1 ଦଃକା ଇସ୍ୱର୍ ହୁର୍ତିବିକେ କୁଳୁପ୍ନାସ୍ କଃରୁଲା, ସେ ସେରିକ୍ ହୁର୍ନ୍ ବାବେ ସୁୟିନ୍ କଃରେଦ୍ ଆର୍ ଲକ୍ମଃନ୍କେ ଦୁରି ଜଃଗାକେ ଜଃଉଁକ୍ ହୁର୍ତିଜାକ ବିଚୁକ୍ ଜଃଉଁଲା। 2 ସଃବ୍କେ ସଃମାନ୍ ବିବ୍ତି ଗଃଟେଦ୍ ଲକ୍ମଃନ୍କାର୍ ହର୍ ଜାଜକ୍, ସେହର୍ ଦାସ୍, ତାର୍ ସାଉକାର୍; ଆର୍ ସାଉକାର୍ନିର୍; ଗେନ୍ତା ଲକ୍ ଆର୍ ବିକ୍ତାଲକ୍; ଉଦାର୍ ମାଗ୍ତା ଲକ୍ ଆର୍ ଉଦାର୍ ଦେତାଲକ୍, ଇ ସଃବୁ ଲକମଃନ୍କାର୍ ଉହ୍ରେ ସଃମାନ୍ ବାବେ ଗଃଟେଦ୍। 3 ହୁର୍ତିବି ହୁର୍ନ୍ ବାବେ ସୁୟିନ୍ ଆର୍ ହୁରା ବାବେ ନଃସ୍ଟ୍ ଅୟିଦ୍; କାୟତାକ୍ବଃଲେକ୍ ଇସ୍ୱର୍ ଇ କଃତା କଃୟ୍ଆଚେ। 4 ହୁର୍ତିବି କାନ୍ଦିକାନ୍ଦି ସୁକି ଜଃଉଁଲି, ସେ ଜଃଗତାର୍ ଟାଣ୍ ଅଃକାମି ଅୟିଦ୍, ହୁର୍ତିବି ଦୁର୍ବଳ୍ ଅୟ୍ଦ୍। 5 ହୁର୍ତିବି ବାସି ବିଟାଳ୍ କଃରି ଆଚେ, ସେମଃନ୍ ବିଦିକେ ଅଃମାନ୍ୟା କଃରି ଆଚ୍ତି, ସେମଃନ୍ ଜୁଗ୍ ଜୁଗାର୍ ନିୟମ୍କେ ବାଙ୍ଗି ଆଚ୍ତି। 6 ଇତାର୍ଗିନେ ହୁର୍ତିବି ଇସ୍ୱର୍ ସାୟ୍ପ୍ ଦଃୟ୍ଆଚେ ଆର୍ ସେତି ବାସ୍କଃର୍ତା ସଃବୁଲକ୍ ଦସି ଅୟ୍ଆଚ୍ତି; ସେତାର୍ଗିନେ ହୁର୍ତିବିୟେ ବାସାକଃର୍ତା ଲଃକ୍ମଃନ୍ ଜୟେ ହଡିଆଚ୍ତି, ଅଃଳକ୍ ଲକ୍ ବାଚିଆଚ୍ତି, 7 ନଃଉଁଆ ଅଃଙ୍ଗୁର୍ କମ୍ଞ୍ଜି ଆଚେ, ଅଙ୍ଗୁର୍ରଃସ୍ ସୁଆଦ୍ ଆରାୟ୍ଆଚେ, ଜୁଣ୍ ଲକ୍ମଃନ୍କାର୍ ମଃନ୍ ସଃର୍ଦାରିଲି ସେମଃନ୍ ଅଃବେ ଦୁକେ ଆଚ୍ତି। 8 ଲକମଃନ୍କାର୍ ସଃର୍ଦା କିଆଲି ଦୁରିକେ ଅଃଉଁଲି; ସଃବୁ ସଃର୍ଦା କାରିମଃନ୍କାର୍ ସଃର୍ଦା ବାଜାବାୟ୍ଦ୍ ସଃବଦ୍ ସେସ୍ ଅୟିଆଚେ, ସାର୍ଙ୍ଗି ବାଜାଉତାର୍ ସେସ୍ଅୟ୍ଗଃଲି ଆଚେ। 