1 ସଃଡେବଃଳ୍ ହିଜକିଅ ମଃଳୁହଃଳିରିଲା। ତଃବେ ଆମସାର୍ ହଅ ଜିସାୟ୍ ବାବ୍ବାଦି ତାର୍ ହାକ୍ ଆସି କୟ୍ଲା, ଇସ୍ୱର୍ ଇ କଃତା କଃଉଁଲା, ତୁୟ୍ ନିଜାର୍ ଗଃର୍ ଉଜ୍ରାଉ କାୟିତାକ୍ ବଃଲେକ୍ ତୁୟ୍ ମଃର୍ସି ବାଚୁନାହାରାସ୍। 2 ଇତି ହିଜକିୟ କୁଡ୍ବାଟ୍ ମୁଁ କଃରି ମାପୁର୍ ତଃୟ୍ ପାର୍ତନାକଃରି କୟ୍ଲା। 3 ଏ ଇସ୍ୱର୍ ମୁଁୟ୍ ଗଃଉଆରି କଃରୁଲେ, ମୁଁୟ୍ କଃନ୍କଃରି ସଃତେ ଆର୍ ସିଦ୍ମଃନେ ତର୍ ମୁଏଁ ଜାଆଆସ୍ କଃରିଆଚି ଆର୍ ତର୍ ଆକାୟ୍ ନିକ କାମ୍କଃରି ଆଚି ଇରି ଅଃବେ ଏତାଉ, ହିଜକିୟ ବେସି କାନ୍ଦ୍ଲା। 4 ସଃଡେବଃଳ୍ ଜିସାୟ୍ ହାକ୍ ଜିଅବା କୟିଲା ବଃଚନ୍ ଆୟ୍ଲି। 5 ତୁଇ ଜାୟ୍ ହିଜିକିୟକେ କଃଉ, ଇସ୍ୱର୍, ତର୍ ହୁର୍ବ୍ପୁରୁସ୍ ଦାଉଦାର୍ ଇସ୍ୱର୍ ଇ କଃତା କଃଉଁଲା, ମୁଁୟ୍ ତର୍ପାର୍ତନା ସୁଣିଆଚି, ତର୍ ଆସୁ ଦଃକିଆଚି ଦଃକ୍ ତର୍ ଆୟ୍ସ୍ ହଃନ୍ଦ୍ର ବଃର୍ସ୍ ବାଡାୟିନ୍ଦ୍। 6 ଆର୍ ଅଃମି ତୁମିକେ ଆର୍ ଇ ଗଃଳ୍କେ ଅଃସୁରିଆ ରଃଜାର୍ ଆତେ ହୁଣି ରଃକ୍ୟା କଃରିନ୍ଦ୍ ଆର୍ ମୁଁୟ୍ ଇ ଗଃଳାର୍ ସାହା ଅୟ୍ନ୍ଦ୍। 7 ଆର୍ ଜୁଗ୍ଜୁଗାର୍ ଇସ୍ୱର୍ ନିଜାର୍ କୟ୍ଲା କଃତା ଜେ ହୁରୁଣ୍ କଃରେଦ୍ ଆର୍ ଇସ୍ୱରାର୍ ତଃୟ୍ ହୁଣି ଇ ଚିନ୍ଅୟ୍ଦ୍। 8 ଦଃକା ମୁଁୟ୍ ଆହସାର୍ ବେଳ୍ ସଃମୟ୍ ସାୟ୍ ଜଃତେକ୍ ଆଗେ ଜାୟ୍ଆଚେ ସେରି ଦଃସ୍ହାଦ୍ ହଃଚ୍କେ ଆଣିନ୍ଦ୍। ହଃଚ୍କେ ସଃତେକ୍ ବାଉଡ଼ି ଆୟ୍ଲି। 9 ଜିଉଦାର୍ ରଃଜା ରଗି ଅୟି ନିଜାର୍ ରଗେ ହୁଣି ଉଜ୍ ଅୟ୍ଲାକେ ଇରି ଲେକ୍ଲା, ବଃଲେକ୍, 10 ମୁୟ୍ କୟିଲେ ମୁଁୟ୍ ନିଜାର୍ ଆୟ୍ସ୍ ମୁଣ୍ଡେବଃଳ୍ ହଃତାଳାର୍ ଦୁଆରେ ହୁରିନ୍ଦ୍; ମୁଁୟ୍ ନିଜାର୍ ବଃର୍ସ୍ସଃବୁ ବିତ୍ରେ ସଃରାସଃରି ହାଉତାର୍ ହାଉଁ ନାହାର୍ଲେ। 11 ମୁଁୟ୍ କୟିଲେ ମୁଁୟ୍ ଜେହବାକେ ଜିବିତ୍ ଲକାର୍ ଦେସେ ଇସ୍ୱର୍କେ ଦଃକୁ ନାହାରି; ମୁଁ ଜଃଗତାର୍ ଲଃକ୍ମଃନ୍ ସଃଙ୍ଗ୍ ମାନାୟ୍କେ ଆର୍ ଦଃକୁ ନାହାରି ନି। 