1 ମିସର୍ ବିସୟେ ବାବ୍ବାଣି କୟିଲାର୍ ଇସ୍ୱର୍ ମେଗେ ଚଃଗିକଃରି ବେଗି ମିସର୍ ଦେସ୍କେ ଆସୁଲା; ଆରେକ୍, ତାର୍ ମୁଁ ଆଗେ ମିସରାର୍ ମୁର୍ତିସଃବୁ ତଃର୍ତଃର୍ତି ଆର୍ ମିସର୍ ସାସି ରିଲି, ମଃତର୍ ତାର୍ ସେ ସାସ୍ ତହ୍ଲା ମହମ୍ବତି ହର୍ ତଃର୍ଲି ଜାୟ୍ଦ୍। 2 ଆରେକ୍, "ମୁୟ୍ଁ ମିସରାର୍ ଲକେ ମିସରାର୍ ଲକ୍ମଃନ୍କାର୍ ଦଃୟି ତାକାର୍ ତାକାର୍ ବିରୁଦେ ଜୁଜ୍ କଃରାୟିଦ୍; ତଃବେ ସେମଃନ୍ ହଃତିଲକ୍ ନିଜାର୍ ନିଜାର୍ ବାୟ୍ ଆର୍ ହଃତିଲକ୍ ନିଜାର୍ ନିଜାର୍ ହଃଳ୍ସା ଲକାର୍ ବିରୁଦେ ଜୁଜ୍ କଃର୍ତି; ଗଃଳ୍ ବିନ୍ ଗଃଳ୍ ବିରୁଦେ, ରାୟ୍ଜ୍ ବିରୁଦେ ରାୟ୍ଜ୍ ଜୁଜ୍ କଃର୍ତି। 3 ଆର୍, ମିସରାର୍ ଲକମଃନ୍ ବୁଦି ବାଣାଅଃଉତି ଆର୍ ସେମଃନ୍ କାୟିରି କଃରୁନ୍ଦ୍ ବଃଲି ମୁର୍ତିମଃନ୍ ଆତ୍ମା, ମଃନ୍ଦ୍ ଗୁଣିଆଁମଃନ୍କେ ହଃଚାର୍ର୍ତି; ଆରେକ୍ ସେମଃନ୍ ଗୁଣିଆଁ ମଃନ୍କାର୍ କଃତାଦଃର୍ତି, ଆରେକ୍ ସେମଃନ୍ ଜାଦୁବାଲା ଆର୍ ଦିସାରିମଃନ୍କେ କଜିବୁଲ୍ତି; ମଃତର୍ ସେମଃନ୍କାର୍ ଜଃଜନା କାୟିରି ଅଃଉଁ ନଃହାରେ। 4 ଆରେକ୍ ମୁୟ୍ଁ ମିସରାର୍ ଲକମଃନ୍କେ ମୁର୍କିୟା ରଃଜାର୍ ଆତେ ସଃର୍ହି ଦଃୟ୍ଦ୍ ଆର୍ ଗଟେକ୍ ଦୁସ୍ଟ୍ ରଃଜା ସେମଃନ୍କାର୍ ଉହ୍ରେ ସାସନ୍ କଃରେଦ୍," 5 ଆରେକ୍, ସଃମ୍ନ୍ଦେ ହାଣି ନଃରେୟ୍ ଆର୍ ଗାଡାର୍ ହାଣି ସୁକିଜାୟ୍ଦ୍। 6 ଆରେକ୍ ଗାଡ୍ ସଃବୁ ଗଃନ୍ଦିଜାୟ୍ଦ୍; ମିସର୍ ଦେସାର୍ ଗାଡ୍ ନାଳ୍ ସାନ୍ ଅୟି ସୁକିଜାୟ୍ଦ୍; ସଃର୍ଣ୍ଡି ଆର୍ ହାଣାୟ୍ରିଲା ରଃନ୍ସଃବୁ ସୁକିଜାୟ୍ଦ୍। 7 ନିଳ୍ଗାଡ୍ କଃଣ୍ଡି ହଃଦାସଃବୁୟେ ଆର୍ ସେ ଗାଡ୍ ଚଃମେ ଜାୟ୍ରି ସଃବୁ ବୁଣାଜାୟ୍ଦ୍, ସେ ସଃବୁ ଆର୍ ରଃୟ୍ ନଃକେରେ। 8 କେଉଟ୍ମଃନ୍ କାନ୍ଦ୍ତି ଆର୍ ଜେମଃନ୍ ନିଳିଗାଡେ ବଃଳ୍ସି କାଟା ହଃକାୟ୍ ମାଚ୍ ଦଃର୍ତିରିଲାୟ୍ ସେମଃନ୍ ଦୁକ୍ କଃରି କାନ୍ଦ୍ତି, ଆରେକ୍, ଜେମଃନ୍ ହାଣିୟେ ଜାଲ୍ ହଃକାଉତିରିଲାୟ୍, ସେମଃନ୍ ନିରାସ୍ ଅଃଉତି। 9 ଆରେକ୍ ଜେମଃନ୍ ଦବ୍ଳା ବଃସ୍ତର୍ ବଃନାଉତି ଆର୍ ବଃସ୍ତର୍ ବୁଣ୍ତି ରିଲାୟ୍, ସେମଃନ୍ ସେ କାମାର୍ ହାଉଣାର୍ ଗିନେ ଗତିକାମ୍ କଃର୍ତା ଲଃକ୍ମଃନ୍ ସଃବୁ ମଃନେ ଦୁକ୍କଃର୍ତି। 