1 ଜଃବେ ହଃତେକ୍ ସିୟନାର୍ ଦଃର୍ମ୍ ଉଜାଳ୍ ଅୟ୍ଦ୍ ତାର୍ ମୁକ୍ତି କଃଚ୍ତା କୁପିହର୍ ଜାଣାନଃହେଳେ ସେହଃତେକ୍ ମୁୟି ଚିମ୍ରା ଅୟି ନଃରେୟି, ଆର୍ ଜିରୁସାଲମାର୍ ଗିନେ ମୁୟିଁ ବିସାୟ୍ ନଃକେରି। 2 ଆର୍ ବିନ୍ ଦେସାର୍ ଲଃକ୍ମଃନ୍ ତୁମାର୍ ଦଃର୍ମ୍ ଆର୍ ସଃବୁ ରଃଜା ତର୍ ଡାକ୍ହୁଟା ଦଃକ୍ତି, ଆରେକ୍ ତୁମି ମାପୁର୍ ମୁକ୍ ଦଃୟି ଗଟେକ୍ ନଃଉଆ ନାଉଏ ଡାକ୍ ହୁଟ୍ସି। 3 ତୁୟ୍ ମାପୁର୍ ଆତେ ଗଟେକ୍ ସୁନ୍ଦୁର୍ ମୁକୁଟ୍ ହର୍ ଆର୍ ତୁମାର୍ ଇସ୍ୱରାର୍ ଆତେ ରଃଜାର୍ ମୁକୁଟ୍ ହର୍ ଅଃଉସି। 4 ତୁୟ୍ ଚାଡେଳି ବଃଲି ଆର୍ ନାଉ ହାୟ୍ଁ ନଃକେର୍ସି ତକେ ଦେସାର୍ ଟୁରିବଃଲି କୁଦି ନଃକେର୍ତି; ମଃତର୍ ତୁୟ୍ ସୁସ୍ତାର୍ ତୁମାର୍ ଦେସ୍ ବିବା ଅୟ୍ଲାର୍ ନାଉଏ ଡାକ୍ହୁଟେଦ୍; କାୟ୍ତାକ୍ ବଃଲେକ୍ ଇସ୍ୱର୍ ସଃନ୍ତୁସ୍ଟି ହାୟ୍ଦ୍ ଆର୍ ତୁମାର୍ ଦେସ୍ ବିବା ଅୟ୍ଲାର୍ ଅୟ୍ଦ୍। 5 ଜୁବାଲକ୍ ଜଃନ୍କଃରି ଦଃଙ୍ଗ୍ଡ଼ିକେ ବିବା ଅୟ୍ଦ୍ ଜେହର୍ ତୁମିକେ ତିଆର୍ କଃଲା ସେ ତୁମିକେ ବିବା ଅୟ୍ଦ୍; ବର୍ ଜଃନ୍କଃରି କଃନ୍ୟା ତଃୟ୍ ସଃର୍ଦା ଅୟ୍ଦ୍ ସେହର୍ ତୁମାର୍ ଇସ୍ୱର୍ ତୁମାର୍ ତଃୟ୍ ସଃର୍ଦା କଃରେଦ୍। 6 ଏ ଜିରୁ ସାଲେମ୍ ମୁଁୟ୍ ତୁମାର୍ କଃତି କୁଡ୍ ଉହ୍ରେ ସଃୟ୍ନ୍ମଃନ୍ ବାଚିଆଚି। ସେମଃନ୍ ଦିନ୍ରାତି ଜାଗ୍ତି। 7 ସେ ଜଃବେହଃତେକ୍ ଜିରୁସାଲେମ୍କେ ତାହୁନ୍ ନଃକେରି ଆଚେ, ସେହଃତେକ୍ ହୁର୍ତିବିୟେ ଜଃଜ୍ମାନ୍ କଃରାୟ୍ ନଃକେର୍ତା ହଃତେକ୍ ସେ ବିସାଉଁଣି ଦେସ୍ନାୟ୍। 8 ଇସ୍ୱର୍ ନିଜାର୍ କାତା ଆତେ ଆର୍ ସଃକ୍ତିକାରି ଆତେ ସଃୟ୍ତ୍ କଃରି ଆଚେ, ବାୟ୍ଦ୍ରେ ତୁମାର୍ ତାସ୍ ତୁମାର୍ ସଃତ୍ରୁମଃନ୍କେ ଆର୍ ଦେଉଁନଃଚି ଆର୍ ଜୁୟ୍ତାର୍ ଗିନେ ତୁମି କଃସ୍ଟ କଃରି ଆଚାସ୍ ତୁମାର୍ ସେ ଅଙ୍ଗୁର୍ ରଃସ୍ ବିଦେସି ଆର୍ କାଉଁ ନଃଚେ। 9 ମଃତର୍ ଜୁୟ୍ମଃନ୍ ବୁଣି ଆର୍ କାଟିଆଚ୍ତି ସେମଃନ୍ ସେରି କାୟି ଇସ୍ୱର୍କେ ଦନ୍ୟବାଦ୍ ଦେତି ଜୁୟ୍ମଃନ୍ ସେରି ରୁଣ୍ଡାୟ୍ ଆଚ୍ତି ସେମଃନ୍ ମର୍ ପବିତ୍ର ବେଦିର୍ ହଃଦାୟି ଆସି କାତି। 10 ତୁମିମଃନ୍ ଆଗେ ଜଃହା, ଗଃଳ୍ବାଟ୍ ଅୟି ଆଗେ ଜଃହା; ଲଃକ୍ମଃନ୍ ବାଟ୍ ତିଆର୍ କଃରା; ରଃଜାର୍ ବାଟ୍ ଉଚ୍କଃର୍; ଟେଳାମଃନ୍ ବାର୍କଃରି ରୁଣ୍ଡାଉ ଗସ୍ଟି ମଃନାର୍ ଗିନେ ଗଟେକ୍ ଜଃଜା ଉଟାଉ। 11 ଦଃକା ଇସ୍ୱର୍ ହୁର୍ତିବି ସେସ୍ ହଃତେକ୍ ଇରି କୟ୍ଆଚେ, ତୁମିମଃନ୍ ସିୟନାର୍ କଃନ୍ୟାମଃନ୍କେ କଃଉଆ, ଦଃକା ତୁମାର୍ ମୁକ୍ତି ଆସୁଲି, ଦଃକା ତାର୍ ପୁରିସ୍କାର୍ ତାର୍ ସଃଙ୍ଗ୍ ଆଚେ ଆର୍ ତାର୍ ଦଃଣ୍ଡ୍ ଦେଉଁକେ ତାର୍ ତଃୟ୍ଁ ଆଚେ। 12 ଆର୍ ଲକ୍ମଃନ୍ ସେମଃନ୍କେ ପବିତ୍ର ଆର୍ ଇସ୍ୱରାର୍ ମୁକ୍ତି କଃଲାର୍ ବଃଲି କୁଦ୍ତି; ଆର୍ ଜିରୁସାଲେମ୍କେ ଇସ୍ୱର୍ ଲାଡ୍କଃର୍ତା ଗଃଳ୍ବଃଲି କୁଦ୍ତି ଆର୍ ଇସ୍ୱର୍ ନଃଚାଡ୍ତା ଗଃଳ୍ ବଃଲ୍ତି।
Publicidade
Isaías 62
ସିଅନାର୍ ନଃଉଆ ନାଉ
Veja também
Publicidade