9 ଲକମଃନ୍ ଅଙ୍ଗୁର୍ ରଃସ୍ ନଃକାତି ଆର୍ ସଃର୍ଦାର୍ ଗିତ୍କଃଉଁ ନଃଚ୍ତି; ସେମଃନ୍କେ ହିତା ଲାଗେଦ୍। 10 ଲକ୍ନାୟ୍ଲା ଗଃଳ୍ ବାଙ୍ଗିଜାୟ୍ଆଚେ କୁୟି ମାନାୟ୍ ହେଁ ଜଃନ୍କଃରି ଗଃର୍ବିତ୍ରେ ହୁରୁ ନଃହାରେ ଇତାର୍ ଗିନେ ସଃବୁ ଗଃରାର୍ ବାଟ୍ ଦୁଆର୍ ବଃନ୍ଦ୍ ଅୟିଆଚେ। 11 ତଃବେ ହେଁ ଲକମଃନ୍ ରଃସ୍ତାୟ୍ ଅଃଙ୍ଗୁର୍ ଗିନେ ଉରାଟୁ କଃର୍ତି; ସେମଃନାର୍ ଦେସେ ସଃବୁ ସୁକ୍ ଆର୍ ସଃର୍ଦା ଚାଡିଜାୟିଆଚ୍ତି। 12 ଗଃଳ୍ମଃନ୍କାର୍ କୁଳୁପ୍ନାସ୍ ଅୟି ବାକି ରିଲାର୍ ଡିସୁଲି ଆର୍ ସଃବୁବାଟ୍ ଦୁଆର୍ ବାଙ୍ଗି ଜାୟ୍ ନଃସ୍ଟ୍ ଅୟିଆଚେ। 13 କାୟଃତାକ୍ ବଃଲେକ୍ ଜଃନ୍କଃରି ଜିତ୍ଗଃଚାର୍ ହଃଳ୍ ଆର୍ ଅଃଙ୍ଗୁର୍ ହଃଳ୍ କଃଳି ସଃର୍ଲାହଃଚେ ଜଃନ୍କଃରି କଳ୍ଜା ବେଟୁକ୍ ଚାଡିଦିଆଜାୟ୍ଦ୍, ସେହର୍ ହୁର୍ତିବିର୍ ଗସ୍ଟିମଃନାର୍ ବିତ୍ରେ ଚାଡିଦିଆଜାୟ୍ଦ୍। 14 ଇମଃନ୍ ଉଚ୍ ସଃବଦ୍ କଃରି ଗିତ୍ କଃଉତି, ମାପୁର୍ ତାର୍ ଜଃଜ୍ମାନ୍ ଗିନେ ସେମଃନ୍ ସଃମ୍ନ୍ଦାର୍ ଗଃର୍ଜାଣ୍ ହର୍ ବଃଡ୍ ସଃବଦ୍ କଃର୍ତି। 15 ଇ ଲଃକ୍ମଃନ୍ କଃଉତି, ଏ ହୁର୍ବ୍ ଦେସାର୍ ଲଃକ୍ମଃନ୍, ତୁମିମଃନ୍ ଇସ୍ୱରାର୍ ମାୟିନ୍ କଃରା; ଏ ଦୁରି ଦେସାର୍ ଲକମଃନ୍, ଇସ୍ରାଏଲାର୍ ଇସ୍ୱରାର୍ ଜଃଜ୍ମାନ୍ ସଃମ୍ନ୍ଦାର୍ ଟାପୁ ଟାଣେମଃନ୍ କଃଉଆ। 16 ଦଃର୍ମି ଲଃକ୍ମଃନ୍ ଜଃଜ୍ମାନ୍ ହାଉତି, ଇ ଗିତ୍ ଅଃମିମଃନ୍ ହୁର୍ତିବିର୍ ସୁକ୍ଲା ବଃଟାର୍ ସଃନ୍ଦି ଟାଣୁ ସୁଣି ଆଚୁ। ମଃତର୍ ମୁୟ୍ କୟିଲେ, " ମୁୟ୍ଁ ଦୁର୍ବଳ୍ ଅୟିଆଚି, ମୁୟ୍ ଦଃଣ୍ଡାର୍ ଜୟ୍ଗ୍" ସଃତେନାୟ୍ଲା ଲକ୍ ବିସାସେ ବିସ୍ ଦଃୟ୍ଆଚ୍ତି; ହେଁ, ସେମଃନ୍ ଅଃଦିକ୍ ବିସାସେ ବିସ୍ ଦଃୟି ଆଚ୍ତି। 