10 ଆରେକ୍ ତାର୍ ମୁଣ୍ଡା ବାଙ୍ଗାଜାୟ୍ କଃଣ୍ଡ୍କଃଣ୍ଡ୍ ଅୟ୍ଦ୍ ବୁତି ହାଉଁକେ କାମ୍କଃର୍ତାଲକ୍ ଦୁକ୍ କଃର୍ତି। 11 ସିୟନାର୍ ମୁଳିକାମଃନ୍ ସଃତ୍କଃରି ବକୁଆ ରିଲାୟ୍; ପାର ରଃଜାର୍ ଜଃଜନା ସିକାଉମଃନ୍ କଃରାପ୍ ବୁଦିମଃନ୍ ଦେତିରିଲାୟ୍; ତୁମିମଃନ୍ କଃନ୍କଃରି ପାରକେ କଃଉଁଲାସ୍, ଅଃମି ଗିଆନିମଃନ୍କାର୍ ହଃୟ୍ସି, ହୁର୍ବାର୍ ରଃଜାମଃନାର୍ ହିଲା? 12 ତଃବେ ତୁମାର୍ ଗିଆନି ଲକମଃନ୍ କୁୟ୍ତି ଆଚ୍ତି? ସେମଃନ୍ ଅଃବେ ତୁମିମଃନ୍କେ ଜାଣାଅତ୍ ଆର୍ ସଃୟିନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ ମିସର୍ ବିସୟେ କାୟି ଜଃଜ୍ନା କଃରିଆଚେ, ସେରି ସେମଃନ୍ ଜାଣତ୍। 13 ସୟନାର୍ ସାସନ୍କାରି ବକୁଆ ଅୟ୍ଆଚ୍ତି, ନପରାର୍ ମୁଳିକାମଃନ୍ ବୁଦିବାଣା ଅୟ୍ଆଚ୍ତି; ଜୁଣ୍ମଃନ୍ ମିସରାର୍ ଗସ୍ଟିମଃନାର୍ କନାର୍ ସିଳ୍ ହର୍, ସେମଃନ୍ ମିସର୍କେ ବିପ୍ତି ବାଟ୍ ଜଃଉଁକ୍ ଦେଉଁଲାୟ୍। 14 ଇସ୍ୱର୍ ମିସର୍ ବିତ୍ରେ ଗଳ୍ମାଳ୍ ଆତ୍ମା ମିସାୟ୍ଆଚେ; ଆରେକ୍ ଜଃନ୍କଃରି ମାତ୍ଲା ମାନାୟ୍ ନିଜାର୍ ଉକାଳ୍ଲା ତଃୟ୍ ସୟ୍ ଡୁଳି ଚଃଟ୍କି ଅୟ୍ଲା ହର୍ ହଃତିକାମେ ବିପତି ଗଃଟାୟ୍ ଆଚେ 15 ଆରେକ୍, ମୁଣ୍ଡ୍ କି ଲେଞ୍ଜ୍, କି ତାଳ୍ କଃନ୍ଦା କି ହାଣିୟେ ରେତା ରଃନ୍ ଜୁଣ୍ରି କଃରୁହାରେ, ଇହର୍ କାୟ୍କାମ୍ ମିସର୍ ହାଁୟି କଃରାଜଃଉଁ ନଃହାରେ।
16 ସେଦିନ୍ ମିସରାର୍ ଲକମଃନ୍ ଡିର୍କୁଣି ମାୟଜି ହର୍ ଡିରିଜାତି, ଆରେକ୍ ସଃୟ୍ନ୍ମଃନାର୍ ଅଃଦିକାରି ଇସ୍ୱର୍, ତାର୍ ଉହ୍ରେ ଜୁଣ୍ ଆତ୍ ଆଲାୟ୍କଃରି ଡଃଣ୍ଡ୍ ଦେଉଁକ୍ ତିର୍କଃଲା, ସଃଡେବଃଳ୍ ସେମଃନ୍ ଡିରିଜାତି। 17 ମିସର୍ ଜିହୁଦା ଦେସ୍କେ ଡିରିଜାୟିଦ୍, ମିସରାର୍ ଜୁଣ୍ଲକ୍ ଜିହୁଦାର୍ ନାଉ ସୁଣେଦ୍ ସେ ଡିରିକଃରି ତଃର୍ତଃରି ଜାୟିଦ୍; ସଃୟ୍ନ୍ ଅଃଦିକାରି ଇସ୍ୱର୍ ମିସରାର୍ ବିରୁଦେ ବୟଙ୍କାର୍ ବିସୟ୍ ଗଃଟେଦ୍ ବଃଲି ଜଃଜନା କଃରେଦ୍। 