ୍ ଟେବାୟ୍ନ୍ଦ୍? 10 ଏ ଜିରୁ ସାଲେମ୍କେ ଲାଡ୍କଃର୍ତା ସଃବୁଲକ୍, ତୁମିମଃନ୍ ତାର୍ ସଃଙ୍ଗ୍ ସଃର୍ଦା କଃର୍ ଆର୍ ତାର୍ ଗିନେ ଉଲାସ୍ କଃରା; ତାର୍ ବିସୟେ ରଃଦନ୍କାରି ସଃବୁ, ତୁମିମଃନ୍ ସଃର୍ଦାର୍ ଗିନେ ତାର୍ ସଃଙ୍ଗ୍ ଉଲାସ୍କଃରା। 11 କାୟିତାକ୍ ବଃଲେକ୍ ସୁସ୍ତିର୍ ଦେତା ଦୁଦ୍ କାୟି ତାର୍ ବେସିକଃରି ସଃର୍ଦାୟ୍ ତାର୍ ସଃମ୍ପତି ବଗ୍କଃରାସ୍। 12 କାୟିତାକ୍ ବଃଲେକ୍ ଇସ୍ୱର୍ କଃଉଁଲା, ଦଃକା ମୁଁୟ୍ ସେମଃନାର୍ ହାକ୍ ଗାଡ୍ହର୍ ସୁସ୍ତା ଆର୍ ଉଚୁଳ୍ତା ହାଣି ହର୍ ନାନା ଦେସାର୍ ଲକ୍ମଃନାର୍ ସଃମ୍ପ୍ତି ଆଣିନ୍ଦ୍, ଆର୍ ସେମଃନ୍ ସେତି ହୁଣି ଦୁଦ୍କାତି ତୁମିମଃନ୍ ଲାଡେ କଳେ ଦଃରାୟ୍ ଅୟି ଉଚାରାୟ୍ ଅଃଉଆସ୍। 13 ଜଃନ୍କଃରି ତାର୍ ଆୟ୍ସି ସୁସ୍ତା ଦଃୟ୍ଦ୍ ସେନ୍ ମୁଁୟ୍ ଜିରୁସାଲେମ୍କେ ସୁସ୍ତା ଦଃୟ୍ନ୍ଦ୍। 14 ଆର୍ ତୁମିମଃନ୍ ଇରି ଦଃକାସ୍ ଆର୍ ତୁମାର୍ ମଃନ୍ସଃର୍ଦା ଅୟ୍ଦ୍, ଆର୍ ତୁମାର୍ ଆଡ୍ ନଃଉଁଆ ରଃନ୍ହର୍ ଅୟ୍ଦ୍ ଆର୍ ମାପୁର୍ ଟେକ୍ଲା ଆତ୍ ତାର୍ ଦାସ୍ମଃନାର୍ ହାକ୍ ରଃୟ୍ଦ୍ ଆର୍ ସେ ତାର୍ ସଃତ୍ରୁମଃନାର୍ ବିରୁଦେ ରିସା ଅୟ୍ଦ୍।
15 ଇସ୍ୱର୍ ଅଃଗ୍ନି ସଃଙ୍ଗ୍ ଆସେଦ୍, ଆର୍ ତର୍ ରଃତ୍ ବାଉବଃତସ୍ ହର୍ ନିଜାର୍ ରିସାୟ୍ ସେ ଜାକେ ରିସା ଅୟ୍ଦ୍ ଦଃଣ୍ଡ୍ ଦଃୟ୍ଦ୍। 16 ଇସ୍ୱର୍ ହୁର୍ତିବିର୍ ଜୁୟ୍ଲକେ ସେ ଦସି ଦଃକେଦ୍ ତାକେ ଜୟ୍ ଆର୍ କଃଣ୍ଡା ସଃଙ୍ଗ୍ ଦଃଣ୍ଡ୍ ଦଃୟ୍ଦ୍ ଆର୍ ଅଃନେକ୍ ଲକ୍ ମଃର୍ତି। 17 ଇସ୍ୱର୍ କଃଉଁଲା ଜୁୟ୍ମଃନ୍ ଦେବି ହୁଜା କଃରୁକେ ନିଜ୍କେ ନିର୍ମୁଳ୍ କଃର୍ତି ଆର୍ ଜେମଃନ୍ ଗଟେଲକାର୍ ବଗିଚାକେ ଜାତି ଗୁସ୍ରାମାସ୍ ଆର୍ ମୁସା କାତି ସେମଃନ୍ ମିସ୍ଣେ ନଃସ୍ଟ୍ ଅଃଉତି। 18 କାୟ୍ତାକ୍ ବଃଲେକ୍ ସେମଃନାର୍ କାମ୍ ଆର୍ ଜଃଜ୍ନା ଜାଣି; ସଃବୁ ଦେସାର୍ ଆର୍ ବାସାର୍ ଲକେ ମୁଁୟ୍ ରୁଣ୍ଡାଉତା ସଃମୟ୍ ଆସୁଲି ସେମଃନ୍ ଆସି ମର୍ ଜଃଜ୍ମାନ୍ ଦଃକ୍ତି। 