1 ଏ ଟାପୁମଃନ୍ ଅଃମାର୍ ମୁଏଁ ଚିମ୍ରା ରେଏ ଆର୍ ଲଃକ୍ମଃନ୍ ନଃଉଆ ନଃଉଆ ବଃଳ୍ ହାଉଅତ୍; ସେମଃନ୍ ଲଃଗେ ଆସତ୍; ତଃବେ କଃତା କଃଉଅତ୍ ଅଃମିମଃନ୍ ରୁଣ୍ଡିକଃରି ବିଚାର୍ କଃରୁଆଁ। 2 ସେ ଦଃର୍ମେ ଜାକେ ନିଜାର୍ ହାଦ୍ ଚଃମେ କୁଦେଦ୍, ଇ ହର୍ ଗଟେ ଲକେ ହୁର୍ବ୍ଦିଗେ ହୁଣି କେଏ ଉବ୍ଜାଣ୍ କଃରିଆଚେ? ସେ ନାନା ଦେସାର୍ ଲକେ ତାର୍ ଚଃମେ ସଃହ୍ରି ଦଃୟ୍ଦ୍ ଆର୍ ରଃଜାମଃନାର୍ ଉହ୍ରେ ତାକେ ସେ ରାଜ୍କଃରେଦ୍; ସେ ତାର୍ କଃଣ୍ଡା ଚଃମେ ସେମଃନ୍କେ ଦୁଳି ହର୍ ଆର୍ ତାର୍ କାଣ୍ଡ୍ଟିହେ ହିରିହର୍ ଉଡାୟ୍ନଃୟ୍ଦ୍। 3 ସେ ସେମଃନାର୍ ହଃଚେ କଃଦେଦ୍, ଜୁୟ୍ବାଟେ ସେ ଜାୟ୍ନଃକେରେ, ସେ ବାଟେ ହେଁ ସେ ବିନା ବିବ୍ତିଏ ଆଗେ ଜାୟ୍ଦ୍। 4 ଆରୁମେ ହୁଣି ଜୁଗ୍ଜୁଗ୍ଦଃରି କେଏ ଇ କାମ୍ ସାଦୁନ୍ କଃରିଆଚେ? ମୁଁୟ୍ ଜୁଗ୍ଜୁଗାର୍ ଇସ୍ୱର୍, ଆର୍ ସଃରାସଃରି ହଃତେକ୍ ରେତା ଲକ୍ମଃନାର୍ ସଃଙ୍ଗ୍ ହେଁ ସେ ମୁଁୟ୍। 5 ଟାପୁମଃନ୍ ଦଃକି ଡିରିଗଃଲାୟ୍; ହୁର୍ତିବିର୍ ଦୁରିଦେସ୍ ସଃବୁ ଦଃଲ୍କି ଗଃଲି; ସେମଃନ୍ ଲଃଗେ ଅୟି ଆୟ୍ଲାୟ୍। 6 ସେମଃନ୍ ନିଜାର୍ ନିଜାର୍ ଲକାର୍ ଉହ୍କାର୍ କଃଲାୟି ଆର୍ ସାସି ଅଃଉଆ ବଃଲି ନିଜାର୍ ବାୟ୍କେ କୟ୍ଲାୟ୍। 7 ଇହର୍ ବାଡାୟି ସନେରିକେ ସାସ୍ଦିଲା ଆର୍ ମୁଟ୍ଲା ସଃଙ୍ଗ୍ ସଃମାନ୍ କଃର୍ତାଲକ୍ ଜଳ୍ଲା କାମ୍ ନିକ ଅୟିଆଚେ ବଃଲି କୟ୍, ହିଟ୍ତା ଲକେ ସାସ୍ଦିଲା; ଆର୍ ମୁର୍ତି ଜଃନ୍କଃରି ଏଣେ ତେଣେ ନଃଜଲେ ସେତାକେ ସେ କୁଟିଏ ମାର୍ଲା। 8 ମଃତର୍ ଏ ମର୍ଦାସ୍ ଇସ୍ରାଏଲ୍, ମର୍ କୁଦ୍ଲାର୍ ଜାକୁବ, ମର୍ବାୟ୍ ଅବ୍ରାହାମାର୍ ବଃଉଁସ୍। 