1 ଅୟିଲେକ୍ ହେଁ, ଏ ମର୍ ଦାସ୍ ଜାକୁବ ଆର୍ ମୁୟ୍ ବାଚ୍ଲା ଇସ୍ରାଏଲ୍ ସୁଣ୍; 2 ଜେ ତକେ ଗଃଳ୍ଲା ଆର୍ ଗଃର୍ବେ ତକେ ହାଜ୍ଲା, ଜେ ତର୍ ଉହ୍କାର୍ କଃରେଦ୍, ସେ ଇସ୍ୱର୍ ଇ କଃତା କଃଉଁଲା; ଏ ମର୍ ଦାସ୍ ଜାକୁବ, ଏ ମର୍ ବାଚ୍ଲାର୍ ଜିସ୍ରୁଣ୍, ଡିର୍ନାୟ୍। 3 କାୟିତାକ୍ବଃଲେକ୍ ମୁଁୟ୍ ଦେସାର୍ ଲକେ ହାଣି ଆର୍ ସୁକ୍ଲା ବୁୟେଁ ହାଣି ନାଳ୍ ଡାଳିନ୍ଦ୍; ମୁଁୟ୍ ତର୍ ବଃଉଁସ୍ ଉହ୍ରେ ନିଜାର୍ ଆସିର୍ବାଦ୍ ଆର୍ ତର୍ ହିଲାମଃନାର୍ ଉହ୍ରେ ନିଜାର୍ ଆତ୍ମା ଡାଳିନ୍ଦ୍। 4 ତଃବେ ସେମଃନ୍ ଜଃର୍ନିଆ ହାଣି ଲଃଗେ ବାଇସ୍ ନାଉଁଆର୍ ଗଃଚ୍ ହର୍ ରଃନ୍ ବିତ୍ରେ ଆକରେଦ୍। 5 ଗଟେ ଲକ୍ କୟ୍ଦ୍, ଅଃମି ମାପୁର୍ ଇସ୍ୱରାର୍ ; ବିନ୍ ଲକ୍ ଜାକୁବ ନାଉଏଁ ନିଜ୍କେ ନାଉ ହୁଟା କଃରେଦ୍; ଆରେକ୍ ଗଟ୍ ଲକ୍ ଇସ୍ୱରାର୍ ଗିନେ ନିଜାର୍ ଆତେ ଲେକେଦ୍ ଆର୍ ଇସ୍ରାଏଲ୍ କୁଳ୍ ନାଉଁଏ ନିଜ୍ କେଏ ନାଉ ହୁଟା କଃରେଦ୍। 6 ଇସ୍ୱର୍ ଇସ୍ରାଏଲାର୍ ରଃଜା ଆର୍ ତାର୍ ମୁକ୍ତିକାରି ସଃୟ୍ନ୍ମୁଳିକା ଇସ୍ୱର୍ ଇ କଃତା କଃଉଁଲା; ମୁଁୟ୍ ଆରୁମ୍ ଆର୍ ମୁଁୟ୍ ସେସ୍ ଆର୍ ମକେ ଚାଡି ଇସ୍ୱର୍ ନାୟ୍। 7 ମୁଁୟ୍ ସେ ହଃର୍ତୁ ଲକେ ତାହୁନ୍ କଃଲା ସଃମୟେ ହୁଣି ମର୍ ହର୍କେ କୁଦେଦ୍ ଆର୍ ସେରି ଦଃକାୟ୍ ଦଃୟ୍ଦ୍ ଆର୍ ମର୍ ହାୟ୍ଁ ସେରି ସଃଜାଳେଦ୍? ଆର୍ ଜୁୟି ଜୁୟ୍ରି ବେଗି ଆର୍ ଗଃଟେଦ୍,ସେରି ସେମଃନ୍ ଜାଣାଉତ୍। 8 ତୁମି ମଃନ୍ ଡିରି ଜାହାନାୟ୍; ମୁଁୟ୍ ହୁର୍ବେ ତୁମାର୍ ତଃୟ୍ ଦଃକାୟ୍ ନଃକେରି ଆର୍ ତୁମିକେ ଜାଣାୟି ନଃକେରି? ତୁମିମଃନ୍ ମର୍ ସାକି। ମର୍ ବିନା ଆର୍ କେଏ ଦେଉତା ଆଚ୍ତି? କୁୟି ହଃର୍ବାତ୍ନାୟ୍; ମୁଁୟ୍ କାକେ ଜାଣି ନଃକେରି। 9 ଜୁୟ୍ମଃନ୍ କଦିକଃରି ମୁର୍ତି ତିଆର୍ କଃର୍ତି, ସେ ସଃବୁଲକ୍ କଃରାପ୍ ଆର୍ ସେମଃନାର୍ ସୁନ୍ଦୁର୍ ବିସୟ୍ ଉହ୍କାରାର୍ ନୟ୍; ସେମଃନ୍ ଜଃନ୍କଃରି ଲାଜ୍ହାଉତି, ଇତାକେ ସେମଃନାର୍ ସାକିମଃନ୍ ଦଃକି ନଃକେର୍ତି କି ନଃଜାଣ୍ତି।