12 ମର୍ବଃୟ୍ସ୍ ଚାଲିଗଃଲି ଆଚେ ମେଣ୍ଡା ଗଃଉଡ଼ିଆ ଆର୍ ତୁମ୍ ହର୍ ମର୍ତଃୟ୍ ହୁଣି ଗୁଚିଆଚେ; ମୁଁ ହଃଚ୍ୟାବୁଣ୍ତା ଜିନିସ୍ ହର୍ ନିଜାର୍ ଜିବନ୍ ଡାହି ଆଚି; ସେ ମକେ ସୁତାବିଳା ତଃୟ୍ହୁଣି କାଟି ହଃକାୟ୍ଦ୍; ଏକ୍ଦିନ୍ରାତି ବିତ୍ରେ ସେ ମକେ ସେସ୍ କଃରେଦ୍। 13 ରାତିଜାକ ମୁଁୟ୍ କାନ୍ଦିଆଚି, ଜଃନ୍କଃରି ସିମାବାଗ୍ ମର୍ ଆଡ୍କେ ବାଙ୍ଗ୍ତି ରିଲି, ମୁଁୟ୍ ବାବ୍ଲେ ଜେ ଇସ୍ୱର୍ ମର୍ ଜିବନ୍କେ ସେସ୍ କଃଲା। 14 ଜଃନ୍କଃରି ହାଣିବକ୍ ହର୍ ମୁୟ୍ଁ ଚିଂଚିଂ ସଃବଦ୍ କଃଲେ; ମୁୟ୍ ହଃକଡ଼ି ହର୍ କାନ୍ଦ୍ଲେ; ଉହ୍ରେ ଦଃକି ଦଃକି ମର୍ ଆକି ଜାଲ୍ ଡିସୁଲି; ଏ ଇସ୍ୱର୍ ମୁୟ୍ଁ ଇନସ୍ତା ହାୟ୍ଆଚି, ତୁୟ୍ ମର୍ ସଃହାଆଉ। 15 ମୁୟି କାୟ୍ବଃଲିନ୍ଦ୍? ସେ ମକେ କୟ୍ଆଚେ, ଆର୍ ମକେ ଜଃଗ୍ରାତ୍ କଃରାୟ୍ଆଚେ; ମୁୟି ନିଜାର୍ ଜିବନାର୍ କଃସ୍ଟାର୍ ଗିନେ ନିଜାର୍ ବଃର୍ସ୍ଜାକ ଦିରେ ଦିରେ ଇଣ୍ଡିନ୍ଦ୍। 16 ଏ ମାପୁର୍ ଇତାର୍ଗିନେ ଲକ୍ ବାଚ୍ତି, ଆର୍ ସେତି ହଃକା ହୁରା ହୁରି ମର୍ ଆତ୍ମାୟ୍ ଜିବନ୍ ଆଚେ, ଇତାକେ ତୁୟ୍ ମକେ ସୁସ୍ତ୍କଃରି ଜିବନ୍ ଦେଏ। 17 କୁୟ୍ଁ କାଲେ ହୁଣି ତାକେ ରଃକ୍ୟା କଃଲିସ୍; କାୟିତାକ୍ ବଃଲେକ୍ ତୁୟ୍ ନିଜାର୍ ହଃଚ୍ବାଟ୍ ମର୍ ସଃବୁ ହାହ୍ ହଃକାୟ୍ ଦଃୟ୍ଆଚ୍ସି। 18 ବଃଲେକ୍ ହଃତାଳ୍ ତର୍ ଜଃଜ୍ମାନ୍ କଃରୁନାହାରେ, ମଃର୍ନ୍ ତର୍ଗୁଣ୍ କଃଉଁ ନଃହାରେ, ହଃତାଳେ ଜଃଉଁମଃନ୍ ତର୍ ସଃତ୍ ଆସା ନଃକେର୍ତି। 19 ଜଃନ୍କଃରି ଆଜି ମୁଁୟ୍ କଃରୁଲେ ସେନ୍କଃରି ଜିବିତ୍ ଲକ୍, ଜିବନ୍ ଲକ୍ହଃକା ତର୍ ଜଃଜ୍ମାନ୍ କଃରେଦ୍; ବାପା ହିଲାମଃନ୍କେ ତାର୍ ସଃତ୍ ଜାଣାୟ୍ଦ୍। 20 ଇସ୍ୱର୍ ମର୍ ମୁକ୍ତିକଃରୁକେ ମଃନ୍କଃରୁଲା; ଇତାକେ ଅଃମିମଃନ୍ ଜିବନ୍ ରେତା ହଃତେକ୍ ଇସ୍ୱରାର୍ ଗଃରେ ବାଜା ବାଜାୟ୍ ଗିତ୍ ଗାଉନ୍ଦ୍। 21 ଜିସାୟ କୟ୍ଲା; ସେମଃନ୍ ଡୁମୁର୍ ଦୁଦ୍ ନଃୟ୍ ହଟ୍କା ଉହ୍ରେ ଲାଗାଉଅତ୍ ତଃବେ ସେ ଉଜ୍ ଅୟ୍ଦ୍। 22 ହିଜିକିୟ ହେଁ କୟ୍ଲା, ମୁଁୟ୍ଜେ ମାପୁର୍ଗଃରେ ଜାୟ୍ନ୍ଦ୍। ଇତାର୍ ଚିନା କାୟିରି?
Publicidade
Isaías 38
ହିଜିକିୟ ରଗେହୁଣି ଉଜ୍ ଅଃଉତାର୍
Veja também
Publicidade