1 ଚିରେ, ଅରିୟେଲ୍, ଏ ମିୟେଲ୍, ଦାଉଦାର୍ ଚାନି ଚାୟ୍ଲା ଗଃଳ୍ ବଃର୍ସକେ ବଃର୍ସ୍ ମିସାଉଆ; ଅଃବେ ହଃର୍ବ୍ମଃନ୍ ହାଳିହଃର୍କାରେ ଆସ। 2 ତଃବେ ମୁୟି ଅରିଏଲ୍କେ ଦୁକ୍ ଦଃୟିନ୍ଦ୍;ତଃବେ ଗଃଳ୍ ଦୁକ୍ ଆର୍ କାନ୍ଦୁଣେ ହୁର୍ଣ୍ଣ୍ ଅୟିଦ୍, ସେରି ମର୍ ଗିନେ ହୁଜାଦେତା ଟାଣ୍ହର୍ ହର୍ ଅୟିଦ୍। 3 ଆରେକ୍ ମୁୟି ତର୍ ବିରୁଦେ ଚାରିଦିଗେ କୁଳିଆ ତାହୁନ୍ କଃରିନ୍ଦ୍ ଆର୍ ଗଃଳ୍କେ ବନ୍ଦି କଃରି ତର୍ ଚାରିବାଟ୍ ଗୁଳିଆୟିଦ୍ ଆର୍ ତର୍ ବିରୁଦେ ସଃବୁ ବାଟ୍ ବଃନ୍ଦ୍ କଃର୍ତା ମେଳ୍ମୁଣ୍ଡା ତିଆର୍ କଃରିନ୍ଦ୍। 4 ତଃବେ ତୁମି ତଃଳେହଃଳାସ୍ ଆର୍ ବୁୟେଁ ହୁଣି କଃତା କଃଉଆସ୍ ଆର୍ ଦୁଳିୟେ ହୁଣି ତର୍ ସଃହୁର୍ ହାତୁଳ୍ ଅୟିଦ୍ ଆର୍ ସେରି ବୁତ୍ କୟ୍ଲା ହର୍ ଅୟିଦ୍; ତର୍ ସଃର୍ ଦୁଳି ଉହ୍ରେ ଟାଣୁ ପୁସ୍ ପୁସ୍ ସଃବଦ୍ ଅୟିଦ୍। 5 ତୁମାର୍ ସଃତ୍ରୁମଃନ୍ ସଃହୁର୍ ଦୁଳି ହର୍ ଅଲେକାର୍ ଅଃଉତି ଆର୍ ମୁର୍କିୟା ଲକ୍ମଃନ୍କାର୍ ବିଳ୍ ଉଡି ଜାତା ଅସ୍ହାଣି ହର୍ ଅୟିଦ୍; ଗଟେମାଡେ ତଃତ୍କାଣ୍ ଇରି ଗଃଟେଦ୍। 6 ସଃବୁଟାଣୁ ଉଟ୍ୟା ସଃକ୍ତିକାରି ମାପୁର୍, ମେଗ୍ ଗଃର୍ଜାଣ୍, ବୁଁୟିକମ୍ପ୍, ବଃୟଙ୍କାର୍ ସଃବଦ୍, ଚୁରାଗାଲିବାଉ, ବଃର୍ସା ଆର୍ ଗିଳିଆଣ୍ତା ଅଃଗ୍ନି ସଃଙ୍ଗ୍ ଆସେଦ୍ ଆର୍ ତାକେ କୁଳୁପ୍ନାସ୍ କଃରେଦ୍। 7 ଆରେକ୍, ସଃବୁଗଃସ୍ଟିର୍ ଲକ୍ ଆସି ଅରିୟେଲ୍ ବିରୁଦେ ଜୁଜ୍ କଃର୍ତି, ବଃଲେକ୍ ଜୁଣ୍ ଲଃକ୍ମଃନ୍ ତାର୍ ବିରୁଦେ ଜୁଜ୍ କଃରି ସଃୟିନ୍ମଃନାର୍ ଅଃଟୁଆ ଗଃଳ୍ ବିରୁଦେ ଜୁଜ୍କଃରି ନାସ୍ କଃର୍ତି ଦଃଣ୍ଡ୍ ଦେତି ସେରି ରାତିର୍ ଚଃହୁନ୍ ଦଃକ୍ଲା ହର୍ ଅୟିଦ୍। 8 ଆରେକ୍, ଜଃନ୍କଃରି ବୁକେରିଲା ଲକ୍ ଚଃହ୍ନେ କାଉଁଲେ ବଃଲି ଦଃକେଦ୍ ମଃତର୍ ନିଦ୍ ବାଙ୍ଗ୍ଲେକ୍, ସେରି ଚୁଚା ହଲ୍ୟା ଅୟିରଃୟିଦ୍; ସସେରିଲାଲକ୍ ହାଣି କାଉଁଲେ ବଃଲି ଚଃହ୍ନେ ଦଃକେଦ୍ ମଃତର୍ ନିଦ୍ ବାଙ୍ଗ୍ଲେକ୍ ସେରି ଚୁଚାହଲ୍ୟା ଅୟିରଃୟିଦ୍ ଆର୍ ସେ ସସେ ହଃକା ରଃୟିଦ୍, ସେହର୍ ସିୟନ୍ ହର୍ବାତ୍ ବିରୁଦେ ଜୁଜ୍କଃର୍ତା ସଃବୁ ଗସ୍ଟିର୍ ଲକ୍ ସେହର୍ ଅଃଉତି।
