1 ମାରୁ ଇସ୍ୱରାର୍ ଆତ୍ମା ମର୍ ଉହ୍ରେ ଆସ୍ଲି; କାୟିତାକ୍ବଃଲେକ୍ ଇନସ୍ତା ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ମକେ ଅବିସେକ୍ କଃରି ଆଚେ; ସେମଃନ୍ ବାଙ୍ଗିଜାୟିରିଲା ଲକ୍ମଃନାର୍ ଗାଉ ବାନ୍ଦୁକେ, କଃୟ୍ଦି ଲକମଃନ୍କେ ମୁକ୍ତି ଆର୍ ବନ୍ଦି ଲକ୍ମଃନ୍କେ ବନ୍ଦି ତଃୟ୍ ହୁଣି ମୁକ୍ଳାଉଁକେ ପର୍ଚାର୍ କଃରୁକେ; 2 ସେ ସଃମୟ୍ ଆସି ଆଚେ ବଃଲି ପର୍ଚାର୍ କଃରୁକେ ସେମକେ ହଃଟାୟ୍ ଆଚେ; ଅଃମିମଃନାର୍ ଇସ୍ୱର୍ ସେ ତାର୍ ସଃତ୍ରୁମଃନ୍କେ ଆରାୟ୍ଦ୍ ଆର୍ ତାର୍ ଲକ୍ମଃନ୍କେ ରଃକ୍ୟା କଃରେଦ୍ ସେ ଜୁୟ୍ମଃନ୍ ରଃଦନ୍ କଃରୁଲାୟ୍ ସେମଃନ୍କେ ବୁଜାଉଁକେ ସେ ମକେ ହଃଟାୟ୍ ଆଚେ। 3 ସିୟନାର୍ ରଃଦନ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃରୁକେ, ବଃଲେକ୍ ଚାର୍ ବାଦୁଲେ, ଦୁକାର୍ ବାଦୁଲେ ସୁକ୍ ନିରାସ୍ ଆତ୍ମା ବାଦୁଲେ ସଃର୍ଦାର୍ ବଃସ୍ତର୍ ଦେଉଁକେ ସେ ମକେ ହଃଟାୟ୍ଆଚେ; ଇସ୍ୱର୍ ଜଃନ୍କଃରି ଜଃଜ୍ମାନ୍ ହାୟ୍ଦ୍ ଇତାର୍ଗିନେ ସେମଃନ୍ ଦାର୍ମିକ୍ ରୁହାର୍ ଗଃଚ୍ ଆର୍ ତାର୍ ବଗିଚା ବଃଲି ଡାକ୍ହୁଟ୍ତି। 4 ଆର୍ ସେମଃନ୍ କୁରୁପ୍ନାସ୍ ଅୟ୍ଲା ଟାଣ୍ସଃବୁ ତିଆର୍ କଃରେଦ୍, ହୁର୍ବ୍କାଳାର୍ ଅଃନେକ୍ ଦିନାର୍ ରିତି ନିତି ନଃସ୍ଟ୍ ଟାଣ୍ ସଃବୁ ନଃଉଆକଃରି ହାଜେଦ୍। 5 ଆର୍ ହଃର୍ଦେସାର୍ ଲକମଃନ୍ ତୁମିମଃନାର୍ ମେଣ୍ଡା ଚଃରାଉଁକେ ତୁମାର୍ ତଃଳେ ଆସ୍ତି ଆର୍ ବିଦେସିମଃନ୍ ତୁମିମଃନାର୍ ତାସ୍ହଃଦା ଅଙ୍ଗୁର୍ ବାଳାର୍ ତାସି ଅଃଉତି। 