1 ଇପ୍ରିୟମ୍ମଃନାର୍ କଃଉତାର୍ ଅଃଉଁଲି ଲକମଃନ୍କାର୍ ଆର୍ ଅଃଙ୍ଗୁର୍ରଃସେ ଆର୍ଲାର୍ ଲକମଃନ୍କାର୍ ଗଃର୍ବାର୍ ମୁକୁଟ୍, ହଃଳ୍ ହଃଳ୍ତା ସଃମୁନ୍ଦାର୍ ହାଣିମାଡ୍ତା ଟାଣେ ରେତା ତାର୍ ସୁନ୍ଦୁର୍ ସଃଜ୍ସିଙ୍ଗାର୍ ହର୍ ତାର୍ ଅୟିଦ୍। 2 ଦଃକା ମାପୁରାର୍ ଗଟେକ୍ ସଃକ୍ତିକାରି ଆର୍ ସାସି ଲକ୍ ଆଚେ; ସେ ସିଳ୍ ମିସ୍ଲା ବାଉ ହାଣି ଆର୍ ସଃବୁ ନଃସ୍ଟ୍ କଃର୍ତା ବଃର୍ସା ବଃତାସ୍ ହର୍ ଆସେଦ୍, ମୁଜଳେ ଆସ୍ତା ବାଉହାଣି ହର୍ ଆସି ବୁୟେଁ ହଃକାୟିଦ୍। 3 ଇପ୍ରିୟମାର୍ ମଃଦୁଆ ଅଃଉଁଲି ଲକମଃନ୍କାର୍ ଗଃର୍ବାର୍ ମୁକୁଟ୍ ହାଦ୍ ତଃଳେ ମାଡାଜାୟିଦ୍; 4 ଆରେକ୍ ହର୍ବାତ୍ ଉହ୍ରାର୍ ହଃଳ୍ ହଃଳ୍ତା ଟାଣ୍ ସଃଜ୍ବାଜ୍ ଅୟ୍ଲା ହୁଲ୍ ହର୍, କଃରାମାସାର୍ ହଃର୍ତୁମ୍ ହାକ୍ଲା ଡୁମ୍ବୁର୍ ହଃଳ୍ ହର୍ ଅୟିଦ୍। ସେତାକ୍ ଜେ ଦଃକେଦ୍ ବେଗି ସେରିକ୍ କଳେଦ୍ ଆର୍ ଆତେ ଦଃର୍ଲା ମାଡେ କାୟ୍ଦ୍। 5 ସେ ଦିନ୍ ଇସ୍ୱର୍ ତାର୍ ନିଜାର୍ ଲକମଃନ୍କାର୍ ଗିନେ ସୁନ୍ଦୁର୍ ମୁକୁଟ୍ ଆର୍ ମୁଳିକା ହର୍ ଅୟିଦ୍। 6 ଆରେକ୍, ବିଚାର୍ କଃର୍ତାର୍ ଗିନେ ଲକ୍ମଃନ୍କାର୍ ଉହ୍ରେ ବିଚାର୍ କଃର୍ତା ଆତ୍ମା ଆର୍ ଜୁଣ୍ ଲକମଃନ୍ ଗଃଳ୍ଦୁଆରେ ଜୁଜ୍ ପେରାଉଁଲା ସେମଃନ୍କେ, ସେମଃନ୍କାର୍ ଗିନେ ବଃଳ୍ ଅୟିଦ୍।
7 ମଃତର୍ ସେ ଲକମଃନ୍ ହଃକା ଅଙ୍ଗୁର୍ ରଃସ୍ କାୟି ବୁଦି ବାଣା ଅୟ୍ଆଚ୍ତି ଆର୍ ମଃଦ୍ କାୟ୍କଃରି ବିପଦେ ହଃଳିଆଚ୍ତି; ଜାଜକ୍ ଆର୍ ବାବ୍ବାଦି ମଃଦ୍ କାୟି ବାଟ୍ ବାଣା ଅୟ୍ଆଚ୍ତି, ଅଃଙ୍ଗୁର୍ ରଃସ୍ ସେମଃନ୍କେ ଗିଳି ଆଚେ, ମଃଦ୍ କାୟି ସେମଃନ୍ ବିପଦେ ହଃଳିଆଚ୍ତି; ସେମଃନ୍ ଦଃର୍ସନେ ବିନ୍ ବାଟ୍ ଜାତି, ଆର୍ ବିଚାରେ ଜଟ୍ୟାୟ୍ ଅଃଉତି। 