1 ଏ ଇସ୍ରାଏଲ୍ନାଉଁୟେ ଡାକ୍ହୁଟା ଆର୍ ଜିଉଦାର୍ ହାଣି ବଃନ୍ଦେ ହୁଣି ଜାତ୍ ଜାକୁବ ବଃଉଁସ୍, ତୁମିମଃନ୍ ଇ କଃତା ସୁଣା; ତୁମିମଃନ୍ ଇସ୍ୱରାର୍ ନାଉଁୟେ ସଃୟ୍ତ୍ କଃରୁଲାସ୍ ଆର୍ ଇସ୍ରାଏଲାର୍ ମାପୁର୍ ନାଉଁୟେ ସେବା କଃରୁଲାସ୍ ମଃତର୍ ସଃତେ କି ଦଃର୍ମି ବାବେ ନାୟ୍। 2 କାୟିତାକ୍ବଃଲେକ୍ ନିଜ୍କେ ପବିତ୍ର ଗଃଳାର୍ ଲକ୍ ବଃଲି ଡାକ୍ହୁଟାୟିଦ୍ ଆର୍ ଇସ୍ରାଏଲାର୍ ଇସ୍ୱର୍ ଉହ୍ରେ ଆସ୍ର କଃର୍ତି; ତାର୍ ନାଉ ସଃୟିନ୍ମୁଳିକା ଜୁଗ୍ଜୁଗାର୍ ଇସ୍ୱର୍। 3 ମୁଁୟ୍ ହୁର୍ବ୍କାଳାର୍ କଃତା ହୁର୍ବ୍କାଳେ ହୁଣି କୟ୍ଆଚି, ସେରି ମର୍ଟଣ୍ଡେ ହୁଣି ବାରୟ୍ଲି ଆର୍ ସେରି ମୁଁୟ୍ କୟିଲେ; ମୁଁୟ୍ ସେରି କଃଲେ ଆର୍ ହଃଟାତ୍ ଗଃଟ୍ଲି। 4 ତୁମି ଅଃମାନ୍ୟା, ତର୍ ଗଃଳା ଲଃଉଆ ନଃଳା ଆର୍ ତର୍ କଃହାଳ୍ ହିତୁଳ୍ ହର୍ ବଃଲି ମୁଁୟ୍ ଜାଣ୍ଲେ। 5 ଇତାକେ ଆଗେ ହୁର୍ବେ ହୁଣି କୟିଲେ; ସେରି ଗଃଟ୍ତା ଆଗ୍ତୁ ସେରି ଜାଣାୟ୍ଲେ ନୟ୍ଲେକ୍ ତୁମି କୟ୍ଲାସ୍ ହୁଣି, ଅଃମାର୍ ଦେଉତା ଇରି କଃରି ଆଚେ, ଅଃମାର୍ କଦି କଃରି କଃଲାର୍ ଆର୍ ଚଃଚେ ଡାଳାୟ୍ କଃରି କଃଲା ମୁର୍ତି ଇରି କଃରିଆଚେ। 6 ତୁମି ସୁଣି ଆଚାସ୍; ଇରିମଃନ୍ ଦଃକା ଆର୍ ତୁମିମଃନ୍ କି କୟ୍ ନଃକେରାସ୍? ସେ ସଃମୟେ ହୁଣି ମୁଁୟ୍ ତୁମିକେ ନଃଉଆ ବିସୟ୍, ବଃଲେକ୍ ତୁମାର୍ ନଃଜାଣ୍ତା ଗୁପ୍ତ ବିସୟ୍ ଦଃକାୟ୍ଆଚି। 7 ସେରିମଃନ୍ ହୁର୍ବ୍କାଳେ ହୁଣି ନୟ୍, ମଃତର୍ ଅଃବେ ଉବ୍ଜାଣ୍ଅୟ୍ଲି; ଆଜି ଦିନାର୍ ହୁର୍ବେ ତୁମି ସେରି ସୁଣି ନଃକେରାସ୍; ନୟ୍ଲେକ୍ ଦଃକା, ଅଃମି ସରି ସଃବୁ ଜାଣିରିଲୁ ବଃଲି କୟ୍ଲାସ୍ ହୁଣି। 