9 ମୁଁୟ୍ ତକେ ଦଃରି ହୁର୍ତିବିର୍ ସଃରାସଃରି ତଃୟ୍ହୁଣି ଆଣିଆଚି ଆର୍ ହୁର୍ତିବିର୍ ସଃନ୍ଦିଏ ହୁଣି ତକେ କୁଦିଆଚି, ତୁୟ୍ ମର୍ ଦାସ୍ ମୁୟ୍ ତକେ ବାଚିଆଚି ଆର୍ ଦୁର୍ନଃକେରି। 10 ତୁୟ୍ ଡିର୍ନାୟ୍, କାୟିତାକ୍ ବଃଲେକ୍ ମୁୟ୍ ତର୍ସଃଙ୍ଗ୍ ଆଚି; ନିରାସ୍ ନଃଉ, ମୁୟ୍ ତର୍ ଇସ୍ୱର୍; ମୁୟ୍ ତକେ ବଃଳ୍ ଜାଗାୟିନ୍ଦ୍; ହେଁ ମୁୟ୍ ତକେ ଉହ୍କାର୍ କଃରିନ୍ଦ୍; ହେଁ ମୁୟ୍ ନିଜାର୍ ଦଃର୍ମ୍ ଗଃଳ୍ହର୍ କାତା ଆତେ ଦଃରି ରଃକିନ୍ଦ୍। 11 ଦଃକ୍ ଜୁୟ୍ମଃନ୍ ତକେ ରିସା ଅୟ୍ଆଚ୍ତି, ସେ ସଃବୁ ଲକ୍ ଲାଜ୍ହାୟ୍ ଗାବ୍ରା ଅଃଉତି; ଜୁୟ୍ମଃନ୍ ତକେ ବିରଦ୍ କଃର୍ତି ସେମଃନ୍ କାୟ୍ଲଳାକେ ନାୟ୍ଲାର୍ ଅୟି ନଃସ୍ଟ୍ ଅଃଉତି। 12 ଜୁୟ୍ମଃନ୍ ତର୍ସଃଙ୍ଗ୍ ବିରଦ୍ କଃର୍ତି, ତୁୟ୍ ସେମଃନ୍କେ କଜ୍ସି, ମଃତର୍ ସେମଃନ୍କେ ହାଉଁ ନାହାର୍ସି; ଜୁୟ୍ତାର୍ସଃଙ୍ଗ୍ ଜୁଜ୍ କଃର୍ତ ସେମଃନ୍ ଲଳାକେ ନାୟ୍ଲା ଜିନିସ୍ ହର୍ ଆଜ୍ତି। 13 କାୟିତାକ୍ ବଃଲେକ୍ ମୁଁୟ୍ ତର୍ ଜୁଗ୍ଜୁଗାର୍ ମାପୁର୍, ତର୍ କାତା ଆତ୍ ଦରି କୟ୍ନ୍ଦ୍, ଡିର୍ନାୟ୍; ମୁଁୟ୍ ତକେ ଉହ୍କାର୍ କଃରିନ୍ଦ୍। 14 ଏ କିଳା ସଃମାନ୍ ଜାକୁବ ଆର୍ ଏ ଇସ୍ରାଏଲ୍ ନଃର୍ମଃନ୍, ଡିରା ନାୟ୍; ଇସ୍ୱର୍ କଃଉଁଲା, ମୁୟ୍ ତର୍ ଉହ୍କାର୍ କଃରିନ୍ଦ୍ ଆର୍ ଇସ୍ରାଏଲାର୍ ମୁକ୍ତି ହର୍ ତର୍ ମୁକ୍ତିକାରି ସେଏ। 15 ଦଃକ୍ ମୁୟ୍ ତକେ ଦାର୍ କଃଟ୍ରା ହର୍ ନଃଉଆ ତାସ୍ମାଡାଉତା ଜଃତର୍ ହର୍ କଃରିନ୍ଦ୍; ତୁୟ୍ ହଃର୍ବାତ୍ ମଃନ୍କେ ମାଡି ଗୁଣ୍ଡ୍କଃର୍ସି ଆର୍ କୁହୁଲିମଃନ୍କେ ଦୁଳିହର୍ କଃର୍ସି। 