1 ଆଉଲି ଅୟି ଜାଣାଉଆ, ଦିରେ କଃଉଆ ନାୟ୍,ତୁରି ହର୍ ଜଃବର୍ କଃଉଆ, ଲକ୍ମଃନ୍କେ ସେମଃନାର୍ ଅଃଦଃର୍ମ୍ ଆର୍ ଜାକୁବକେ ସେମଃନାର୍ ହାହ୍ ସଃବୁ ଜାଣାଉଆ। 2 ସେମଃନ୍ ସଃବୁଦିନ୍ ମକେ କଜ୍ତି, ମର୍ ବାଟ୍ ଜାଣୁକେ ସଃର୍ଦା ଅଃଉତି; ଜୁୟି ଗସ୍ଟିର୍ ଲକ୍ ଦଃର୍ମ୍କଃର୍ମ୍ କଃର୍ତି ଆର୍ ଅଃହ୍ଣା ମଃନାର୍ ଇସ୍ୱରାର୍ ବିଦି ଚାଡି ନଃକେର୍ତି, ସେମଃନାର୍ ହର୍ ସେମଃନ୍ ଦଃର୍ମ୍ ବିସୟ୍ ମକେ ହଃଚାର୍ତି ଆର୍ ଇସ୍ୱର୍ ହାକ୍ ଆସୁକେ ମଃନ୍କଃର୍ତି। 3 ସେମଃନ୍ କଃଉତି ଅଃମିମଃନ୍ କାୟ୍କଃରୁକେ ଉପାସ୍ କଃରିଆଚୁ ମାପୁର୍ ନଃଦେକ୍ଲେକ୍? ଅଃମିମଃନ୍ କାୟ୍ତାକେ ନିଜାର୍ ନିଜାର୍ ଜିବନ୍କେ କଃସ୍ଟ ଦେଉଁଲୁ ଆର୍ ତୁମି, ମଃନ୍ ଦଃୟି ନଃକେରୁଲାସ୍? ଦଃକା ଉପାସ୍ ଦିନ୍ ନିଜାର୍ ସୁକ୍ ଦଃକୁଲାସ୍ ଆର୍ ବଃଳ୍ମାଡେ ସଃବୁ କଃସ୍ଟ ହାଉଁଲାସ୍। 4 ଦଃକା ତୁମିମଃନ୍ ମାଡ୍ଗଳ୍ ଉଳାଉଳି ଗିନେ, ଦୁସ୍ଟ୍ ରୁହାର୍ ମୁଟା ସଃଙ୍ଗ୍ ମାରୁକେ ଉପାସ୍ କଃରୁଲାସ୍; ତୁମିମଃନାର୍ ଡାକ୍ ଉହ୍ରେ ଜଃନ୍କଃରି ସୁଣା ଜାୟ୍ଦ୍, ଇହର୍ ଉପାସ୍ କଃରୁଲାସ୍। 5 ଇ ରଃକମ୍ ଉପାସ୍; ନିଜ୍କେ କଃସ୍ଟ ଦେଉଁକେ କଃରାସ୍, ଅଃନ୍କା ଦିନ୍ କାୟ୍କଃରି ଆଚି? ବାସକି ବୁଟାହର୍ ମୁଣ୍ଡ୍ ଲଃସାଉଁକେ, ଆର୍ ଚାର୍ ଆର୍ ଚଟ୍ ବଃସ୍ତର୍ ତଃଳେ ଅଚାଉତାର୍, ଇରି କାୟି ଉପାସ୍ ଆର୍ ମାପୁର୍ ଗିନେ ମାନୁକେ ବଃଲି କଃଉଆସ୍? 6 ଦୁସ୍ଟ୍ ବାନ୍ଦୁଣ୍ ହିଟାଉଁକେ ଜିଅଡି ବାନ୍ଦୁଣ୍ ମେଲା କଃରୁକେ ଆର୍ ଆର୍ଲା ଅଃଉତା ଲକେ ମେଲାୟ୍ କଃରି ଚାଡି ଦେତାର୍ ଆର୍ ହଃତି ଜିଅଡି ବାଙ୍ଗ୍ତାର୍, 7 ବୁକାର୍ ଲକେ କାଦି ବାଟ୍ତାର୍, ଦୁକିଲକେ ନିଜାର୍ ଗଃରେ ଆଣ୍ତାର୍, ତୁମି ନଃଗ୍ଳା ଲକେ ଦଃକ୍ଲେକ୍ ତାକେ ବଃସ୍ତର୍ ହିନ୍ଦାଉତାର୍ ଆର୍ ତୁମାର୍ ନିଜାର୍ ବଃଉଁସ୍ ଲକ୍ ତଃୟ୍ହୁଣି ନିଜ୍କେ ଲୁକାୟ୍ ନଃକେର୍ତାର୍, ଇରଃକମ୍ ଉପାସ୍ କାୟି ମୁଁୟ୍ କୟ୍ ନଃକେରି? 