1 ଅଃସୁର୍ ଗଃଳାର୍ ରଃଜା ସର୍ଗନାର୍ ଆଦେସ୍ ହଃର୍କାରେ ଅଃସୁରିଆର୍ ସେନାମୁଳିକା ପଲେସ୍ଟିୟର୍ ଅସଦଦ୍କେ ଜୁଜ୍ କଃରି ଆରାୟ୍ଲା। 2 ସେ ସଃମୟେ ଆମସାର୍ ହୟିସି ଜିସାୟ୍ ଦଃୟି ଇସ୍ୱର୍ ଇ କଃତା କଃୟ୍ଲା, ଜାହା ତୁମାର୍ ଅଃଟାୟି ରିଲା ବାସ୍ତା ବଃସ୍ତର୍ କାଡା ଆର୍ ତର୍ ହାଦେ ଟାଣୁ ହାଣ୍ଡାୟ୍ କୁସ୍ଳାଉ ବଃଲି କୟ୍ଲାକ୍, ସେତାକ୍ ସେ ସେହର୍ କଃଲା ଆର୍ ବଃସ୍ତର୍ ସଃବୁ କାଡି, ଚୁଚାହାଦେ ବୁଲୁକ୍ ଦଃର୍ଲା। 3 ସେତାକ୍ ଇସ୍ୱର୍ କଃୟ୍ଲା, ମଃର୍ ଦାସ୍ ଜିସାୟ୍ ମିସର୍ ଆର୍ କୁସ୍ ଦେସ୍ ଉହ୍ରେ ଗଟେକ୍ ଚିନା ଆର୍ କାବାଅଃଉତା ଚିନା ହର୍ ଅଃଉଁକେ ତିନି ବଃର୍ସ୍ ବଃସ୍ତର୍ କାଡି କଃରି, ଚୁଚା ହଦେ ଇଣ୍ଡି ଜାୟ୍ଆଚେ। 4 ସେହର୍ ଅଃସୁରିଆର୍ ରଃଜା ମିସରିୟ ମଃନାର୍ ଲାଜ୍ କଃରାଉଁକେ ହିଲା ତୟ୍ ହୁଣି ବୁଡା ମିସର୍ ଆର୍ ନଃଗ୍ଳା ଆର୍ ଚୁଚା ହାଦେ ଆର୍ ଚୁତୁଳ୍ ଦଃକାୟ୍ ନଃୟିଜାୟିଦ୍। 5 ସେତାକ୍ ଲଃକ୍ମଃନ୍ ନିଜାର୍ ଆସ୍ରକଃଲା ବୁଁୟି କୁସ୍ରାୟିଜ୍ ଆର୍ ନିଜାର୍ ବାଦୁଲ୍ତା ରୁହ୍ ମିସରାର୍ ଗିନେ ନିରାସ୍ ଆର୍ ଲାଜ୍ ହାୟ୍ଦ୍। 6 ଆରେକ୍ ସେ ଦିନ୍ ସଃମୁନ୍ଦାର୍ କଃଣ୍ଡିର୍ ବାସିନ୍ଦାମଃନ୍ କଃଉତି, ଦଃକା ଅଃସୁରିଆର୍ ରଃଜା ଟାଣୁ ବାଚୁକେ ଉହ୍କାର୍ ହାଁୟି ଜୁଣ୍ଟାଣେ ହଃଳାୟ୍ ଗଃଲୁ, ଅଃମାର୍ ସେ ଆସ୍ରକଃର୍ତା ବୁଁୟି ଇ ହର୍ ଅୟିଦ୍; ତଃବେ ଅଃମିମଃନ୍ କଃନ୍କଃରି ବାଚୁମା?
Publicidade
Isaías 20
ମିସର୍ ଆର୍ କୁସ୍ ବିରୁଦେ ବାବ୍ବାଣି
Veja também
Publicidade