1 କାୟିତାକ୍ ବଃଲେକ୍ ଇସ୍ୱର୍ ଜାକୁବର୍ ଉହ୍ରେ ଦଃୟା କଃରେଦ୍, ଆରେକ୍, ଇସ୍ରାଏଲାର୍ ଲକମଃନ୍କେ ଆରେକ୍ ବାଚେଦ୍ ଆର୍ ସେମଃନ୍କେ ସେମଃନ୍କାର୍ ଦେସେ ତାହୁନ୍ କଃରେଦ୍, ତଃବେ ବିଦେସି ଲକ୍ ସେମଃନ୍କାର୍ ସଃଙ୍ଗ୍ ମିସିଜାତି, ସେମଃନ୍ ଜାକୁବର୍ ବଃଉଁସ୍କେ ଇଚାକଃର୍ତି। 2 ଆରେକ୍ ବିନ୍ବିନ୍ ଗସ୍ଟିର୍ ଲଃକ୍ମଃନ୍ ଇସ୍ରାଏଲାର୍ ଲକମଃନ୍କେ ନଃୟ୍ ସେମଃନ୍କାର୍ ନିଜାର୍ ଦେସେ ବାସାକଃରାଉତି; ଆରେକ୍ ଇସ୍ରାଏଲାର୍ ବଃଉଁସ୍ ମାପୁର୍ ଦେସେ ସେମଃନ୍କେ ଦାସ୍ଦାସି କଃରି ରଃକ୍ତି; ଆରେକ୍ ଇସ୍ରାଏଲ୍କେ ଜୁଣ୍ଲକ୍ମଃନ୍ ବନ୍ଦି କଃରିରିଲାୟ୍, ସେମଃନ୍କେ ଆରେକ୍ ବନ୍ଦିକଃରି ନେତି ଆର୍ ସେମଃନ୍ ସାସନ୍ କଃର୍ତି।
3 ଇସ୍ୱର୍ ତୁମିମଃନାର୍ କସ୍ଟ ଆର୍ ଅଃଟୁଆ କାମ୍କେ ଦୁରିକଃରେଦ୍ ଆର୍ ତୁମିକେ ସେ ବିସାଉଁଣି ଦଃୟିଦ୍ କାୟିତାକ୍ ବଃଲେକ୍ ଆଗେ ତୁମିମଃନ୍ ଲକାର୍ ଦାସ୍ ଅୟ୍ରିଲାସ୍ ଆର୍ ଗତିକାମ୍ କଃରିରିଲାସ୍; ସେତାକ୍ ମାପୁର୍ ସେ କଃସ୍ଟ୍କେ ଦୁରି କଃରେଦ୍। 4 ସେଦିନ୍ ତୁମି ବାବିଲ୍ ରଃଜାର୍ ବିରୁଦେ ଇ କଃତା କଃଉଆସ୍, ଅଃନ୍ୟାୟ୍ କାରିମଃନ୍ କଃନ୍କଃରି ସେସ୍ ଅୟ୍ଆଚ୍ତି। ସନାର୍ ଗଃଳ୍ କଃନ୍କଃରି ସେସ୍ ଅୟିଆଚେ। 5 ଜେମଃନ୍ ବିନ୍ବିନ୍ ଗସ୍ଟିର୍ ଲକେ ରିସାୟ୍ ସାସନ୍କଃରି ଅଲେକାର୍ ମାର୍ଲାୟ୍, ବିନାଦସେ ଲିନ୍ଦା ଅପ୍ମାନ୍ କଃଲାୟି, 6 ଇସ୍ୱର୍ ସେ ଦୁସ୍ଟ୍ ଲକମଃନ୍କାର୍ ଡାଙ୍ଗ୍କେ ଆର୍ ସାସନ୍କାରିମଃନ୍ ଦଃଣ୍ଡ୍ଦେତା ଅଃଦିକାର୍କେ ବାଙ୍ଗି ହଃକାୟ୍ଆଚେ। 