10 ଜୁୟି କାୟି ବିସୟ୍ ହେଁ ଉହ୍କାରାର୍ ନାୟ୍, ଇ ରଃକମ୍ ମାପୁର୍ କେଏ, ତିଆର୍କଃଲା ଆଚେ, ଆର୍ କଃଣ୍ଲା ମୁର୍ତି ଚଃଚେ ଡାଳି କଃରି ଆଚେ 11 ଦଃକା ତାର୍ବାଟ୍ ଅଃଉତା ସଃବୁଲକ୍ ଲାଜ୍ହାଉତି; ଆର୍ ତିଆର୍ କଃରୁମଃନ୍ ମାନାୟ୍ ମଃତର୍; ସେ ସଃବୁଲକ୍ ଗଟେତଃୟ୍ ଅଃଉଅତ୍, ସେମଃନ୍ ଟିଆ ଅଃଉଅତ୍; ସେମଃନ୍ ବିବ୍କି ଜାତି, ସେମଃନ୍ ଅଃକାବଃଳ୍ ଲାଜ୍ହାଉତି। 12 କାମାର୍ ଲଃଉଆ ଅଃସ୍ତର୍ ହାଜିକଃରି ତଃହ୍ଲା ଇଙ୍ଗ୍ରାୟ୍ କାମ୍କଃରେଦ୍ ଆର୍ ମୁଟ୍ଲାୟ୍ ସେରି ହିଟି ନିଜାର୍ ଆତେ ସେରି ତିଆର୍ କଃଲେକ୍ ହେଁ, ସେ ବୁକ୍ମଃରେଦ୍ ଆର୍ ବଃଳ୍ ଉଣା ଅୟ୍ଦ୍, ସେ ହାଣି ନଃକାୟ୍କଃରି ତାକି ଜାୟ୍ଦ୍। 13 ସୁତା ଦଃର୍ତା ଲକ୍ ସୁତା ଟାଣେଦ୍; ସେ ସିନ୍ଦୁର୍ ସଃଙ୍ଗ୍ ଚିନ୍କଃରେଦ୍, ସେ ରନ୍ଦା ବୁଲାୟ୍ ରୁହ୍ ଦଃୟି ଚିନା କଃରେଦ୍ ଆର୍ ଗଃରେ ବାସ୍ କଃରାଉଁକେ ମାନାୟ୍ ହର୍ ସୁନ୍ଦୁର୍ ହଃର୍କାରେ ସେରି ତିଆର୍ କଃରେଦ୍। 14 ସେ ନିଜାର୍ ଗିନେ ଏରସ୍ ଗଃଚ୍ କାଟେଦ୍, ତର୍ସା ଆର୍ ଅକ୍ଗଃଚ୍ ନଃୟ୍ଦ୍, ସେ ବଃନାର୍ ଗଃଚ୍ବିତ୍ରେ ଗଟେକ୍ ଗଃଚ୍ ନିଜାର୍ ହାଁୟ୍ ବାଡାୟ୍ଦ୍ କଃରେଦ୍, ସେ ଦେବଦାରୁ ଗଃଚ୍ ରହେଦ୍ ଆର୍ ବଃର୍ସା ସେରି ବାଡାୟ୍ଦ୍। 15 ଇତାର୍ହଃଚ ସେରି ମାନାୟ୍ର୍ ଜୟ୍ ଲାଗାଉତା ଦାରୁ ଅୟ୍ଦ୍; ସେ ସେତିର୍ ଅଃଳକ୍ ନଃୟ୍ ଜୟେ ସୁକାୟ୍ଦ୍; ସେ ସେରି ଜୟ୍ ଲାଗାୟ୍ ରୁଟି ତିଆର୍ କଃରେଦ୍; ଆରେକ୍ ଗଟେକ୍ ଦେଉତା କଃରି ହୁଜା କଃରେଦ୍; ସେ ଗଟେକ୍ ମୁର୍ତି ହାଜି ତାର୍ ଆଗେ ମୁଣ୍ଡିଆ ମାରେଦ୍। 