8 କାୟଃତାକ୍ ବଃଲେକ୍, ଟେବୁଲ୍ ସଃବୁ ବାତି ହୁର୍ନ୍ ଅୟିଆଚେ, କୁୟ୍ତି ହେଁ ନିର୍ମୁଳ୍ ଟାଣ୍ ନାୟ୍। 9 ସେ କାକେ ଗିଆନ୍ ସିକ୍ୟା ଦଃୟିଦ୍? ସେ କାକେ ନିକା କବୁର୍ ବୁଜାୟିଦ୍? କାୟି ଦୁଦ୍ ଚାଡ୍ଲା ହିଲାମଃନ୍କେ? ଲଃକ୍ମଃନ୍ ଦୁଦ୍ କାତା ହିଲା ହର୍ ବୁଜୁ ନଃହାରୁଲାୟ୍? 10 କାୟତାକ୍ବଃଲେକ୍, ଇରିତ ନିୟମ୍ ଉହ୍ରେ ନିୟମ୍, ନିୟମ୍ ଉହ୍ରେ ନିୟମ୍; ଦାଳି ଉହ୍ରେ ଦାଳି, ଦାଳି ଉହ୍ରେ ଦାଳି: ଇତି ହୁଞ୍ଜେକ୍ ସେତି ହୁଞ୍ଜେକ୍ 11 ମଃତର୍ ଇସ୍ୱର୍ ବିଦେସି ବାସାୟ୍ ଆର୍ ହର୍ ବାସା ଦଃୟି ଇ ଲକମଃନ୍କେ କଃତା କୟିଦ୍; 12 ଇସ୍ୱର୍ ସେମଃନ୍କେ କଃୟ୍ଲା, ଇଟାଣେ ଗଃଟେକ୍ ବିସାଉଁଣି ଟାଣ୍ ଆଚେ; ଇ ସାନ୍ତି ଟାଣେ ଜୁଣ୍ ଲକମଃନ୍ ବିସାଉଁଣି କଃରୁଲାୟ୍ ସେମଃନ୍ ଆସି ବିସାଉଁଣି କଃରତ୍; ମଃତର୍ ସେମଃନ୍ ଇ କଃତାକେ ସୁଣୁକେ ମଃନ୍ନଃକେଲାୟ୍। 13 ସେତାକ୍ ସେମଃନ୍ ଜଃନ୍କଃରି ଜାୟ୍ ଅଦ୍ରି ବାଙ୍ଗିଜାତି, ହାନ୍ଦେ ହଃଳ୍ତି ଆର୍ ବେଲ୍କି ଅଃଉତି, ଇତାର୍ ଗିନେ ସେମଃନ୍କାର୍ ଉହ୍ରେ ଜିଅବା ଦିଲା ବଃଚନ୍ ବିଦି ଉହ୍ରେ; ଦାଳି ଉହ୍ରେ ଦାଳି; ଇତି ହୁଞ୍ଜେକ୍, ସେତି ହୁଞ୍ଜେକ୍ ଅୟିଦ୍।
14 ଇତାର୍ ଗିନେ ଏ ଜିରୁସାଲମାର୍ ଲକମଃନ୍କାର୍ ସାସନ୍କାରିମଃନ୍, ତୁମିମଃନ୍,ହୁଞ୍ଜେକ୍ ଜିଅବା କୟିଲା ବଃଚନ୍ ସୁଣା; 15 ତୁମିମଃନ୍ କୟ୍ଆଚାସ୍, ଅଃମିମଃନ୍ ମଃର୍ନ୍ ସଃଙ୍ଗ୍ ନିୟମ୍ କଃରିଆଚୁ ଆର୍ ହଃତାଳ୍ ସଃଙ୍ଗ୍ ଅଃମିମଃନାର୍ ସଃନ୍ଦିଆଚେ; ଇତାର୍ଗିନେ ଦେସ୍ବାସ୍ତା ହାଣି ହର୍ କର୍ଡାର୍ ହାଣିଏ ଦେସ୍ବାସ୍ତା ବଃଳ୍ ସେରି ଅଃମିମଃନ୍କାର୍ ଚଃମେ ଆସି ନଃକେରେ; କାୟିତାକ୍ ବଃଲେକ୍ ଅଃମିମଃନ୍ ମିଚ୍ କୟ୍ଆଚୁ ଆର୍ ମିଚ୍ ତଃଳେ ଅଃମିମଃନ୍ ନିଜ୍କେ ଲୁକାୟ୍ ଆଚୁ, 16 