1 ମଃତର୍ ହେଁ ଜାକୁବ, ଜେ ତକେ ଉବ୍ଜାଣ୍କଃଲା, ହେଁ ଇସ୍ରାଏଲ୍ ଜେ ତକେ ଗଃଳ୍ଲା, ସେ ଇସ୍ୱର୍ ଅଃବେ ଇ କଃତା କଃଉଁଲା; ଡିର୍ନାୟ୍, କାୟିତାକ୍ ବଃଲେକ୍ ମୁଁୟ୍ ତକେ ମୁକ୍ତ୍ କଃରି ଆଚି; ମୁଁୟ୍ ତକେ ନାଉ ଦଃରି ତକେ କୁଦି ଆଚି, ତୁୟ୍ ମର୍। 2 ତୁୟ୍ ଜାଣାୟି ଅୟ୍ଜାତାବଃଳ୍ ମୁଁୟ୍ ତର୍ ସଃଙ୍ଗ୍ ଅୟିନ୍ଦ୍ ଗାଡ୍ ଜଳି ଅୟ୍ଗଃଲେକ୍, ସେରିମଃନ୍ ତକେ ବୁଡାୟ୍ ନଃକେରେ; ତୁୟ୍ ଜୟ୍ବିତ୍ରେ ଅୟ୍ଜାତାବଃଳ୍ ହଡି ନଃକେରେ, କି ଜୟ୍ଦାଗ୍ ନଃହାୟ୍। 3 କାୟିତାକ୍ ବଃଲେକ୍ ଇସ୍ୱର୍ ତର୍ ଇସ୍ୱର୍ ମୁଁୟ୍, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍, ତର୍ ମୁକ୍ତିକାରି; ମୁଁୟ୍ ତର୍ ମୁକ୍ତିର୍ ମୁଲ୍ହର୍ ମିସର୍ ଆର୍ ତର୍ ହାଁୟ୍ କୁସ୍ ଆର୍ ସିବା ଦେସ୍ ଦଃୟ୍ଆଚି। 4 ତୁୟ୍ ମର୍ ଆକାୟ୍ ବେସି ମଲ୍ ଆର୍ ମାୟିନ୍କାରି ଅୟ୍ଆଚ୍ସି ଆର୍ ମୁଁୟ୍ ତକେ ଲାଡ୍ କଃରିଆଚି; ଇତାକେ ମୁଁୟ୍ ତର୍ ବାଦୁଲେ ମାନାୟ୍ମଃନ୍କେ ଆର୍ ତର୍ ଜିବନାର୍ ବାଦୁଲେ ଗସ୍ଟି ମଃନ୍କେ ଦଃୟ୍ନ୍ଦ୍। 5 ଡିର୍ନାୟ୍ ; କାୟିତାକ୍ ବଃଲେକ୍ ମୁଁୟ୍ ତର୍ ସଃଙ୍ଗ୍ ଆଚି; ମୁଁୟ୍ ଉଦ୍ତି ଦିଗେ ହୁଣି ତର୍ ବଃଉଁସ୍କେ ଆଣିନ୍ଦ୍ ଆର୍ ପଚିମ୍ଦିଗେ ହୁଣି ତୁମିକେ ରୁଣ୍ଡାୟ୍ନ୍ଦ୍। 6 ମୁୟ୍ ଉତୁର୍ଦିଗେ ହୁଣି କୟ୍ନ୍ଦ୍, ଚାଡି ଦିଆସ୍ ଆର୍ ଦକିଣ୍ଦିଗେ ହୁଣି କୟ୍ନ୍ଦ୍, ତେବାୟ୍ ରଃକାନାୟ୍; ମର୍ ହିଲାମଃନ୍କେ ଦୁରି ହୁଣି ମର୍ ଜିଇ ମଃନ୍କେ ହୁର୍ତିବି ସେସ୍ ଟାଣେ ହୁଣି ଆଣି ଦିଆ। 7 ମର୍ ନାଉଁୟେ ଡାକ୍ହୁଟା ଆର୍ ମୁଁୟ୍ ଜାକେ ମର୍ ଜଃଜ୍ମାନ୍ ଗିନେ ତିଆର୍ କଃରିଆଚି; ଇ ହର୍ ହଃତି ଲକେ ଆଣା; ମୁଁୟ୍ ତାକେ ହାଜିଆଚି; ହେଁ ମୁଁୟ୍ ତାକେ ତିଆର୍ କଃରିଆଚି।