8 ବାୟ୍ଦ୍ରେ ତୁମି ସୁଣି ନଃକେଲାସ୍; ହୁର୍ବେ ତୁମାର୍ କାନ୍ ମୁକ୍ତି ଅୟ୍ନଃରିଲି; ତୁମି ଜେ ବେସି ଜଃଟ୍ଲାସ୍ ଆର୍ ଗଃର୍ବେ ହୁଣି ଅଃଦଃର୍ମି ବଃଲି ଡାକ୍ ହୁଟିରିଲାସ୍, ଇରି ମୁୟ୍ଁ ଜାଣ୍ଲେ। 9 ମୁଁୟ୍ ଜଃନ୍କଃରି ନାସ୍ ନଃକେରି ଇତାକେ ମୁଁୟ୍ ନିଜାର୍ ନାଉଁଆର୍ ଗିନେ ନିଜାର୍ ରିସା ତେବାୟ୍ନ୍ଦ୍ ଆର୍ ନିଜାର୍ ଜଃଜ୍ମାନ୍ ଗିନେ ଜାଗିନ୍ଦ୍। 10 ଦଃକା ମୁଁୟ୍ ତୁମିକେ ନିର୍ମୁଳ୍ କଃରି ଆଚି, ମଃତର୍ ରୁହା ହର୍ ନୟ୍; ମଃତର୍ ଦୁକ୍ ହର୍ ଉମାୟ୍ ଜୟେ ବାଚି ଆଚି। 11 ମୁଁୟ୍ ନିଜାର୍ ଗିନେ ନିଜାର୍ ଗିନେ ହଃକା ସେରି କଃରିନ୍ଦ୍; କାୟିତାକ୍ବଃଲେକ୍ ମର୍ ନାଉ କାୟି କଃରୁକେ ବିଟାଳ୍ ଅୟ୍ଦ୍? ଆରେକ୍ ମୁଁୟ୍ ନିଜାର୍ ଜଃଜ୍ମାନ୍ ବିନ୍ ଲକେ ଦେଉଁ ନଃଚି।
12 ଏ ଜାକୁବ, ଏ ଅଃମାର୍ ଇସ୍ରାଏଲ୍, ମର୍ ବାକ୍ୟୟ୍ମଃନ୍ ଦେସ୍; ମୁଁୟ୍ ସେ ନିଜେ; ମୁଁୟ୍ ହଃକା ଆରୁମ୍, ମୁୟ୍ ହଃକା ସେସ୍। 13 ଆରେକ୍ ମର୍ଆତ୍ ହୁର୍ତିବିର୍ ମୁଳ୍ଜିମି ତାହୁନ୍କଃରି ଆଚେ; ଆର୍ ମର୍କାତା ଆତ୍ ଅଃଗାସ୍ମଃଣ୍ଡଳ୍କେ ଅଃସାର୍ କଃରି ଆଚି, ମୁୟ୍ଁ ସେମଃନ୍କେ କୁଦ୍ଲେକ୍, ସେମଃନ୍ ଅଃକାସଃଙ୍ଗ୍ ଟିଆ ଅଃଉତି। 14 ତୁମି ସଃବୁ ମିସିକଃରି ସୁଣା; ସେସଃବୁ ଦେବ୍ତା ମଃନ୍କାର୍ ବିତ୍ରେ କେଏ ଇ ସଃବୁ କଃରିଆଚେ? ଇସ୍ୱର୍ ତାକେ ଲାଡ୍କଃରି ଆଚେ; ସେ ବାବିଲ୍ଉହ୍ରେ ତାର୍ ମଃନାର୍ ଇଚା ହୁରୁଣ୍କଃରେଦ୍ ଆର୍ କଲ୍ଦିୟମଃନାର୍ ଉହ୍ରେ ତାର୍ ଆତ୍ ରଃୟ୍ଦ୍। 