ଇତାର୍ ଗିନେ ଇସ୍ୱର୍ ଇ କଃତା କଃଉଁଲା, ଦଃକା ମୁୟି ସିୟନେ ଗଟେକ୍ କୁନାଦି ସିଳ୍ ତାହୁନ୍ କଃରିଆଚି, ଇରି ଗଟେକ୍ ପରିକ୍ୟା କଃରି ବାଚ୍ଲା ଟେଳା ଆର୍ ବେସିମଲାର୍ କନ୍ କଃରାଜାୟିଦ୍; ଜେ ବିସ୍ୱାସ୍ କଃରେଦ୍, ସେ ବେଲ୍କି ଅୟ୍ନଃକେରେ। 17 ଲକମଃନ୍ କଃତିର୍ ସଃଳ୍କ୍ ଜାଣୁକେ ଉଲୁମ୍ ବେବାର୍ କଃରୁଲାୟ୍, ମୁୟି ସେହର୍ ସଃୟିତ୍ ତାହୁନ୍ କଃରୁକ୍ ନ୍ୟାୟ୍ ଆର୍ ଦଃର୍ମ୍କେ ବେବାର୍ କଃରିନ୍ଦ୍; ଆରେକ୍ ସିଳ୍ ବଃର୍ସା ମିଚ୍ଆସ୍ରକେ ନାସ୍ କଃରିନ୍ଦ୍ ଆର୍ ଲୁକ୍ତା ଟାଣ୍କେ ହାଣି ହର୍ ବାଙ୍ଗି ହଃକାୟିଦ୍।
18 ଆରେକ୍, ମଃର୍ନ୍ ସଃଙ୍ଗ୍ ତୁମିମଃନ୍କାର୍ ଚୁକ୍ତି ବଃନ୍ଦ୍କଃରା ଜାୟିଦ୍ ଆର୍ ହଃତାଳ୍ ସଃଙ୍ଗ୍ ତୁମିମଃନ୍କାର୍ ନିୟମ୍ କଃଲାର୍ କାୟି କାମ୍ଦଃୟ୍ ନଃକେରେ; ବିପତ୍ ହାଣି ଆୟ୍ଲାବଃଳ୍ ତୁମିମଃନ୍ ଅଃଳୁଆୟ୍ ହଃଳାସ୍। 19 ସେରି ଜଃତେକ୍ ତର୍ ଆସେଦ୍, ସଃତେକ୍ ତର୍ ତୁମିକେ ଦଃରେଦ୍, କାୟିତାକ୍ ବଃଲେକ୍ ଇସ୍ୱର୍ ସଃକାଳ୍ ବେଳା ଦିନ୍ବଃଳ୍ ଆର୍ ରାତି ସେରି ଆସେଦ୍; ସେ କବୁର୍ ଡିରୁକ୍ ହଃକା ଅୟିଦ୍। 20 କାୟଃତାକ୍ବଃଲେକ୍, ନିଜ୍କେ ହୁଙ୍ଗୁରୁକେ ମାନାୟିର୍ ଟାଣ୍ ସାନ୍ ଆର୍ ନିଜ୍କେ ହୁଙ୍ଗୁରୁକେ ବଃସ୍ତର୍ ଅଃଳକ୍ ଅଃସାର୍। 21 ଇସ୍ୱର୍ ପାରାସିମ୍ ହଃର୍ବାତେ ଉଟ୍ଲାହଃର୍ ଉଟେଦ୍, ଗିବିୟନ୍ ସଃନ୍ଦି ହାଳିର୍ ବୁୟେଁ ଜଃନ୍ କଃରି ସେ ରିସା ଅୟି ରିଲା ସେହର୍ ସେ ରିସା ଅୟିଦ୍; ତଃବେ ସେ ନିଜାର୍ କାବାଅଃଉତାକାମ୍ ହୁରୁଣ୍ କଃରେଦ୍ ଆର୍ ସେ ତାର୍ ନିଜାର୍ ସେବାକାମ୍ ବଃଲେକ୍ କାବାଅଃଉତାକାମ୍ ହୁରୁଣ୍ କଃରେଦ୍। 22 ଇତାର୍ଗିନେ ତୁମିମଃନ୍ ଲକେ ଲିନ୍ଦା କଃରା ନାୟ୍, ଜଦି ତୁମିମଃନ୍ ସେରି କଃରାସ୍, ତଃବେ ତୁମାର୍ ଚାରିବାଟ୍ ରିଲା ବାନ୍ଦୁଣ୍ ଡର୍ ଅଃଟୁଆ ଅୟିଦ୍; କାୟତାକ୍ବଃଲେକ୍ ମାପୁର୍ ବଃଚନ୍ ଅଃମି ଜାୟରି ସୁଣି ଆଚୁ ସେରି କଃବେ ବିନ୍ ଅୟି ନଃକେରେ।