8 ଆକି ରଃୟ୍ କାଣା ଆର୍ କାନ୍ ରଃୟ୍ ବଃୟ୍ରା ଇ ହର୍ ଲକେ ବାର୍କଃରି ଆଣା। 9 ସଃବୁ ଦେସାର୍ ଲଃକ୍ମଃନ୍ ଗଟେତଃୟ୍ ଅଃଉଅତ୍ ଆର୍ ଗୁସ୍ଟିମଃନ୍ ରୁଣ୍ଡତ୍; ସେମଃନାର୍ ବିତ୍ରେ କେଏ ଇରି କଃଉଁହାରେ ଆର୍ ହୁର୍ବାର୍ ବିସୟ୍ମଃନ୍ ଅଃମିକେ ଦଃକାଉଁ ହାରେ? ସେମଃନ୍ ନିର୍ଦସି ଅଃଉଁକେ ନିଜାର୍ ନିଜାର୍ ସାକିମଃନ୍କେ ଆଣତ୍; ନୟ୍ଲେକ୍ ଇରି ସଃତ୍ବଃଲି କଃଉଅତ୍। 10 ଇସ୍ୱର୍ କଃଉଁଲା, ତୁମିମଃନ୍ ଜଃନ୍କଃରି ଜାଣି ମର୍ ତଃୟ୍ ସଃତ୍ କଃରାସ୍, ଆର୍ ମୁଁୟ୍ ସେହଃକା ବଃଲି ବୁଜାସ୍ ଇତାର୍ ଗିନେ ତୁମିମଃନ୍ ମର୍ ସାକି ଆର୍ ମର୍ କୁଦ୍ଲା ଦାସ୍; ମର୍ ହୁର୍ବେ କୁୟି ଇସ୍ୱର୍ ତିଆର୍ ଅୟ୍ନଃକେରେ କି ମର୍ ହଃଚେ ହେଁ ନୟ୍। 11 ମୁଁୟ୍ ମୁଁୟ୍ହଃକା ଜୁଗଜୁଗାର୍ ଇସ୍ୱର୍ ମକେ ଚାଡି ଆର୍ କେଏ ମୁକ୍ତି କାରି ନାୟ୍। 12 ମୁଁୟ୍ ଦଃକାୟ୍ ଦଃୟ୍ଆଚି ମୁଁ ମୁକ୍ତି କଃରି ଆଚି ଆର୍ ମୁଁୟ୍ ଦଃକାୟ୍ଆଚି, ଆର୍ ତୁମାର୍ବିତ୍ରେ କୁୟି ବିଦେସି ଦେଉତା ନଃରିଲି; ଇତାକେ ଇସ୍ୱର୍ କଃଉଁଲା, ତୁମିମଃନ୍ ମର୍ ସାକି ଆର୍ ମୁଁୟ୍ ତୁମାର୍ ଇସ୍ୱର୍। 13 ଦିନାର୍ ଆରୁମ୍ ଆଗ୍ତୁ ମୁଁୟ୍ ସେ ମର୍ ଆତେହୁଣି ରଃକ୍ୟା କାରି କେଏ ନାୟ୍; ମୁଁୟ୍ କାମ୍ କଃରିନ୍ଦ୍, ଆର୍ କେଏ ତାକେ ବିନ୍କଃରେଦ୍।
14 ତୁମିମଃନାର୍ ମୁକ୍ତିକାରି, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍ ଇ କଃତା କଃଉଁଲା, ମୁଁୟ୍ ତୁମିମଃନାର୍ ଗିନେ ବାବିଲ୍କେ ଲକ୍ ହଃଟାୟ୍ଆଚି ଆର୍ ମୁଁୟ୍ ସେମଃନ୍କେ ବଃନ୍ବାସି ହର୍ ଆଣିନ୍ଦ୍; କଲଦିୟ ମଃନ୍କେ ସେମଃନ୍ କାନ୍ଦାୟ୍ କାନ୍ଦାୟ୍ ଆଣ୍ଲାୟି। 15 ମୁଁୟ୍ ଜୁଗ୍ଜୁଗାର୍ ତୁମାର୍ ଦଃର୍ମି ଇସ୍ୱର୍, ଇସ୍ରାଏଲାର୍ ଉବ୍ଜାଣ୍କାରି, ତୁମିମଃନାର୍ ରଃଜା ମୁଁୟ୍। 16 ଜେ ସଃମୁନ୍ଦ୍ ବିତ୍ରେ ବାଟ୍କଃର୍ତା ଇସ୍ୱର୍। 17 ଜେ ରଃତ୍ ଆର୍ ଗଳା, ସଃୟ୍ନ୍ ଆର୍ ବିରମଃନ୍କେ ବାର୍କଃରି ଆଣେଦ୍; ସେମଃନ୍ ମିସିକଃରି ସଃଉତି ଆର୍ ନୁଟ୍ତି ନି, ସେମଃନ୍ ଲୁକ୍ଲାର୍ ଆର୍ କୁପି ସଃଳିତା ହର୍ ଲିବିଜାତି; ସେ ଇସ୍ୱର୍ ଇ କଃତା କଃଉଁଲା। 18 ତୁମିମଃନ୍ ଆଗାର୍ କଃତା ଏତାଉଆ ନାୟ୍, କି ହଃର୍ନା ବିସୟ୍ମଃନ୍ ବାବାନାୟ୍। 