15 ମୁଁୟ୍ ହଃକା ବାକ୍ୟ କୟ୍ଆଚି; ହେଁ ମୁଁୟ୍ ତାକେ କୁଦି ଆଚି; ମୁଁୟ୍ ତାକେ ଆଣି ଆଚି; ଆର୍ ସେ ନିଜାର୍ ବାଟେ ସିଦ୍ ଅୟ୍ଦ୍। 16 ତୁମିମଃନ୍ ମର୍ ହାକ୍ ଆସି ଇ କଃତା ସୁଣା; ମୁୟି ହଃର୍ତୁହୁଣି ଲୁକ୍ଣେ ନଃକୟ୍ଁ ସେରି ଅଃଉତା ହଃତେକ୍ ମୁୟି ସେତି ଆଚି; ଆର୍ ଅଃବେ ଇସ୍ୱର୍ ମକେ ଆର୍ ତାର୍ ଆତ୍ମାକେ ହଃଟାୟ୍ଆଚେ।
17 ଇସ୍ୱର୍ ତୁମାର୍ ମୁକ୍ତିକାରି, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍, ଇ କଃତା କଃଉଁଲା; ମୁଁୟ୍ ଇସ୍ୱର୍, ତୁମାର୍ ଇସ୍ୱର୍, ତୁମିକେ ଉହ୍କାର୍ ଅଃଉତା ସିକ୍ୟା ଦଃୟ୍ନ୍ଦ୍, ତୁମାର୍ ଜାତା ବାଟେ ମୁଁୟ୍ ରଃୟ୍ନ୍ଦ୍। 18 ତୁମି ଜଦି ମର୍ ବିଦିୟେ ମଃନ୍ ଦିଲାସ୍ ହୁଣି ତଃବେ ତୁମାର୍ ସୁସ୍ତା ଗାଡ୍ ହର୍ ଆର୍ ଦଃର୍ମିର୍ ସଃମ୍ନ୍ଦାର୍ ଉଲାଳ୍ ହର୍ ଅୟ୍ଲାସ୍ ହୁଣି। 19 ତୁମାର୍ ବଃଉଁସ୍ହେଁ ବାଲି ହର୍ ଆର୍ ତୁମାର୍ ଗଃର୍ବେ ଜାତ୍ ହିଲାମଃନ୍ ବାଲି ହର୍ ଅୟ୍ଲାୟ୍ ହୁଣି; ତାର୍ ନାଉ ମର୍ ମୁୟେଁ ହୁଣି ନଃସ୍ଟ୍ ନୟ୍ଲି ହୁଣି। 20 ତୁମିମଃନ୍ ବାବିଲ୍ ତଃୟି ହୁଣି ବାରୟ୍ ଜଃହା, କଲଦିୟମଃନ୍ ତଃୟ୍ ହୁଣି ହଃଳାଉଆ, ଗିତ୍ କୟ୍ କବୁର୍ କଃଉଆ ଆର୍ ସଃବୁ ଲକେ ଜାଣାଉଆ; ମାପୁର୍ ତାର୍ ଦାସ୍ ଇସ୍ରାଏଲ୍କେ ରଃକ୍ୟା କଃଲା ବଃଲି। 21 ଆର୍ ସେ ମରୁ ବୁଁୟି ଦଃୟି ଇଣ୍ଡାୟ୍ଲା ବଃଳ୍ ସେମଃନ୍ ହାନି ହାୟ୍ଲାୟ୍, ସେ ସେମଃନାର୍ ହାଁୟି ଡଙ୍ଗ୍ରେ ହୁଣି ହାଣି ବାର୍କଃଲା, ଆର୍ ସେ ହଃର୍ବାତ୍କେ ବଃସ୍ଳାୟ୍ଲା ଆର୍ ସେତି ହୁଣି ହାଣି ବାରୟ୍ଲି। 22 ଇସ୍ୱର୍ କଃଉଁଲା, ଦୁସ୍ଟ୍ ଲକ୍ମଃନାର୍ କିଚି ସୁସ୍ତା ନାୟ୍।