9 ତୁମିମଃନ୍ ବଃକୁଆ ଆର୍ କାବା ଅଃଉଆସ୍ ସଃର୍ଦା କଃରି ଅଃନ୍ଦ୍ ଅଃଉଆସ୍; ସେମଃନ୍ ମାତି ଆଚ୍ତି ମଃତର୍ ଅଃଙ୍ଗୁର୍ ସଃସେ ନାୟ୍; ସେମଃନ୍ ଟଃଳ୍ମଃଳ୍ ଅଃଉତି ମଃତର୍ ମଃଦ୍ ମାତେ ନାୟ୍। 10 କାୟିତାକ୍ ବଃଲେକ୍ ଇସ୍ୱର୍ ତୁମିମଃନ୍କାର୍ ଉହ୍ରେ ବେସି ନିଦ୍ରା ହର୍ ଆତ୍ମା ଡାଳିଆଚେ ଆର୍ ତୁମିମଃନ୍କାର୍ ଆସ୍ତାଦିନାର୍ କଃତା ଜାଣ୍ତା ଲକାର୍ ଆକି ମୁଦ୍ରା ମାରା ଅୟିଆଚେ ଆର୍ ଦଃର୍ସନ୍ ଦଃକ୍ତା ଲକ୍ମଃନ୍କାର୍ ହର୍ ତୁମିମଃନାର୍ ମୁଣ୍ଡ୍କେ ଡାହିଆଚେ। 11 ଆରେକ୍ ସଃବୁ ଦଃର୍ସନ୍ ତୁମିମଃନ୍କେ ଦଃକାଜାୟ୍ ମୁଦ୍ରାମାର୍ଲା ପୁସ୍ତକାର୍ ବାକ୍ୟ ହର୍ ଅୟିଆଚେ। କେଏ ସିକିତ୍ ଲକେ ସେରି ଦଃୟି ହଳ୍ ବଃଲି କୟ୍ଲେକ୍, ସେ କୟ୍ଦ୍ ଇରି ଲେକା ଜାୟ୍ଆଚେ, ସେତାକେ ମୁଁୟ୍ ହଳୁ ନାହାରି; 12 ଆର୍ ସେ ପୁସ୍ତକ୍କେ ଅସିକିତ୍ ଲକେ ଦଃୟି, ତୁମିକେ ଜୁଆର୍ ଲାଗ ହଳ୍ ବଃଲି କୟ୍ଲେକ୍, ସେ କୟ୍ଦ୍ ମୁୟ୍ ସିକିତ୍ ଲକ୍ ନୟ୍। 13 ଆରେକ୍ ମାପୁର୍ କୟ୍ଲା ଇ ଲଃକ୍ମଃନ୍ ମର୍ ଲଃଗେ ଆସ୍ତି ଆର୍ ସେମଃନ୍ ନିଜାର୍ ନିଜାର୍ ଟଣ୍ଡେ ମକେ ଜୁଆର୍ କଃର୍ତି ମଃତର୍ ସେମଃନାର୍ ମଃନ୍ବିତ୍ରେ ମର୍ ତଃୟ୍ ହୁଣି ଦୁରି ଆଚ୍ତି ଆର୍ ମର୍ ବିସୟେ ଜୁୟି ଡିର୍ ଆଚେ, ସେରି ମାନାୟ୍ ତଃୟ୍ ହୁଣି ସିକ୍ଲା ନିୟମ୍। 14 ଇତାର୍ ଗିନେ ଦଃକା ଇ ଲକ୍ମଃନାର୍ ବିତ୍ରେ ଗଟେକ୍ କାବା କାମ୍, ବଃଲେକ୍ କାବାଅଃଉତାର୍ କାମ୍ କଃରିନ୍ଦ୍ ଆର୍ ସେମଃନାର୍ ଗିଆନ୍ ନଃସ୍ଟ୍ ଅୟ୍ଦ୍ ଆର୍ ସେମଃନାର୍ ବୁଦିଆମଃନାର୍ ବୁଦି ଲୁକାୟ୍ ଦଃୟ୍ନ୍ଦ୍।
