1 ଇତାର୍ହଃଚ ଜିସାୟର୍ ଗଃଣ୍ଡି ଟାଣୁ ଗଃଟେକ୍ କଃନ୍ଦା ହିଲ୍କାୟିଦ୍ ଆର୍ ତାର୍ ବୁନ୍ଦେ ଟାଣୁ ଗଃଟେକ୍ ହିଲ୍କା ବାରାୟ୍ ହଃଳ୍ ହଃଳେଦ୍; 2 ଆରେକ୍, ମାପୁର୍ ଆତ୍ମା, ଗିଆନ୍ ଆର୍ ବାବ୍ ବିଚାରାର୍ ଆତ୍ମା, ସିକ୍ୟାଦେତାର୍ ଆର୍ ସଃକ୍ତିକାରି ଆତ୍ମା, ବୁଦି ଆର୍ ମାପୁରାର୍ ବିସୟେ ଡିର୍ତାର୍ ଆତ୍ମା ତାର୍ ଟାଣେ ଅଃଦିକାର୍ କଃରେଦ୍; 3 ମାପୁର୍ ବିସୟେ ବକ୍ତି ଆର୍ ଡିର୍ତାର୍ ରଃୟିଦ୍ ଆରେକ୍ ସେ ଗବିର୍ ବିସୟ୍ ବିଚାର୍ କଃରେଦ୍, ସୁଣିକଃରି ମଃନେ ତିର୍ ନଃକେରେ, 4 ମଃତର୍ ସେ ଦଃର୍ମେ ଗଃରିବ୍ ଲକ୍ମଃନ୍କାର୍ ବିଚାର୍ କଃରେଦ୍ ରଃଜା ଆର୍ ହୁର୍ତିବିୟେ ରେତା ଦଃର୍ମି ଲକ୍ମଃନ୍କାର୍ ବିଚାର୍ କଃରେଦ୍; ଆରେକ୍ ସେ ଲକ୍ମଃନ୍କେ ଦଃଣ୍ଡ୍ ଦେଉଁକ୍ ତିର୍କଃରେଦ୍, ସଃଡେବଃଳ୍ ସେମଃନ୍ ଦଃଣ୍ଡ୍ ହାଉତି; ଆରେକ୍ ସେ ଦୁସ୍ଟ୍ ଲକ୍ମଃନ୍କେ ନାସ୍ କଃରେଦ୍, ସଃଡେବଃଳ୍ ସେମଃନ୍କେ ମଃର୍ନେ ମାରେଦ୍ ଆରେକ୍ ତାର୍ ନିଜାର୍ ଟଣ୍ଡାର୍ ବାଉୟେ ଦୁସ୍ଟ୍କେ ମଃର୍ନେ ମାରେଦ୍। 5 ନ୍ୟାୟ୍ ତାର୍ ଅଃଟାବାନ୍ଦୁଣ୍ ଆର୍ ବିସ୍ୱାସ୍ ତାର୍ ଅଃଟାର୍ ଅଃଟାବିଳା ଅୟିଦ୍। 6 ସେ ସଃମୟେ ଗଃଦବାଗ୍ ମେଣ୍ଡା ହିଲା ସଃଙ୍ଗ୍ ସାନ୍ତିୟେ ରଃୟିଦ୍; ସିମାବାଗ୍ ସଃଙ୍ଗ୍ ଚେଳିବଦା ସଃଙ୍ଗ୍ ଗଟେଟାଣେ ସାନ୍ତିୟେ ରେତି; ବାଚି ହିଲା, ସିଂହବାଗ୍ ଆର୍ ସଃଣ୍ଡ୍ ଗଟେଟାଣେ ସାନ୍ତିୟେ ରେତି। ଆରେକ୍ ଗଟେକ୍ ସାନ୍ ହିଲା ସେମଃନ୍କେ ଆୟିତ୍ କଃରେଦ୍। 7 ଆରେକ୍, ଅସୁର୍ଗାଇ ଆର୍ ବାଲୁ ଗଟେଟାଣେ ଚଃର୍ତି; ସେ ସଃବୁ ହସୁମଃନ୍କାର୍ ହିଲାମଃନ୍ ଗଟେଟାଣେ ସଃଉତି। ଆର୍ ସିମାବାଗ୍ ବଃୟିଲ୍ ହର୍ ହିରି କାୟିଦ୍। 8 ଆରେକ୍, ଦୁଦ୍ କାତା ସାନ୍ ହିଲା ବିସ୍ ସାହ୍ ଚଃମେ କେଲେଦ୍ ଆର୍ ଦୁଦ୍ ଚାଡ୍ଲା ହିଲା ବିସ୍ ସାହ୍ ବିଲେ ଆତ୍ ହୁରାୟିଦ୍। 9 ସେମଃନ୍ ଅଃମାର୍ ପବିତ୍ର ହଃର୍ବାତେ କୁୟି ଜଃଗାୟ୍ ଡାରା କି ନଃସ୍ଟ ନଃକେରେ; କାୟିତାକ୍ ବଃଲେକ୍ ସଃମୁନ୍ଦ୍ ଜେହର୍ ହାଣିୟେ ହୁର୍ନ, ହୁର୍ତିବି ସେହର୍ ମାପୁର୍ ବିସୟେ ଗିଆନେ ହୁର୍ନ୍ ଅୟ୍ଦ୍।