7 ସଃବୁ ହୁର୍ତିବି ସାନ୍ତି ଆର୍ ସୁସ୍ତା ଅୟିଆଚେ; ସେମଃନ୍ ସଃର୍ଦାୟ୍ ଅଃବେ ଗିତ୍ କଃଉଁଲାୟ୍। 8 ହେଁ, ଦେବଦାରୁ ଆର୍ ଲିବାନାର୍ ଏରସ୍ ଗଃଚ୍ ସଃବୁ ତୁମାର୍ ବିସୟେ ସଃର୍ଦାକଃରି କଃଉତି, ରଃଜା ଅଃମିକେ କାଟିରିଲା; ମଃତର୍ ତାର୍ କୁଳୁପ୍ନାସ୍ ଅୟିଆଚେ, କେହେଁ ଅଃମାର୍ ବିରୁଦେ ଟିଆ ଅୟ୍ନଃକେରେ। 9 ତର୍ ଆସ୍ତାବଃଳ୍ ତାର୍ସଃଙ୍ଗ୍ ବେଟ୍ଅଃଉଁକେ ହଃତାଳ୍ ତରହର ଅୟ୍ଦ୍, ସେରି ତୁମାର୍ ଗିନେ ମଃଲାଲକେ, ହୁର୍ତିବିର୍ ମୁଳିକାମଃନ୍କେ ଜାଗାୟିଦ୍, ସେରି ଗସ୍ଟିର୍ ରଃଜାମଃନ୍କେ ସେମଃନ୍କାର୍ ସିଙ୍ଗାସଣ୍ ଟାଣୁ ଉଟାୟ୍ଆଚେ। 10 ସେମଃନ୍ ସଃବୁଲକ୍ ତୁମିକେ ଉତୁର୍ ଦେତି, ତୁମି ହେଁ କାୟି ଅଃମିମଃନ୍କାର୍ ହର୍ ବଃଳ୍ନୟଲା ହର୍ ଅଃଉଁଲାସ୍? ତୁମିକାୟ୍ ଅଃମିମଃନାର୍ ସଃଙ୍ଗ୍ ସଃମାନ୍ ଅଃଉଁଲାସ୍? 11 ତୁମାର୍ ବଃଡ୍ହାଣ୍ ତୁମାର୍ ବାଜା ମରି ସଃବଦେ ମାୟ୍ନ୍ ହାଉଁଲାସ୍ ମଃତର୍ ଅଃବେ ହଃତାଳାର୍ ବିଚ୍ଣାୟ୍ ସୟ୍ଆଚାସ୍ ଆର୍ କିଳାମଃନ୍ ତୁମାର୍ ଚାଦର୍ ଉହ୍ରେ ଡାହିଅୟ୍ଆଚ୍ତି। 12 ଏ ଲୁସିପର୍ ସଃକାଳାର୍ ତାରା! ତୁୟ୍ କଃନ୍କଃରି ସଃର୍ଗେ ହୁଣି ତଃଳେ ଅଦୁର୍ଲିସ୍ ସଃବୁ ଗସ୍ଟି ତର୍ ତଃଳେ ରିଲାୟ୍ 13 ଆରେକ୍, ତୁୟ୍ ମଃନେମଃନେ କଃଉତି ରିଲିସ୍, ତୁୟ୍ ଇସ୍ୱର୍ ହର୍ ସଃର୍ଗେ ଉଟ୍ସି ତୁୟ୍ ଇସ୍ୱରାର୍ ତାରାମଃନ୍କାର୍ ଉହ୍ରେ ନିଜାର୍ ସିଙ୍ଗାସଣ୍ କଃର୍ସି; ଉତୁର୍ ଦିଗାର୍ ମରୁବଃଟାର୍ ପବିତ୍ର ସମାଗମ୍ ହର୍ବାତ୍ ଉହ୍ରେ ବଃସ୍ସି; 14 ତୁୟ୍ ସଃବ୍କେ ଉଟ୍ୟା ଉଚା ଜଃଗାୟ୍ ଉହୁର୍କେ ଉଟ୍ସି। ଆର୍ ଇସ୍ୱରାର୍ ହର୍ ସଃମାନ୍ ସଃକ୍ତିକାରି ଅଃଉସି। 