1 ଇସ୍ୱର୍ ଇ କଃତା କଃଉଁଲା, ତୁମିମଃନ୍ ନ୍ୟାୟ୍ ବିଚାର୍ ମାନା; ଦଃର୍ମ୍ କଃର୍ମ୍ କଃରା; କୟିତାକ୍ବଃଲେକ୍ ଅଃମାର୍ ମୁକ୍ତି ଆସ୍ତାର୍ ଆର୍ ଦଃର୍ମ୍ କଃର୍ମ୍ ଲଃଗେ ଆଚେ 2 ଜୁୟି ମାନାୟ୍ ଇରି କଃରେଦ୍, ଜୁୟ୍ମାନାୟ୍ ଇରି ଅଃଟୁଆ କଃରି ମାନେଦ୍; ଜେ ବିସାଉଁଣି ବାର୍ ମାନିକଃରି ସେରି ବିଟାଳ୍ ନଃକେରେ ଆର୍ ସଃବୁ ରଃକମ୍ କଃରାପ୍ କାମେ ହୁଣି ନିଜାର୍ ଆତ୍ ଲାଗାୟ୍ ନଃକେରେ ସେ ଦନ୍ଯ। 3 ବାୟିଦ୍ରେ ଇସ୍ୱର୍ ନିଜାର୍ ଲକ୍ମଃନାର୍ ତଃୟ୍ହୁଣି ମକେ ଅଃଲ୍ଗା କଃରେଦ୍, ଇରି ଇସ୍ୱରାର୍ ତଃୟ୍ ଆୟ୍ଲା ବିଦେସି ଲକ୍ କଃଉଅ ନାୟ୍; କି ମୁଁୟ୍ ଗଟେକ୍ ସୁକ୍ଲା ଗଃଚ୍ ଇରି ବେଜୁ କଃଉଅ ନାୟ୍। 4 କାୟିତାକ୍ ବଃଲେକ୍ ବେଜୁ ମଃନ୍କେ ଇସ୍ୱର୍ କଃଉଁଲା ଜୁୟ୍ମଃନ୍ ମର୍ ବିସାଉଁଣି ଦିନ୍ ମାନେଦ୍ ଆର୍ ମର୍ ମଃନ୍ ସଃର୍ଦାର୍ ବିସୟେ ଆସ୍ତି ଆର୍ ମର୍ ନିୟମେ ଚାଲ୍ତି; 5 ସେମଃନ୍କେ ମୁଁୟ୍ ମର୍ ଗଃରେ ଅଃମାର୍ କୁଆଳ୍ ବିତ୍ରେ ହଅ ହିଲା ତଃୟ୍ ହୁଣି ନିକ ଏତାଉଁକେ ମୁଣ୍ଡା ଆର୍ ନାଉ ଦଃୟ୍ନ୍ଦ୍; ମୁଁୟ୍ ସେମଃନ୍କେ ଜୁଗ୍ ଜୁଗାର୍ ଗିନେ ନାଉ ଦଃୟ୍ନ୍ଦ୍। 6 ଆର୍ ଜୁୟି ବିଦେସିମଃନ୍ ଇସ୍ୱରାର୍ ସେବା କଃରୁକେ ଆର୍ ମାପୁର୍ ନାଉ ଲାଡ୍ କଃରୁକେ, ତାର୍ ଦାସ୍ ଅଃଉଁକେ ଇସ୍ୱରାର୍ ତଃୟ୍ ଆସ୍ତି, ବଃଲେକ୍ ଜୁୟ୍ମଃନ୍ ବିସାଉଁଣି ଦିନ୍ ହାଳୁନ୍ କଃରି ବିଟାଳ୍ ନଃକେର୍ତି ଆର୍ ମର୍ ନିୟମ୍ ମାନ୍ତି; 7 ସେ ସଃବୁଲକେ ମୁଁୟ୍ ନିଜାର୍ ପବିତ୍ର ହଃର୍ବାତ୍କେ ଆଣିନ୍ଦ୍ ଆର୍ ମର୍ ପାର୍ତନା ଗଃରେ ସେମଃନ୍କେ ସଃର୍ଦା କଃରାୟ୍ନ୍ଦ୍; ସେମଃନାର୍ ହମ୍ହୁଜା ଆର୍ ମୁକ୍ତି ହୁଜା ସଃବୁ ମର୍ ଜଗିଅଁ ବେଦି ଉହ୍ରେ ଜୟିଗ୍ ଅୟ୍ଦ୍; କାୟିତାକ୍ କଃଲେକ୍ ମର୍ ଗଃର୍ ସଃବୁ ଗସ୍ଟିର୍ ଲକାର୍ ପାର୍ତନା ଗଃର୍ବଃଲି ଡାକ୍ହୁଟେଦ୍। 8 ଜେ ଇସ୍ରାଏଲାର୍ ନିର୍ବାସ୍ ଅୟ୍ଲା ଲକ୍ମଃନ୍କେ ରୁଣ୍ଡାୟିଦ୍ ସେ ଇସ୍ୱର୍ କଃଉଁଲା, ତାର୍ ନିଜାର୍ଲକ୍କେ ଚାଡି ମୁଁୟ୍ ବିନ୍ ଲକ୍ମଃନ୍କେ ତାର୍ଚଃମେ ରୁଣ୍ଡାୟିଦ୍।
9 ଏ ବଃନାର୍ ସଃବୁ ଜିବ୍ଜଃତୁ ତୁମିମଃନ୍ ନଃସ୍ଟ୍ କଃରୁକେ ଆସା। 10 ତାର୍ ସଃୟ୍ନ୍ମଃନ୍ ଅଃନ୍ଦ୍, ଗିଆନ୍ ନାୟ୍ଲାର୍; ସେ ସଃବୁ ତତ୍ଲା କୁକୁର୍, ସେମଃନ୍ ବୁକୁ ନାହାର୍ତି; ସେମଃନ୍ ଚଃହୁନ୍ ଦଃକ୍ତାର୍ମଃନ୍; ଅଃଳ୍ସିଆ ସେମଃନ୍ ସଃଉଁକେ ସୁକ୍ ହାଉତି। 11 ଆରେକ୍ ସେ କୁକୁର୍ମଃନ୍ କାଉରା, ସେମଃନ୍ କଃବେ ସଃଲ୍ମତ୍ ନଃଉତି; ସେମଃନ୍ ବାବ୍ତା ସଃକ୍ତି ନାୟ୍ଲାର୍ ସେ ସଃବୁ ଚାରିହାକ୍ ହୁଣି ନିଜାର୍ ନିଜାର୍ ଲାବାର୍ ଗିନେ ନିଜାର୍ ନିଜାର୍ ବାଟ୍ହାକ୍ ବାଉଡ଼ିଆଚେ। 12 ସଃବୁ କଃଉତି ଆସା ଅଃଙ୍ଗୁର୍ ରଃସ୍ ଆଣୁଆଁ ଆର୍ ଅଃମିମଃନ୍ ମଃଦେ ମାତୁଆଁ, ଆର୍ ଜଃନ୍କଃରି ଆଜି ସେହର୍ କାଲି ଅୟ୍ଦ୍ ସେରି ଅଃପର୍ବଳ୍ ବଃଡ୍ ଦିନ୍ ଅୟ୍ଦ୍।