1 ଇସ୍ୱର୍ ଇକଃତା କଃଉଁଲା, ମୁଁୟ୍ ଜୁୟି ଲେକାହଃତାରେ ତୁମାର୍ ଆୟ୍ଦିକେ ଚାଡିଆଚି, ତାର୍ ସେ ଚାଡ୍ହଃତାର୍ କଃୟ୍? କି ଅଃମାର୍ ବେପାରିମଃନାର୍ ବେପାର୍ କଃର୍ତାତଃୟ୍ ତୁମିକେ ବିକିଆଚି? ଦଃକା ତୁମି ନିଜାର୍ ଅଃଦଃର୍ମ୍ ଗିନେ ବିକ୍ରି ଅୟ୍ରିଲାସ୍ ଆର୍ ତୁମିମଃନାର୍ ଦସାର୍ଗିନେ ତୁମାର୍ ଆୟ୍ଦିକେ ଚାଡିରିଲେ। 2 ମୁଁୟ୍ ଆସ୍ଲାବଃଳ୍ କାୟ୍ତାକେ କେହେଁ ନଃରିଲାସ୍? ମୁଁୟ୍ କୁଦ୍ଲାବଃଳ୍ କାୟ୍ତାକେ କେଏ ଉତୁର୍ ଦେଉଁକେ ନଃରିଲାସ୍? ମର୍ ଆତ୍ କାୟି ଚଟ୍ ଅୟିଆଚେ ଜେ ସେରି ମୁକ୍ତି କଃରୁ ନାହାରେ? କି ମୁକ୍ତି କଃରୁକେ ମର୍ ସାସ୍ନାୟ୍? ଦଃକା ମୁଁୟ୍ ସଃମ୍ନ୍ଦ୍କେ ସୁକାୟ୍ନ୍ଦ୍, ମୁଁୟ୍ ଗାଡ୍ମଃନ୍କେ ହଃଦା କଃରିନ୍ଦ୍; ସେତି ରିଲା ମାଚ୍ ହାଣି ନଃହାୟ୍ ସସେ ମଃରି ଗଃନ୍ଦେଦ୍। 3 ଅଃଗାସ୍ ମଃଣ୍ଡଳ୍କେ ଅଃନ୍ଦାର୍ କଃରିନ୍ଦ୍ ଚଟ୍ ବଃସ୍ତର୍ ସଃବୁ ଡାହିନ୍ଦ୍।
4 ମୁଁୟ୍ ଜଃନ୍କଃରି ତାକ୍ଲା ଲକେ ବାକ୍ୟୟ୍ ସୁସ୍ତିର୍ କଃରୁହାରି, ଇତାର୍ ଗିନେ ଇସ୍ୱର୍ ମକେ ସିକିତ୍ ଲକାର୍ ଜିବନ୍ ଦଃୟ୍ଆଚେ; ସେ ହଃତି ସଃକାଳେ ଉଟାୟିଦ୍ ସିକିତ୍ ଲକ୍ ହର୍ ସୁଣୁକେ ମକେ ଜାଗ୍ରତ୍ କଃରାୟ୍ଦ୍। 5 ଇସ୍ୱର୍ ମର୍ କାନ୍ ହିଟାୟ୍ଆଚେ, ଆର୍ ମୁଁୟ୍ ବିରଦିକାରି ଅୟ୍ନଃକେରି, କି ହଃଚ୍କେ ବାଉଡ଼ି ନଃକେରି। 6 ମୁଁୟ୍ ମାଡ୍ମାର୍ତା ଲକେ ନିଜାର୍ ହିଟି ଆର୍ ଦାଡ଼ି ଜିକ୍ତା ଲକ୍ମଃନ୍କାର୍ ହାଁୟ୍ ନିଜାର୍ ଗାଲ୍ ଦଃକାୟ୍ଲେ; ମୁଁୟ୍ ଲାଜ୍ କଃର୍ତାଲକେ ଆର୍ ତୁକ୍ତା ଲକେ ମୁଁଉ ଲୁକାୟ୍ ନଃକେଲେ। 7 କାୟ୍ତକ୍ବଃଲେକ୍ ଇସ୍ୱର୍ ମର୍ ଉହ୍କାର୍ କଃରେଦ୍; ଇତାକେ ମୁଁୟ୍ ଗାବ୍ରା ଅୟ୍ନଃକେରି; ଇତାକେ ମର୍ ମୁୟ୍ ଚିକ୍ମିକ୍ ଟେଳା ହର୍ ରଃକିଆଚି, ଆର୍ ମୁଁୟ୍ ଜେ ଲାଜ୍ ନୟ୍ ଇରି ମୁୟ୍ ଜାଣା। 8 ଜେ ମକେ ଦଃର୍ମିଗଃଣ୍ନା କଃରେଦ୍, ସେ ମର୍ ସଃଙ୍ଗ୍ ଆଚେ କେଏ ମକେ ବିରଦ୍ କଃରେଦ୍? ଆସା ଅଃମିମଃନ୍ ଗଟେକ୍ ତଃୟ୍ ଟିଆ ଅଃଉଁଆ; ମର୍ ବିରଦି କେଏ? ସେ ମର୍ ହାକ୍ ଆସ। 9 ଦଃକା, ମର୍ ଇସ୍ୱର୍ ମର୍ ଉହ୍କାର୍ କଃରେଦ୍; ମକେ ଦସି କଃରେଦ୍ କେଏ? ଦଃକା ସଃବୁ ଲକ୍ ବଃସ୍ତର୍ ହର୍ ଚିରି ଅଃଉତି; ସେମଃନ୍କେ କିଳା କାୟ୍ଦ୍। 10 ଜେ ଇସ୍ୱର୍କେ ଡିରେଦ୍ ଆର୍ ତାର୍ ସେବା କାରିର୍ ବାକ୍ୟ ମାନେଦ୍, ତୁମାର୍ ବିତ୍ରେ ଅଃନ୍କାର୍ କେଏ ଆଚେ? ଜୁୟ୍ଲକ୍ ଅଃନ୍ଦାରେ ଚାଲେଦ୍ ଆର୍ ଉଜାଳ୍ ହାଉଁ ନାହାରେ, ସେ ଇସ୍ୱରାର୍ ନାଉଁଏ ବିସ୍ୱାସ୍ କଃର୍ ଆର୍ ନିଜାର୍ ଇସ୍ୱରାର୍ ଉହ୍ରେ ଆସ୍ର କଃର। 11 ଜୁୟି ଲକ୍ କୁଟ୍ କଃରି ବିନ୍ ଲକେ ନାସ୍ କଃରୁକେ ଦଃରେଦ୍ ସେ ନିଜେ ନାସ୍ ଅୟ୍ଦ୍, ଇସ୍ୱର୍ ସେ ନିଜେ ସେରି ଗଃଟାୟ୍ନ୍ଦ୍, ତୁମି ବେସି ଦଃଣ୍ଡେ କଃସ୍ଟ୍ ହାଉଆସ୍।