16 ତୁୟ୍ ସେମଃନ୍କେ କୁଲାୟ୍ ଉଡାୟ୍ଲେକ୍, ହଃବନ୍ ସେମଃନ୍କେ ଉଡାୟ୍ ନଃୟ୍ ଜାୟ୍ଦ୍ ଆର୍ ବାଉବଃତାସ୍ ସେମଃନ୍କେ ଚିନ୍ବିନ୍ କଃରେଦ୍; ତୁମି ମାପୁର୍ ତଃୟ୍ ସଃର୍ଦା କଃରାସ୍ ଆର୍ ଇସ୍ରାଏଲାର୍ ଦଃର୍ମି ଇସ୍ୱରାର୍ ଟାଣେ ଗଃର୍ବ୍ କଃରାସ୍। 17 ଦରିଦ୍ର ଆର୍ ଇନସ୍ତା ଲଃକ୍ମଃନ୍ ହାଣି କଜ୍ତି, ମଃତର୍ ହାଣିନାୟ୍, ତଃବେ ସେମଃନାର୍ ଜିବ୍ ସସ୍ଗିନେ ସୁକିଜାୟ୍ଦ୍; ମୁଁୟ୍ ଇସ୍ୱର୍ ସେମଃନ୍କେ ଉତୁର୍ ଦଃୟ୍ନ୍ଦ୍, ମୁୟ୍ ଇସ୍ରାଏଲାର୍ ଇସ୍ୱର୍ ସେମଃନ୍କେ ଚାଡି ନଃକେରି। 18 ମୁୟ୍ ଗଃଚ୍ନାୟ୍ଲା ଉଚ୍ ଜଃଗାୟ୍ ଗାଡ୍ମଃନ୍ କଃରିନ୍ଦ୍ ଆର୍ ସଃମାନ୍ ବଃଟାୟ୍ ଜଃରିଆ ହାଣି ବାର୍କଃରିନ୍ଦ୍; ମୁୟ୍ ସୁକ୍ଲା ବଃଟାକେ ହାଣିବଃନ୍ଦ୍ କଃରିନ୍ଦ୍ ଆର୍ ସୁକ୍ଲା ହଃଦାୟି ହାଣି ବାର୍କଃରିନ୍ଦ୍। 19 ମୁୟ୍ ମରୁବଃଟାୟ୍ ଏରସ୍, ବବୁର ଆର୍ ମେହେନ୍ଦି ଆର୍ ଚିକଣ୍ ଗଃଚ୍ ରହିନ୍ଦ୍; ମୁୟ୍ ମରୁ ବୁୟେଁ ଦେବଦାରୁ, ତିଦର ଆର୍ ତାସୁର ଗଃଚ୍ ଗଟେତଃୟ୍ ଲାଗାୟ୍ନ୍ଦ୍। 20 ତଃବେ ଦଃର୍ମାର୍ ଇସ୍ୱର୍ ଉବ୍ଜାଣ୍ କଃରିଆଚେ ବଃଲି ଅଃକାବଃଳ୍ ଦଃକ୍ତି ଆର୍ ବିଚାର୍ କଃରି ବୁଜ୍ତି।
21 ତଃବେ ଇସ୍ୱର୍ କଃଉଁଲା, ତୁମିମଃନ୍ ନିଜାର୍ ମାଡ୍ଗଳ୍ ଆରୁମ୍କଃରା; ଜାକୁବର୍ ରଃଜା କଃଉଁଲା, ତୁମିମଃନ୍ ଅଃଟୁଆ ହଃର୍ମାଣ୍ ବାର୍କଃରା। 22 ସେମଃନ୍ ସେରି ବାର୍କଃରି ଜାୟ୍ଜାୟ୍ରି ଗଃଟେଦ୍, ସେରି ମର୍ହାକ୍ କଃଉଅତ୍ ଆଗାର୍ ବିସୟ୍ କାୟିରି, ସେରି ତୁମିମଃନ୍ କଃଉଆ, ସେରି କଃଲେକ୍ ଅଃମିମଃନ୍ ବିଚାର୍କଃରି ସେତିର୍ ସେସ୍ ହଃଳ୍ କାୟିରି ଜାଣୁହାରୁଆଁ; ନୟ୍ଲେକ୍ ଆଗାର୍ ଗଃଟ୍ଣା ଅଃମିକେ ଜାଣାଉଆ। 