17 ଏ ହୁର୍ତିବିର୍ ବାସ୍କଃଲା ଲଃକ୍ମଃନ୍, ତୁମାର୍ ଗିନେ ଡିର୍, ବଃଡ୍ କାଲ୍ ଆର୍ ହାନ୍ଦା ତିଆର୍ ଅୟିଆଚେ। 18 ଆରେକ୍, ଇହର୍ ଗଃଟେଦ୍, ଜଃଡେବଃଳ୍ ଲକମଃନ୍ ବଃୟ୍ଙ୍କାର୍ ସଃବଦ୍ ସୁଣିତି, ଜେ ସଃବଦ୍କେ ସୁଣି ଡିରି କଃରି ହଃଳାୟିଦ୍, ସେ କାଲେ ଅଦ୍ରେଦ୍, ଆର୍ କେଏ କାଲେ ହୁଣି ବାରାୟ୍ ଉହ୍ରେ ଆସ୍ଲେକ୍ ହାନ୍ଦାୟ୍ ଦଃରା ହଃଳେଦ୍। କାୟିତାକ୍ ବଃଲେକ୍ ଉହ୍ରାର୍ ଦୁଆର୍ ସଃବୁ ମେଲା ଅୟିଆଚେ ଆର୍ ହୁର୍ତିବିର୍ କୁନାଦି ହଲିଜାୟ୍ ଆଚେ। 19 ହୁର୍ତିବି ବାୟିଦ୍ରେ ବଃସ୍ଳିଜାୟ୍ କଃଣ୍ଡ୍କଃଣ୍ଡ୍ ଅୟିଆଚେ, ହୁର୍ତିବି ବାୟିଦ୍ରେ ତଃର୍ତଃରି ଜାୟ୍ଆଚେ, 20 ହୁର୍ତିବି ମାତ୍ଲାହର୍ ଟଃଳ୍ମଃଳ୍ ଅୟିଦ୍ ଆର୍ କୁଳିଆ ଗଃର୍ହର୍ ଏଣେତେଣେ ଅୟ୍ ଜଲେଦ୍; ଆର୍ ହୁର୍ତିବିର୍ ଦସ୍ ବେସି ବାଡେଦ୍ ଆର୍ ସେ ହାହାର୍ ବଜେ ତାର୍ କୁଳୁପ୍ନାସ୍ ଅୟିଦ୍। 21 ସଃମୟ୍ ଆସୁଲି ଇସ୍ୱର୍ ଉହ୍ରାର୍ ସାସନ୍କାରିକେ ଉହ୍ରେ ଆର୍ ହୁର୍ତିବିର୍ ରଃଜାମଃନ୍କେ ତଃଳେ ଦଃଣ୍ଡ୍ ଦଃୟିଦ୍, 22 ସେହର୍ ବେବାର୍ କଃରାଜାୟିଦ୍ କୟିମଃନ୍ ବନ୍ଦିକାଲେ ଗଟେତଃୟ ଅୟି ରୁଣ୍ଡ୍ଲା ହର୍, ସେମଃନ୍କେ ଗଟେତଃୟ୍ ରୁଣ୍ଡାୟ୍ ଜଃୟ୍ଲେ ବଃନ୍ଦ୍ କଃରାଜାୟିଦ୍, ଆରେକ୍ ବୁତ୍ଦିନ୍ ଅୟିଲେକ୍ ସେମଃନ୍କାର୍ ବିଚାର୍ କଃରାଜାୟ୍ଦ୍। 23 ସେନ୍କାବଃଳ୍ ଜନ୍ ଅଃନ୍ଦାର୍ ଆର୍ ବେଳ୍ ତଃରାସ୍ ନଃଦେୟ୍ ; କାୟିତାକ୍ ବଃଲେକ୍ ସଃୟିନ୍ ଅଃଦିକାରି ଇସ୍ୱର୍ ସିୟନ୍ ହଃର୍ବାତେ, ଜିରୁସାଲମେ ଆର୍ ତାର୍ ପାରାଚିନ୍ମଃନ୍କେ ବଃଡ୍ ସଃକ୍ତିୟେ ସାସନ୍ କଃରେଦ୍।
Publicidade
Publicidade