1 ବିନ୍ ଦେସାର୍ ଲକ୍ମଃନ୍ ଜଃନ୍କଃରି ତର୍ ମୁଁୟେ ବିବ୍କି ଜାତି ଇତାକେ ତର୍ ବିରଦିକେ ତର୍ ନାଉ ଜାଣାଉଁକେ। 2 ଜୟ୍ ଜାଟି ହଡାୟ୍ଲା ହର୍ ଜୟ୍ ହାଣି ଉକ୍ଳାୟ୍ଲା ହର୍ ଜଃବେ ତୁୟ୍ ଅଃଗାସ୍ ମଃଣ୍ଡଳ୍ ବଃସ୍ଳାୟ୍ କଃରି ଉତ୍ରିଆସ୍ସି; ଆର୍ ହଃର୍ବାତ୍ମଃନ୍ ତର୍ ମୁଁଏ ଆୟ୍ଲାୟ୍ ହୁଣି! 3 ଗଟେ ସଃମୟ୍ ରିଲି ଜଃବେ ତୁୟ୍ ଆୟ୍ଲିସ୍ ଆର୍ ବଃୟ୍ଙ୍କାର୍ କାମ୍ କଃଲିସ୍ ଜୁୟ୍ରିକି ଆସା କଃରି ନଃରିଲୁ; ହଃର୍ବାତ୍ମଃନ୍ ତକେ ଦଃକି ତଃର୍ତଃରି ଗଃଲାୟ୍। 4 କାୟିତାକ୍ବଃଲେକ୍ ଜେ ନିଜାର୍ ଜାଗ୍ତାଲକେ କାମ୍ ସାଦୁନ୍ କରୁଲିସ୍ ଲଃକ୍ମଃନ୍ ହୁର୍ବେ ହୁଣି ତକେ ଚାଡି ବିନ୍ ଇସ୍ୱର୍ ବିସୟେ କାର୍ କାନ୍ ସୁଣିନଃକେରେ , କି ଆକି ନଃଦେକେ। 5 ଜୁୟ୍ଲକ୍ ସଃର୍ଦାୟ୍ ଦଃର୍ମ୍କାମ୍ କଃରେଦ୍, ଜୁୟ୍ମଃନ୍ ତର୍ ରଃସ୍ତାକେ ମଃନେ ଏତାଉତି, ତୁୟ୍ ସେମଃନାର୍ ସଃଙ୍ଗ୍ ଦଃକାୟ୍ ଅଃଉସି; ଦଃକ୍ ତୁୟ୍ ରିସାଅୟ୍ ରିଲିସ୍ ଆର୍ ଅଃମିମଃନ୍ ହାହ୍ କଃଲୁ; ଅଃମିମଃନ୍ ବେସିଦିନ୍ ହାହେଆଚୁ, ଅଃମି ମଃନ୍ କାୟି ମୁକ୍ତି ଅଃଉଁନ୍ଦ୍? 6 ଅଃମି ସଃବୁ ଲକ୍ ହାହି ଅୟିଆଚୁ, ଅଃମିମଃନାର୍ ଦଃର୍ମ୍କାମ୍ ବିଟାଳ୍ ବଃସ୍ତର୍ ହର୍ ଆର୍ ଅଃମିମଃନ୍ ହଃତାର୍ ହର୍ ସୁକିଆଚୁ; ଆର୍ ଅଃମିମଃନାର୍ ହାହ୍ ସଃବୁ ହଃବନ୍ହର୍ ଅଃମିମଃନ୍କେ ଉଡାୟ୍ ନଃୟ୍ଦ୍। 7 ଜେ ତର୍ ନାଉଁଏ ପାର୍ତନା କଃରେଦ୍ ଜେ ତର୍ ଉହ୍କାର୍ ହାଉଁକେ ଜାୟ୍ଦ୍, ତୁୟ୍ ଅଃମାର୍ ତଃୟ୍ ହୁଣି ତର୍ ମୁଁ କେଏ ଲୁକାୟ୍ଲିସ୍ ଅଃମାର୍ ହାହ୍ ଗିନେ ଅଃମିକେ ଚାଡି ଦେସ୍। 8 ମଃତର୍ ଏ ଜୁଗ୍ଜୁଗାର୍ ଇସ୍ୱର୍ ତୁୟ୍ ଅଃମିମଃନାର୍ ଉବା; ଅଃମିମଃନ୍ ମାଟି ତୁୟ୍ ଅଃମିମଃନାର୍ କୁମ୍ବାର୍; ଆର୍ ଅଃମିମଃନ୍ ସଃବୁ ତର୍ ଆତେ ହାଜ୍ଲାର୍। 9 ଏ ଇସ୍ୱର୍ ବେସି ରିସା ଅଃଉଅ ନାୟ୍କି ସଃବୁଦିନ୍ ହାହ୍କେ ମଃନେ ରଃକ୍ନାୟ୍; ଅଃମିମଃନ୍ ଗଃଉଆରି କଃରୁଲୁ, ଦଃକ୍ ଅଃମି ସଃବୁ ତର୍ ଲକ୍। 10 ତର୍ ପବିତ୍ର ଗଃଳ୍ ମରୁବଃଟା ଅୟିଆଚେ, ସିୟନ୍ ଟଃଙ୍ଗ୍ରାବଃଟା ଅୟିଆଚେ, ଜିରୁସାଲେମ୍ କୁରୁପ୍ନାସ୍ ଅୟିଆଚେ। 11 ଅଃମିମଃନାର୍ ଦାଦିବାବୁମଃନ୍ ଜୁୟି ଟାଣେ ତର୍ ଗୁଣ୍ଗିତ୍ କୟ୍ଲାୟ୍,ଅଃମିମଃନାର୍ ସେ ସୁନ୍ଦୁର୍ ଆର୍ ପବିତ୍ର ଗଃର୍ ଜୟେ ହଡି ଜାୟ୍ଆଚେ ଅଃମିମଃନାର୍ ମଃନ୍କେ ଗଃଲାର୍ ବିସୟ୍ମଃନ୍ ନାସ୍ ଅୟିଆଚେ। 12 ଏ ମାପୁର୍ ଇରି ସଃବୁ ଅୟିଲେକ୍ ହେଁ ତୁୟ୍କି ନିଜ୍କେ ଦୁର୍କଃରି ରଃକ୍ସି? ତୁୟ୍କି ଚିମ୍ରା ରଃୟ୍ ଅଃମିକେ ଦଃଣ୍ଡ୍ ଦେସି?
Publicidade
Publicidade