19 ଆରେକ୍ ମୁଁୟ୍ ସେମଃନାର୍ ତଃୟ୍ ଗଟେକ୍ ଚିନା ତାହୁନ୍ କଃରିନ୍ଦ୍ ସେମଃନାର୍ ବିତ୍ରେ ରଃକ୍ୟା ହାୟ୍ଲା ଲକ୍ମଃନ୍କେ ମୁଁୟ୍ ନାନା ଦେସାର୍ ଲକ୍ମଃନାର୍ ହାକ୍ ହଃଟାୟ୍ନ୍ଦ୍ ତର୍ସିସ୍, ପୁଲ, ଆର୍ ଲୁଦ, ଜୁୟ୍ମଃନ୍ ଦଃଣୁଦଃରୁ, ତୁବଲ, ଆର୍ ଜବନ୍, ଇରିମଃନ୍ ଜୁୟି ଟାପୁମଃନ୍ ମର୍ ନାଉଁହୁଟା ନଃସୁଣ୍ତି ମର୍ ଜଃଜ୍ମାନ୍ ଦଃକିନଃକେର୍ତି ସେମଃନାର୍ ହାକ୍ ହଃଟାୟ୍ନ୍ଦ୍ ସେମଃନ୍ ନାନା ଦେସାର୍ ଲକେ ମର୍ ଜଃଜ୍ମାନ୍ କଃଉତି। 20 ଆରେକ୍ ଇସ୍ୱର୍ କଃଉଁଲା ଇସ୍ରାଏଲାର୍ ହିଲାମଃନ୍ ଜଃନ୍କଃରି ନିର୍ମୁଳ୍ ତାଳାୟ୍ ଇସ୍ୱରାର୍ ଗଃରେ ଦାନ୍ ଦେତି, ସେ ହର୍ ତୁମାର୍ ବାୟ୍ ସଃବୁକେ ଇସ୍ୱରାର୍ ଗିନେ ଦାନ୍ ଦେଉଁକେ ସଃବୁ ଦେସାର୍ ଲକ୍ମଃନାର ବିତ୍ରେ ସେମଃନ୍କେ ଗଡ଼ା, ରଃତ୍, ସଃଗୁଳ୍, ଉଟ୍ ଆର୍ ଦଃବୁଳ୍ତା ହସୁମଃନ୍ ଉହ୍ରେ ମର୍ ପବିତ୍ର ହଃର୍ବାତ୍ ଜିରୁସାଲେମ୍କେ ଆଣ୍ତି। 21 ଆର୍ ମୁଁୟ୍ ସେମଃନାର୍ ବିତ୍ରେ ଜାଜକ୍ ଆର୍ ଲେବିୟ୍ ଅଃଉଁକେ ଲକ୍ ବାଚିନ୍ଦ୍ ଇରି ଇସ୍ୱର୍ କଃଉଁଲା। 22 କାୟିତାକ୍ବଃଲେକ୍ ମୁଁୟ୍ ଜୁୟି ନଃଉଆ ଅଃଗାସ୍ମଃଣ୍ଡଳ୍ ଆର୍ ନଃଉଆ ହୁର୍ତିବି ତିଆର୍ କଃରିନ୍ଦ୍ ସେରି ଜଃନ୍କଃରି ମର୍ ମୁଁଏ ଜୁଗ୍ଜୁଗାର୍ ଅୟ୍ଦ୍, ସେନ୍କଃରି ତୁମିମଃନାର୍ ବଃଉଁସ୍ ଆର୍ ତୁମିମଃନାର୍ ନାଉ ଜୁଗ୍ଜୁଗାର୍ ଅୟ୍ଦ୍, ଇରି ଇସ୍ୱର୍ କଃଉଁଲା। 23 ଆର୍ ଗଟେକ୍ ଅଃମାସ୍ରାତି ହୁଣି ଆରେ ଗଟେକ୍ କଃଉଁଣିଜନ୍ ହଃତେକ୍ ଆର୍ ଗଟେକ୍ ବିସାଉଁଣିବାର୍ ତଃୟ୍ହୁଣି ଆରେ ଗଟେକ୍ ବିସାଉଁଣି ବାର୍ ହଃତେକ୍ ଜଃଗତ୍ ମକେ ଗୁଣ୍ଗିତ୍ କଃଉଁକେ ଆସେଦ୍ ଇରି ଇସ୍ୱର୍ କଃଉଁଲା। 24 ଆରେକ୍ ସେମଃନ୍ ହଃଦାୟ୍ ଜାୟ୍ ଜୁୟ୍ମଃନ୍ ମର୍ ବିରୁଦେ ଅଃଦଃର୍ମ୍ କଃରିଆଚ୍ତି, ସେ ଲକ୍ମଃନାର୍ ମଃଳ୍ ଦଃକ୍ତି; କାୟ୍ତକ୍ବଃଲେକ୍ ସେମଃନ୍କେ କାତା କିଳା କଃବେ ନଃମେରେ କି ସେମଃନ୍କେ ହଡ୍ତା ଜୟ୍ କଃବେ ନଃଲିବେ; ଆର୍ ସେମଃନ୍ ସଃବୁ ମୟ୍ଚ୍ହୁରାର୍ ଗୁର୍ନାର୍ ଜୟ୍ଗ୍।