1 ଏ ଜୁୟ୍ମଃନ୍ ଉହ୍କାର୍ ହାଉଁକେ ମିସର୍କେ ଜାତି ଆର୍ ଗଳାମଃନ୍କେ ଆସ୍ର କଃର୍ତି ଆର୍ ରଃତ୍ ଗାଦା ରିଲାକେ ଆର୍ ଗଳା ଚାଲାଉମଃନ୍ ବେସି ସକ୍ତି ଅୟ୍ଲାକେ ସେମଃନାର୍ ଉହ୍ରେ ସଃତ୍ କଃର୍ତି; ମଃତର୍ ଇସ୍ରାଏଲାର୍ ଦଃର୍ମିକେ ଦଃକି ନଃକେର୍ତି କି ଇସ୍ୱର୍କେ କଜି ନଃକେର୍ତି ସେମଃନ୍ ନଃସ୍ଟ୍ ଅୟ୍ଲା ଲକ୍। 2 ଅୟିଲେକ୍ ହେଁ ସେ ଗିଆନି ଆର୍ ସେ ବିବ୍ତି ଗଃଟାୟ୍ଦ୍, ଆର୍ ନିଜାର୍ କଃତା ସେ ବିନ୍ ନଃକେରେ ମଃତର୍ ସେ କଃରାପ୍କାମ୍ କଃରୁମଃନାର୍ ଆର୍ ଅଃଦଃର୍ମି ମଃନାର୍ ଉହ୍କାର୍ କଃରୁମଃନାର୍ ବିରୁଦେ ଉଟେଦ୍। 3 ମିସ୍ରିୟମଃନ୍ ମାନାୟ୍ମଃତର୍ ଇସ୍ୱର୍ ନୟ୍ ଆର୍ ସେମଃନାର୍ ଗଳାମଃନ୍ ମାସ୍ ଗଃଗାଳାର୍ ଆତ୍ମା ନୟ୍, ଆର୍ ଇସ୍ୱର୍ ନିଜାର୍ ଆତ୍ ଟେକ୍ଲେକ୍ ଉହ୍କାର୍ କାରି ଜଟିଆୟ୍ ଅଃଉତି ଆର୍ ଉହ୍କାର୍ ଅଦ୍ରି ଜାୟ୍ଦ୍ ଆର୍ ଦୁଇଲକ୍ ମିସି ନଃସ୍ଟ୍ ଅଃଉତି। 4 କାୟିତାକ୍ ବଃଲେକ୍ ଇସ୍ୱର୍ ଅଃମିକେ ଇ କଃତା କଃଉଁଲା ଜଃନ୍କଃରି ବାଗ୍ ଆର୍ ବେଣ୍ଡିଆ ସିମାବାଗ୍ ନିଜାର୍ ସିକାର୍ ଉହ୍ରେ ଗଃର୍ଜାଣ୍ କଃରେଦ୍ ଅଃନେକ୍ ମେଣ୍ଡା ଗଃଉଡ଼ିଆ ତାର୍ ବିରୁଦେ ଡାକ୍ହଃକାୟ୍ଲେକ୍ ହେଁ ସେମଃନାର୍ ଡାକେ ବେଲ୍କିନୟ୍ କି ସେମଃନାର୍ ବେଲ୍କିଏ ନିଜ୍କେ ତଃଳେ ନଃକେରେ, ସେହର୍ ସେନା ମୁଳିକା ଇସ୍ୱର୍ ସିୟନ୍ ହଃର୍ବାତେ ଆର୍ ତାର୍ କୁହୁଲିୟେ ଜୁଜ୍କଃରୁକେ ଉତ୍ରି ଆସେଦ୍। 5 ଜଃନ୍କଃରି ଚେଳେମଃନ୍ ଉଡିଉଡି ରଃକ୍ୟା କଃର୍ତି ସେ ହର୍ ସେନାମୁଳ୍ ଇସ୍ୱର୍ ଜିରୁସାଲମ୍କେ ରଃକ୍ୟା କଃରେଦ୍; ସେ ତାକେ ରଃକ୍ୟା କଃରି ସଃମ୍ବାଳେଦ୍। ସେ ତାକେ ମୁକ୍ତିକଃରି ରଃକ୍ୟା କଃରେଦ୍। 6 ଇସ୍ୱର୍ କଃଉଁଲା ଏ ଇସ୍ରାଏଲ୍ ହିଲାମଃନ୍ ତୁମିମଃନ୍ ବେସିକଃରି ବିରଦ୍କଃରି ଜାର୍ତଃୟ୍ ହୁଣି ବିନେ ଜାୟ୍ଆଚାସ୍, ତାର୍ତଃୟ୍ ବାଉଡ଼ି ଆସା। 7 କାୟିତାକ୍ ବଃଲେକ୍ ସେଦିନ୍ ତୁମିମଃନ୍ ହଃତିଲକ୍ ନିଜାର୍ ନିଜାର୍ ଆତେ ତିଆର୍ କଃଲାର୍ ରୁହାର୍ ମୁର୍ତିମଃନ୍ ଆର୍ ସନାର୍ ମୁର୍ତି ହର୍ ହାହ୍ ଜିନିସ୍ ହଃକାଉଆସ୍, 8 ସେ ସଃମୟେ ଅଃସୁରିଆ କଃଣ୍ଡାୟ୍ ମାରାଅୟ୍ଦ୍, ମଃତର୍ ମାନାୟ୍ର୍ କଃଣ୍ଡାୟ୍ ନୟ୍ ଆର୍ କଃଣ୍ଡା ତାକେ ନାସ୍ କଃରେଦ୍ ମଃତର୍ ମାନାୟ୍ର୍ କଃଣ୍ଡା ନୟ୍ ଆର୍ ସେ କଃଣ୍ଡା ତଃୟ୍ହୁଣି ହଳାୟିଦ୍ ତାର୍ ବେଣ୍ଡିଆ ମଃନ୍ ଦାସ୍ ଅଃଉତି। 9 ମହା ରଃଜା ଡିରାର୍ ଗିନେ ହଃଳାଉତି ଆର୍ ଅଃଦିକାରିମଃନ୍ ବେସି ଡିରିଜାତି ସେମଃନ୍ ଜୁଜ୍ ଜଃଜା ଚାଡିଦେତି, ଇସ୍ୱର୍ କୟ୍ଆଚେ ଜେ ଜିରୁସାଲମେ ଜାର୍ ଜୟ୍ ଆର୍ ସିୟନେ ଜାର୍ ଜୟ୍ ଆଚେ ତାର୍ ହୁଜାକେ ହଡାୟ୍ଦ୍।
Publicidade
Isaías 31
ଇସ୍ୱର୍ ଜିରୁସାଲେମ୍କେ ରଃକ୍ୟା କଃରେଦ୍
Veja também
Publicidade