8 ଇରି କଃଲେକ୍ ବେଳ୍ ହର୍ ତୁମାର୍ ଉଜାଳ୍ ଦଃକା ଜାୟ୍ଦ୍ ଆର୍ ତୁମାର୍ ରଗ୍ ବେଗି ଉଜ୍ ଅୟ୍ଦ୍; ଆର୍ ଦଃର୍ମ୍ ତୁମାର୍ ଆଗେ ଅୟ୍ଦ୍; ମାପୁର୍ ସଃକ୍ତି ତୁମାର୍ ସଃଙ୍ଗ୍ ରଃୟ୍ଦ୍। 9 ସଃଡେବଃଳ୍ ତୁମି କୁଦାସ୍ ଆର୍ ଇସ୍ୱର୍ ଉତୁର୍ ଦଃୟଦ୍; କାନ୍ଦି କଃରି ପାର୍ତନା କଃଲେକ୍ ସୁଣେଦ୍, ଆର୍ ସେ କୟ୍ଦ୍, ମୁଁୟ୍ ଇତିଆଚି। ଜଃବେ ତୁମି ନିଜାର୍ ତଃୟ୍ହୁଣି ଜିଅଡି ଆର୍ ଅଃଦଃର୍ମ୍କଃତା ଦୁର୍କଃରାସ୍; 10 ଆର୍ ଜଦି ବୁକାର୍ଲକେ ତୁମାର୍ ମଃନ୍ ଟାଣି ଅୟ୍ଦ୍ ତୁମି ଦୁକିର୍ ଜିବନ୍କେ ସଃଲ୍ମତ୍ କଃରା, ତଃବେ ଅଃନ୍ଦାରେ ତୁମାର୍ ଉଜାଳ୍ ଉଟେଦ୍ ଆର୍ ତୁମାର୍ ଅଃନ୍ଦାର୍ ଦିନ୍ ଅୟ୍ଦ୍। 11 ଆର୍ ଇସ୍ୱର୍ ସଃବୁବଃଳ୍ ବାଟ୍ କାଡାୟ୍ ନଃୟ୍ଦ୍ ଆର୍ ମରୁ ବଃଟାୟ୍ ତୁମାର୍ ଜିବନ୍କେ ସଃଲ୍ମତ୍ କଃରେଦ୍ ଆର୍ ତୁମାର୍ ଆଡ୍ ସଃବୁ ଅଃଟୁଆ କଃରେଦ୍; ତଃବେ ତୁମି ହାଣି ଚିଚ୍ଲା ବାଳ୍ହର୍ ଆର୍ ହାଣି ଅବାବ୍ ନଃରିଲା ଜଃର୍ନିୟା ହାଣି ହର୍ ଅଃଉଆସ୍। 12 ଆରେକ୍ ତୁମାର୍ ବଃଉଁସ୍ ମେସ୍ତୁରି ହୁର୍ବାର୍ ଉଚ୍ ଟାଣେମଃନ୍ ଆରେକ୍ ତିଆର୍ କଃରେଦ୍; ଆର୍ ବାଙ୍ଗ୍ଲା କଃତିଉହ୍ରେ ଉଟାୟିଦ୍ ଆର୍ ବାଙ୍ଗ୍ଲା କଃତି ତିଆର୍କଃରି ଆର୍ ବାସା କଃରୁକେ ଆରେକ୍ ବାଟ୍ ଦଃକାଉ ବଃଲି ଡାକ୍ହୁଟେଦ୍।
13 ତୁମି ଜଦି ବିସାଉଁଣିବାର୍ ମାନିକଃରି ମର୍ ପବିତ୍ର ଦିନେ ନିଜାର୍ ଇଚାରି ଚେସ୍ଟା ନଃକେରି ଆର୍ ବିସାଉଁଣି ଦିନ୍କେ ସୁନ୍ଦୁର୍ କଃରି ମାପୁର୍ ପବିତ୍ର ଦିନ୍କେ ନିକା ବଃଲି କଃଉଆସ୍; ଆରେକ୍ ନିଜାର୍ କାମ୍ ନଃକେରି କି ନିଜାର୍ ଚେସ୍ଟା ନଃକେରି କି ନିଜାର୍ କଃତା ନଃକୟ୍ ମାନାସ୍; 14 ତଃବେ ତୁମି ଇସ୍ୱରାର୍ ତଃୟ୍ ସଃର୍ଦା କଃରାସ୍; ଆର୍ ମୁଁୟ୍ ତୁମିକେ ହୁର୍ତିବି ଉଚ୍ଟାଣେମଃନ୍ ତାହୁନ୍ କଃରିନ୍ଦ୍; ଆର୍ ତୁମାର୍ ଦାଦି ଜାକୁବର୍ ଅଃଦିକାର୍କେ ବଗ୍ କଃରାୟ୍ନ୍ଦ୍; କାୟିତାକ୍ ବଃଲେକ୍ ଇସ୍ୱର୍ ମକେ ସେରି କଃୟ୍ଆଚେ।