16 ସେ ସେତିର୍ ଗଟେ ବାଗ୍ ଜୟେ ହଡାୟ୍ଦ୍; ବିନ୍ବାଗେ ସେ ମାସ୍ ହଡାୟ୍କଃରି କାୟ୍ଦ୍ ରାନ୍ଦି କାୟ୍କଃରି ସଃଲ୍ମତ୍ ଅୟ୍ଦ୍, ଆରେକ୍ ସେ ଜୟେ ଚେକି କୟ୍ଦ୍, ବାବ୍ରେ ଅଃମି ଉସୁମ୍ ଅୟ୍ଲୁ ଅଃମି ଜଃୟ୍ ଦଃକୁଲୁ। 17 ଆର୍ ସେ ସେତିର୍ ସଃରାସଃରି ଗଟେକ୍ ଦେବ୍ତା ନିଜାର୍ କଦିକଃରି ଗଟେକ୍ ମୁର୍ତି ତିଆର୍ କଃରେଦ୍; ସେ ତାର୍ ଆଗେ ଟିଅୟ୍କଃରି ହୁଜା କଃରେଦ୍ ଆର୍ ତାର୍ ଚଃମେ ପାର୍ତନା କଃରି କୟ୍ଦ୍, ଅଃମିକେ ରଃକ୍ୟାକଃର୍ ତୁୟ୍ ଅଃମାର୍ ଦେଉତା। 18 ସେମଃନ୍ ଜାଣି ନଃକେର୍ତି, କି ବାବି ନଃକେର୍ତି, କାୟିତାକ୍ବଃଲେକ୍ ସେମଃନ୍ ଜଃନ୍କଃରି ଦଃକୁ ନାହାର୍ତି, ଇତାକେ ସେମଃନାର୍ ଆକି ଆର୍ ସେମଃନ୍ ଜଃନ୍କଃରି ବୁଜୁ ନାହାର୍ତି ସେତାକେ ସେମଃନ୍ ବୁଜୁହାର୍ତା ସଃକ୍ତି ସେ ବଃନ୍ଦ୍କଃରି ଆଚେ। 19 କେ ମଃନେ କଃରୁନାହାରେ କି ଇରି କଃଉଁକେ କାର୍ ଗିଆନ୍ କି ବୁଦି ନାୟିଜେ ଜୁୟ୍ରିକି ଗଟେ ବାଗ୍ନଃୟ୍ ଅଃମି ଜୟେ ହଡାୟ୍ ଆଚୁ ଆର୍ ଜୟ୍ ଲାଗ୍ତା ଇଙ୍ଗ୍ରା ନଃୟ୍ ରୁଟି ତିଆର୍ କଃରି ଆଚୁ ଆର୍ ମାସ୍ ରାନ୍ଦି କଃରି କାୟି ଆଚୁ, ସେତିର୍ ସଃରାସଃରି ନଃୟ୍ କି ଗୁର୍ନା ଜିନିସ୍ ତିଆର୍ କଃରୁଆଁ? ଅଃମି କି ଗଟେକ୍ କୁଟ୍ ଆଗେ ଟିଆ ଅଃଉଁଆ। 20 ସେ ଚାର୍ କାୟ୍ଦ୍; ସେ ଜଃନ୍କଃରି ନିଜାର୍ ଜିବନ୍ ରଃକ୍ୟା କଃରୁ ନଃହାରେ, କି ମର୍ କାତାଆତେ ମିଚ୍ନାୟ୍, ଇରି କଃଉଁ ନାହାରେ, ଇତାର୍ ଗିନେ ବୁଲ୍ବାବ୍ନା ତାକେ ବିନ୍ବାଟ୍ ନଃୟ୍ଆଚେ।
21 ଏ ଜାକୁବ, ଏ ଇସ୍ରାଏଲ୍, ତୁୟ୍ ଇ ସଃବୁ କଃତା ଏତାଉ, କାୟିତାକ୍ବଃଲେକ୍ ତୁୟ୍ ମର୍ ଦାସ୍; ମୁଁୟ୍ ତକେ ଗଃଡ଼ି ଆଚି; ତୁୟ୍ ମର୍ ଦାସ୍; ଏ ଇସ୍ରାଏଲ୍ ମୁଁୟ୍ ତକେ ହାସ୍ରି ନଃକେରି। 22 ମୁୟ୍ ତର୍ ଅଃଦଃର୍ମ୍ ସଃବୁ ଜଃବର୍ ଡାହିଅୟ୍ଲା କୁହୁଡ଼ି ହର୍ ହାହ୍ ସଃବୁ ମେଗ୍ ହର୍ କେମା କଃରି ଆଚି ମର୍ହାକ୍ ବାଉଡ଼ି ଆସ୍; ମୁୟଁ ତକେ ମୁକ୍ତି କଃରି ଆଚି। 