18 ସେ ଦିନ୍ ମିସର୍ ହାଞ୍ଚ୍ଗଟ୍ ଗଃଳେ ଲକ୍ମଃନ୍ କିଣାନାର୍ ବାସାୟି କଃତାକଃଉତି, ଆର୍ ସଃୟିନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ ନାଉଁୟେଁ ସଃୟ୍ତ୍ କଃର୍ତି, ଆର୍ ଗଟେକ୍ ଗଳ୍, କୁଳୁପ୍ନାସ୍ ଗଳ୍ବଃଲି ଡାକ୍ହୁଟେଦ୍। 19 ସେଦିନ୍ ମିସର୍ ଦେସାର୍ ମଃଜିଟାଣେ ମାପୁର୍ ନାଉଁୟେଁ ଗଟେକ୍ ହୁଜାବେଦି ଅୟିଦ୍ ଆର୍ ସେତିର୍ ସଃନ୍ଦି ଚଃମେ ଇସ୍ୱରାର୍ ଗିନେ ଗଟେକ୍ ମୁଣ୍ଡା ତାହୁନ୍ କଃରାଜାୟିଦ୍। 20 ଆରେକ୍ ସେରି ମିସର୍ ଦେସେ ସଃୟିନ୍ମଃନ୍କାର୍ ଅଃଦିକାରି ଇସ୍ୱର୍ ତାର୍ ଚିନା ଆର୍ ସାକିହର୍ ଅୟିଦ୍। କାୟଃତାକ୍ ବଃଲେକ୍ ସେମଃନ୍ ଅଃତ୍ୟାଚାର୍ କଃର୍ତା ଲକ୍ମଃନକାର୍ ଗିନେ ଇସ୍ୱରାର୍ ଚଃମେ କାନ୍ଦ୍ତି, ସେତାକ୍ ସେ ଗଟେକ୍ ଉଦାର୍କାରି ଆର୍ ରଃକ୍ୟାକାରିକେ ହଃଟାୟିଦ୍ ଆର୍ ସେମଃନ୍କେ ରଃକ୍ୟା କଃରେଦ୍ 21 ଆରେକ୍, ମିସର୍ ଟାଣୁ ଇସ୍ୱରାର୍ ସଃୟିତ୍ ଆସେଦ୍ ଆର୍ ସେଦିନ୍ ମିସରାର୍ ଲଃକ୍ମଃନ୍ ଇସ୍ୱର୍କେ ଜାଣ୍ତି। ଆରେକ୍ ସେମଃନ୍ ହସୁ ହୁଜା ଆର୍ ଦାନ୍ ଦଃୟି ସେବାକଃର୍ତି ଆର୍ ଇସ୍ୱରାର୍ ଚଃମେ ମାନତ୍କଃରି ସେରି ହୁର୍ନ୍କଃର୍ତି। 22 ଆରେକ୍, ଇସ୍ୱର୍ ମିସର୍କେ ଦଃଣ୍ଡ୍ ଦଃୟିଦ୍। ଆରେକ୍ ସେମଃନ୍ ଇସ୍ୱରାର୍ ଚଃମେ ବାଉଳି ଆସ୍ତି, ତଃବେ ସେ ସେମଃନକାର୍ ଗଃଉଆରି ସୁଣିକଃରି ସେମଃନ୍କେ ସୁସ୍ତ୍ କଃରେଦ୍। 23 ସେ ଦିନ୍ ମିସର୍ ଟାଣୁ ଅଃସୁରିଆ ହଃତେକ୍ ଗଟେକ୍ ଅଃସାର୍ ରଃସ୍ତା ବଃନାଜାୟିଦ୍, ତାର୍ ହଃଚେ ଅଃସୁରାର୍ ଲଃକ୍ମଃନ୍ ମିସର୍କେ ଜାତି ଆର୍ ମିସରାର୍ ଲଃକ୍ମଃନ୍ ଅଃସୁର୍କେ ଜାତି। ଆର୍ ମିସରାର୍ ଲଃକ୍ମଃନ୍ ଅଃସୁରାର୍ ଲକ୍ମଃନକାର୍ ସଃଙ୍ଗେ ହୁଜାକଃର୍ତି। 24 ସେଦିନ୍ ଇସ୍ରାଏଲ୍, ମିସର୍ ଆର୍ ଅଃସୁରିଆ ତିନି ରାୟିଜ୍ ଗଟେକ୍ ଅୟି ସଃବୁ ହୁର୍ତିର୍ ଗିନେ ଆସିର୍ବାଦ୍ ହାଉତି। 25 କାୟିତାକ୍ ବଃଲେକ୍ ସଃୟିନ୍ ଅଃଦିକାରି ଇସ୍ୱର୍ ଆସିର୍ବାଦ୍କଃରି କୟ୍ଆଚେ, ଏ ମିସରିୟ୍ମଃନ୍ ତୁମିମଃନ୍ ମର୍ଲକ୍। ଅଃସୁରିଆ ରାୟିଜ୍କେ ମୁୟ୍ ହାଜି ଆଚି, ତୁମିମଃନ୍ ସଃବୁ ଅଃଦିକାର୍ ହାଉଆସ୍।