15 ମଃତର୍ ତୁୟ୍ ହଃତାଳ୍କେ, ଡେଙ୍ଗ୍ କାଲାର୍ ସଃନ୍ଦିକେ ହଃକାୟ୍ ଅଃଉସି। 16 ଜୁଣ୍ଲକମଃନ୍ ତୁମିକେ ଦଃକ୍ତି, ସେମଃନ୍ ବଃଲ୍କଃରି ଚିନ୍ତାକଃରି ତର୍ ବିସୟେ ବିଚାର୍କଃରି କଃଉତି, ଜେ ହୁର୍ତିବିକେ କମ୍ପାୟ୍ଲା, ଜେ ରାୟିଜ୍ମଃନ୍କେ ତଃର୍ହଃର୍ କଃଲା; 17 ଜେ ଜଃଗତ୍କେ ମରୁବୁୟିଁ କଃଲା ଆର୍ ସେତିର୍ ଗଃଳ୍ ସଃବୁକେ କୁଳୁପ୍ନାସ୍ କଃଲା; ଜେ ନିଜାର୍ ବନ୍ଦିମଃନ୍କେ ସେମଃନ୍କାର୍ ଗଃର୍କେ ଜଃଉଁକେ ଚାଡିନଃଦିଲା, ସେ କାୟି ଇମାନାୟ୍? 18 ଗସ୍ଟିମଃନାର୍ ରଃଜାମଃନ୍, ସେମଃନ୍କାର୍ ସଃବୁ ଲକ୍ ହେଁ, ଜଃଜ୍ମାନ୍ ସଂଙ୍ଗ୍ ନିଜାର୍ନିଜାର୍ ଗଃରେ ସୟ୍ଆଚ୍ତି। 19 ତର୍ ମଃସୁଣ୍ ନାୟ୍ ତୁୟ୍ ଲଳାକେ ନାୟିଲାର୍ ଗଃଚାର୍ ସୁକ୍ଲା କଃନ୍ଦାହର୍,କଃଣ୍ଡାସଃଙ୍ଗ୍ ମାରି କାଲ୍ ବିତ୍ରେ ମଃଳ୍ଗାଦାୟ୍ ହଃକାୟ୍ଲାର୍ ନିଜାର୍ ମଃସୁଣେ ହୁଣି ବିନେ ହଃଳିଆଚ୍ସି। ତୁୟି ହାଦେ ମାଡ୍ତା ମଃଳ୍ହର୍। 20 ତୁମିମଃନ୍କେ ବିନ୍ ରଃଜାମଃନାର୍ ସଃଙ୍ଗ୍ ତହି ନଃକେର୍ତି, କାୟିତାକ୍ ବଃଲେକ୍ ନିଜାର୍ ଦେସ୍କେ କୁଳୁପ୍ନାସ୍ କଃରିଆଚାସ୍, ତୁମି ନିଜାର୍ ଲକ୍ମଃନ୍କେ ମଃର୍ନେ ମାରିଆଚାସ୍, କଃରାପ୍କାମ୍ କଃର୍ତାଲକାର୍ ବଃଉଁସ୍ କଃବେ ସାସନ୍ କରୁନାହାରେ। 21 ତାକାର୍ ହିଲାମଃନ୍ ବାରାୟ୍ ଜେହର୍ ହୁର୍ତିବିକେ ଅଃଦିକାର୍ ନଃକେରେ, ଆର୍ ଜଗତ୍କେ ଆର୍ ଗଃଳ୍ମଃନ୍କେ ହୁରୁଣ୍ ନଃଉଅତ୍, ଇତାର୍ଗିନେ ତୁମିମଃନ୍ ସେମଃନ୍କେ ମଃର୍ନେ ମାରା କାୟତାକ୍ବଃଲେକ୍ ସେମଃନ୍କାର୍ ଦାଦି ବାବୁମଃନ୍କାର୍ ଅଃନ୍ୟାୟ୍ କଃର୍ତା ଲକେ ଅଃତ୍ୟା କଃର୍ତା ଟାଣ୍ ବାଚା।
