1 ଏ ସସେ ରିଲା ଲକ୍ମଃନ୍ ତୁମିମଃନ୍ ହାଣି ହାକ୍ ଆସା, ଆର୍ ଜାର୍ କିଚି ଅଃର୍ତ୍ ନାୟ୍, ସେ ଆସ୍, ତୁମିମଃନ୍ ଆସା ଗେନା ଆର୍ କାହା; ହେଁ ଆସା ଟଃକା ଆର୍ ମଲ୍ ନଃଦେୟ୍ ଅଙ୍ଗୁର୍ ରଃସ୍ ଆର୍ ଦୁଦ୍ ଗେନା। 2 ଜୁୟ୍ରି କାଦି ନଃୟ୍ ତୁମିମଃନ୍ କାୟ୍ତାକ୍ ରୁହା କଃର୍ଚ୍ କଃରୁଲାସ୍? ଜୁୟ୍ରି ମଃନ୍ନଃହୁରେ ସେତାର୍ ଗିନେ କାୟ୍କଃରୁକେ କଃସ୍ଟ କଃରୁଲାସ୍? ମଃନ୍ଦଃୟ୍କଃରି ମର୍କଃତା ସୁଣା ଆର୍ ନିକ ଜିନିସ୍ କାହା ହୁସ୍ଟିକାଦି କାୟି ତୁମିମଃନାର୍ ଜିବନ୍କେ ସୁସ୍ତା ଅଃଉଁକେ ଦିଆସ୍। 3 କାନ୍ଡେରା ମର୍ହାକ୍ ଆସା; ସୁଣା ତଃବେ ତୁମାର୍ ଜିବନ୍ ବାଚେଦ୍; ଆର୍ ମୁୟ୍ ତୁମାର୍ ସଃଙ୍ଗ୍ ଗଟେକ୍ ସଃବୁ ଦିନାର୍ ନିୟମ୍,ବଃଲେକ୍ ଦାଉଦ୍କେ ଅଃଟୁଆ ଦଃୟା ତିର୍ କଃରୁଆଁ। 4 ଦଃକା ମୁଁୟ୍ ତାକେ ଗସ୍ଟିମଃନାର୍ ସାକି ରୁହେ, ଗସ୍ଟିମଃନାର୍ ଆଗେ ଆଡର୍ ଦେତା ମୁଳିକା ଲକ୍ବାବେ ବାଚିଆଚି। 5 ଦଃକା ଜୁୟ୍ଗସ୍ଟିକେ ତୁମି ନଃଜାଣାସ୍, ତାକେ ତୁମି କୁଦାସ୍ ଆର୍ ଜୁୟ୍ଗୁସ୍ଟି ତୁମିକେ ନଃଜାଣ୍ଲା, ସେ ତୁମାର୍ ହାକ୍ ଦଃବ୍ଳେଦ୍, ତୁମାର୍ ମାପୁର୍ ଆର୍ ଇସ୍ରାଏଲାର୍ ଦଃର୍ମିର୍ ଗିନେ ଇରି ଗଃଟେଦ୍; କାୟିତାକ୍ ବଃଲେକ୍ ସେ ତୁମିକେ ଜଃଜ୍ମାନ୍ କଃରିଆଚେ। 6 ଜଃଡେବଃଳ୍ ହଃତେକ୍ ମାପୁର୍ ଜଃଜନା ମିଳୁଲି, ସେ ହଃତେକ୍ ତୁମିମଃନ୍ ତାର୍ ସେବାକଃରା, ଜଃବେ ହଃତେକ୍ ସେ ଲଃଗେ ଆଚେ, ସେ ହଃତେକ୍ ତାର୍ତଃୟ୍ ପାର୍ତନା କଃରା। 