1 ମୟାବ ବିସୟାର୍ ବାବ୍ବାଣି କୟିଲାର୍। ମୟାବର୍ ବିନ୍ ଗଃଳ୍ମଃନ୍କେ ଗଟେ ରାତି ବିତ୍ରେ ସଃବୁ ସଃମ୍ପତି ନେତି ଆର୍ ବଃସମ୍ କଃରର୍ତି; ଗଟେ ରାତି ବିତ୍ରେ ମୟାବର୍ କିର୍ ଗଃଳାର୍ ସଃବୁ ସଃମ୍ପ୍ତି ନେତି ଆର୍ ବଃସମ୍ କଃର୍ତି। 2 ସେ ରଃଦନ୍ କଃରୁକ୍ ବେତଲ୍କେ ଆର୍ ଦିବନ୍କେ, ଉଚା ଜଃଗାକେ ଜାୟ୍ ଆଚ୍ତି; ମୟାବର୍ ଲଃକ୍ମଃନ୍ ନବା ଆର୍ ମେଦବାର୍ ବିସୟେ କାନ୍ଦୁଲାୟ୍; ସେ ସଃବୁଲକାର୍ ମୁଣ୍ଡ୍ କୁରାୟ୍ ଟଃଙ୍ଗ୍ରା କଃରାଅୟ୍ ଆଚେ; ହଃତି ଲକାର୍ ଚଳ୍ମେସ୍ କାଟା ଅୟି ଆଚେ। 3 ସେମଃନାର୍ ସଃବୁ ରଃସ୍ତାବାଟେ ଲକମଃନ୍ ବାସ୍ତା ବଃସ୍ତର୍ ହିନ୍ଦି ଆଚ୍ତି; ନିଜାର୍ ନିଜାର୍ ଗଃରାର୍ ଚାନି ଉହ୍ରେ ଆର୍ ଚକ୍ ଜଃଗାୟ୍ମଃନ୍ ହଃତିଲକ୍ ଅଃପର୍ବଳ୍ ଆଉଲି ଅୟି କାନ୍ଦୁଲାୟ୍। 4 ହିସ୍ବନ୍ ଆର୍ ଇଲିୟାଲି କାନ୍ଦୁଲାୟ୍; ସେମାନ୍ଙ୍କାର୍ କାନ୍ଦ୍ତାର୍ ଜହସ୍ ହଃତେକ୍ ସୁଣା ଜଃଉଁଲି; ଇତାର୍ଗିନେ ମୟାବର୍ ଜଃଗ୍ରାତ୍ ଅୟ୍ଲା ସଃୟ୍ନ୍ମଃନ୍ ଡିରିକଃରି ରଦନ୍ କଃରୁଲାୟ୍; ତାକାର୍ ଜିବନ୍ ସେମଃନ୍କାର୍ ବିତ୍ରେ ତଃର୍ତଃରି ଜଃଉଁଲି। 5 ମର୍ ଜିବନ୍ ମୟାବ ଗିନେ କାନ୍ଦୁଲି; ସେତିର୍ ଲଃକ୍ମଃନ୍ ଇଗ୍ଲତ୍-ଇଲିସିୟା ଆର୍ ଦୁରି ରିଲା ସଃୟିନ୍ ଆସ୍ର ହାଉଁକେ ଜଃଉଁଲାୟ୍; କାୟିତାକ୍ ବଃଲେକ୍ ସେମଃନ୍ କାନ୍ଦି କାନ୍ଦି ଲୁହିତ-ଗାଟି ବାଟ୍ ଚଃଗୁଲାୟ୍; ହରନିୟର୍ ରଃସ୍ତାୟ୍ ଜାତା ବଃଳ୍ ବିନାସ୍ ଗିନେ ବଃଡ୍ ଟଣ୍ଡେ ରଃଦନ୍ କଃରୁଲାୟ୍। 6 କାୟତାକ୍ବଃଲେକ୍ ନିମ୍ରିମର୍ ହାଣି ସଃବୁ ସୁକି ଜାୟ୍ଦ୍; କଃଉଁଣା ଡାଳ୍ମାଳ୍ ସଃବୁ ରଃୟ୍ ନଃକେରେ, କଃଚାହଃତ୍ରିଆ ଜିନିସ୍ କାୟିରିହେଁ ନଃରେୟ୍। 7 ଇତାର୍ଗିନେ ସେମଃନ୍ ନିଜାର୍ ନିଜାର୍ ସଃମ୍ପତି ଆର୍ ଅଃର୍ଜ୍ଲା ଜିନିସ୍ ସଃବୁକେ ବାଇସ୍ ନାଉଁଆର୍ ଗଃଚାର୍ ଚଃମେ ନେୟ୍ ସଃଙ୍ଗାୟ୍ଲାୟ୍। 8 କାୟିତାକ୍ ବଃଲେକ୍ ମୟାବର୍ ଚାରିଦିଗେ ସଃନ୍ଦିକେ କାନ୍ଦ୍ତା ସଃବଦ୍ ସୁଣା ଜଃଉଁଲି; ସେତିର୍ ରଃଦନାର୍ କାନ୍ଦ୍ଣି ଦୁରି ରିଲା ଇଗ୍ଲିୟମ୍ ଆର୍ ବେଟ୍ଲାୟ ହଃତେକ୍ ସୁଣା ଜଃଉଁଲିସ୍। 9 କାୟିତାକ୍ ବଃଲେକ୍ ଦିମନାର୍ ହାଣି ସଃବୁ ବଃନିହର୍ ଅୟିଆଚେ; ଆରେକ୍ ମୁୟଁ ଦିମନ୍ ଉହ୍ରେ ଅଃଦିକ୍ ଦୁକ୍ ଆଣିନ୍ଦ୍ ଆର୍ ମୟାବର୍ ଜାତା ଲକମଃନ୍କାର୍ ଉହ୍ରେ ଆର୍ ବାକି ଲକ୍ମଃନ୍କାର୍ ଗିନେ ଗଟେକ୍ ସିମାବାଗ୍ ଆଣିନ୍ଦ୍, ସେ ବାଗ୍ ସେମଃନ୍କେ କାୟ୍ଦ୍।
Publicidade
Isaías 15
ମୟାବକେ ବାବ୍ବାଣି
Veja também
Publicidade