15 ଏ ଜୁୟ୍ମଃନ୍ ମାପୁର୍ ତଃୟ୍ହୁଣି ନିଜାର୍ ନିଜାର୍ କୁଟ୍କଃତା ଲୁକାଉଁକେ ବେସି ଚେସ୍ଟା କଃର୍ତି ସେମଃନ୍ ଦଃଣ୍ଡାର୍ ଜୟ୍ଗ୍, ଆର୍ ସେମଃନ୍ ଅଃନ୍ଦାରେ ନିଜାର୍ ନିଜାର୍ କାମ୍ କଃରି କଃଉତି, ଅଃମିକେ କେଏ ଦଃକୁଲା? 16 ତୁମିମଃନ୍ ସଃବୁବିସୟ୍କେ ଉଲ୍ଟାୟ୍ କଃରୁଲାସ୍ କୁମ୍ବାର୍ କି ମାଟି ହର୍ ଅୟ୍ଦ୍ କି ଇ ଲକ୍ ଅଃମିକେ ତିଆର୍ ନଃକେରେ, ତିଆର୍ କଃଲା ଜିନିସ୍ କି ତିଆର୍ କଃରୁ ବିସୟେ ଇରି କୟ୍ଦ୍? କି ତାର୍ କିଚି ବୁଦି ନାୟ୍ ତିଆର୍ ଅୟ୍ଲା ଜିନିସ୍ କି ତିଆର୍ କଃରୁ ବିସୟେ ଇରି କୟ୍ଦ୍? 17 ଅଃଳକ୍ କାଳ୍ ହଃଚେ ଲିବାନନ୍ କି ହଃଳ୍ ହଃଳ୍ତା ଜଃମି ବୁୟ୍ଁ ଅଃଉଁ ନାହାରେ କି ଆର୍ ହଃଳ୍ ହାକ୍ତା ଜଃମି କି ବଃନ୍ ବଃଲି ଗଃଣିତା ନୟ୍? 18 ଆର୍ ସେ ଦିନ୍ ବଃୟ୍ରା ପୁସ୍ତକାର୍ ବାକ୍ୟ ସୁଣେଦ୍, ଆର୍ ଅଃନ୍ଦାର୍ ଆର୍ ଅଃନ୍ଦ୍କାର୍ ବିତ୍ରେ କାଣାର୍ ଆକି ଦଃକେଦ୍। 19 ଆର୍ ନିର୍ମଃୟାଁ ଲଃକ୍ମଃନ୍ ଇସ୍ୱରାର୍ ତଃୟ୍ ନିଜାର୍ ନିଜାର୍ ସଃର୍ଦା ବାଡାଉତି ଆର୍ ମାନାୟ୍ ମଃନାର୍ ବିତ୍ରେ ଦରିଦ୍ରମଃନ୍ ଇସ୍ରାଏଲାର୍ ଦଃର୍ମି ଇସ୍ୱର୍ ତଃୟ୍ ଉଲାସ୍ କଃର୍ତି। 20 କାୟିତାକ୍ ବଃଲେକ୍ କଃର୍ନିଆୟ୍ଲକ୍ ମଲ୍ ନାୟିଲାର୍ ଅୟ୍ଆଚ୍ତି ନିନ୍ଦାକଃରୁ ଚିମ୍ରା ଅୟିଆଚେ ଆର୍ ଜୁୟ୍ମଃନ୍ ଦୁସ୍ଟ୍ ଗିନେ ଜାଗିଆଚ୍ତି, ସେମଃନ୍ ନାସ୍ ଅୟ୍ଆଚ୍ତି। 21 ସେମଃନ୍ କଃତାୟ୍ ମାନାୟ୍କେ ଦସି କଃର୍ତି ଆର୍ ବଃସ୍ତି ବାଟେ ଦସିର୍ ସାପଟେ କଃଉତା ଲକ୍ ହାନ୍ଦା ହାତ୍ତି ଆର୍ ବିନା କାରଣେ ଦଃର୍ମିକେ ଅଃନ୍ୟାୟ୍ କଃର୍ତି। 22 ଇତାକେ ଅବ୍ରାହାମାର୍ ମୁକ୍ତିକାରି ଜୁଗ୍ ଜୁଗାର୍ ମାପୁର୍ ଜାକୁବର୍ ବଃଉଁସ୍ ବିସୟେ ଇନ୍ କୟ୍ଦ୍; ଜାକୁବ ଅଃବେ ଲାଜ୍ ହାୟ୍ଁ ନଃକେରେ, କି ତାର୍ ମୁଁ ସୁକି ନଃଜାୟ୍। 23 ମଃତର୍ ଜଃଡେବଃଡ଼୍ ସେ ମର୍ଆତେ କଃଲା କାମ୍ ହର୍ ତାର୍ ହିଲାମଃନ୍କେ ନିଜାର୍ ବିତ୍ରେ ଦଃକେଦ୍, ସଃଡେବଃଳ୍ ସେମଃନ୍ ମର୍ ନାଉଁକେ ପବିତ୍ର କଃରି ମାନେଦ୍ ; ହେଁ ସେମଃନ୍ ଜାକୁବର୍ ଦଃର୍ମିକେ ପବିତ୍ର ବଃଲି ମାନ୍ତି ଆର୍ ଇସ୍ରାଏଲାର୍ ଇସ୍ୱର୍କେ ଗୁଣ୍ କଃଉତି। 24 ଜୁୟ୍ମଃନ୍ ବୁଲ୍କିଆଚ୍ତି ସେମଃନ୍ ହେଁ ବୁଦି ହାଉତି ଆର୍ କୁଟ୍କଃଉମଃନ୍ ବୁଦିର୍ କଃତା ସିକ୍ତି।