7 ଦୁସ୍ଟ୍ ନିଜାର୍ ବାଟ୍ ଆର୍ ଅଃଦଃର୍ମି ନିଜାର୍ ବାବ୍ନା ଚାଡି ଦେଉଅ; ଆର୍ ସେ ମାପୁର୍ ହାକ୍ ବାଉଡ଼୍, ତଃବେ ସେ ତାକେ କେମା କଃରେଦ୍,ଆର୍ ସେ ଅଃମାର୍ ଇସ୍ୱରାର୍ ହାକ୍ ବାଉଡ଼୍, କାୟିତାକ୍ ବଃଲେକ୍ ସେ ବେସି ଦଃୟା କଃରେଦ୍। 8 ବଃଲେକ୍ ଇସ୍ୱର୍ କଃଉଁଲା, ମର୍ ଜଜ୍ନା ତୁମାର୍ ଜଜ୍ନା ହର୍ ନୟ୍; କି ତୁମାର୍ ବାଟ୍ ମର୍ ବାଟ୍ ହର୍ ନୟ୍। 9 କାୟିତାକ୍ ବଃଲେକ୍ ହୁର୍ତିବି ଚାଡି ଅଃଗାସ୍ମଃଣ୍ଡଳ୍ ଜଃନ୍କଃରି ଉଚ୍, ସେହର୍ ମର୍ବାଟ୍ ତୁମିମଃନାର୍ ବାଟ୍ଟାଣୁ ବେସି ଉଚ୍ ଆଚେ। 10 ବଃଲେକ୍ ଜଃନ୍କଃରି ବଃର୍ସା ଆର୍ କଃରାଟେଳା ଅଃଗାସେ ହୁଣି ଆସେଦ୍ ଆର୍ ସେତି ବାଉଡ଼ି ଜାୟ୍ନଃକେରେ, ମଃତର୍ ବୁଁୟିକେ ସିତ୍ଳି କଃରେଦ୍ ଆର୍ ହଃଳ୍ ହଃଳ୍ତାର୍ ଆର୍ ରଃନ୍ମଃନ୍ ଗଃଜା କଃରାୟିଦ୍ ଲକେ ବିଆନ୍ ଆର୍ କାଦି ଦଃୟ୍ଦ୍। 11 ମର୍ ମୁୟେ ହୁଣି ବାର୍ଲା ବାକ୍ୟ ସେନ୍କାର୍ ଅୟ୍ଦ୍; ସେରି ହଃଳ୍ ନଃଦେରି ମର୍ହାକ୍ ବାଉଡ଼ି ନାସେ, ମଃତର୍ ମୁଁୟ୍ ଜାୟ୍ରି ମଃନ୍କଃରିନ୍ଦ୍ ସେରି ବାୟିଦ୍ରେ କଃରିନ୍ଦ୍ ଆର୍ ଜୁୟି କାମ୍ ହାଁୟ୍ ମୁଁୟ୍ ହଃଟାୟ୍ନ୍ଦ୍ ସେତି ସିଦ୍ ଅୟ୍ଦ୍। 12 ଇତାକେ ତୁମିମଃନ୍ ସଃର୍ଦାୟ୍ ବାରୟ୍ ସୁସ୍ତାୟ୍ ଆଗେ ଆଗେ ନିଆଜାୟିଦ୍; ହର୍ବାତ୍ ଆର୍ କୁହୁଲିମଃନ୍ ତୁମାର୍ ମୁଁୟେ ଉଚ୍ ସଃବଦେ ଗିତ୍ କଃଉତି ଆର୍ ଜଃମିର୍ ଗଃଚ୍ମଃନ୍ ଟଃହଳି ମାର୍ତି। 13 କାଟାଗଃଚ୍ ବାଦୁଲେ ଦେବଦାରୁ ଆର୍ କାଟାକଳି ବାଦୁଲେ ମେହେନ୍ଦି ଗଃଚ୍ ଉଟେଦ୍; ଆର୍ ସେରି ମାପୁର୍ ଗିନେ କିର୍ତି ହର୍ ଆର୍ କେତି ନଃଉତା ସଃବୁ ଦିନାର୍ ଚିନା ହର୍ଅୟ୍ଦ୍।
Publicidade
Isaías 55
କରସ୍ ଉହ୍ରେ ମାପୁରାର୍ ଦଃୟା
Veja também
Publicidade