1 ଜିହୁଦାର୍ ରଃଜା ଉସିୟର୍ ହୟିସି ଜତନାର୍ ହୟସି ଆହସାର୍ ସଃମୟେ ଅରାମର୍ ରସ୍ଚିନ୍ ରଃଜା ଆର୍ ରମଲିୟର୍ ହୟିସି ପେକହ ନାଉଁଏ ଇସ୍ରାଏଲାର୍ ରଃଜା ଜିରୁସାଲମାର୍ ବିରୁଦେ ଜୁଜ୍କଃରୁକ୍ ସେତି ଗଃଲା; ମଃତର୍ ସେରି ସେ ଆରାଉଁ ନଃହାର୍ଲା। 2 ଇତାର୍ହଃଚ ଦାଉଦ୍ ବଃଉଁସ୍କେ ଜାଣାୟି ଦିଆଗଃଲି ଜେ, ଅରାମ୍ ଇପ୍ରିୟମାର୍ ସଃଙ୍ଗ୍ ସଃୟିତ୍ କଃରିଆଚେ। ଇତାର୍ଗିନେ ତାର୍ ହ୍ରୁଦ୍ ଆର୍ ତାର୍ ଲକ୍ମଃନ୍କାର୍ ହ୍ରୁଦ୍ ହଃବନେ ବଃନାର୍ ଗଃଚ୍ ହଃତାର୍ କମ୍ପ୍ଲା ହର୍ କମ୍ପିଗଃଲି। 3 ସଃଡେବଃଳ୍ ମାପୁର୍ ଜିସାୟ୍କେ କୟ୍ଲା, "ତୁୟି ଆର୍ ତର୍ ହୟ୍ଦି ସାର-ଜସୁବକେ ନଃୟ୍କଃରି ଦବାମଃନ୍ ହଃଚ୍ୟା କାଚ୍ତା ଜଃମିର୍ ରାଜ୍ରଃସ୍ତା ଉହ୍ରାର୍ ହାଣିବଃନ୍ଦାର୍ ନାଳ୍ମୁଣ୍ଡେ ଆହସାର୍ ସଃଙ୍ଗ୍ କଃତା ଅଃଉଁକେ ଜାଆ। 4 ଆହାସକେ କଃଉଆ, ଜାଗ୍ରତ ଆର୍ ସୁସ୍ତିର୍ ଅଃଉ; ଡିର୍ନାୟ୍। ସେ ଦୁଇ ଲକ୍ ଜଳେକ୍ ଦୁଆଁ ଅୟି ଲିବ୍ତା ଜୟ୍ଉମ୍ଲା କୁଟ୍ହର୍, ବଃଲେକ୍, ରସ୍ଚିନ୍, ଅରାମ୍ ଆର୍ ରମଲିୟର୍ ହୟ୍ସିର୍ ଅଃପର୍ବଳ୍ ରିସାର୍ ଗିନେ ଡିର୍ନାୟ୍, କି ତର୍ ମଃନ୍କେ ନିରାସ୍ ଅଃଉଁକେ ଦେସ୍ନାୟ୍। 5 କାୟିତାକ୍ ବଃଲେକ୍ ଅରାମ୍, ଇପ୍ରିୟମ୍ ଆର୍ ରମଲିୟର୍ ହୟିସି ତର୍ ବିରୁଦେ କୁଟ୍କଃରି କଃଉଁଲାୟ୍, 6 ଆସା, ଅଃମି ଜାୟ୍ ଜିହୁଦା ବିରୁଦେ ଜୁଜ୍କଃରୁମା ଆର୍ ଅଃମିମଃନ୍ ଜିହୁଦାକେ ଜାୟ୍ ବାଗ୍ ବାଗ୍ କଃରୁମା। ଅଃମିମଃନ୍ ଟାବେଲାର୍ ହୟିସିକେ ଜିହୁଦାର୍ ନଃଉଁଆ ରଃଜା କଃରୁମା 7 ମାପୁର୍ ଇ କଃତା କଃଉଁଲା, ତାର୍ ଇରି ସିଦ୍ ନୟ୍, କି ସେହର୍ ଗଃଟୁ ନଃହାରେ।" 