23 ତୁମିମଃନ୍ କାନ୍ ଦଃୟି ମର୍ ଡାକ୍ ସୁଣା; ମଃନ୍ଦଃୟ୍ କଃରି ମର୍ ବଃଚନ୍ ସୁଣା। 24 ତାସି କାୟି ବିଆନ୍ ବୁଣୁକେ ହଃତି ଦିନ୍ ଅଃଳ୍ କଃସେଦ୍ କି? ସେ ସଃବୁଦିନ୍ ସାର୍ କାଡି ନିଜାର୍ ଜଃମିୟେ ମୁଟ୍ଲା ମାରି ଡେଲ୍ ହୁଟାୟିଦ୍ କି? 25 ତାସି ବିଆନ୍ ବୁଣୁକେ ଦିନ୍ଜାକ କଃସିଲାଗେଦ୍ କି? ସେ ଡେଲ୍ହୁଟାୟ୍ ସାର୍ ଜିକି ଲାଗେଦ୍ କି? ଜଃମିକେ ତିଆର୍ କଃରି ସଃମାନ୍ କଃଲା ଉତାରେ ବିନ୍ ବିନ୍ ରଃକମାର୍ ବିଆନ୍ ବୁଣେଦ୍; କଃଳିଆ ଜିରା ବିଚି ଦଃୟି ନଃକେରେ ଆର୍ ଜିରା ବୁଣି ନଃକେରେ ଆର୍ ଦାଳି ଦାଳି କଃରି ଗମ୍, ଜବ ଆର୍ ଜଃମିର୍ ସଃନ୍ଦିୟେ ଜନା ବୁଣି ରଃୟିଦ୍ 26 କାୟତାକ୍ବଃଲେକ୍ ତାର୍ ଇସ୍ୱର୍ ତାକେ ଟିକ୍ ବାଟ୍ ଦଃକାୟିଦ୍ ଆର୍ ସେତାକେ ସିକ୍ୟା ଦଃୟିଦ୍। 27 ବଃଲେକ୍ କଃଳିଆ ଜିରା ଲାଗୁଣ୍ ଅତ୍ୟାର଼େ ମଃଳା ଜାୟ୍ ନଃକେରେ, କି ଜିରା ମାଡାଉତା ବଃଳ୍ ସଃଗୁଳ୍ ଚଃକ୍ ସଃଙ୍ଗ୍ ମାଡାଜାୟ୍ ନଃକେରେ; ମଃତର୍ କଃଳିଆ ଜିରା ଟେଙ୍ଗାୟ୍ ଆର୍ ଜିରା ଚଃହ୍ତା ଡାଙ୍ଗେ ଚଃହା ଜାୟିଦ୍। 28 ରୁଟି ହାଜ୍ତା କାଦିକେ ଗୁଣ୍ଡ୍ କଃରା ଜାୟିଦ୍; କାୟତାକ୍ବଃଲେକ୍ ସେରି ସଃବୁଦିନ୍ ଗୁଣ୍ଡ୍ କଃରା ଜାୟ୍ ନଃକେରେ; ସେ କାଦି ଉହ୍ରେ ସଃଗୁଳ୍ ମାଡାୟିଦ୍ ଆର୍ ସେରି ବଃୟିଲ୍ ମଃନ୍ ଏଣେ ତେଣେ କଃର୍ତି, ତଃବେହେଁ ସେରି ଗୁଣ୍ଡ୍ ଅୟି ନଃକେରେ। 29 ସଃବୁଟାଣୁ ଉଟ୍ୟା ସଃକ୍ତି କାରି ମାପୁର୍ ଟାଣୁ ଇ ସିକ୍ୟା ମିଳେଦ୍, ସେ କାବା ଅଃଉତା କାମାର୍ ସିକ୍ୟା ଦେତାର୍ ଆର୍ ଗିଆନେ ସଃବୁଟାଣୁ ଉଟ୍ୟା।