23 ଇତାର୍ହଃଚ ଜାୟ୍ଜାୟ୍ରି ଗଃଟେଦ୍, ସେରି କଃଉଆ, ତଃବେ ତୁମିମଃନ୍ଜେ ଦେଉତାମଃନ୍, ଇରି ଅଃମିମଃନ୍ ଜାଣୁଆଁ; ହେଁ ଉହ୍କାର୍କଃରା, କି ଉହ୍କାର୍ ନଃକେରା ତଃବେ ଅଃମିମଃନ୍ ଚିମ୍ରାଅୟ୍ ଅଃକାସଃଙ୍ଗ୍ ଦଃକୁଆଁ। 24 ଦଃକା ତୁମିମଃନ୍ ଲଡ଼ାକେ ନାୟ୍ଲାର୍ ଆର୍ ତୁମାର୍ କାମ୍ କିଚିନାୟ୍ ଜେ ତୁମିକେ ବାଚେଦ୍ ସେ ଜୟ୍ଗ୍ନାୟ୍। 25 ମୁୟ୍ ଉତୁର୍ଦିଗେ ହୁଣି ଏକ୍ଲାକେ ଉବ୍ଜାଣ୍ କଃରିଆଚି ଆର୍ ସେ ଇତି ଆଚେ; ସେ ଉଦ୍ୟାନ୍ବାଟ୍ ହୁଣି ମର୍ନାଉ ଦଃରି କୁଦେଦ୍; ସେ କଃତିର୍ ମସ୍ଲା ହର୍ ଆର୍ କୁମ୍ବାର୍ମଃନାର୍ ମାଟି ହର୍ ଦେସାର୍ ନେତାମଃନ୍କେ ମାଡି ଚିଟ୍କେଦ୍। 26 ଅଃମିମଃନ୍ ଜଃନ୍କଃରି ଜାଣୁହାରୁଆଁ, ଇତାକେ ଆରୁମେ ହୁଣି କେଏ ଇରି କୟ୍ଆଚେ? ଆର୍ ସେ ଦଃର୍ମି ବଃଲି ଜଃନ୍କଃରି ଅଃମିମଃନ୍ କଃଉଁହାରୁଆଁ, ସେତାକେ ହୁର୍ବେ ହୁଣି କେଏ ସେରି କୟ୍ଆଚେ? ହେଁ କଃଉତା ଲକ୍ କେଏ ନାୟ୍, ହେଁ ଦଃକାଉତା ଲକ୍ କେଏ ନାୟ୍, ହେଁ ତୁମିମଃନାର୍ କଃତା ସୁଣ୍ତା ଲକ୍ କେଏ ନାୟ୍। 27 ମୁଁୟ୍ ହଃର୍ତୁ ସିୟନ୍କେ କୟ୍ନ୍ଦ୍, ଦଃକ୍ ସେମଃନ୍କେ ଦଃକ୍, ଆର୍ ମୁୟ୍ ଜିରୁସାଲେମ୍କେ ନିକ କବୁର୍ ଆଣ୍ତା ଗଟ୍ଲକ୍କେ ଦଃୟ୍ନ୍ଦ୍। 28 ମୁୟ୍ ଦଃକ୍ଲାବଃଳ୍ କେଏ ନାୟ୍; ମୁୟ୍ ହଃଚାର୍ଲେକ୍ ଜେ ଉତୁର୍ ଦଃୟ୍ଦ୍ ସେ ହର୍ ସେମଃନାର୍ ବିତ୍ରେ ବୁଜାୟିକଃଉତା ଲକ୍ କେଏ ନାୟ୍। 29 ଦଃକ୍, ସେ ସଃବୁ ଲକ୍ ସେମଃନାର୍ କାମ୍ସଃବୁ ଅସାର୍; ସେମଃନାର୍ ଚଃଚେ ଡାଳ୍ଲା ମୁର୍ତିମଃନ୍ ହଃବନ୍ ଆର୍ ତିନି ହଲ୍ୟା।