10 ସେ ଦିନ୍ ଗଟେକ୍ ଗସ୍ଟିମଃନାର୍ ଜଃଜା ହର୍ ତାହୁନ୍ କଃରାଜାୟିଦ୍, ଜିସିର୍ ମୁଳ୍, ବିନ୍ବିନ୍ ଦେସ୍ମଃନ୍ ତାକେ ଜାଣୁକେ କଜ୍ତି; ଆର୍ ତାର୍ ବିସାଉଁଣି ଟାଣ୍ ଜଃଜ୍ମାନ୍ ଅୟିଦ୍। 11 ଆରେକ୍, ସେଦିନ୍ ଇସ୍ୱର୍ ନିଜାର୍ ଲକମଃନ୍କାର୍ ଗିନେ ଅଃସୁରିଆ, ମିସର୍ ଆର୍ ପତେସ୍ ଆର୍ ପତ୍ରସ, କୁସର, ଏଲମ୍ ସିନିୟର୍, ହମାର୍ ଆର୍ ସମ୍ନ୍ଦାର୍ ଟାପୁ ତଃୟ୍ ହୁଣି ମୁକ୍ଳାୟ୍ ଆଣୁକ୍ ଆରେକ୍ ନିଜାର୍ ଆତ୍ ଉହ୍ରେ ଲାମାୟ୍ଦ୍। 12 ଆରେକ୍ ଇସ୍ୱର୍ ଗଟେକ୍ ଜଃଜା ସଃବୁ ଜାତିମଃନ୍କାର୍ ଗିନେ ଚିନା ହର୍ ଉହ୍ରେ ଟେକେଦ୍ ଆର୍ ହୁର୍ତିବିର୍ ଚାରିବାଟ୍ୟା ହୁଣି ଇସ୍ରାଏଲାର୍ କଃଦ୍ଲା ବନ୍ଦି ଲକେ ଗଟେତଃୟ୍ କଃରେଦ୍ ଆର୍ ଜିହୁଦାର୍ ଏଣେତେଣେ ହଃଳାୟ୍ଲା ଲକମଃନ୍କେ ରୁଣ୍ଡାୟ୍ ଆଣେଦ୍। 13 ଆରେକ୍, ଇପ୍ରିୟମାର୍ ଜିହୁଦା ରାୟିଜ୍କେ ଡାରା ଦୁର୍ ଅୟ୍ଦ୍ ଆର୍ ଜିହୁଦାକେ ଦଃଣ୍ଡ୍ ଦେତା ଲକ୍ ଆର୍ ନଃରେତି, ଜିହୁଦା ଆରେକ୍ ଇପ୍ରିୟମ୍କେ କଃସ୍ଟ ଦଃୟି ନଃକେରେ। 14 ଆରେକ୍ ସେମଃନ୍ ପଚିମ୍ ଦିଗେ ପଲେସ୍ଟିୟ୍ ମଃନ୍କାର୍ ଉହ୍ରେ ଜୁଜ୍ କଃରୁକ୍ ବାରାଉତି; ଚେଳେ ହର୍ ତାକାର୍ ଜିକିନଃୟ୍ ସେମଃନ୍ ଇଦମ୍ ଆର୍ ମୟାବ ଉହ୍ରେ ଅଃଦିକାର୍ କଃର୍ତି ଆର୍ ଅମିନିୟ ଲଃକ୍ମଃନ୍ ସେମଃନ୍କାର୍ କଃତା ମାନ୍ତି। 15 ଆରେକ୍ ଇସ୍ୱର୍ ମିସରାର୍ ସଃମ୍ନ୍ଦାର୍ କେନାଲ୍ ସୁକାୟିଦ୍ ଆର୍ ନିଜାର୍ ତଃହ୍ଲା ବାଉ ସଃଙ୍ଗ୍ ଗାଡ୍ ଉହ୍ରେ ନିଜାର୍ ଆତ୍ ହାଲାୟିଦ୍ ଆରେକ୍ ସେ ସଃମୁନ୍ଦ୍କେ ଆତ୍ ସଃଙ୍ଗ୍ ମାରି ସାତ୍ଗଟ୍ ସାନ୍ ଜଳିନାଳ୍ କଃରେଦ୍ ଆର୍ ଲକମଃନ୍କେ ସୁକ୍ଲା ବୁୟେଁ ଚାଲୁକେ କୟଦ୍। 16 ଆରେକ୍, ଇସ୍ରାଏଲାର୍ ଲକମଃନ୍ ମିସର୍ ଦେସ୍ ଟାଣୁ ବାରାୟ୍ ଆସ୍ତାବଃଳ୍ ଜେହର୍ ତାକାର୍ ଗିନେ ଅୟ୍ରିଲି, ସେହର୍ ତାର୍ ବାକି ଲକମଃନ୍କାର୍ ଗିନେ ବଃଲେକ୍, ଅଃସୁରିଆ ଦେସେ ହୁଣି ବାକି ଲକ୍ମଃନାର୍ଗିନେ ଗଟେକ୍ ରାଜ୍ ରଃସ୍ତା ଅୟ୍ଦ୍।