22 ଆରେକ୍, ସଃୟ୍ନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ କଃଉଁଲା, ମୁୟ୍ଁ ସେମଃନ୍କାର୍ ବିରୁଦେ ବାରାୟ୍ନ୍ଦ୍।" ଇସ୍ୱର୍ କଃଉଁଲା, ମୁୟ୍ଁ ବାବିଲାର୍ ନାଉ ଆର୍ ବାକିରିଲା ସଃବୁଲକ୍, ହୟିସିମଃନ୍ ଆର୍ ନାତିସିମଃନ୍କେ ନାସ୍ କଃରିନ୍ଦ୍। 23 ଆରେକ୍ ସଃୟିନ୍ମଃନାର୍ ଅଃଦିକାରି ଇସ୍ୱର୍ କଃଉଁଲା, ମାନାୟ୍ର୍ ବାସା ଟାଣ୍ ଗଃଳେ କୁର୍ମାମଃନ୍ ବାସା କଃର୍ତି ଆର୍ ହାଣି ବଃନ୍ଦେ ବଃର୍ତି କଃରିନ୍ଦ୍; ସଃବ୍କେ ଅଃତ୍ୟା କଃର୍ତା ବାଡ୍ଣି ସଃଙ୍ଗ୍ ତାକେ ଜାଳି ହଃକାୟ୍ଦ୍।
24 ସଃୟ୍ନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ ସଃୟ୍ତ୍ କଃରି କଃଉଁଲା, ମୁୟି ଜାୟରି ବାବିଆଚି, ବାୟିଦ୍ରେ ସେହର୍ ଗଃଟେଦ୍ ଆର୍ ମୁୟି ଜେହର୍ ଜଃଜ୍ନା କଃରିଆଚି, ସେହର୍ ଅୟ୍ଦ୍। 25 ମୁୟି ନିଜାର୍ ରାୟ୍ଜେ ହୁଣି ଅଃସୁରିଆ ରଃଜାକେ କାଡି ହିଙ୍ଗିନ୍ଦ୍। ମର୍ ହର୍ବାତ୍ ଉହ୍ରେ ତାକେ ହାଦେ ମାଡି ହଃକାୟିନ୍ଦ୍। କାୟିତାକ୍ ବଃଲେକ୍ ସେ ରଃଜା ମର୍ ହିଲାମଃନ୍କେ ଗତି କଃଟାୟ୍ରିଲା ଆର୍ ସେମଃନ୍କାର୍ କଃନ୍ଦେ ଜିଅଡିର୍ ବଜ୍ ଲାଦି ରିଲା। ସେମଃନ୍କାର୍ ସେ କଃନ୍ଦାର୍ ବଃଜ୍ ଦୁରି କଃରାଜାୟ୍ଦ୍। 26 ଇରି ମର୍ ଜଃଜନା ସଃବୁ ହୁର୍ତିବି ହାୟ୍ଁ ତିର୍ଅୟ୍ଆଚେ। ମୁଁୟ୍ ସଃବୁ ଗସ୍ଟିମଃନ୍କେ ଦଃଣ୍ଡ୍ ଦେଉଁକ୍ ମର୍ ସଃକ୍ତି ଲାମାୟ୍ ଅୟିଆଚେ। 