8 କାୟିତାକ୍ ବଃଲେକ୍ ଅରାମର୍ ମୁଳିକା ଦାମସକ୍ ଆର୍ ଦାମସକାର୍ ମୁଳିକା ରସ୍ଚିନ୍; ଆରେକ୍, ସାଟେ ହାଞ୍ଚ୍ବଃର୍ସ୍ ବିତ୍ରେ ଇପ୍ରୟିମ୍ ବାଗ୍ବାଗ୍ ଅୟି ଇରଃକମ୍ ଅୟିଦ୍ଜେ, ସେ ଆରେକ୍ ଗଟେକ୍ ଗସ୍ଟି ଅୟି ରଃୟି ନଃକରେ; 9 ଆରେକ୍, ଇପ୍ରୟିମାର୍ ମୁଳିକା ସମରିଆ ଆର୍ ସମରିଆର୍ ମୁଳିକା ରମଲିଆର୍ ହୟିସି। ଜଦି ତୁମିମଃନ୍ ବିସାସ୍ ନଃକେରାସ୍, ତଃବେ ସୁସ୍ତିର୍ ଅୟି ନଃକେରାସ୍, ଇରି ବାୟିଦ୍ରେ।
10 ଇତାର୍ ହଃଚେ ମାପୁର୍ ଆହସ୍କେ ଆରେକ୍ କୟ୍ଲା, 11 ଆରେକ୍ ସେ କୟ୍ଲା "ତୁୟ୍ ତର୍ ନିଜ୍କେ ସଃତ୍ ବଃଲି ଜାଣାଉଁକ୍ ମାପୁର୍କେ ଗଟେକ୍ ଚିନା ମାଗ୍; ସେ ଚିନା ହାତାଳେ ହୁଣି ଅଃଉଅ କି ଅଃଗାସ୍ ଉହ୍ରେ ହୁଣି ଅଃଉଅ, ମାଗ୍।" 12 ମଃତର୍ ଆହସ୍ କୟ୍ଲା, " ମୁୟି ମାଗୁ ନଃଚି କି ମାପୁର୍କେ କଃଟ୍ହାଳ୍ ବୁଜି ନଃକେରି।" 13 ତାର୍ହଃଚେ ଜିସାୟ୍ କୟ୍ଲା "ଏ ଦାଉଦାର୍ ବଃଉଁସ୍, ତୁମିମଃନ୍ ଅଃବେ ସୁଣା; ମାନାୟିର୍ ଦାର୍ୟ୍ୟାକେ କଃଟ୍ହାଳ୍ ବୁଜୁଲାସ୍ ବଃଲି ମର୍ ମାପୁରାର୍ ଦାର୍ୟ୍ୟାକେ ତୁମି କଃଟ୍ହାଳ୍ବୁଜାସ୍? 14 ମଃତର୍ ମାପୁର୍ ତାର୍ ଇଚାୟ୍ ଚିନା ଦଃୟିଦ୍; ଦଃକା, ଗଟେକ୍ ବାଳତ୍ଟକି ଆଙ୍ଗେ ଅୟି ଗଟେକ୍ ଅଃଣ୍ଡ୍ରାହିଲା ଜଃଲମ୍ କଃରେଦ୍ ଆର୍ ତାର୍ନାଉଁ ଇମାନୁୟେଲ୍ (ଅଃମାର୍ସଃଙ୍ଗ୍ ମାପୁର୍) ନାଉ ସଃଙ୍ଗାଉଆ। 15 ଇମାନୁୟେଲ୍ ମଃନ୍ଦ୍କେ ଗିଣ୍ ଆର୍ ବଃଲ୍କେ ମଃନେ ଦଃର୍ତା ବଃଳ୍ ସେ ଦଃୟି ଆର୍ ମଃଉଁ କାୟିଦ୍। 16 ସେ ହିଲା ବଃଲ୍କେ ମଃନେ ଦଃର୍ତାର୍ ଆର୍ ମଃନ୍ଦ୍କେ ଗିଣ୍ କଃର୍ତାର୍ ଜାଣ୍ତା ଆଗ୍ତୁ ତୁମିମଃନ୍ ଇପ୍ରିୟମ୍କେ ଆର୍ ଅରାମ୍କେ ଚାଡାସ୍। 17 ଇପ୍ରୟିମ୍ ଜିଉଦା ଟାଣୁ ଅଃଲ୍ଗା ଅୟ୍ଲା ଦିନ୍ଟାଣୁ ତୁମି ମଃନ୍କାର୍ ଗିନେ ଗଟେକ୍ ଦୁକାର୍ ସଃମୟ୍ ଆସେଦ୍, ସେରଃକମାର୍ ଦୁକାର୍ସଃମୟ୍ ଆଗେ କଃବେ ଅୟ୍ନଃରେୟ୍, ସେ ରଃକମାର୍ ସଃମୟ୍ ମାପୁର୍ ତୁମାର୍ ଗିନେ ଆର୍ ତୁମର୍ ଲକ୍ମଃନ୍କାର୍ ଉହ୍ରେ ଆର୍ ତୁମାର୍ କୁଳ୍ବଃଉଁସ୍ ହାଁୟି ଆଣେଦ୍; ମାପୁର୍ ଅଃସୁରିଆର୍ ରଃଜାକେ ତୁମାର୍ ବିରୁଦେ ଜୁଜ୍କଃରୁକ୍ ଆଣେଦ୍।" 