19 ଦଃକା ମୁଁୟ୍ ଗଟେକ୍ ନଃଉଆ କାମ୍କଃରିନ୍ଦ୍; ସେରି ଅଃବେ ଗଃଜା ଅୟ୍ଦ୍; ତୁମିମଃନ୍କି ସେରି ନଃଜାଣାସ୍? ଆରେକ୍ ମୁଁୟ୍ ମରୁହଃଦାୟ୍ ରଃସ୍ତା ଆର୍ ଲକ୍ ନଃରିଲା ଜଃଗାୟ୍ ଗାଡ୍ ନାଳ୍ କଃରିନ୍ଦ୍। 20 ବଃନାର୍ ଜିବ୍ଜଃତୁ, କଗ୍ମଃନ୍, ଚେଳେମଃନ୍ ମର୍ ଜଃଜ୍ମାନ୍ କଃର୍ତି; କାୟିତାକ୍ ବଃଲେକ୍ ମର୍ ବାଚ୍ଲା ଲକ୍ମଃନାର୍ ହାୟ୍ଁ ସୁରୁକେ ସୁକ୍ଲାବଃଟାୟ୍ ହାଣି ଆର୍ ଟଃଙ୍ଗ୍ରା ବଃଟାୟ୍ ଗାଡ୍ ଦଃୟିନ୍ଦ୍। 21 ସେ ଲକ୍ମଃନ୍କେ ମୁଁୟ୍ ନିଜାର୍ ଜଃଜ୍ମାନାର୍ ଗୁଣ୍ ଗିତ୍ କଃଉଁକେ ତିଆର୍ କଃରିଆଚି।
22 ଅୟିଲେକ୍ ହେଁ ଏ ଜାକୁବ, ତୁୟ୍ ମକେ ପାର୍ତନା ନଃକେର୍ସି; ଏ ଇସ୍ରାଏଲ୍, ତୁୟ୍ ମର୍ ବିସୟେ ତାକି ଜାୟ୍ ଆଚ୍ସି। 23 ତୁୟି କୁୟି ହମ୍ହୁଜା କଃରୁକେ ମେଣ୍ଡାମଃନ୍ ଆଣ୍ନାୟ୍; କି ତୁୟ୍ ନିଜାର୍ ହୁଜା ଦଃୟି ମର୍ ମାୟିନ୍ କଃରି ନଃକେର୍ସି। ମୁଁୟ୍ ହୁଜାଦାନ୍ ଗିନେ ତକେ ଦାସ୍ କାମ୍, କଃରାୟ୍ ନଃକେରି; ବାସ୍ନା ଦୁହ୍ନିର୍ ଗିନେ ତକେ ତାକାୟ୍ ନଃକେରି। 24 ତୁୟ୍ ରୁହା ଟଃକା ଦଃୟି ମର୍ହାଁୟ୍ ବାସ୍ନା ଜିନିସ୍ ଗେନି ନଃକେର୍ସି କି ତର୍ ହୁଜା ଦିଲା ବଃସ୍ସଃଙ୍ଗ୍ ମକେ ସଃଲ୍ମଃତ୍ କଃରି ନଃକେର୍ସି; ମଃତର୍ ତୁୟ୍ ନିଜାର୍ ହାହ୍ ଗିନେ ମକେ ଦାସ୍ କାମ୍ କଃରାୟ୍ ନଃକେର୍ସି, ତୁୟ୍ ନିଜାର୍ ନାନା ଅଃଦଃର୍ମେ ମକେ ତାକାୟ୍ଆଚ୍ସି। 25 ମୁଁୟ୍, ମୁଁୟ୍ ସେ ନିଜାର୍ ଗିନେ ତର୍ ଅଃଦଃର୍ମ୍ ସଃବୁ କେମାକଃଲେ ଆର୍ ତର୍ ହାହ୍ ସଃବୁ ମୁୟ୍ ଏତାୟ୍ ନଃକେରି। 26 ମକେ ଏତାୟ୍ ଦେ; ଅଃମିମଃନ୍ ଏକ୍ଆରେକାର୍ ବିଚାର୍କଃରୁନ୍ଦ୍; ତୁୟ୍ ନିର୍ଦସି ଅଃଉଁକେ ନିଜାର୍ କଃତା କଃଉ। 27 ହଃର୍ତୁମେ ତର୍ ଦାଦିବାବୁ ହାହ୍ କଃଲାୟି ଆର୍ ତର୍ ମଃଜାୟ୍ ଅଃଉତା ଲଃକ୍ମଃନ୍ ମର୍ ବିରୁଦେ ହାହ୍କଃରି ଆଚ୍ତି। 28 ଇତାର୍ଗିନେ ମୁଁୟ୍ ପବିତ୍ର ଟାଣାର୍ ମୁଳିକାମଃନ୍କେ ବିଟାଳ୍ କଃରିନ୍ଦ୍, ମୁୟ୍ ଜାକୁବକେ ସାୟ୍ପ୍ ଆର୍ ଇସ୍ରାଏଲ୍କେ ଲିନ୍ଦା ହାଉତା ଜୟିଗ୍ ଲକ୍ କଃରିନ୍ଦ୍।