27 କାୟିତାକ୍ ବଃଲେକ୍ ସଃୟିନ୍ମଃନାର୍ ଅଃଦିକାର୍ ଇସ୍ୱର୍ କୁଟ୍ କଃରିଆଚେ, ଆର୍ ସେରିକେ କେଏ ବିନ୍ କଃରୁହାରେ? ଆର୍ ତାର୍ ଆତ୍ ସଃବୁବାଟ୍ ଲମିଆଚେ, ଆର୍ ସେତି ଟାଣୁ କେଏ ତାକେ ତେବାଉଁ ହାରେ।
28 ଜୁୟି ବଃର୍ସ୍ ଆହସ୍ ରଃଜା ମଃଲା, ସେ ବଃର୍ସ୍ ବାବ୍ବାଣି କୟିଲାର୍। 29 ଏ ପଲେସ୍ଟିୟମଃନ୍, ତୁମିକେ ଜୁଣ୍ ଦଃଣ୍ଡ୍ ଦିଆଅୟ୍ଲି, ସେରି ଗଃଲି ବଃଲି ସଃର୍ଦା ଅଃଉଁଆ ନାୟ୍; କାୟିତାକ୍ ବଃଲେକ୍ ଗଟେକ୍ ସାହ୍ ଆରେକ୍ ଗଟେକ୍ ବଃୟଙ୍କାର୍ ବିସାଣ୍ ସାହ୍କେ ଜଃଲମ୍ ଦିଲା ହର୍ ଇରି ସଃତ୍ ଅୟ୍ଦ୍; ସେ ନଃଉଁଆ ରଃଜା ଜୟ୍ହର୍ ଅୟି ଉଡ୍ତା ସାହ୍ ହର୍ ବୟ୍ଙ୍କାର୍ ଅୟିଦ୍। 30 ଆରେକ୍, ଗରିବ୍ମଃନ୍କାର୍ ହଃର୍ତୁମ୍ ଜାତ୍ ହିଲାମଃନ୍ କାଦି କାତି ଆର୍ ସେମଃନ୍କାର୍ ହିଲାମଃନ୍ କେଏ ହେଁ କାୟି ବିବ୍ତି ନଃରେୟ୍; ଆରେକ୍ କଃତାର୍କଃରି ତୁମିମଃନାର୍ ସଃବୁ ଆରୁମ୍କେ କୁଳୁପ୍ନାସ୍ କଃରିନ୍ଦ୍ ଆର୍ ତୁମାର୍ ବାକି ଜଃତେକ୍ ଉବ୍ରିରିଲା ଲକେ ସଃବ୍କେ ଅଃତ୍ୟା କଃରାଜାୟଦ୍। 31 ଏ ଗଃଳାର୍ ବାଟ୍ଦୁଆର୍ ଦେସାର୍ ଲକ୍ ଆର୍ ଏ ଗଃଳାର୍ ଲଃକ୍ମଃନ୍, କାନ୍ଦା; ଏ ପଲେସ୍ଟିୟ୍ ତୁମାର୍ ସଃକ୍ତିସଃବୁ ତର୍ଲି ଗଃଲିଆଚେ; କାୟିତାକ୍ ବଃଲେକ୍ ଉତୁର୍ ଦିଗେ ହୁଣି ଦୁଆଁ ଆସୁଲି ଆରେକ୍ ନିଜାର୍ ତିର୍କଃଲା ସଃମୟେ ଦୁରିକେ ଟିଆ ନେଉଅ। 32 ଆର୍ ଇ ଗସ୍ଟିର୍ ଦୁତ୍ମଃନ୍କେ କାୟି ଉତୁର୍ ଦିଆଜାୟ୍ଦ୍? ଇରି ଜେ ଇସ୍ୱର୍ ସିୟନାର୍ କୁନାଦି ତାହୁନ୍ କଃରିଆଚେ ଆର୍ ସେତି ତାର୍ ଲକ୍ମଃନ୍ ଆସ୍ର ନେତି।