23 ଏ ଅଃଗାସ୍ମଃଣ୍ଡଳ୍ ଗିତ୍ କଃଉ, କାୟ୍ତକ୍ବଃଲେକ୍ ଇସ୍ୱର୍ ଇରି ସାଦୁନ୍ କଃରି ଆଚେ; ଏ ହୁର୍ତିବିର୍ ତଃଳି ଟାଣ୍ମଃନ୍, ସଃର୍ଦା କଃର୍,ଏ ହଃର୍ବାତ୍ମଃନ୍, ଏ ବଃନ୍ମଃନ୍ ସେତି ରିଲା ସଃବୁ ଗଃଚ୍ମଃନ୍ ତୁମିମଃନ୍ ଇସ୍ୱର୍ ନାଉଁୟେ ଗିତ୍ କଃଉଆ କାୟିତାକ୍ବଃଲେକ୍ ଇସ୍ୱର୍ ଜାକୁବକେ ମୁକ୍ତି କଃରି ଆଚେ ଆର୍ ଇସ୍ରାଏଲ୍ ବିତ୍ରେ ନିଜ୍କେ ଜଃଜ୍ମାନ୍କଃରି ଆଚେ। 24 ତର୍ ମୁକ୍ତିକାରି ଇସ୍ୱର୍, ମାତା ଗଃର୍ବେ ତକେ ଜେ ଗଃଳ୍ଲା, ସେ ଇରି କଃଉଁଲା; ମୁୟି ଜୁଗ୍ ଜୁଗାର୍ ଇସ୍ୱର୍, ମୁୟି ସଃବୁ କାମ୍ ସାଦୁନ୍ କଃରିନ୍ଦ୍, ମୁୟି ଏକ୍ଲା ଅଃଗାସ୍ ମଃଣ୍ଡଳ୍ ଅସାର୍ କଃରିନ୍ଦ୍; ମୁୟି ହୁର୍ତିବିକେ ଅସାର୍ କଃରିନ୍ଦ୍। ମର୍ ସଃଙ୍ଗି କେଏ? 25 ମୁୟ୍ ମିଚୁଆମଃନାର୍ ମଃନ୍ବାବ୍ ସଃବୁ ନଃସ୍ଟ୍ କଃରିନ୍ଦ୍ ଗୁଣିଆମଃନ୍କେ ମାତାୟ୍ନ୍ଦ୍; ମୁୟି ଗିଆନି ମଃନ୍କେ ହଃଚେ କଃଦିନ୍ଦ୍ ଆର୍ ସେମଃନାର୍ ଗିଆନ୍ ମୁର୍କ୍ କଃରିନ୍ଦ୍। 26 ମୁୟ୍ ମର୍ ଦାସ୍କେ ତାର୍ କଃତା ଅଃଟୁଆ କଃରିନ୍ଦ୍ ଆର୍ ନିଜାର୍ ଦୁତ୍ମଃନାର୍ ଜଜ୍ନା ସିଦ୍ କଃରିନ୍ଦ୍ ମୁୟ୍ ଜିରୁସାଲେମ୍ ବିସୟେ କଃଉଁଲେ, ସେରି ବଃସ୍ତି ଅୟ୍ଦ୍ ଆର୍ ଜିଉଦାର୍ ଗଃଳ୍ମଃନ୍ ବିସୟେ କଃଉଁଲେ ସେରିମଃନ୍ ଆରେକ୍ ତିଆର୍ ଅୟ୍ଦ୍; ଆରେକ୍ ସେତିର୍ ବଃସୁଳ୍ଲା ଟାଣ୍ମଃନ୍ ଆରେକ୍ ଟେକିନ୍ଦ୍। 27 ମୁଁୟ୍ ଗବିର୍ ହାଣିକେ କୟିନ୍ଦ୍ ସୁକି ଜାଆ ଆରେକ୍ ମୁଁୟ୍ ତର୍ ଗାଡ୍ମଃନ୍ ସୁକାୟ୍ ଦଃୟ୍ନ୍ଦ୍। 28 ମୁଁୟ୍ କରସ୍ ବିସୟେ କଃଉଁଲା, ସେ ମର୍ମଃନ୍ଦାର୍ ଗଃଉଡ଼ିଆ ଆର୍ ମର୍ଇଚା ସାଦୁନ୍କଃରେଦ୍; ସେ ଜିରୁସାଲମାର୍ ବିସୟେ କୟ୍ଦ୍ ସେରି ଆରେକ୍ ତିଆର୍ ଅୟ୍ଦ୍ ଆର୍ ମନ୍ଦିର୍କେ କୟ୍ଦ୍, ତର୍ ଜିମିକଃତି ତାହୁନ୍ ଅୟ୍ଦ୍।