6 ତୁମିମଃନ୍ ମାପୁର୍ କୁଦ୍ଲା ଜାଜକ୍ମଃନ୍ ବଃଲି ଡାକ୍ହୁଟାସ୍; ଲଃକ୍ମଃନ୍ ତୁମିମଃନ୍କେ ଅଃମାର୍ ଇସ୍ୱରାର୍ ସେବାକାରି ବଃଲି କୁଦ୍ତି ତୁମିମଃନ୍ ବିନ୍ ଦେସାର୍ ଲକ୍ମଃନାର୍ ଦଃନ୍ ବଗ୍କଃରାସ୍ ସେମଃନାର୍ ସଃମ୍ପତି ଉହ୍ରେ ତୁମିମଃନ୍ ଗଃର୍ବ୍ କଃରାସ୍। 7 ତୁମିମଃନାର୍ ନିରାସ୍ ଅଃଉତାର୍ ଆର୍ ଲାଜ୍ ହାଉତାର୍ ସେସ୍ ଆୟ୍ଦ୍; ତୁମିମଃନ୍ ତୁମାର୍ ନିଜାର୍ ଦେସେ ଅଃଦିକାର୍ କଃରାସ୍ ତୁମାର୍ ସଃମ୍ପତି ଦୁଇ ଗୁଣ୍ ଅୟ୍ଦ୍; ତୁମାର୍ ସଃର୍ଦା ଜୁଗେ ଜୁଗେ ରଃୟ୍ଦ୍। 8 କାୟିତାକ୍ବଃଲେକ୍ ମୁଁୟ୍ ଇସ୍ୱର୍ ନ୍ୟାୟ୍ ବିଚାର୍ କଃରିନ୍ଦ୍; ଆର୍ ମୁଁୟ୍ ସଃତେ ସେମଃନ୍କେ ଦଃଣ୍ଡ୍ ଦଃୟ୍ନ୍ଦ୍ ଆର୍ ସେମଃନାର୍ ସଃଙ୍ଗ୍ ଜୁଗ୍ଜୁଗାର୍ ଗିନେ ଗଟେକ୍ ସଃୟିତ୍ କଃରିନ୍ଦ୍। 9 ଆର୍ ସେମଃନାର୍ ବଃଉଁସ୍ ବିନ୍ ଦେସେ ଆର୍ ସେମଃନାର୍ ହଅ ହିଲାମଃନ୍ ଗସ୍ଟି ବିତ୍ରେ ଡାକ୍ହୁଟ୍ତି; ସେମଃନ୍ ଇସ୍ୱର୍ ଦିଲା ଆସିର୍ବାଦ୍ ହାୟ୍ଲା ଲକ୍ ବଃଲି ସେମଃନ୍କେ ଦଃକ୍ତା ଲଃକ୍ମଃନ୍ କଃଉତି। 10 ମୁଁୟ୍ ମାପୁର୍ ତଃୟ୍ ସଃର୍ଦା କଃରିନ୍ଦ୍; ମର୍ ଜିବନ୍ ଇସ୍ୱରାର୍ ତଃୟ୍ ସଃର୍ଦା କଃରେଦ୍ କାୟିତାକ୍ବଃଲେକ୍ ବଃର ଜଃନ୍କଃରି ନିଜାର୍ ବଃସ୍ତରେ ଜଃନ୍କଃରି ସଃଜ୍ ଅୟିଦ୍ ସେହର୍ ସେ ମୁକ୍ତିର୍ ବଃସ୍ତରେ ମକେ ସଃଜ୍ କଃରାୟ୍ଦ୍ ଆର୍ ଦଃର୍ମ୍ ରୁହାର୍ ଜାଜକ୍ ବଃସ୍ତରେ ମକେ ଡାହେଦ୍। 11 କାୟିତାକ୍ବଃଲେକ୍ ଜଃମି ଜଃନ୍କଃରି ନିଜାର୍ ଗଃଜା ବାର୍କଃରେଦ୍, ସେନ୍ କଃରି ସଃକ୍ତିକାରି ଇସ୍ୱର୍ ତାର୍ ଲକ୍ମଃନକେ ରଃକ୍ୟା କଃରେଦ୍, ଆର୍ ଦଃର୍ମ, ଜଃଜ୍ମାନ୍ ଗଃଜା ଅୟିଦ୍।
Publicidade
Publicidade