18 ଆରେକ୍ ସେଦିନ୍ ମାପୁର୍ ମିସର୍ ଦେସାର୍ ଗାଡ୍କଃଣ୍ଡିୟେ ରେତା ମଃଉଁମଚି କେଏ ଆର୍ ଅଃସୁରିଆ ଦେସାର୍ ମଃଉଁ ମଃଚିକେ ମାପୁର୍ ସୁୟିଟି ମାରି କୁଦେଦ୍, ଇ ସଃତ୍ରୁମଃନ୍ ତୁମାର୍ ଦେସେ ଆସ୍ତି। 19 ସେ ସଃତ୍ରୁମଃନ୍ ଆସି ହଃର୍ବାତାର୍ ହାରେ, କାଟା ବୁଟାୟ୍ ଆର୍ ଗରୁଚଃରା ବୁୟେଁ ବାସା କଃର୍ତି। 20 ସେ ଦିନ୍ ମାପୁର୍ ପରାତ୍ ଗାଡ୍ ସେହାଟିର୍ ବାଳାଦିଆ ବଃଣ୍ଡାରି ଆଣି କୁରାୟ୍ଅୟିଦ୍, ବଃଲେକ୍ ଅସୁରିୟର୍ ରଃଜା ଦଃୟି ମୁଣ୍ଡ୍, ହାଦାର୍ ବାଳ୍ କୁରା ସଃଙ୍ଗ୍ କୁରାୟ୍ ଅୟିଦ୍ ଆର୍ ତାର୍ ଚଳ୍ମେସ୍ ହେଁ କାଟି ଅୟିଦ୍। 21 ସେ ସଃମୟ୍ ଇ ହର୍ ଅୟିଦ୍ ଗଟ୍ମାନାୟ୍ ଅସୁର୍ଗାଇ ଆର୍ ଜଳେକ୍ ମେଣ୍ଡା ହସ୍ଲା। 22 ସେ ଗାଇର୍ ଅଃପର୍ବଳ୍ ଦୁଦ୍ ଦଃୟିଦ୍ ଗିନେ ସେ ଦଃୟି କାୟିଦ୍; ସେ ଦେସାର୍ ସଃବୁ ଲକ୍ ଦଃୟି ଆର୍ ମଃଉଁ କାତି। 23 ଆର୍ ଜୁଣ୍ଜୁଣ୍ ଜଃଗାୟ୍ ଅଃଜାର୍ ରୁହା ଟଃକାର୍ ମଃଲାର୍ ଅଃଙ୍ଗୁର୍ ଗଃଚ୍ ରିଲି, ସେ ଦିନ୍ ସେତି କାଟା ବୁଟା ଆର୍ ରଃନ୍ ଉଟେଦ୍। 24 ଆରେକ୍, ସଃବୁ ଦେସ୍ ରଃନ୍ ଆର୍ କାଟା ବୁଟା ଅୟ୍ଲି, ସେରି ଅଃବ୍କା ବେଟ୍ ଜୟିଗ୍ ଅୟିଦ୍, ଲକମଃନ୍ କାଣ୍ଡ୍ ଆର୍ ଦଃଣୁ ଦଃରି ସେ ଜଃଗାକେ ଜାତି। 25 ଦିନ୍ରିଲି ଲଃକ୍ମଃନ୍ ଡଙ୍ଗ୍ରେ କାମ୍କଃର୍ତି ରିଲାୟ୍ ଆର୍ ଡଙ୍ଗୁର୍ ଉହ୍ରେ କାଦି କାମାଉତି ରିଲାୟ୍, ମଃତର୍ ସେଦିନ୍ ସେ ଜଃଗାୟ୍ ଆର୍ ଲଃକ୍ମଃନ୍ ଜାୟ୍ନଃକେର୍ର୍ତି। ସେ ଜଃଗାୟ୍ ରଃନ୍ ଆର୍ କାଟା ଗଃଚାର୍ ବଃନ୍ ଅୟିଦ୍, ମଃତର୍ ସେରି ବଃୟିଲାର୍ ଚଃର୍ତା ଟାଣ୍ ଆର୍ ମେଣ୍ଡାମଃନାର୍ ହାଦେ ମାଡ୍ତା ଟାଣ୍ ଅୟିଦ୍।